ବନ୍ୟାରେ ୯ ଜିଲାର ୧ଲକ୍ଷ ୩୦ ହଜାର ପ୍ରଭାବିତ
ଭୁବନେଶ୍ୱର,୯।୮(ବ୍ୟୁରୋ) : ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ୯ଟି ଜିଲା ସର୍ବାଧିକ କ୍ଷତିଗସ୍ତ ହୋଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଗଜପତି, ମାଲାକାନାଗିରି, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଜିଲା ବନ୍ୟାରେ ପ୍ରଭାବିତ ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ…
୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ୍
ନୂଆଦିଲ୍ଲୀ, ୯।୮: ୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀ ପହଞ୍ଚିଛି ସମଝୌତା ଏକ୍ସପ୍ରେସ୍। ଗୁରୁବାର ପାକିସ୍ତାନ ଟ୍ରେନକୁ ଅଟାରି ରେଳ ଷ୍ଟେଶନରେ ଛାଡି ପାକିସ୍ତାନ ଡ୍ରାଇଭର ଏବଂ କର୍ମଚାରୀ ପାକିସ୍ତାନ ପଳାଇଥିଲେ। ବିଳମ୍ବିତ ରାତି ୧.୩୦ରେ ଭାରତୀୟ ଡ୍ରାଇଭର୍…
୧୦ରେ ଓଡ଼ିଶା ଆସିବେ ଶିବରାଜ ସିଂହ ଚୌହ୍ବାନ
ଭୁବନେଶ୍ୱର,୯।୮(ବ୍ୟୁରୋ): ଭାଜପାର ସଦସ୍ୟତା ଅଭିଯାନ ଗତ ଜୁଲାଇ ୬ରୁ ଦେଶ ସମେତ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି। ଏହି ସଦସ୍ୟତା ଅଭିଯାନର ସମୀକ୍ଷା କରିବା ସହ ଓଡ଼ିଶାରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବା ପାଇଁ ଅଗଷ୍ଟ ୧୦ରେ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ…
ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ : ଆଜି ଆଇନଜୀବୀଙ୍କ ଆନ୍ଦୋଳନ
କଟକ ଅଫିସ, ୯।୮ : ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ଉଚ୍ଛେଦ ନେଇ ଶୁକ୍ରବାର ଆଇନଜୀବୀମାନେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଗୋଟିଏ ଦିନ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଆନ୍ଦୋଳନର ସମୟକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ୟାଟ୍ ବାର…
ପ୍ରଶାସନିକସ୍ତରରେ ଅଦଳବଦଳ : ଡେପୁଟେଶନରେ ଗଲେ ଗିରୀଶ, ମୀନାଙ୍କୁ ଜିଏର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର,୯।୮(ବ୍ୟୁରୋ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସ୍ବତନ୍ତ୍ର ସଚିବ ଏସ୍.ଏନ୍. ଗିରୀଶ କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି। ଗିରୀଶ ବାଙ୍ଗାଲୋରସ୍ଥିତ ଷ୍ଟାଫ୍ ସିଲେକ୍ସନ କମିଶନର ପ୍ରାନ୍ତୀୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ।…
ଜମ୍ମୁ-କଶ୍ମୀରରେ ଆଜି ଖୋଲିବ ସ୍କୁଲ
ଶ୍ରୀନଗର,୯।୮:ସମ୍ବିଧାନ ଅନୁଚ୍ଛେଦ ୩୭୦କୁ ବିଦାୟ ଦେଇ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶୁକ୍ରବାର ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବାକୁ ଥିବାବେଳେ ଏହାକୁ ନେଇ ଦଙ୍ଗା ହଜାର ହଜାର…
ସୁଧୁରୁଛି ବନ୍ୟା ପରିସ୍ଥିତି :ଆଜି କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା
ଭୁବନେଶ୍ୱର,୯।୮(ବ୍ୟୁରୋ) : ଧୀରେ ଧୀରେ ରାଜ୍ୟରେ ସୁଧୁରୁଛି ବନ୍ୟା ପରିସ୍ଥିତି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଦୁର୍ବଳ ହୋଇ ଛତିଶଗଡ଼ ଆଡ଼କୁ ମୁହାଁଇଛି। ଏହାର ପ୍ରଭାବରେ ଗୁରୁବାର ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା…
ପ୍ରଣବ, ନାନାଜୀ, ଭୂପେନଙ୍କୁ ଭାରତ ରତ୍ନ
ନୂଆଦିଲ୍ଲୀ,୯।୮(ପି.ଟି.):ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସ୍ବର୍ଗତ ଭାରତୀୟ ଜନସଂଘ ନେତା ନାନାଜୀ ଦେଶମୁଖ ଏବଂ ସ୍ବର୍ଗତ ଗାୟକ ଭୂପେନ ହଜାରିକାଙ୍କୁ ଗୁରୁବାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ…
ଚିନିକଳ ଖୋଲିବା ଆଶା ଉଜ୍ଜୀବିତ : ଏକାଠି ହେଲେ ମନ୍ତ୍ରୀ, ପ୍ରଶାସକ, ନେତା, କୃଷକ
ନୟାଗଡ଼ ଅଫିସ,୯ା୮: ନୟାଗଡ଼ ଜିଲାରେ ବନ୍ଦ ହୋଇ ପଡ଼ିଥିବା ଚିନିକଳ ଖୋଲିବା ପ୍ରସଙ୍ଗରେ ଗୁରୁବାର ଜିଲାପାଳଙ୍କ ସଦ୍ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ, ଜିଲାପାଳ, ବିଭିନ୍ନ ଦଳର ନେତା, କୃଷକ, ଶ୍ରମିକମାନେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା।…
ଭାରତଛାଡ଼ ଆନ୍ଦୋଳନର ୭୭ ବର୍ଷ ପୂର୍ତ୍ତି
ନୂଆଦିଲ୍ଲୀ,୯।୮: ଭାରତଛାଡ଼ ଆନ୍ଦୋଳନ ତଥା ଅଗଷ୍ଟ କ୍ରାନ୍ତି ଦିବସର ୭୭ତମ ବାର୍ଷିକୀ ଗୁରୁବାର ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ୧୯୪୨ ଅଗଷ୍ଟ ୮ରେ ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ବୈଠକରେ ମହାତ୍ମା…
ନାଗାସାକିରେ ଧ୍ୱଂସଲୀଳା ରଚିଥିଲା ‘ଫ୍ୟାଟମ୍ୟାନ୍’
ଟୋକିଓ,୯।୮:ଜାପାନର ନାଗାସାକି ସହରରେ ୭୪ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ୯ ତାରିଖ ପୂର୍ବାହ୍ନ ୧୧ଟା ୨ ମିନିଟରେ ସହର ଉପରେ ପରମାଣୁ ବୋମା ‘ଫ୍ୟାଟମ୍ୟାନ’ ପକାଯାଇଥିଲା। ନିମିଷେକ ମଧ୍ୟରେ ହଜାର ହଜାର ଲୋକଙ୍କ…
ଅନଶନରେ ବସିଥିବା ଖବରଦାତାଙ୍କୁ ଆକ୍ରମଣ
ନୟାଗଡ଼ ଅଫିସ,୯ା୮: ଦଶପଲ୍ଲା ବ୍ଲକ ଟାକେରା ଆଶ୍ରମ ବିଦ୍ୟାଳୟକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଖବରଦାତାମାନଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଏଥିରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଖବରଦାତାମାନେ ଥାନା ଆଗରେ ଅନଶନ ଚଳାଇଥିଲେ। ହେଲେ ଗୁରୁବାର କେତେଜଣ…
Archives


