Home

ବିଶ୍ୱର ସବୁଠୁ ମହଙ୍ଗା ଆଳୁ ଚିପ୍ସ, ୪ ହଜାର ଟଙ୍କାରେ ମିଳୁଛି ମାତ୍ର ୫ ପିସ୍‌

ଭାରତରେ ଆଳୁ ଚିପ୍ସ ପ୍ୟାକେଟ୍‌ ଅତିକମରେ ୧୦ କି ୧୫ ଟଙ୍କାରେ ମିଳିଯାଉଛି। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ୪ ହଜାର ଟଙ୍କା ଦେଲେ ମାତ୍ର ୫ ପିସ୍‌ ଆଳୁ ଚିପ୍ସ ମିଳୁଛି। ସ୍ବିଡେନର ଏକ କମ୍ପାନୀ…

ପୋଲିସ ଏଆଇଜି ହେଲେ ସୁଶୀଲ ମିଶ୍ର

ଭବାନୀପାଟଣା,୧୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସୁଶୀଲ ମିଶ୍ରଙ୍କୁ କଟକ ମୁଖ୍ୟାଳୟରେ ପୋଲିସ ଏଆଇଜି ଭାବରେ ମଙ୍ଗଳବାର ପଦୋନ୍ନତି ମିଳିଛି। ଗୃହ ବିଭାଗର ଚିଠି ନଂ. ୩୫୪୪୩/୮/୮/୨୦୧୯ରୁ ଏହା ଜଣାପଡିଛି। ତେବେ ପୂର୍ବରୁ ସୁଶୀଲ ଭୁବନେଶ୍ୱର ପୋଲିସ କମ୍ପ୍ୟୁଟର ବିଭାଗ ଏସ୍‌ପି…

ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା କାଳିଆ ଯାଞ୍ଚ ଅବଧି

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ଅବଧି ବୃଦ୍ଧି ପାଇଛି। ବୁଧବାର ଏହି ଯାଞ୍ଚର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କାଳିଆ ଯୋଜନାର ସମୀକ୍ଷା ପରେ…

ଦିଲ୍ଲୀ ଗୁରୁଦ୍ୱାରରେ ପ୍ରସାଦ ବଦଳରେ ବଣ୍ଟାଯିବ ଚାରା

ନୂଆଦିଲ୍ଲୀ, ୧୩।୮:ଦିଲ୍ଲୀରେ ଥିବା ଗୁରୁଦ୍ୱାରରେ ଭକ୍ତଙ୍କୁ ପ୍ରସାଦ ବଦଳରେ ଚାରା ବଣ୍ଟାଯିବ। ଗୁରୁଦ୍ୱାରା କମିଟି ପକ୍ଷରୁ ସ୍କୁଲ ଏବଂ କଲେଜ୍‌ ଛାତ୍ରୀଛାତ୍ରଙ୍କୁ ଚାରା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଫଳରେ ସେମାନେ ଚାରା ଲଗାଇବା ସହ ତାହାର ଧ୍ୟାନ ବି ରଖିପାରିବେ।…

ରାଜସ୍ଥାନ ରାଜ୍ୟ ସଭା ଉପ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ମନମୋହନ

ଜୟପୁର,୧୩।୮: ରାଜସ୍ଥାନ ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ ଉପସ୍ଥିତ ଥିଲେ। ଭାଜପାର ମଦନ ଳାଲ୍‌…

ଭବାନୀଶଙ୍କରଙ୍କୁ ଲକ୍ଷେ ବେଲପତ୍ର ଲାଗି: ବଡ଼ସିଂହାର ବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଭବାନୀପାଟଣା,୧୩।୮(ଡି.ଏନ୍‌.ଏ.): ଶ୍ରାବଣ ମାସର ଶେଷ ସୋମବାର ଉପଲକ୍ଷେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଭବାନୀଶଙ୍କର ମହାଦେବଙ୍କ ନିକଟରେ ଏକ ଲକ୍ଷ ବେଲପତ୍ର ଲାଗି କରାଯାଇଛି। ରବିବାର ପ୍ରାୟ ୮୦ ଶ୍ରଦ୍ଧାଳୁ ଭବାନୀପାଟଣାଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଗୁଣ୍ଡି ଡଙ୍ଗରକୁ ଯାଇ…

