ଶିଶୁ ଓ ନାବାଳିକା ଅସୁରକ୍ଷିତ : ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ ୭୧ଟି ନାବାଳିକା ବଳାତ୍କାର ମାମଲା ରୁଜୁ
ଭଦ୍ରକ ଅଫିସ, ୫।୮ : ଭଦ୍ରକ ଜିଲାରେ ଦିନକୁ ଦିନ ବାଳ ଅପରାଧ ଘଟଣା ବଢ଼ିଚାଲିଛି। ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ ୭୧ଟି ନାବାଳିକା ବଳାତ୍କାର ମାମଲା ରୁଜୁ ହୋଇଛି। ଶିଶୁଙ୍କୁ ସୁରକ୍ଷା ଦେବା ଲାଗି କଡ଼ା…
ରୋହିତଙ୍କ ଛକା ରେକର୍ଡ
ଲଡରହିଲ, ୫ା୮- ଏକ ଚୌକା ସହ ଭାରତ ଇନିଂସ ଆରମ୍ଭ କରିଥିବା ରୋହିତ ଶର୍ମା ସମ୍ପୂର୍ଣ୍ଣ ଷ୍ଟାଇଲରେ ଇନିଂସ ଆରମ୍ଭ କରିଥିଲେ। ଏହି ମ୍ୟାଚ୍ରେ କ୍ୟାରିୟରର ୧୭ତମ ଟି୨୦ ଅର୍ଦ୍ଧଶତକ ହାସଲ କରିବା ଅବସରରେ ସେ ଟି୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା…
ଖୁଣ୍ଟା ବ୍ଲକରେ ବର୍ଷାଭାବ : ଚାଷ କାମ ବିଳମ୍ବ, ଚିନ୍ତାରେ ଚାଷୀ
ଖୁଣ୍ଟା ,୫ା୮(ଡି.ଏନ୍.ଏ.): କେବଳ ବର୍ଷା ପାଣି ଉପରେ ନିର୍ଭର କରି ଖରିଫ ଋତୁରେ ଧାନ ଚାଷ କରି ଆସୁଥିବା ଖୁଣ୍ଟା ବ୍ଲକର ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଶ୍ରାବଣ ମାସର ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ବର୍ଷାର…
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକ
ବାରିପଦା ଅଫିସ,୫ା୮: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଡ.ପ୍ରଦୀପ କୁମାର ଚାନ୍ଦ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟତଃ ପି.ଜି. ପାଇଁ ନୂତନ ପାଠ୍ୟକ୍ରମ ପ୍ରସ୍ତୁତି, ପି.ଜି. ବୋର୍ଡ…
ବସ୍ରୁ ଓହ୍ଲାଇବା ବେଳେ ଯାତ୍ରୀଙ୍କ ମୃତ୍ୟୁ
ରାଇରଙ୍ଗପୁର,୫ା୮(ଡି.ଏନ୍.ଏ.): ରାଇରଙ୍ଗପୁର ଟାଉନ ଥାନା ବଡ଼ବଜାର ନିକଟସ୍ଥ ବସଷ୍ଟାଣ୍ଡରେ ସକାଳ ୫ଟା ବେଳେ ରାଉରକେଲାରୁ ବାରିପଦା ଯାଉଥିବା ଏକ ଘରୋଇ ବସ୍ରୁ ଓହ୍ଲାଇଥିବା ଜଣେ ଯାତ୍ରୀ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର…
ଅଟୋ ସେକ୍ଟରରେ ଚାକିରି ହରାଇଲେ ୨ଲକ୍ଷ
ନୂଆଦିଲ୍ଲୀ,୫-୮: ଦେଶରେ ମାନ୍ଦାବସ୍ଥା ମାଡି ଆସୁଛି। ଏହାର ସବୁଠୁ ବେଶି ପ୍ରଭାବ ଅଟୋ ସେକ୍ଟର ଉପରେ ପଡିଛି। କାର୍, ବାଇକ ବିକ୍ରି ହ୍ରାସ ପାଇବା କାରଣରୁ ସାରା ଦେଶରେ ଅଟୋ ଡିଲର ନିଜର କର୍ମଚାରୀ ସଂଖ୍ୟା କମାଇବାରେ ଲାଗିପଡିଛନ୍ତି। ଉଦ୍ୟୋଗ ସଂଗଠନ…
କମ୍ ଇନିଂସରେ ୨୫ ଟେଷ୍ଟ ଶତକ
୬୮: ଡନ୍ ବ୍ରାଡ୍ମ୍ୟାନ ୧୧୯: ଷ୍ଟିଭ୍ ସ୍ମିଥ ୧୨୭: ବିରାଟ କୋହଲି ୧୩୦: ସଚିନ ତେନ୍ଦୁଲକର ୧୩୮: ସୁନୀଲ ଗାଭାସ୍କର ୧୩୯: ମାଥ୍ୟୁ ହେଡେନ ୧୪୭: ଗ୍ୟାରୀ ସୋବର୍ସ
ଆଉ ଛପା ହେବନି ୧୦୦୦ ଟଙ୍କିଆ ନୋଟ୍; ରଦ୍ଦ ହେଲା ଆଇନ
ନୂଆଦିଲ୍ଲୀ,୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)କୁ ୧ହଜାର ଟଙ୍କିଆ ନୋଟ୍ ଛାପିବା ପାଇଁ ଅନୁମତି ଦେଉଥିବା ୧୯୯୮ର ଉଚ୍ଚ ମୂଲ୍ୟର ସଂଶୋଧିତ ଆଇନକୁ ପାର୍ଲାମେଣ୍ଟ ରଦ୍ଦ କରିଦେଇଛି। ଅର୍ଥନୀତିରେ ନଗଦ ସଙ୍କଟ ଦୂର କରିବା ଲାଗି ସେତେବେଳେ କେନ୍ଦ୍ର ସରକାର ଏହି ଆଇନ…
ବାରିପଦାରେ ମଦମୃତ୍ୟୁ : ରାସ୍ତାକଡ଼ରୁ ୨ ମୃତଦେହ ଉଦ୍ଧାର
ବାରିପଦା ଅଫିସ,୫ା୮- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଓ ସଦର ଥାନା ଅଞ୍ଚଳରେ ମଦ୍ୟପାନ ଯୋଗୁଁ ଗୋଟିଏ ଦିନରେ ୨ ଜଣଙ୍କର ମୃତ୍ୟୁ ଘଟଛି। ବାରିପଦା ସହର କେସି ସର୍କିଲ ନିକଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାରିପଦା…
‘ମଣ୍ଡାପିଠାର ମଜା’ ବାଟ ଦେଖାଇଲା
ସିମୁଳିଆ, ୫ା୮(ସନ୍ତୋଷ କୁମାର ନାୟକ): ଗାଁ ମାଟିର ବାସ୍ନା, ପାଣି ପବନର ଆକର୍ଷଣ ତାଙ୍କ ଜୀବନକୁ ପରିଷ୍ୃଷ୍ଟ କରିଛି। ଗ୍ରାମୀଣ ପରିବେଶରେ ଶିକ୍ଷାଲାଭ, ଶିକ୍ଷକ ଓ ପରିବାରର ପ୍ରେରଣା ତାଙ୍କୁ ବାଟ ଦେଖାଇଛି। ଚାକିରି ଜୀବନରେ ଗାଁ ଲୋକଙ୍କ ସହ ସମ୍ପର୍କ…
ଚାନ୍ଦିପୁଟ ପଞ୍ଚାୟତ ବୁରନାଳ; ବିପଦପୂର୍ଣ୍ଣ ପୋଲରେ ହେଉଛି ଯାତାୟାତ
ଚନ୍ଦ୍ରଗିରି,୫ା୮(ଡି.ଏନ.ଏ.)-କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବର୍ତ୍ତମାନ ମଧ୍ୟ ନଦୀ/ନାଳ ଉପରେ ପୋଲଟିଏ ନ ଥିବାରୁ ଲୋକେ କାଠପୋଲରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି…
ବ୍ୟାପୁଛି ଝାଡ଼ାବାନ୍ତି :ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଗୁରୁତର
ସଜନାଗଡ/ବାହାନଗା, ୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ବାଇଗଡ଼ିଆ ଗ୍ରାମରେ ଜଣଙ୍କ ଶୁଦ୍ଧିକ୍ରିୟା ଭୋଜି ଖାଇ ୧୫ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି। ଏନେଇ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ…
Archives


