Home

ଆର୍ଥିକ ଅନଟନ : ନାତିକୁ ବିକିଲେ ଆଈ

ସୋନପୁର,୧୯ା୭(ନି.ପ୍ର.): ଆର୍ଥିକ ଅନଟନ ଯୋଗୁ ଆଈ ନିଜର ୧ ବର୍ଷର ନାତିକୁ ଝିଅଠାରୁ ଅଲଗା କରି ଅନ୍ୟତ୍ର ବିକ୍ରି କରିବାକୁ ପଛାଇ ନାହାନ୍ତି। ସୁବର୍ଣ୍ଣପୁର ଜିଲା ବିନିକା ଥାନା ବିଶାଲପାଲିରେ ଏଭଳି ଘଟଣା ଘଟିଛି। ଶିଶୁପୁତ୍ର ବିକ୍ରି ହୋଇଥିବା ନେଇ ଶିଶୁର…

ହୋଇପାରିଲା ନାହିଁ ଆସ୍ଥା ଭୋଟ: ରାତିସାରା ବିଧାନସଭାରେ ଶୋଇଲେ ବିଧାୟକ

ବେଙ୍ଗାଲୁରୁ,୧୯।୭: ଗୁରୁବାର ଦିନ ଶେଷ ସୁଦ୍ଧା ଟ୍ରଷ୍ଟ ଭୋଟ ସାରିବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ନିର୍ଦ୍ଦେଶକୁ ବାଚସ୍ପତି କେଆର ରମେଶ କୁମାର ନ ମାନିବା କର୍ନାଟକ ନାଟକକୁ ଆହୁରି ରୋଚକ ସ୍ଥିତିକୁ ନେଇଯାଇଛି। ତାଙ୍କର ଏପରି ନିଷ୍ପତ୍ତି ଫଳରେ ଏଚଡି…

ବିଜ୍ଞାପନ ପ୍ରଦାନ ନେଇ ମନ୍ତ୍ରୀ ରଖିଲେ ତଥ୍ୟ

ଭୁବନେଶ୍ୱର,୧୯ା୭(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ(ବିଶେଷ କରି ୬ ମାସ ପୂର୍ବରୁ) ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ବିଜ୍ଞାପନ ବାବଦରେ ଅର୍ଥ ପ୍ରଦାନ କରାଯାଇଥିଲା। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନ ନଂ-୧୨୪୮ର ଉତ୍ତର ଦେଇ…

ବାପାଙ୍କ ମୃତଦେହ କାନ୍ଧେଇ ଶ୍ମଶାନ ନେଲେ ତିନି ଝିଅ:ସାନ ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି, ୧୯ା୭(ଡି.ଏନ୍‌.ଏ.):ଘରେ କାହାର ମୃତ୍ୟୁ ହେଲେ ପୁରୁଷମାନେ ମୃତଦେହକୁ କୋକେଇରେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନିଅନ୍ତି। ଘରର ପୁଅ ହିଁ ମୁଖାଗ୍ନି ଦିଅନ୍ତି। ଏହା ଆମ ସମାଜରେ ପୁରୁଷ ପୁରୁଷ ଧରି ପ୍ରଚଳିତ ପ୍ରଥା। ଯଦିଓ କେଉଁଠି କେଉଁଠି ଏବେ ଝିଅମାନେ…

କରାଇଦେଲେନି ଆସ୍ଥାଭୋଟ: ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ

ବେଙ୍ଗାଲୁରୁ,୧୯ା୭ :(ପି.ଟି./ଆଇଏଏନ୍‌ଏସ୍‌):ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସଂଖ୍ୟାଲଘୁରେ ପରିଣତ କରି ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି…

୩୭ ବର୍ଷରେ ପାଦ ଦେଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଗୁରୁବାର ୩୭ବର୍ଷରେ ପାଦ ଦେଇଛନ୍ତି। ତାଙ୍କ ଜନ୍ମଦିନରେ ଅନିଲ କପୁର, ବରୁଣ ଧାଓ୍ବନ, ଆଲିଆ ଭଟ୍ଟ, ମାଧୁରୀ ଦୀକ୍ଷିତ ନେନେଙ୍କ ଭଳି ବହୁ ବଲିଉଡ ସେଲିବ୍ରିଟି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ପ୍ରିୟଙ୍କାଙ୍କ ବନ୍ଧୁ…

ଭାଜପାରେ ମିଶିଲେ ଅଳ୍ପେଶ ଠାକୁର

ଗାନ୍ଧୀନଗର,୧୯ା୭ (ପି.ଟି.):ଗୁଜରାଟରେ କଂଗ୍ରେସର ପୂର୍ବତନ ବିଧାୟକ ଅଳ୍ପେଶ ଠାକୁର ଓ ଧବଳସିଂ ଜାଲା ଭାଜପାରେ ସାମିଲ ହୋଇଛନ୍ତି। ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏମାନେ ଗୁଜରାଟ ଭାଜପା ଅଧ୍ୟକ୍ଷ ଜିତୁ ଭଗାନୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ…