ସୋନିଆଙ୍କ ଏକ ବ୍ୟକ୍ତି ଏକ ପଦବୀ ରଣନୀତି: ବରିଷ୍ଠ ନେତାଙ୍କ ପଦବୀ ଯିବା ସମ୍ଭାବନା

ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷା ଭାବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡୋର ଧରିଛନ୍ତି। ସେ ଦଳର ସାଂଗଠନିକ କ୍ଷେତ୍ରରେ କେତେକ ପରିବର୍ତ୍ତନ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଣିକି ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବୀରେ ଅବସ୍ଥାପିତ ହେବେ। ଏକାଧିକ…

ଆତଙ୍କବାଦୀ ଆକ୍ରମଣ ଅପରେଶନ୍‌ ‘ଗ୍ରୀନ୍‌ ବାର୍ଡ’ର ପର୍ଦ୍ଦାଫାଶ୍‌: ରାଜଧାନୀ ଏକ୍ସପ୍ରେସ୍‌ରେ ଆଇଇଡି ବିସ୍ଫୋରଣ ପାଇଁ ଆଇଏସ୍‌ଆଇ ରଚିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୩।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ରଚାଯାଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଏହାକୁ ଅପରେଶନ ଗ୍ରୀନ୍‌ ବାର୍ଡ ଭାବେ ନାମିତ କରାଯାଇଥିଲା। ଏଥିରେ ବ୍ୟବହୃତ କୋଡ୍‌ର ଡି-କୋଡ୍‌ କରାଯିବା ପରେ ଜଣାପଡ଼ିଛି ଯେ, ଦକ୍ଷିଣ…

ମୋଦିଙ୍କୁ ପଛରେ ପକାଇଲେ ସନ୍ନି ଲିଓନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ। ଅଗଷ୍ଟ ପ୍ରଥମ ସପ୍ତାହରେ ଗୁଗୁଲ ସର୍ଚ୍ଚରେ ସନ୍ନି ମୋଦି ଶାହରୁଖ ଖାନ୍‌, ସଲମାନ ଖାନଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ଗୁଗୁଲ ଆନାଲିଟିକାଲ୍‌ ସର୍ଭେ ଅନୁଯାୟୀ, ଭିଡିଓ ଏବଂ ବାୟୋପିକ୍‌ ସିରିଜ୍‌…

ବଢ଼ୁଛି ହୀରାକୁଦ ଜଳସ୍ତର, ବୁଧବାର ନିଷ୍କାସନ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ୨ ଦିନ ଧରି ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ହୀରାକୁଦ ଡ୍ୟାମ୍‌କୁ ବନ୍ୟା ଜଳ ଅଧିକ ମାତ୍ରାରେ ପ୍ରବେଶ କରୁଛି। ତେଣୁ ବୁଧବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ହୀରାକୁଦ ଜଳଭଣ୍ଡାରର…

ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣିକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୩।୮: ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା। ଏଥି ପାଇଁ ସରକାରଙ୍କୁ ସମୟ ଦିଆଯିବାର ଆବଶ୍ୟକତା ରହିଥିବା ସର୍ବୋଚ୍ଚ ନ୍ୟାୟାଳୟ ସୂଚନା ଦେଇଛନ୍ତି। ଏହାସହିତ…

ଧୋଇଗଲା ବାଟାଗୁଡ଼ା ଅସ୍ଥାୟୀ ପୋଲ

କୋଟଗଡ଼, ୧୩।୮ (ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ବାଟାଗୁଡ଼ା ଅସ୍ଥାୟୀ ପୋଲ ଲଗାଣ ବର୍ଷାରେ ମଙ୍ଗଳବାର ପୁଣିଥରେ ଧୋଇଯାଇଛି। ଫଳରେ ଗାଡ଼ିମୋଟର ଯିବାଆସିବା ଠପ୍‌ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଦୁଇ ଦିନ ହେବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri