୧୦ଟି କଥା

ଆଜିକାଲିର ବ୍ୟସ୍ତମୟ ଜୀବନରେ ଟେନ୍‌ସନର ବଶବର୍ତ୍ତୀ
ହେବା ନୂଆ କଥା ନୁହେଁ । ଏଥିଯୋଗୁ ଅନେକଙ୍କର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ। ତେବେ ଏହି ସମୟରେ ନିମ୍ନୋକ୍ତ
୧୦ଟି କଥାକୁ ଧ୍ୟାନ ଦେଇପାରନ୍ତି…

-ବ୍ୟାୟାମକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରନ୍ତୁ। ଏହାଦ୍ୱାରା ଟେନ୍‌ସନ ଅନେକାଂଶରେ ଦୂର ହୋଇଥାଏ।
-ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଅଧିକ ମସଲାଯୁକ୍ତ ଖାଦ୍ୟ ଯେତେ ନ ଖାଇବେ ସେତେ ଭଲ। ଏହା ସହ ପ୍ରତିଦିନ ଅତିକମ୍‌ରେ ୬-୭ ଘଣ୍ଟା ଶୁଅନ୍ତୁ।
-ପ୍ରତିଦିନ କିଛି ସମୟ ଯୋଗ, ପ୍ରାଣାୟାମ ପାଇଁ ବାହାର କରନ୍ତୁ। ଏହା ଆପଣଙ୍କୁ ଅନେକାଂଶରେ ମାନସିକ ଶାନ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ।
-କ’ଣ ପାଇଁ ସବୁବେଳେ ଟେନ୍‌ସନର ବଶବର୍ତ୍ତୀ ହେଉଛନ୍ତି ତାହାର କାରଣ ଖୋଜି ବାହାର କରନ୍ତୁ। ଯେତେ ସମ୍ଭବ ଏହାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।
-ଯଦି ଅଧିକାଂଶ ସମୟ ଚାପର ବଶବର୍ତ୍ତୀ ହେଉଛନ୍ତି ତେବେ ଯେତେ ସମ୍ଭବ ନିଜର ମାନସିକତାକୁ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ।
-ନିଜ ସାମର୍ଥ୍ୟ ଅନୁସାରେ ହିଁ କାମ କରନ୍ତୁ। ନିଜେ ତୁଲାଇପାରୁ ନ ଥିବା କାମକୁ ଆପଣେଇ ଟେନ୍‌ସନକୁ ଡାକି ଆଣନ୍ତୁ ନାହିଁ।
-ଟେନ୍‌ସନକୁ ନେଇ ଅଧିକ ଟେନ୍‌ସନ ହୁଅନ୍ତୁ ନାହିଁ। ସବୁବେଳେ ଏହାଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।
-ଯଦି ଅଧିକାଂଶ ସମୟ ଟେନ୍‌ସନରେ ରହୁଛନ୍ତି ତେବେ କିଛି ସମୟ ଶାନ୍ତ ପରିବେଶରେ ନିଜକୁ ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବା ଯଥେଷ୍ଟ ସମ୍ଭାବନା ରହିଛି।
-ସବୁବେଳେ ନିଜକୁ ଟେନ୍‌ସନ ଫ୍ରି ରଖିବାକୁ ଏକ ରୁଟିନ୍‌ ଲାଇଫ ଖସଡ଼ା ପ୍ରସ୍ତୁତ କରନ୍ତୁ।
-ଟେନ୍‌ସନକୁ ନେଇ ଯଦି ଅଧିକ ଚିନ୍ତାଗ୍ରସ୍ତ ରହୁଛନ୍ତି ତେବେ ବିଳମ୍ବ ନ କରି ଅଭିଜ୍ଞ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ, ଯିଏ କି ଆପଣଙ୍କୁ ଏଥିରୁ ମୁକୁଳିବା ଲାଗି ସହଜ ବାଟ ବତାଇଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri