Home

ମାୟାବତୀଙ୍କ ଭାଇଙ୍କ ଘରେ ଆୟକର ଚଢ଼ାଉ: ୪ ଶହ କୋଟିର ପ୍ଲଟ୍‌ ସିଲ

ଲକ୍ଷ୍ନୌ,୧୮।୭: ବିଏସ୍‌ପି ଅଧ୍ୟକ୍ଷା ମାୟାବତୀଙ୍କ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହା ଅନ୍ତର୍ଗତ ଉତ୍ତରପ୍ରଦେଶ ନୋଏଡ଼ାଠାରେ ଥିବା ତାଙ୍କର ୪ଶହ କୋଟି ମୂଲ୍ୟର ଏକ ବେନାମୀ ପ୍ଲଟ୍‌କୁ ଆୟକର ଅଧିକାରୀ ସିଲ୍‌ କରିଛନ୍ତି। ମାୟାବତୀଙ୍କ ଭାଇ…

ନଓ୍ବାଜ ଶରିଫ ରହୁଥିବା ଜେଲ୍‌ରେ ରହିବେ ହାଫିଜ୍‌

ଇସ୍‌ଲାମାବାଦ,୧୮।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ସଂସ୍ଥାପକ ହାଫିଜ ସୟିଦଙ୍କୁ ବୁଧବାର ପଞ୍ଜାବ ଅଞ୍ଚଳରୁ ଗିରଫ କରାଯାଇଛି। ପାକିସ୍ତାନର କାଉଣ୍ଟର ଟେରରିଜିମ ଡିପାର୍ଟମେଣ୍ଟ(ସିଟିଡି) ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ହାଫିଜଙ୍କୁ ଗିରଫ କରିଛି।…

ପୂର୍ବଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ : ଜଣଙ୍କୁ ହତ୍ୟା

ଠାକୁରମୁଣ୍ଡା,୧୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତ ନଦା ଗ୍ରାମରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର ନାରାୟଣ ପାତ୍ର ବୋଲି ଜଣାପଡ଼ିଛି। ପ୍ରକାଶ ଯେ,…

ଯୁକ୍ତ ୩ ନାମଲେଖା: ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ଯୁକ୍ତ ୩ ପ୍ରଥମ ବର୍ଷରେ ନାମଲେଖା ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ କଟ୍‌ ମାର୍କ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୧୦ ହଜାର ୪୪୬ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ କଟଅଫ୍‌ ମାର୍କରେ ୧…

ମାଓବାଦୀ ପ୍ରବଣ ଅଞ୍ଚଳରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଥାନା

ସୁକମା,୧୮।୭: ଛତିଶଗଡ଼ ସୁକମାର ମାଓବାଦୀ ପ୍ରବଣ ଅଞ୍ଚଳରେ ଏବେ ଭ୍ରାମ୍ୟମାଣ ଥାନା ଆରମ୍ଭ ହୋଇଛି। ଏଠାକାର ଦୁର୍ଗମ ଅଞ୍ଚଳରେ ବହୁ ଅପରାଧ ଘଟୁଥିଲେ ମଧ୍ୟ ଲୋକେ ମାଓବାଦୀଙ୍କ ଭୟରେ ଏନେଇ ମାମଲା ଦାଏର କରିବାକୁ ଭୟ କରିଥାନ୍ତି। ତେବେ ଏଣିକି ଲୋକମାନଙ୍କୁ…

ଛୋଟାଙ୍କୁ ୩ ଦିନ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୧୮।୭: ଖୋର୍ଦ୍ଧା ଜିଲାର ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କୁ ଗୁରୁବାର, ଶୁକ୍ରବାର ଓ ଶନିବାର ୩ ଦିନ ପାଇଁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ରିମାଣ୍ଡରେ ନେବ। ଏନେଇ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ ଶ୍ରଦ୍ଧାଞ୍ଜଳି ରାୟଙ୍କ କୋର୍ଟରେ ଏସ୍‌ଟିଏଫ୍‌ ୭ ଦିନ…

ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ

ଭୋପାଳ,୧୮।୭: ମଧ୍ୟପ୍ରଦେଶରେ ଜଣେ ଜିଲାପାଳ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସେ ହେଉଛନ୍ତି ଅଭିଷେକ ସିଂ। ସ୍ଥାନୀୟ ସିହାଓ୍ବଲ ଅଞ୍ଚଳରେ ଥିବା ଏକ ସରକାରୀ ହସ୍ପିଟାଲକୁ ଡାଏରିଆ ଲୋପ ଅଭିଯାନ ଅନ୍ତର୍ଗତ ବହୁ ଶିଶୁ ଆସିଥିଲେ। ସେମାଙ୍କମଧ୍ୟରୁ ଅଧିକାଂଶଙ୍କଠାରେ…

ଚନ୍ଦ୍ରୟାନ-୨ର ପରୀକ୍ଷଣ ପାଇଁ ଧାର୍ଯ୍ୟ ହେଲା ତାରିଖ

ଶ୍ରୀହରିକୋଟା,୧୮।୭: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ଜୁଲାଇ ୧୫ରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଶେଷ ମୂହୁର୍ତ୍ତରେ ଯାନ୍ତ୍ରୀକ ତ୍ରୁଟି ଦର୍ଶାଇ ଏହାକୁ ସ୍ଥଗିତ ରଖାଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା…

କୁଳଭୂଷଣଙ୍କ ପାଇଁ ଭାରତ ଖର୍ଚ୍ଚ କଲା ମାତ୍ର ଏକ ଟଙ୍କା, ପାକିସ୍ତାନର ଖର୍ଚ୍ଚ ୨୦ କୋଟି

ହେଗ,୧୮ା୭: ଅନ୍ତର୍ଜାତୀୟ ଅଦାଲତ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରୋଫାଇଲ ମାମଲା ପାଇଁ ଭାରତ ମାତ୍ର ଏକ ଟଙ୍କା ଖର୍ଚ୍ଚ କରିଥିଲାବେଳେ, ପାକିସ୍ତାନ ୨୦ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଜଣାପଡିଛି।…

ଆନିମେସନ୍‌ ଷ୍ଟୁଡ଼ିଓରେ ଅଗ୍ନିକାଣ୍ଡ

ଟୋକିଓ,୧୮।୭: ଜାପାନର ଏକ ଆନିମେସନ୍‌ ଷ୍ଟୁଡ଼ିଓରେ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି। ସ୍ଥାନୀୟ କୟୋଟାଠାରେ ଥିବା ୩ ମହଲା ଏହି ଷ୍ଟୁଡ଼ିଓରେ ଏକ ଟିଭି ବିଜ୍ଞାପନର ଶୁଟିଂ…

ଅନାହାର ପୀଡ଼ିତଙ୍କୁ ମାରିବା ପାଇଁ ‘ଡେଥ୍‌ ସ୍କ୍ବାଡ୍‌’ ଗଠିତ

କାରାକସ,୧୮।୭: ଭେନେଜୁଏଲାର ଖାଦ୍ୟ ସଙ୍କଟ ପରିସ୍ଥିତି ବିଷୟରେ ବିଶ୍ୱବାସୀଙ୍କ ଅଳ୍ପବହୁତେ ଜ୍ଞାନ ରହିଛି। ଏଠାରେ ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ଖାଦ୍ୟର ଘୋର ଅଭାବ ଫଳରେ ଲୋକେ ଅନାହାରରେ ମରିବା ସହ ଦେଶ ଛାଡି ଅନ୍ୟତ୍ର ଚାଲି…

ବନ୍ୟା ବିଭୀଷିକାର ଭୟଙ୍କର ରୂପ: ଭାସିଯାଇଥିବା ଏକ ଶିଶୁର କରୁଣ ଚିତ୍ର

ନୂଆଦିଲ୍ଲୀ,୧୮ା୭: ପ୍ରବଳ ବର୍ଷା ଯୋଗୁ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। କେବଳ ବିହାରରେ ୪୪ଜଣ ମୃତ୍ୟୁବରଣ କରିଥିବାବେଳେ ୭୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୁଜାଫରପୁରର ଶିବାୟପଟ୍ଟୀ ଥାନା ଅନ୍ତର୍ଗତ ଶିତଲପଟ୍ଟୀ ଗ୍ରାମରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri