ମାଲ୍‌ ପରିବହନ ହ୍ରାସ ଦେଇଥିଲା ସଙ୍କେତ; ମାନ୍ଦାବସ୍ଥାକୁ ଅଣଦେଖା କରିଛି କେନ୍ଦ୍ର

ନୂଆଦିଲ୍ଲୀ,୯-୯: ଦେଶର ଅର୍ଥନୀତି ଅଚାନକ ଧିମା ହୋଇନାହିଁ। ଦୀର୍ଘ ଦିନ ହେଲା ଏହାକୁ ନେଇ ସଙ୍କେତ ମିଳିଥିଲା। ମାଲ୍‌ ପରିବହନ କମିଯିବା, ଟ୍ରକ୍‌ ବିକ୍ରି ହ୍ରାସ ପାଇବା ଆଦିରୁ ଦେଶ ଆର୍ଥିକ ମାନ୍ଦାବସ୍ଥା ଆଡକୁ ଗତି କରୁଛି ବୋଲି ସଙ୍କେତ ମିଳିସାରିଥିଲା। କିନ୍ତୁ କେନ୍ଦ୍ରର ମୋଦି ସରକାର ଏହାକୁ କ୍ରମାଗତ ଅଣଦେଖା କରିଛନ୍ତି। ସରକାରଙ୍କ ଅନାଗ୍ରହ ତଥା ଅର୍ଥନୀତିକୁ ଗତିଶୀଳ କରିବା ଲାଗି ସ୍ପଷ୍ଟ ନୀତିର ଅଭାବ ଯୋଗୁ ଅଟୋ ସମେତ ପ୍ରାୟ ସମସ୍ତ ସେକ୍ଟର ଏବେ ମାନ୍ଦାବସ୍ଥାର ଶିକାର ହୋଇଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଦୀର୍ଘକାଳୀନ ମାନ୍ଦାବସ୍ଥା ଢ଼ାଞ୍ଚାଗତ ପ୍ରକୃତିର ହୋଇଥାଏ। ଏହାକୁ ସରକାର ଜାଣିଶୁଣି ଅଣଦେଖା କରିଛନ୍ତି। ଏହାକୁ ଦୂରେଇବା ଲାଗି ସେଭଳି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନ ଥିବାରୁ ଏବେ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡୁଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।

ରେଳ ମାଧ୍ୟମରେ ମାଲ୍‌ ପରିବହନ ହ୍ରାସ
ଭାରତୀୟ ରେଳ ଦ୍ୱାରା ମାଲ୍‌ ପରିବହନ ଅର୍ଥନୀତିର ସ୍ବାସ୍ଥ୍ୟାବସ୍ଥାର ସଙ୍କେତ ଦେଇଥାଏ। ମାଲ୍‌ ପରିବହନ ମାତ୍ରା ମାପିବା ଲାଗି ରେଲଓ୍ବେ ପକ୍ଷରୁ ଏକ ସୂଚକାଙ୍କ ବ୍ୟବହାର କରାଯାଇଥାଏ। ଆୟ କରାଉଥିବା ମାଲ୍‌ ଲଦିବା( ସମସ୍ତ ଷ୍ଟେଶନର,ମିଲିୟନ ଟନ୍‌ ହିସାବରେ) ଏବଂ ଆୟ କରାଉଥିବା ଏକ ନିର୍ଦ୍ଦିଷ୍ଟ ଦୂରତାରେ ମାଲ୍‌ ପରିବହନ(ବିଲିୟନ ଟନ କିଲୋମିଟର) ସୂଚକାଙ୍କ ପ୍ରୟୋଗ କରାଯାଇଥାଏ। ଆର୍ଥିକ ବର୍ଷ ୨୦୧୮-୧୯ର ଆର୍ଥିକ ସର୍ଭେରେ ୧୯୫୦-୫୧ରୁ ଅଦ୍ୟାବଧି(୨୦୧୮-୧୯, ଅସ୍ଥାୟୀ) ତଥ୍ୟ ପ୍ରଦାନ କରାଯାଇଛି। ଆର୍ଥିକ ବର୍ଷ ୨୦୦୦-୦୧ରେ ମାଲ ଲଦିବା ୪୭୩.୫ ମିଲିୟନ ଟନ ଥିଲା, ଯାହା କି ୨୦୧୧-୧୨ରେ ବୃଦ୍ଧି ପାଇ ୯୬୯.୧ ମିଲିୟନ ଟନରେ ପହଞ୍ଚତ୍ଥିଲା। ସେହିପରି ୨୦୧୮-୧୯ରେ ୧୨୨୧.୩୯ ମାଲ୍‌ ପହଞ୍ଚାଯାଇଛି। ଏଭଳି ଭାବେ ୨୦୦୦-୦୧ରୁ ୨୦୧୧-୧୨ ମଧ୍ୟରେ ମାଲ୍‌ ଲଦିବା ୧୦୪.୬୭% ବଢ଼ିଯାଇଥିଲା। ଏହି ୧୨ ବର୍ଷରେ ଏଥିରେ ବାର୍ଷିକ ହାରାହାରି ୮୭% ବୃଦ୍ଧି ପରିଲକ୍ଷିିତ ହୋଇଛି। କିନ୍ତୁ ବର୍ତ୍ତମାନ ଦଶକରେ ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ଏଥିରେ ମାତ୍ର ୨୬.୦୩ ପ୍ରତିଶତ ବୃଦ୍ଧି ଦେଖାଯାଇଛି ଏବଂ ଗତ ୮ ବର୍ଷରେ ଏହା ହାରାହାରି ମାତ୍ର ୩.୨୫% ବଢ଼ିଛି। ଅନୁରୂପ ଭାବେ ୨୦୦୦-୦୧ରେ ମାଲ ପରିବହନ ୩୧୨.୪ ବିଲିୟନ ଟନ୍‌ କେଜି ହୋଇଥିଲା, ଯାହା କି ଆର୍ଥିକ ବର୍ଷ ୨୦୧୧-୧୨ରେ ବୃଦ୍ଧି ପାଇ ୬୬୭.୬ ବିଲିୟନ ଟନ କେଜି ହୋଇଛି। ଏହା ୨୦୧୮-୧୯ରେ ଏହା ୭୦୦.୬୬ ବିଲିୟନ ଟନ କେଜିରେ ପହଞ୍ଚତ୍ୟାଇଛି। ଏଭଳି ଭାବେ ମାଲ ପରିବହନ ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ପ୍ରାୟ ସ୍ଥିର ରହିଛି। ଅର୍ଥାତ ୨୦୦୦-୦୧ରୁ ୨୦୧୧-୧୨ ମଧ୍ୟରେ ୧୨ ବର୍ଷରେ ମାଲ୍‌ ପରିବହନ ୧୧୩.୭ ପ୍ରତିଶତର ଜବରଦସ୍ତ ବୃଦ୍ଧି ଦେଖାଯାଇଥିଲା। ତେବେ ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ଏଥିରେ ମାତ୍ର ୪.୯% ବୃଦ୍ଧି ଦେଖାଯାଇଛି।

ହାଇସ୍ପିଡ୍‌ ଡିଜେଲ ଖର୍ଚ୍ଚ କମିଛି
ମାଲ୍‌ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକରେ ବ୍ୟବହାର ହେଉଥିବା ହାଇସ୍ପିଡ ଡିଜେଲର ଖର୍ଚ୍ଚରୁ ଅର୍ଥନୀତିକୁ ଆଉ ଏକ ସଙ୍କେତ ମିଳିଥାଏ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ସେଲ୍‌ ଦ୍ୱାରା ପ୍ରସ୍ତୁତ ତଥ୍ୟ ମୁତାବକ ନିକଟ ଅତୀତରେ ହାଇସ୍ପିଡ୍‌ ଡିଜେଲ(ଏଚ୍‌ଏସ୍‌ଡି) ଖର୍ଚ୍ଚ ବୃଦ୍ଧି ହାର ବହୁ ପରିମାଣରେ ହ୍ରାସ ପାଇଛି। ୨୦୧୧-୧୨ରୁ ୨୧୮-୧୯ ମଧ୍ୟରେ ୮ ବର୍ଷରେ ଏଚ୍‌ଏସ୍‌ଡି ଖର୍ଚ୍ଚ ୬୪.