ବେଆଇନ ଖଣି ଖନନ: ଜିଲାପାଳଙ୍କ କୋର୍ଟରେ ଶୁଣାଣି, ୩ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ
କେନ୍ଦୁଝର, ୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଶନିବାର ବେଆଇନ ଖଣି ଖନନ ନେଇ ଜରିମାନା ଦେଇ ନ ଥିବା ୩ ଖଣି ମାଲିକଙ୍କ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ବି.କେ. ମହାନ୍ତି, ଭଞ୍ଜ ମିନେରାଲସ୍ ଏବଂ ବାସୁଦେବ ଅଗ୍ରୱାଲ ଖଣି ଲିଜଧାରୀମାନଙ୍କ…
୮ ଫୁଟ ୧ ଇଞ୍ଚ ଉଚ୍ଚା ଧର୍ମେନ୍ଦ୍ର ଯୋଗୀଙ୍କୁ ମାଗିଲେ ସହାୟତା
ଲକ୍ଷ୍ନୌ,୧୭।୮: ଭାରତର ସବୁଠାରୁ ଉଚ୍ଚା ବ୍ୟକ୍ତି ଧର୍ମେନ୍ଦ୍ର ନିଜ ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କର ହିପ୍ ଟ୍ରାନ୍ସପ୍ଲାଣ୍ଟ୍ ଲାଗି ୮ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ସେ ଶନିବାର ଯୋଗୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତେବେ…
ପାକିସ୍ତାନ କୂଟନୈତିଜ୍ଞଙ୍କ ନାଲିଆଖି: କହିଲେ ଛାୟା ଯୁଦ୍ଧ କିମ୍ବା ଯୁଦ୍ଧ ଦ୍ୱାରା କଶ୍ମୀର ସମସ୍ୟାର ହେବ ସମାଧାନ
ଇସଲାମାବାଦ୍, ୧୭।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ମତିଭ୍ରମ ହେବାରେ ଲାଗିଛି। ସମର୍ଥନ ଯୋଗାଡ଼ କରିବାରେ ଅସଫଳ ହେବା ପରେ ପାକିସ୍ତାନ ଏବେ ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛି। ଏନେଇ ପାକିସ୍ତାନ କୂଟନୈତିଜ୍ଞ ଜାଫର ହିଲାଲେ ଭାରତକୁ ନାଲିଆଖି ଦେଖାଇଛନ୍ତି।…
ରାଜନାଥଙ୍କ କଥା ଶୁଣି ହଡବଡେଇଲାଣି ପାକିସ୍ତାନ
ଇସଲାମାବାଦ,୧୭।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ପାକିସ୍ତାନ ଭାରତ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିବାକୁ ଯେମିତି ପଣ କରିଛି। ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିରକ୍ଷା…
ଯେଉଁଠି ଆପଣାଛାଏଁ ଅଟକି ଯାଏ ଟ୍ରେନ୍…
ମଧ୍ୟପ୍ରଦେଶ ଶାଜାପୁର ଅନ୍ତର୍ଗତ ବୋଲାଇ ଗାଁରେ ରହିଛି ପ୍ରଭୁ ସିଦ୍ଧବୀର ଖେଡ଼ାପତି ହନୁମାନଙ୍କ ମନ୍ଦିର। ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି ରତଲାମ୍-ଭୋପାଳ ରେଲଓ୍ବେ ଟ୍ରାକ୍। ଏଠାରେ ପ୍ରଭୁ ହନୁମାନଙ୍କୁ ସମ୍ମାନ ଜଣାଇ ଟ୍ରେନ୍ ଆପଣାଛାଏଁ ଅଟକିଯାଇଥାଏ ବୋଲି ଲୋକେ…
ଭେଣ୍ଟିଲେଟରରୁ ଇସିଏମ୍ଓକୁ ଗଲେ ଜେଟଲୀ
ନୂଆଦିଲ୍ଲୀ,୧୭।୮: ରାଜଧାନୀ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍(ଏମ୍ସ)ରେ ଚିକିତ୍ସାଧୀନ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଭେଣ୍ଟିଲେଟରରୁ ଇସିଏମ୍ଓ ବା Extracorporeal membrane oxygenation (ECMO)କୁ ସ୍ଥାନାନ୍ତର ହୋଇଛନ୍ତି। ସାଧାରଣତଃ ହୃଦଘାତ ସମସ୍ୟା ବା ଫୁସ୍ଫୁସ୍…
ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପପୁ ପମ୍ପମ୍
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍ପମ୍ ପୁଣି ଥରେ ବିବାଦକୁ ଟାଣିହୋଇ ଆସିଛନ୍ତି। ଏଥର ସେ ନିଜର ଆଗାମୀ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପଡ଼ିଛନ୍ତି। ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବାକୁ ଯାଉଥିବା ପପୁଙ୍କର ଆଗାମୀ ସିନେମା…
ଚିଲିକା ପାଇଁ ୧୫୮ କୋଟି: ଉପକୃତ ହେବେ ୨ ଲକ୍ଷ ମତ୍ସ୍ୟଜୀବୀ
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ଏହି ମଞ୍ଜୁରୀ ମିଳିଛି। ଏହି ଅବସରରେ ଚିଲିକା ହ୍ରଦର ସମନ୍ବିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ…
ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କିଲେ ସ୍ବାମୀ, ଲେଖିଲେ ଏମିତି କିଛି କଥା
ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ମନାଇବା ପାଇଁ ନିଜ ଶରୀରରେ ଟାଟୁ ଆଙ୍କି ସେଥିରେ ଏମିତି କିଛି ଲେଖିଛନ୍ତି, ଯାହା ଜାଣି ଆପଣ ବି କହିବେ ସ୍ବାମୀଙ୍କୁ ସେ କ୍ଷମା କରିଦିଅନ୍ତୁ। କାରଣ ସ୍ତ୍ରୀ-ସ୍ବାମୀ ସମ୍ପର୍କ ସାତ ଜନ୍ମର। ସ୍ବାମୀ ଜଣଙ୍କ କାହିଁକି,…
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ
ଜମ୍ମୁ-କଶ୍ମୀର,୧୭।୮: ପାକିସ୍ତାନ ଶନିବାର ଜମ୍ମୁ-କଶ୍ମୀର ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଶହୀଦ ଯବାନ ହେଉଛନ୍ତି ଲାନ୍ସ ନାଏକ ସନ୍ଦୀପ ଥାପା। ସୂଚନାଯୋଗ୍ୟ, ରାଜୌରିର ଏଲ୍ଓସିରେ ସକାଳ ପ୍ରାୟ ୬ଟା…
ସର୍ଭେ କରୁଥିବା ବେଳେ ପଙ୍ଗାମ ନଦୀକୁ ଖସିଲେ ଜଣେ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି
ମାଲକାନଗିରି,୧୭।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ପଙ୍ଗାମ ନଦୀ ପୋଲ ସର୍ଭେ କରିବାକୁ ଯାଇଥିବା ବେଳେ ନଦୀକୁ ଜଣେ କର୍ମଚାରୀ ଖସି ପଡ଼ିଛନ୍ତି। ସେ ହେଲେ ସୌଭାଗ୍ୟ ମହାରଣା। ସୌଭାଗ୍ୟ ନିଖୋଜ ଥିବା ବେଳେ ଘଟଣାସ୍ଥଳରେ ମାଥିଲି ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି…
ହୀରାକୁଦର ୫ଟି ଗେଟ୍ ବନ୍ଦ
ସମ୍ବଲପୁର, ୧୭।୮(ବ୍ୟୁରୋ): ସବୁ ନଦୀରେ ଜଳସ୍ତର କମିଛି। ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ିଯାଇଛି। ଏ ନେଇ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ହୀରାକୁଦର ୧୦ରୁ ୫ଟି ଗେଟ ବନ୍ଦ…
Archives


