ମେଡିକାଲ କର୍ମଚାରୀଙ୍କୁ ମାଡ଼, ଥାନାରେ ମାମଲା ରୁଜୁ
ଗଞ୍ଜାମ,୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସିକ୍ୟୁରିଟି ଓ ସୁଇପେରଙ୍କୁ ରବିବାର ବିଳମ୍ବିତ ରାତିରେ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର ୧୭୨/୨୪ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରିଛି…
କ୍ୟାନସର ଚିକିତ୍ସା ହେବ ମାଗଣା
ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶରେ କର୍କଟ ରୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି । ଏଠାରେ ସମସ୍ତ କର୍କଟ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି…
ଗମ୍ଭୀର ଜଣେ ୧୨ ବର୍ଷର ଶିଶୁପରି…ପିଲାଦିନର କୋଚ କଲେ ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ,୬।୮: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ କରାଯାଇଥିଲା। ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଛି। କିନ୍ତୁ ଦିନିକିଆ…
ସିମେଣ୍ଟ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଜଣେ ମୃତ, ୬ ଆହତ
ମୁମ୍ବାଇ,୬।୮: ମହାରାଷ୍ଟ୍ରର ନାଗପୁରର ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ସେଠାରେ ୬ଜଣ ଆହତ ହୋଇଛନ୍ତି। ସକାଳ ୩ଟାରେ ନାଗପୁର ଜିଲାର ମୌଦା ତାଲୁକାର ଜୁନ୍ନାର ଗ୍ରାମରେ ଏକ କାରଖାନାରେ ବିସ୍ଫୋରଣ ଘଟିଥିଲା। ଶ୍ରୀ…
ଭାଜପାର ମାଷ୍ଟର ଷ୍ଟ୍ରୋକ, ମଇଦାନକୁ ଓହ୍ଲାଇଲେ ଧୁରନ୍ଧର
ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ନିଜର ସମସ୍ତ ଶକ୍ତି ଲଗାଇଛି। ଉପ-ନିର୍ବାଚନରେ ଦଳର ବରିଷ୍ଠ ନେତାମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଠାରୁ…
ବାଂଲାଦେଶ ପ୍ରଦର୍ଶନକାରୀଙ୍କ ତାଲିବାନୀ ବର୍ବରତା, ହସିନାଙ୍କ ନେତାଙ୍କ ଉପରେ ଆକ୍ରମଣ
ଢାକା,୬।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ପରେ ବିକ୍ଷୋଭକାରୀଙ୍କ ତାଲିବାନୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଏଠାରେ ଜେସୋରରେ ସୋମବାର ଏକ ହୋଟେଲରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ଅତି କମରେ ୮ଜଣ ଲୋକ ଜଳିଯାଇଥିବା ସହ ୮୪ ଜଣ ଆହତ ହୋଇଥିଲେ।…
ଶେଖ ହସିନାଙ୍କ ପରେ ଏହି ହେବେ ବାଂଲାଦେଶର ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ବିଷୟରେ…
ଢାକା,୬।୮: ବାଂଲାଦେଶ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଦେଇଛନ୍ତି। ଏବେ ପ୍ରଶ୍ନ ହେଉଛି ହାସିନାଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ। ବାସ୍ତବରେ ବାଂଲାଦେଶ ସେନା ମୁଖ୍ୟ ୱାକର-ଉଜ-ଜମାନ ସାମରିକ ଅକ୍ତିଆର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ…
ଚନ୍ଦ୍ରଚୂଡଙ୍କୁ ମିଳିଲା ହତ୍ୟା ଧମକ
ନୂଆଦିଲ୍ଲୀ,୬ା୮: ସୁପ୍ରିମକୋର୍ଟଙ୍କ କୋଟା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରି ଜଣେ ବ୍ୟକ୍ତି ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ହତ୍ୟା ଧମକ ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ସିଜେଆଇଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ପୋଲିସ…
ରତ୍ନଭଣ୍ଡାର ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ
ପୁରୀ,୬ା୮(ଅଜିତ୍ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ରତ୍ନଭଣ୍ଡାର ଯାଞ୍ଚ, ମରାମତି ସହ ପୁରୁଣା ସିନ୍ଦୁକ ଓ…
ଆଇଜିକେସିରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ
ଭୁବନେଶ୍ୱର,୬।୮: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଜିକେସି ମଲଟିସ୍ପେଶାଲିଟି ହସ୍ପିଟାଲ ପରିସରରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଅସ୍ଥିଶଲ୍ୟ ରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ ଅଗଷ୍ଟ…
ଓଏଲ୍ଆଇସି ଆକାଉଣ୍ଟରୁ ୧.୧୯ କୋଟି ଆତ୍ମସାତ୍:ସହକାରୀ ହିସାବରକ୍ଷକ ଫେରାର
ସୋନପୁର,୬ା୮: (ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଉଠା ଜଳସେଚନ ନିଗମ(ଓଏଲ୍ଆଇସି) ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ହୋଇଛି। କାର୍ଯ୍ୟାଳୟର ସହକାରୀ ହିସାବରକ୍ଷକ ବଳରାମ ମେହେର ଏହି ଟଙ୍କା ଆତ୍ମସାତ କରିଛନ୍ତି। ଏ ସମ୍ପର୍କରେ ଜଣାପଡିବା ପରେ ଓଏଲ୍ଆଇସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ…
ସହାୟତାର ହାତ ବଢ଼ାଇଲା ଏଲ୍ଆଇସି
ନୂଆଦିଲ୍ଲୀ,୬।୮: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି)ର ଏମ୍ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କେରଳର ଓ୍ବାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଶେଷ ରିହାତି ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ଏହି ବିପର୍ଯ୍ୟୟର…
Archives