୭୫ ମେଟ୍ରିକ ଟନରୁ ବଢ଼ି ୮୩.୫୨ ମିଲିୟନ ଟନରେ ପହଞ୍ଚତ୍ୟାଇଛି। ଏଭଳି ଭାବେ ୮ ବର୍ଷରେ ମାତ୍ର ୨୯% ଏବଂ ବାର୍ଷିକ ହାରରେ ଡିଜେଲ ଖର୍ଚ୍ଚ ୩.୬% ବୃଦ୍ଧି ପାଇଛି। କିନ୍ତୁ ଗତ ଦଶକର ୮ ବର୍ଷରେ ଅର୍ଥାତ୍‌ ୨୦୦୦-୦୧ରୁ ୨୦୦୮-୦୯ ମଧ୍ୟରେ ଏଚ୍‌ଏସ୍‌ଡି ଖର୍ଚ୍ଚ ୩୬.୫ ମିଲିୟନ ଟନରୁ ବଢ଼ି ୫୧.୭ ମିଲିୟନ ଟନରେ ପହଞ୍ଚତ୍ଥିଲା। ଏଭଳି ଭାବେ ୮ ବର୍ଷରେ ୪୧.୫% ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବାର୍ଷିକ ଆଧାରରେ ଏହା ୫.୨% ରହିଥିଲା।

ଅଶୋଧିତ ତେଲ ଆମଦାନୀ ହ୍ରାସ
ଅଶୋଧିତ ତେଲ ଆମଦାନୀ ମଧ୍ୟ ଅର୍ଥନୀତିର ଅବସ୍ଥାକୁ ସୂଚାଇଥାଏ। ଅଶୋଧିତ ତେଲ, ଏହାର ସହାୟକ ଉତ୍ପାଦ ଡିଜେଲ, ଏଲ୍‌ପିଜି, ନାପ୍‌ଥା, ଜେଟ୍‌ ଇନ୍ଧନ, ଲ୍ୟୁବ୍‌ ଅଏଲ୍‌ ଆଦି ଆମଦାନୀ କରାଯାଇଥାଏ। ଦେଶର ଇନ୍ଧନ ଆବଶ୍ୟକତା ଏହାଦ୍ୱାରା ପୂରଣ କରାଯାଏ। ପେଟ୍ରୋଲିୟମ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଚଳିତ ଦଶକର ୮ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ଭାରତର ମୋଟ ଅଶୋଧିତ ତେଲ ଆମଦାନୀ ବୃଦ୍ଧି ପାଇ ୧୮୭.୫୮ ମିଲିୟନ ଟନରେ ପହଞ୍ଚତ୍ଥିଲା। ଏଭଳି ଭାବେ ଏଥିରେ ମୋଟ ୩୮.୧୭ ପ୍ରତିଶତ ଏବଂ ବାର୍ଷିକ ୪.୮ପ୍ରତିଶତ ବୃଦ୍ଧି ପାଇଛି। ତେବେ ୨୦୧୮-୧୯ରେ ତୈଳ ଆମଦାନୀରେ ୧.୩% ହ୍ରାସ ପରିଲକ୍ଷିତ ହୋଇଛି। ଅନ୍ୟପକ୍ଷରେ ଗତ ଦଶକର ୮ ବର୍ଷ ଅର୍ଥାତ୍‌ ୨୦୦୦-୦୧ରୁ ୨୦୦୮-୦୯ ମଧ୍ୟରେ ଭାରତର ଅଶୋଧିତ ତୈଳ ଓ ଅନ୍ୟାନ୍ୟ ଉତ୍ପାଦର ଆମଦାନୀ ବୃଦ୍ଧି ପାଇ ୮୫.୭୨ ମିଲିୟନ ଟନରୁ ୧୫୧.୩୬ ମିଲିୟନ ଟନରେ ପହଞ୍ଚତ୍ୟାଇଥିଲା। ଏଭଳି ଭାବେ ଏହି ଅବଧିରେ ତୈଳ ଆମଦାନୀ ୭୬.୫୮% ଏବଂ ବାର୍ଷିକ ହାରରେ ୯.୬%ର ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri