Home

ଦେଢ଼ମାସରେ ୨୦.୩% କମିଛି ବର୍ଷା ପରିମାଣ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ରାଜ୍ୟରେ ଏପର୍ଯ୍ୟନ୍ତ ସ୍ବାଭାବିକ ବର୍ଷା ହୋଇନାହିଁ। ଚଳିତବର୍ଷ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା। ଜୁଲାଇ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ପ୍ରବଳ ବର୍ଷା ହେବ ବୋଲି ଆଶା…

୫ ଗାଁକୁ ଖୋଲିଲା ରାସ୍ତା ଅପହଞ୍ଚ ଇଲାକାକୁ ଗଲା ଦୁଇଚକିଆ ଯାନ

ରାଇକିଆ,୧୫ା୭(ଡ଼ି.ଏନ.ଏ)-ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ବାନ୍ଦାଙ୍ଗି, ଇନ୍ଦ୍ରଗଡ଼ ପଞ୍ଚାୟତର ସାର୍ବାପାଙ୍ଗା, ସାର୍ସାପାଟା, ବାସୁବାଡ଼ି, ଦୁବା ଗାଁକୁ ରାସ୍ତା ଖୋଲିଛି। ପ୍ରଥମ ଥର ପାଇଁ ଏହି ସ୍ଥାନକୁ ଦୁଇ ଓ ଚାରି ଚକିଆ ଯାନ ପହଞ୍ଚତ୍ଛି। ବର୍ଷ ବର୍ଷ ଧରି ଏହି ସବୁ…

ରାସ୍ତା ସମ୍ପ୍ରସାରଣ ପାଇଁ ଗଛକଟା

ବ୍ରହ୍ମପୁର ଅଫିସ୍‌,୧୫ା୭-ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲାରେ ସବୁଜିମା ପାଇଁ ସରକାରୀ ଏବଂ ବେସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ସ୍କୁଲ ପିଲାଙ୍କୁ ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ ଜରିଆରେ ଚାରାରୋପଣ ପାଇଁ ଉତ୍ସାହିତ କରାଯାଉଛି। ଜିଲା ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ଚାରାରୋପଣ କରାଯାଉଛି। ମାତ୍ର…

୩ ରଥରେ ଭଙ୍ଗାଗଲା ୯ ଅଧର ହାଣ୍ଡି

ପୁରୀ ଅଫିସ, ୧୫ା୭: ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ରବିବାର ସମ୍ପନ୍ନ ହୋଇଛି ଅଧରପଣା ନୀତି। ରଥାରୁଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା ହାଣ୍ଡି। ଛୁଟିଦିନ ଏବଂ ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଅନନ୍ୟ ନୀତି…

ଗାଁର ନାମ ପିଟାପିଟି

କେନ୍ଦୁଝର, ୧୫ା୭(ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝରରୁ ନରଣପୁର-ବ୍ରାହ୍ମଣୀପାଳ ରାସ୍ତାରେ ଗଲେ ହରିଚନ୍ଦନପୁର ପହଞ୍ଚିବା ପୂର୍ବରୁ ଏକ ଗ୍ରାମ ପଡେ, ଯାହାର ନାମ ପିଟାପିଟି। ରାସ୍ତାରେ ଯାତାୟାତ କରୁଥିବା ଲୋକେ ଏହାର ନାମକରଣକୁ ନେଇ ଉତ୍ସାହିତ ହୋଇ ଉଠନ୍ତି। କେହି କେହି ଏହି…

ପଟ୍ଟନାୟିକିଆ ଛକରେ ୩ ଭାଇଙ୍କୁ ହତ୍ୟା

ସାକ୍ଷୀଗୋପାଳ, ୧୫ା୭ (ଡି.ଏନ.ଏ./ସ୍ବ.ପ୍ର.): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜନଗହଳିପୂର୍ଣ୍ଣ ବଜାର ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଛି ଟ୍ରିପଲ ମର୍ଡର। ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୩ ଭାଇଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ପୁରୀ ଜିଲା ସତ୍ୟବାଦୀ ଥାନା…

ମାଟି ତଳୁ ବାହାରିଲା ମୃତଦେହ; ସ୍ତ୍ରୀ, ପ୍ରେମିକ ମିଶି ହତ୍ୟା କରିଥିବା ସନ୍ଦେହ

ଜଳେଶ୍ୱର, ୧୫ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କଳମା ପଞ୍ଚାୟତ ଅଧୀନ ପ୍ରସାଦଶୋଳ ଜଙ୍ଗଲରୁ ରବିବାର ମାଟିରେ ପୋତା ହୋଇଥିବା ଏକ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ମୃତଦେହ ରାସଗୋବିନ୍ଦପୁର ଥାନା ଝାଟିଅଡ଼ା ପଞ୍ଚାୟତ କିଅଁାଖାଳି ଗ୍ରାମର ଶଙ୍କର୍ଷଣ ବାରିକ(୩୨)ଙ୍କ…

ନୟାଗଡ଼ ବ୍ଲକରେ ଉଦ୍ୟାନ ବିଭାଗର କେଳେଙ୍କାରୀ : ନଡ଼ିଆ ଚାଷରେ ହେରଫେର ଅଭିଯୋଗ

ନୟାଗଡ଼ ଅଫିସ,୧୫।୭: ନୟାଗଡ଼ ଉଦ୍ୟାନ ବିଭାଗର ନଡ଼ିଆ ଚାରା ପ୍ରଦାନରେ କେଳେଙ୍କାରୀ ସାମ୍ନାକୁ ଆସିଛି। ଅଧିକାରୀ ଓ କର୍ମଚାରୀମାନେ ଚାଷୀଙ୍କୁ ଭକୁଆ ବନାଇ ଶହ ଶହ ନଡ଼ିଆ ଚାରା ହେରଫେର କରିଥିବା ଅଭିଯୋଗ ହେଉଛି। ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟର ସ୍ଥିତି…

ଲର୍ଡସ ଲଢ଼େଇରେ ଇଂଲଣ୍ଡର ବାଜିମାତ୍‌

ଲଣ୍ଡନ,୧୫।୭(ପି.ଟି.) – କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ଶେଷରେ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର…

ରଣପୁର ବାହୁଡା ଯାତ୍ରାରେ ବିଶୃଙ୍ଖଳା : ନନ୍ଦିଘୋଷ ରଥର ଅଖ ଭାଙ୍ଗିଲା, ହୋଇପାରିଲା ନାହିଁ ଲକ୍ଷ୍ମୀନାରାୟଣ ଭେଟ

ରଣପୁର,୧୫ା୭ (ସ୍ବ.ପ୍ର.): ରଣପୁରଠାରେ ବାହୁଡା ଯାତ୍ରାର ୨ଦିନ ପରେ ରବିବାର ଶ୍ରଦ୍ଧାଳୁମାନେ ଉତ୍ସାହର ସହ ନନ୍ଦିଘୋଷ ରଥ ଟାଣୁଥିଲା ବେଳେ ହଠାତ୍‌ ରଥଅଖ ଭାଙ୍ଗିଯାଇଥିଲା। ଫଳରେ ରଥଟଣା କାର୍ଯ୍ୟ ବନ୍ଦ ରହିଥିଲା ଓ ସିଂହଦ୍ୱାରଠାରେ ହେବାକୁ ଥିବା ଲକ୍ଷ୍ମୀ ନାରାୟଣ ଭେଟ…

ଶ୍ରୀ ରାଧାକୃଷ୍ଣ, ମହାପ୍ରଭୁଙ୍କୁ ବ୍ରହ୍ମକମଳ ଅର୍ପଣ

ବୋଲଗଡ଼,୧୫ା୭(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ନୂତନ ସତ୍‌ସଂଘ ମନ୍ଦିର ପରିସରରେ ଶନିବାର ରାତିରେ ୫ଟି ବ୍ରହ୍ମକମଳ ଫୁଲ ଫୁଟିଥିଲା। ଏହା ଦେଖି ସତ୍‌ସଂଘ କେନ୍ଦ୍ରର ଶ୍ରଦ୍ଧାଳୁମାନେ ଆନନ୍ଦରେ ଏହି ବିରଳ ଫୁଲଗୁଡ଼ିକୁ ମହାପ୍ରଭୁଙ୍କୁ ଅର୍ପଣ କରିଛନ୍ତି। କେନ୍ଦ୍ରର ସହପ୍ରତି ଋତ୍ୱିକ କେଶବ ଚନ୍ଦ୍ର…

ଏଟିଏମ୍‌ରୁ ବାହାରୁଛି ଚିରାଫଟା ନୋଟ୍‌

ରଣପୁର/ଟାଙ୍ଗୀ(ଖୋର୍ଦ୍ଧା)୧୫ା୭(ସ୍ବ.ପ୍ର./ଡି.ଏନ୍‌.ଏ.)-ରିଜର୍ଭ ବ୍ୟାଙ୍କ ଏଣିକି ଚିରାଫଟା, କଲମରେ ଲେଖା ଯାଇଥିବା, ଜରିପଡିଥିବା ନୋଟ୍‌କୁ ବ୍ୟବହାର ଅନୁପଯୋଗୀ ବୋଲି ଘୋଷଣା କରୁଥିବାବେଳେ ଏଟିଏମ୍‌ରୁ ଏଭଳି ଟଙ୍କା ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନୟାଗଡ଼ ଜିଲା ଚାନ୍ଦପୁର ଅଞ୍ଚଳରେ ରବିବାର ଏପରି ଏକ ଘଟଣା ଦେଖିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri