Posted inଫୁରସତ

କେଶ ଝଡ଼େ, ହେଲେ ନିଶ ଦାଢ଼ି ଝଡ଼େନା କାହିଁକି? ଜାଣନ୍ତୁ…

କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଯାହାକୁ ଦେଖିବ ସେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ କେବେ ଭାବିଛନ୍ତି କି କେଶ ସିନା ଝଡ଼େ ହେଲେ ନିଶ ଦାଢ଼ି ଓ ଶରୀରର ଲୋମ ଝଡ଼ି ନ ଥାଏ କାହିଁକି ?
କେଶ ଝଡ଼ିବା ଏବଂ ନିଶ ଦାଢ଼ି ଓ ଶରୀରର ଲୋମ ନ ଝଡ଼ିବା ହରମୋନର ଫରକ ଯୋଗୁ ହୋଇଥାଏ। କେଶ ଉପରେ ମୁଖ୍ୟତଃ ଡିଏଚ୍‌ଟି (ଡାୟହାଇଡ୍ରୋଟେଷ୍ଟୋଷ୍ଟେରୋନ୍‌)ନାମକ ହରମୋନ୍‌ର ପ୍ରଭାବ ପଡ଼ିଥାଏ। ହେୟାର ଫଲିକଲ୍‌ସରେ ଏହାର ମାତ୍ରାଧିକ ବୃଦ୍ଧି ଅବା ବହୁ କମ୍‌ ମାତ୍ରାର ବୃଦ୍ଧି ଯୋଗୁ ହେୟାର ଫଲିକଲ୍‌ଗୁଡ଼ିକ ସଙ୍କୁଚିତ ହୋଇଯାଏ। ତା’ସହ କେଶ ବୃଦ୍ଧିର ସାଇକେଲ ଛୋଟ ହେଇଯାଏ ଓ କେଶର ମୂଳ ଦୁର୍ବଳ ହୋଇଯାଏ। ତେଣୁ କେଶ ଝଡ଼ିଥାଏ। ହେଲେ ନିଶ, ଦାଢ଼ି ଓ ଶରୀରର ଲୋମ ଉପରେ ଟେଷ୍ଟୋଷ୍ଟେରୋନ୍‌ର ପ୍ରଭାବ ପଡ଼ିଥାଏ, ଯାହାକି ଏହି ଲୋମ ଗୁଡ଼ିକୁ ବଢିବାରେ ସାହାଯ୍ୟ କରିଥାଏ ଏବଂ ତାକୁ ଝଡ଼ିବାକୁ ଦିଏନା। ଏହିଭଳି ଭାବେ ହରମୋନର ଫରକ୍‌ ମୁଣ୍ଡ ଓ ଶରୀର ଲୋମର ବ୍ୟବହାରରେ ଫରକ ଆଣିଥାଏ।
ଏହା ବାଦ୍‌ ଶରୀର ଲୋମର ବୃଦ୍ଧି ଓ ଝଡ଼ିବାର ପ୍ରକ୍ରିୟା ଜିନ୍‌ ଦ୍ୱାରା ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ମୁଣ୍ଡର କେଶ ଝଡ଼ିବା ଓ ପତଳା ହୋଇଯିବା ସାଧାରଣତଃ ଏଣ୍ଡ୍ରୋଜେନେଟିକ୍‌ ଏଲୋପେସିୟା ତଥା ଆନୁବଂଶିକ ଚନ୍ଦାପଣ କାରଣରୁ ବି ହୋଇଥାଏ। ଯାହାକି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଘଟିଥାଏ। ଏହି ସ୍ଥିତି ଖାସ୍‌ କରି ମୁଣ୍ଡର କେଶ ପାଇଁ ଦାୟୀ ହୋଇଥାଏ।       ଅନ୍ୟପକ୍ଷେ ନିଶ, ଦାଢ଼ି ଓ ଶରୀର ଲୋମର ବିକାଶର ସଂରଚନା ଭିନ୍ନ ଭିନ୍ନ ହୋଇଥାଏ। ଯାହାକି ସାଧାରଣତଃ ଆନୁବଂଶିକ ରୂପରେ ନିର୍ଦ୍ଧାରିତ ହୋଇଥାଏ। ଏହି କାରଣରୁ ମଧ୍ୟ ଶରୀରର ଲୋମ ଝଡ଼ିବା ବା ପତଳା ହେବା ମୁଣ୍ଡର କେଶଠାରୁ କମ୍‌ ହୋଇଥାଏ।
ଶରୀର ଲୋମ ବୃଦ୍ଧିର ଚକ୍ର, କେଶ ବୃଦ୍ଧିର ଚକ୍ରଠାରୁ ଭିନ୍ନ ହୋଇଥାଏ। କେଶ ବୃଦ୍ଧିର ଚକ୍ର ଲମ୍ବା ହୋଇଥାଏ। କିନ୍ତୁ ଶରୀରର ଲୋମ ବୃଦ୍ଧିର ଚକ୍ର  ଛୋଟ ହୋଇଥାଏ। କେଶ ଝଡ଼ିବା ସାଧାରଣତଃ ସେହି ଚକ୍ରର ଟେଲୋଜେନ ସୋପାନରେ ହୋଇଥାଏ। ଅର୍ଥାତ୍‌ ଯେଉଁଠି କେଶ ବୃଦ୍ଧି ଅଟକିଯାଏ, ସେଇଠି କେଶ ଝଡ଼ିବା ଆରମ୍ଭ ହୁଏ। ଅନ୍ୟପକ୍ଷେ ଶରୀରର ଲୋମବୃଦ୍ଧିର ଚକ୍ର ଛୋଟ ହୋଇଥିବା ଯୋଗୁ ଏହା ବହୁତ କମ୍‌ ଝଡ଼ିଥାଏ । ଆଉ ଏହା ସାଧାରଣତଃ ନୂଆ ଲୋମ  ଦ୍ୱାରା ବଦଳିଥାଏ।
ଏସବୁବାଦ୍‌ ମୁଣ୍ଡର କେଶ ଆଜିକାଲି ଅତ୍ୟଧିକ ଚାପ ଓ ଅବ୍ୟବସ୍ଥିତ ଜୀବନ ଶୈଳୀ କାରଣରୁ ବି ଝଡ଼ୁଛି।

Enter your email to get our daily news in your inbox.