ନେପାଳରେ ୫ ବୁଦ୍ଧମୂର୍ତ୍ତି ଭାଙ୍ଗିଦେଲେ

କାଠମାଣ୍ଡୁ, ୧୯ା୭ (ପି.ଟି.): ନେପାଳର ରୁପନ୍‌ଦେହୀ ଜିଲାର ତିିଳୋତ୍ତମା ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଲୁମ୍ବିନୀ ନିକଟରେ ଦୁର୍ବୃତ୍ତମାନେ ୫ଟି ବୁଦ୍ଧମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ବାଲି, ସିମେଣ୍ଟ ଓ ଚୂନପଥରରେ ନିର୍ମିତ ବୁଦ୍ଧଙ୍କ ବସିଥିବା ପ୍ରତିମୂର୍ତ୍ତି ଭାଙ୍ଗିଦିଆଯିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ଭାଜପାରେ ମିଶିଲେ ୧୩ ବଙ୍ଗାଳୀ ଫିଲ୍ମଷ୍ଟାର

ନୂଆଦିଲ୍ଲୀ,୧୯ା୭ (ପି.ଟି.):ବଙ୍ଗାଳୀ ଚଳଚ୍ଚିତ୍ର ଓ ଟେଲିଭିଜନର ୧୩ ଜଣ ଅଭିନେତା ଅଭିନେତ୍ରୀ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ଉପସ୍ଥିତ ଥିଲେ। ପର୍ନୋ ମିତ୍ର, ଋଷି କୌଶିକ୍‌, କାଞ୍ଚନ ମୈତ୍ର,…

ଅନନ୍ତ ବାସୁଦେବ ମନ୍ଦିର ପରିସରରେ ବେଆଇନ ନିର୍ମାଣ : ବିରୋଧ କରିବାରୁ ଏଏସ୍‌ଆଇ କର୍ମଚାରୀଙ୍କୁ ନାଲିଆଖି

ପୁରୁଣା ଭୁବନେଶ୍ୱର,୧୯।୭(ଡି.ଏନ.ଏ.) : ଏକାମ୍ର କ୍ଷେତ୍ରର ବିଭିନ୍ନ ମଠ ମନ୍ଦିର ନିକଟରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ଐତିହ୍ୟ ଅନନ୍ତବାସୁଦେବ ମନ୍ଦିର ମଧ୍ୟ ବେଆଇନ ନିର୍ମାଣ ଓ ଜବରଦଖଲରୁ ବର୍ତ୍ତି ନାହିଁ। ଏଠାରେ ପ୍ରସାଦ ପ୍ରସ୍ତୁତ ହେବା…

କୁଳଭୂଷଣଙ୍କୁ ଧରିଥିବା କ୍ୟାପ୍‌ଟେନ୍‌ଙ୍କୁ ପାକ୍‌ରେ ପ୍ରଶଂସା

ଇସ୍‌ଲାମାବାଦ୍‌,୧୯ା୭ :ପାକିସ୍ତାନର ସାମରିକ ଗୋଇନ୍ଦା ସଂସ୍ଥାର ଜଣେ କ୍ୟାପଟେନ୍‌ଙ୍କୁ ଭିକାରି ବେଶରେ ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ ମୁତୟନ କରାଯାଇଥିଲା। ଗୁପ୍ତଚର ବୃତ୍ତି ଅଭିଯୋଗରେ ପୂର୍ବତନ ନୌସେନା ଅଫିସର କୁଳଭୂଷଣ ଯାଦବଙ୍କୁ ଗିରଫ କରିବାରେ ଭିକାରି ବେଶଧାରୀ କ୍ୟାପଟେନ୍‌ଙ୍କୁ ପାକିସ୍ତାନ ପ୍ରଶଂସା କରିବା…

ଅସରାଏ ବର୍ଷାରେ ସହରାଞ୍ଚଳ ରାସ୍ତାରେ ବନ୍ୟା

କଟକ ରୋଡ,୧୯।୭(ଡି.ଏନ୍‌.ଏ.) :ରାଜଧାନୀରେ ଅସରାଏ ବର୍ଷାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେଉଛି। ସ୍ମାର୍ଟ ସିଟି ଘୋଷଣା ହେବା ସତ୍ତ୍ୱେ କେତେକ ସ୍ଥାନରେ ସୃଷ୍ଟି ହେଉଥିବା ଏଭଳି ପରିସ୍ଥିତି ନିୟନ୍ତ୍ରଣ ହୋଇପାରୁନି। ସହରର ପ୍ରମୁଖ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁବନେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri