Home

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ସ୍ଥାନୀୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। କଳାହାଣ୍ଡିରୁ ଯାତ୍ରୀ ନେଇ ଭୁବନେଶ୍ୱର ଆସିଥିବା ‘ଚକାଡ଼ୋଳା’ ବସ୍‌ରେ ବୁଧବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି…

ରେଲଓ୍ବେ ଷ୍ଟେଶନରେ କଦଳୀ ବିକ୍ରି ଉପରେ ଲାଗିଲା କଟକଣା

ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ଲକ୍ଷ୍ନୌ ରେଲଓ୍ବେ ଷ୍ଟେଶନରେ କଦଳୀ ବିକ୍ରି ଉପରେ ଲାଗିଲା କଟକଣା। ଷ୍ଟେଶନରେ ସଫାସୁତୁରା ଉପରେ ଗୁରୁତ୍ୱ ଦେଇ ରେଲଓ୍ବେ ଅଧିକାରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। କାରଣ ଷ୍ଟେଶନ ଉପରେ ବିକ୍ରି ହେଉଥିବା କଦଳୀ ଖାଇ ତାର ଚୋପାକୁ ଲୋକମାନେ…

ଟାଇମ୍‌ ମାଗାଜିନ୍‌ ତାଲିକାରେ ସାମିଲ ହେଲା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ନୁଆଦିଲ୍ଲୀ,୨୮।୮: ସାଧାରଣତଃ ଭାରତର ପର୍ଯ୍ୟଟନସ୍ଥଳୀଗୁଡ଼ିକ ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ନିକଟରେ ଗୁଜରାଟରେ ତିଆରି ହୋଇଥିବା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ମଧ୍ୟ ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଛି। ଏହି କ୍ରମରେ ବିଶ୍ୱର ପ୍ରତିଷ୍ଠିତ ଟାଇମ୍‌ ମାଗାଜିନ୍‌ ପକ୍ଷରୁ ‘ବିଶ୍ୱର ପ୍ରମୁଖ…

ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଛୋଟ ପିଲାଙ୍କୁ ଦିଆଯାଉଛିି ନୈତିକ ମୂଲ୍ୟବୋଧ ଶିକ୍ଷା

ଭୋପାଳ,୨୮।୮: ମଧ୍ୟପ୍ରଦେଶ କୋଲାରଠାରେ ଥିବା ଆପନା ଘର ବୃଦ୍ଧାଶ୍ରମରେ ପ୍ରତି ଗୁରୁବାର ଏଠାରେ ରହୁଥିବା ବୃଦ୍ଧାବୃଦ୍ଧଙ୍କ ପକ୍ଷରୁ ନୈତିକ ମୂଲ୍ୟବୋଧ ଶିକ୍ଷାଦାନ କରାଯାଉଛି। ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏପରି କରାଯାଉଛି। ଏଠାକୁ ୫ରୁ ୧୬ ବର୍ଷ…

ବିଶ୍ୱରେ ସବୁଠୁ ଅଧିକ ଟଙ୍କା କମାଉଛନ୍ତି ଏହି ସିଙ୍ଗର୍‌

ଆମେରିକାର ପପ୍‌ ଗାୟିକା ଟେଲର୍‌ ସୁଇଫ୍ଟ ବିଶ୍ୱର ସବୁଠାରୁ ଧନୀ ସିଙ୍ଗର୍‌ ହେବାର ସୌଭାଗ୍ୟଲାଭ କରିଛନ୍ତି। ତାଙ୍କର ପ୍ରତିଦିନ ଆୟ ପାଖାପାଖି ୩.୬୨ କୋଟି ଟଙ୍କା ଏବଂ ବାର୍ଷିକ ୧୩୨୨ କୋଟି ଆୟ କରନ୍ତି। ଫୋବର୍ସ ପକ୍ଷରୁ ଜାରି ଏକ ରିପୋର୍ଟରେ…

ଏହି ବିଦେଶୀ କ୍ରିକେଟର ଶେୟାର କଲେ ଆଲିଆ ଭଟ୍ଟଙ୍କ ଫଟୋ

ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ହର୍ଶେଲ ଗିବ୍ସ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏକ ଆନିମେଟେଡ୍‌ ଫଟୋ ନିଜ ଟୁଇଟରରେ ଶେୟାର କରି ଟ୍ରୋଲ୍‌ ହୋଇଛନ୍ତି। ଗିବ୍ସଙ୍କ ଏକ ଟୁଇଟକୁ ଜଣେ ୟୁଜର୍ସ ଲାଇକ୍‌ କରିଥିଲେ। ସେ ଖୁସି ହୋଇ ଆଲିଆଙ୍କ…

