Posted inଫୁରସତ

କେଶ ଝଡ଼େ, ହେଲେ ନିଶ ଦାଢ଼ି ଝଡ଼େନା କାହିଁକି? ଜାଣନ୍ତୁ…

କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଯାହାକୁ ଦେଖିବ ସେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ କେବେ ଭାବିଛନ୍ତି କି କେଶ ସିନା ଝଡ଼େ ହେଲେ ନିଶ ଦାଢ଼ି ଓ ଶରୀରର ଲୋମ ଝଡ଼ି ନ ଥାଏ କାହିଁକି ?
କେଶ ଝଡ଼ିବା ଏବଂ ନିଶ ଦାଢ଼ି ଓ ଶରୀରର ଲୋମ ନ ଝଡ଼ିବା ହରମୋନର ଫରକ ଯୋଗୁ ହୋଇଥାଏ। କେଶ ଉପରେ ମୁଖ୍ୟତଃ ଡିଏଚ୍‌ଟି (ଡାୟହାଇଡ୍ରୋଟେଷ୍ଟୋଷ୍ଟେରୋନ୍‌)ନାମକ ହରମୋନ୍‌ର ପ୍ରଭାବ ପଡ଼ିଥାଏ। ହେୟାର ଫଲିକଲ୍‌ସରେ ଏହାର ମାତ୍ରାଧିକ ବୃଦ୍ଧି ଅବା ବହୁ କମ୍‌ ମାତ୍ରାର ବୃଦ୍ଧି ଯୋଗୁ ହେୟାର ଫଲିକଲ୍‌ଗୁଡ଼ିକ ସଙ୍କୁଚିତ ହୋଇଯାଏ। ତା’ସହ କେଶ ବୃଦ୍ଧିର ସାଇକେଲ ଛୋଟ ହେଇଯାଏ ଓ କେଶର ମୂଳ ଦୁର୍ବଳ ହୋଇଯାଏ। ତେଣୁ କେଶ ଝଡ଼ିଥାଏ। ହେଲେ ନିଶ, ଦାଢ଼ି ଓ ଶରୀରର ଲୋମ ଉପରେ ଟେଷ୍ଟୋଷ୍ଟେରୋନ୍‌ର ପ୍ରଭାବ ପଡ଼ିଥାଏ, ଯାହାକି ଏହି ଲୋମ ଗୁଡ଼ିକୁ ବଢିବାରେ ସାହାଯ୍ୟ କରିଥାଏ ଏବଂ ତାକୁ ଝଡ଼ିବାକୁ ଦିଏନା। ଏହିଭଳି ଭାବେ ହରମୋନର ଫରକ୍‌ ମୁଣ୍ଡ ଓ ଶରୀର ଲୋମର ବ୍ୟବହାରରେ ଫରକ ଆଣିଥାଏ।
ଏହା ବାଦ୍‌ ଶରୀର ଲୋମର ବୃଦ୍ଧି ଓ ଝଡ଼ିବାର ପ୍ରକ୍ରିୟା ଜିନ୍‌ ଦ୍ୱାରା ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ମୁଣ୍ଡର କେଶ ଝଡ଼ିବା ଓ ପତଳା ହୋଇଯିବା ସାଧାରଣତଃ ଏଣ୍ଡ୍ରୋଜେନେଟିକ୍‌ ଏଲୋପେସିୟା ତଥା ଆନୁବଂଶିକ ଚନ୍ଦାପଣ କାରଣରୁ ବି ହୋଇଥାଏ। ଯାହାକି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଘଟିଥାଏ। ଏହି ସ୍ଥିତି ଖାସ୍‌ କରି ମୁଣ୍ଡର କେଶ ପାଇଁ ଦାୟୀ ହୋଇଥାଏ।       ଅନ୍ୟପକ୍ଷେ ନିଶ, ଦାଢ଼ି ଓ ଶରୀର ଲୋମର ବିକାଶର ସଂରଚନା ଭିନ୍ନ ଭିନ୍ନ ହୋଇଥାଏ। ଯାହାକି ସାଧାରଣତଃ ଆନୁବଂଶିକ ରୂପରେ ନିର୍ଦ୍ଧାରିତ ହୋଇଥାଏ। ଏହି କାରଣରୁ ମଧ୍ୟ ଶରୀରର ଲୋମ ଝଡ଼ିବା ବା ପତଳା ହେବା ମୁଣ୍ଡର କେଶଠାରୁ କମ୍‌ ହୋଇଥାଏ।
ଶରୀର ଲୋମ ବୃଦ୍ଧିର ଚକ୍ର, କେଶ ବୃଦ୍ଧିର ଚକ୍ରଠାରୁ ଭିନ୍ନ ହୋଇଥାଏ। କେଶ ବୃଦ୍ଧିର ଚକ୍ର ଲମ୍ବା ହୋଇଥାଏ। କିନ୍ତୁ ଶରୀରର ଲୋମ ବୃଦ୍ଧିର ଚକ୍ର  ଛୋଟ ହୋଇଥାଏ। କେଶ ଝଡ଼ିବା ସାଧାରଣତଃ ସେହି ଚକ୍ରର ଟେଲୋଜେନ ସୋପାନରେ ହୋଇଥାଏ। ଅର୍ଥାତ୍‌ ଯେଉଁଠି କେଶ ବୃଦ୍ଧି ଅଟକିଯାଏ, ସେଇଠି କେଶ ଝଡ଼ିବା ଆରମ୍ଭ ହୁଏ। ଅନ୍ୟପକ୍ଷେ ଶରୀରର ଲୋମବୃଦ୍ଧିର ଚକ୍ର ଛୋଟ ହୋଇଥିବା ଯୋଗୁ ଏହା ବହୁତ କମ୍‌ ଝଡ଼ିଥାଏ । ଆଉ ଏହା ସାଧାରଣତଃ ନୂଆ ଲୋମ  ଦ୍ୱାରା ବଦଳିଥାଏ।
ଏସବୁବାଦ୍‌ ମୁଣ୍ଡର କେଶ ଆଜିକାଲି ଅତ୍ୟଧିକ ଚାପ ଓ ଅବ୍ୟବସ୍ଥିତ ଜୀବନ ଶୈଳୀ କାରଣରୁ ବି ଝଡ଼ୁଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?