All Right Reserved By Dharitri.Com

‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ

କଥାରେ ଅଛି ‘ବଚ୍ଚେ ମନ୍‌କେ ସଚ୍ଚେ’। ଅର୍ଥାତ ଛୋଟ ପିଲାଙ୍କ ମନ ଛନ୍ଦ କପଟରୁ ବହୁ ଊର୍ଦ୍ଧ୍ୱରେ ଥାଏ। ବିଶେଷକରି ଭାଇ ଭଉଣୀଙ୍କ ମଧ୍ୟରେ ପିଲାଟି...

ମହାକାଶରେ SEX କରିପାରିବେ ମହାକାଶଚାରୀ? ନାସାର ବଡ଼ ଖୁଲାସା

ନୂଆଦିଲ୍ଲୀ,୧୪।୧: ଶତାବ୍ଦୀ ଶତାଦ୍ଦୀ ଧରି, ମଣିଷ ମହାକାଶ ପ୍ରତି ଆକର୍ଷିତ ହୋଇଆସିଛି, ଏବଂ ଏହାକୁ ଅନୁସନ୍ଧାନ କରିବାର ଏହି କୌତୁହଳ ମାନବଜାତିକୁ ମହାକାଶଯାନ ଏବଂ ଦୂରବୀକ୍ଷଣ...

ବିବାହିତ ହୋଇପାରିବେ କି ନାଗାସାଧୁ? ସାଧୁ ହେବାକୁ ଦେବାକୁ ପଡେ ଅଗ୍ନି ପରୀକ୍ଷା

ଆଜି ପ୍ରୟାଗରାଜରେ ମହାକୁମ୍ଭର ଦ୍ୱିତୀୟ ଦିନ। ସଙ୍ଗମ କୂଳ ନିକଟରେ ଏବେ କୋଟି କୋଟି ଲୋକଙ୍କ ଗଙ୍ଗା ସ୍ନାନ କରିବା ପାଇଁ ଦେଶର ପ୍ରତ୍ୟେକ କୋଣରୁ...

ଗୁଡ଼ି ଉଡାଉଛି ମାଙ୍କଡ଼: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଏକ ବନାରସୀ ମାଙ୍କଡ଼ ଖବରର ଶିରୋନାମା ପାଲଟିଛି। ଏହି ମାଙ୍କଡ଼ ଛାତ ଉପରେ ଚଢ଼ି ଗୁଡ଼ି ଉଡ଼ାଇବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ...

କୁକୁର ଜନ୍ମଦିନରେ ୫ ଲକ୍ଷ ଖର୍ଚ୍ଚ

ଜାମଶେଦପୁର: ସମ୍ପ୍ରତି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମାଲିକାଣୀ ନିଜ ପୋଷା କୁକୁରର ଜନ୍ମଦିନ ପାର୍ଟିରେ ୫ ଲକ୍ଷ ଟଙ୍କା...

କ’ଣ ବିନା ପୋଷାକରେ ଶିବଙ୍କୁ ପୂଜା କରନ୍ତି? ନିଜ ପିଣ୍ଡଦାନ ନିଜେ କରନ୍ତି, ଜାଣନ୍ତୁ ମହିଳା ନାଗାସାଧୁଙ୍କୁ ଭୟଙ୍କର ଜୀବନ ବିଷୟରେ…

ଉତ୍ତର ପ୍ରଦେଶର ପ୍ରୟାଗରାଜର ସଙ୍ଗମ ନଗରୀରେ ମହାକୁମ୍ଭ ଜାନୁଆରୀ ୧୩ରୁ ଆରମ୍ଭ ହୋଇଛି। ଆଜିଠାରୁୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଏହି କୁମ୍ଭମେଳା ଚାଲିବ।...

୩୨ ବର୍ଷୀୟଙ୍କ ୮୭ ପିଲା

ଲସ୍‌ ଏଞ୍ଜେଲ୍ସ: ଆମେରିକାର କାଲିଫର୍ନିଆ ନିବାସୀ କାଇଲି ଗୋର୍ଡି(୩୨)ଙ୍କର ୮୭ ଜଣ ସନ୍ତାନସନ୍ତତି ରହିଛନ୍ତି। ବିଶ୍ୱର ବିଭିନ୍ନ କୋଣାନୁକୋଣରେ ତାଙ୍କର ପିଲାମାନେ ରହୁଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ...

ଆସନ୍ତା ସପ୍ତାହରେ ଦୃଶ୍ୟମାନ ହେବ ସବୁଠୁ ବଡ଼ ସୂର୍ଯ୍ୟ, ଏହି ୪ ରାଶିର ଆସିବ ଭଲ ସମୟ

ଜାନୁଆରୀର ନୂଆ ସପ୍ତାହ ଆରମ୍ଭ ହୋଇଯାଇଛି। ଏହା ୧୩ ରୁ ୧୯ ଜାନୁଆରୀ ରହିବ। ଏହି ସପ୍ତାହରେ ମକର ସଂକ୍ରାନ୍ତି ମଧ୍ୟ ରହୁଛି। ନୂଆ ସପ୍ତାହରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri