ରାଜଧାନୀରେ ଚାଞ୍ଚଲ୍ୟ: ମା’, ବାପା ଓ ଭଉଣୀଙ୍କୁ ଛୁରି ଭୁସି ହତ୍ୟା କଲେ ପୁଅ
ନୂଆଦିଲ୍ଲୀ, ୫।୧୨:ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଟ୍ରିପଲ ମର୍ଡର ଘଟଣା ସାମନାକୁ ଆସିଛି। ଗୋଟିଏ ପରିବାରର ୩ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକଙ୍କ ନାମ ରାଜେଶ କୁମାର(୫୧), ତାଙ୍କ ସ୍ତ୍ରୀ କୋମଲ(୪୬) ଏବଂ…
ସାତ ଜନ୍ମର ସାଥୀ ହେଲେ ନାଗା-ଶୋଭିତା
ହାଇଦ୍ରାବାଦ, ୫।୧୨:ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲା ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ଷ୍ଟାର୍ କପଲଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ଫିଲ୍ମ ଜଗତର ବହୁ ବିଶିଷ୍ଟ ବ୍ୟକ୍ତଙ୍କ ସହ ନାଗା…
କିଏ ହେବ ବିସିସିଆଇର ପରବର୍ତ୍ତୀ ସମ୍ପାଦକ: ରେସ୍ରେ ଅଛି ଏହି ନାଁ
ନୂଆଦିଲ୍ଲୀ,୫ା୧୨(ପି.ଟି.): ଆଇସିସି ମୁଖ୍ୟ ଭାବରେ ବିସିସିଆଇ ସମ୍ପାଦକ ଜୟ ଶାହା ଦାୟିତ୍ୱ ଗ୍ରହଣ କରିବା ପରେ ଏହି ପଦବୀ ଖାଲି ରହିଛି। ଡିସେମ୍ବର ୧ ତାରିଖରେ ଶାହା ଆଇସିସି ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ। ବିସିସିଆଇର ଏହି ସର୍ବଶକ୍ତିଶାଳୀ ପଦବୀରେ କିଏ…
ପାକିସ୍ତାନର ଗର୍ବ ଭାଙ୍ଗିଦେଲା ଭାରତ: ଫାଇନାଲ୍ରେ ଶକ୍ତିଶାଳୀ ପ୍ରଦର୍ଶନ
ମସ୍କଟ,୫ା୧୨: ଓମାନର ମସ୍କଟରେ ଅନୁଷ୍ଠିତ ଜୁନିୟର ଏସିଆ କପ୍ ହକି ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି କ୍ରମାଗତ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଭାରତ। ଗତ ସଂସ୍କରଣର ଚାମ୍ପିୟନ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା…
ଯୁବତୀଙ୍କୁ ମାଡ଼ ମାରିଲେ ଘର ମାଲିକଙ୍କ ୨ ପୁଅ
ଭୁବନେଶ୍ୱର,୫।୧୨(ସତ୍ୟଜିତ୍ ରାଉତ):ଭୁବନେଶ୍ୱର ଖାରବେଳନଗରସ୍ଥିତ ପ୍ଲଟ ନଂ-୨୨କୁ ଭଡ଼ାରେ ନେଇଥିବା ଘର ଖାଲି କରିବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି। ଭଡ଼ାରେ ରହୁଥିବା ଯୁବତୀ ଓ ମାଲିକଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଯୁବତୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର ଘଟଣାରେ…
୨୦୨୫ ଆରମ୍ଭ ବେଳକୁ ଆର୍ଆଇ, ଅମିନ ପଦବୀ ଖାଲି ନ ଥିବ: ମନ୍ତ୍ରୀ
ଭୁବନେଶ୍ୱର,୫ା୧୨(ସୁନିତ୍ ମିଶ୍ର):ବିଜେଡି ୨୪ ବର୍ଷ ଧରି ସରକାରରେ ଥିବାବେଳେ ଯଦି ସବୁ ସମସ୍ୟାର ସମାଧାନ କରିଦେଇଥାଆନ୍ତେ ତେବେ ଆଜି ଗୃହରେ ଏତେ ଗୁଡ଼ାଏ କଥା ସେମାନଙ୍କୁ କହିବାକୁ ପଡୁ ନ ଥାଆନ୍ତା। ଭାଜପା ରାଜ୍ୟରେ ୫ ମାସ ହେଲା ସରକାରକୁ ଆସିଛି।…
ମନ୍ଦିରକୁ ଓମ୍ଫେଡ୍ ଯୋଗାଉଛି ୬୦ ଟନ୍ ଘିଅ
ଭୁବନେଶ୍ୱର,୫ା୧୨(ଅନିଲ ଦାସ):ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରକୁ ଓମ୍ଫେଡ୍ ବର୍ଷକୁ ୬୦ ଟନ୍ ଘିଅ ଯୋଗାଣ କରୁଛି। ଏହାମଧ୍ୟରେ ଛତିଶଗଡ଼ର ଚନ୍ଦ୍ରହାସିନୀ ମନ୍ଦିର ଥିବା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଓମ୍ଫେଡ୍ର ଦୁଗ୍ଧ…
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡ୍ନବିସ
ମୁମ୍ବାଇ,୫ା୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ମହାୟୁତିର ଆଶାତୀତ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଭାଜପା ନେତା ଦେବେନ୍ଦ୍ର ଫଡ୍ନବିସ ଗୁରୁବାର ମହାରାଷ୍ଟ୍ରର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇ ତୃତୀୟ ପାଳି କାର୍ଯ୍ୟକାଳ…
୨୦୧୯ରୁ ବଢ଼ିନି ଓଡ଼ିଶା କୃଷକଙ୍କ ଆୟ
ଭୁବନେଶ୍ୱର,୫ା୧୨(ଅନିଲ ଦାସ):କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏନ୍ଏସ୍ଓ ତଥ୍ୟ ଅନୁଯାୟୀ ରାଜ୍ୟରେ ଚାଷୀଙ୍କ ମାସିକ ଆୟ ୫,୧୧୨ ଟଙ୍କା ଥିବା ସୂଚନା ଦେଇଛନ୍ତି। ବାହିନୀପତି ପଚାରିଥିଲେ ଯେ ରାଜ୍ୟରେ କୃଷକ ପରିବାର…
ମେଡିକାଲ କର୍ମଚାରୀଙ୍କୁ ମାଡ଼ ମାରି ଜଣେ ଗିରଫ
ହିଞ୍ଜିଳିକାଟୁ,୪ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଡ଼ପଡ଼ା ଆଉଟ ପୋଷ୍ଟ ଅଧୀନ ଆଡ଼ପଡ଼ା ମେଡିକାଲରେ ମଙ୍ଗଳବାର ଚିକିତ୍ସାରେ ବିଳମ୍ବ ଅଭିଯୋଗ କରି ୨ଯୁବକ ଉତ୍ତ୍ୟକ୍ତ ହୋଇ ମେଡିକାଲ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଥିଲେ। ଏ ସଂକ୍ରାନ୍ତରେ ମେଡିକାଲ କର୍ତ୍ତୃପକ୍ଷଙ୍କ…
ଡିସେମ୍ବର ୨୫ରେ ମିଳିବ ‘ସୁଭଦ୍ରା’ ଟଙ୍କା, ଜାଣନ୍ତୁ ଏଥର କିଏ ପାଇବେ ଆଉ କିଏ ପଡ଼ିବେ ବାଦ୍, ବିସ୍ତୃତ ତଥ୍ୟ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ
ଭୁବନେଶ୍ୱର,୪ା୧୨: ଆସନ୍ତା ୨୫ ତାରିଖରେ ସୁଭଦ୍ରା ଟଙ୍କା ମିଳିବ। ଏନେଇ ବିସ୍ତୃତ ତଥ୍ୟ ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସୁଭଦ୍ରା ଯୋଜନା ଅଧୀନରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ୍ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର…
ପୁଅ-ବୋହୂଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଥିଲେ ନିଆଁ, ବୋହୂଙ୍କ ମୃତ୍ୟୁ ପରେ ବନ୍ଧା ହେଲେ…
ବାରଙ୍ଗ,୪ା୧୨: କଟକ ଜିଲା ବାରଙ୍ଗ ଥାନା ଗୋଡ଼ିସାହିଫାଣ୍ଡି ଅଧିନସ୍ଥ ବାରସିଙ୍ଗା ଗ୍ରାମରେ ପୁଅବୋହୂଙ୍କୁ ପେଟ୍ରୋ ଢାଳି ନିଆଁ ଲଗାଇବା ଘଟଣାର ମୁଖ୍ୟ ଅଭିଯୁକ୍ତ ବାପା ଗୋବର୍ଦ୍ଧନଙ୍କୁ ବୁଧବାର ପୋଲିସ କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ, ନଭେମ୍ବର ୩୦ ତାରିଖ ରାତିରେ ବାରସିଙ୍ଗାଗାଁରେ ଘଟିଥିଲା…
Archives