ପରୀକ୍ଷା ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢ଼ିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଏଣିକି ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଓ ପ୍ରଶ୍ନପତ୍ର ସେଟ୍‌ ବଢ଼ିବ। ସେହିଭଳି ମୂଲ୍ୟାୟନକାରୀଙ୍କ ପାଉଣା ମଧ୍ୟ ବଢ଼ାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ବୁଧବାର ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ…

ଦବିଲା କାଠଯୋଡି ବ୍ରିଜ୍‌

କଟକ ଅଫିସ, ୨୮।୮: କଟକ ଗୋପାଳପୁର-ଲିଙ୍କରୋଡ କାଠଯୋଡି ବ୍ରିଜ୍‌ ବୁଧବାର ମଧ୍ୟାହ୍ନରେ ଦବିଯାଇଛି। ବ୍ରିଜ୍‌ ଆରମ୍ଭରୁ ସାମାନ୍ୟ ଦବିଯାଇଛି। ଫଳରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ଦବିଥିବା ବ୍ରିଜ୍‌ ରାସ୍ତାକଡ଼କୁ ପୋଲିସ କର୍ଡନ କରିଥିବା ସୂଚନା ମିଳିଛି।

ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ହେଲେ ଶାଲିଜା ଧାମି

ନୂଆଦିଲ୍ଲୀ,୨୮।୮: ଭାରତୀୟ ବାୟୁସେନାର ଫ୍ଲାଇଟ୍‌ ୟୁନିଟ୍‌ର ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ଭାବେ ଓ୍ବିଙ୍ଗ୍‌ କମାଣ୍ଡର ଶାଲିଜା ଧାମି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶାଲିଜା ଲୁଧିଆନାର ବାସିନ୍ଦା। ସେ ହିନଡନ୍‌ ଏୟାରବେସ୍‌ର ଚେତକ ହେଲିକପ୍ଟର ୟୁନିଟ୍‌ର ଫ୍ଲାଇଟ୍‌ କମାଣ୍ଡର ଭାବେ କାର୍ଯ୍ୟ…

୮ ଦଫା ଦାବିରେ କେନ୍ଦୁଝର ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଆନ୍ଦୋଳନ

କେନ୍ଦୁଝର,୨୮।୮(ସ୍ବ.ପ୍ର.): ବିଭିନ୍ନ ସମସ୍ୟାର ସମାଧାନ ସହ ୮ ଦଫା ଦାବିରେ କେନ୍ଦୁଝର ଜିଲା ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ ଏହାର କର୍ମଚାରୀମାନେ ବୁଧବାର ଆନ୍ଦୋଳନରେ ବସିଛନ୍ତି। ବେତନର ଅସମାନତା ଦୂର ପାଇଁ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା, ସବୁ ଶ୍ରେଣୀର କର୍ମଚାରୀଙ୍କ ନିଯୁକ୍ତି…

ଭାରତକୁ ଯୁଦ୍ଧରେ ପରାସ୍ତ କରିପାରିବନି ପାକିସ୍ତାନ: ଦଲାଇଲାମା

ମନାଲି,୨୮।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନରେ ନିଆଁ ଜଳୁଛି। ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଖେଳାଳିମାନେ କେତେବେଳେ କ’ଣ କହୁଛନ୍ତି ତାହା ବୁଝାପଡୁନାହିଁ। ନିକଟରେ ଭାରତ ସହ ଯୁଦ୍ଧ କରିବାକୁ ଧମକ ଦେଇଥିଲା ପାକିସ୍ତାନ। ଏନେଇ ତିବ୍ଦତୀୟ ଧର୍ମଗୁରୁ…

ଆଇପିସି ଏବଂ ସିଆର୍‌ପିସିରେ ଅଣାଯିବ ପରିବର୍ତ୍ତନ; ଗଠନ ହେବ ନ୍ୟାସନାଲ୍‌ ମୋଡୁସ୍‌ ଆପରେଣ୍ଡି ବ୍ୟୁରୋ: ଅମିତ ଶାହ

ନୂଆଦିଲ୍ଲୀ,୨୮।୮: ଦେଶରେ ପ୍ରଚଳିତ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି) ଏବଂ ଆପରାଧୀକ ପ୍ରଣାଳୀ କୋଡ୍‌(ସିଆର୍‌ପିସି)ରେ କେତେକ ପରିବର୍ତ୍ତନ କରାଯିବ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଦିଲ୍ଲୀ ସ୍ଥିତି ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌ର ୪୯ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?