ଅଢ଼େଇ ବର୍ଷ ପରେ ବି ନିୟମ ମାନିଲେନି ସ୍କୁଲ କର୍ତ୍ତୃପକ୍ଷ

କଟକ ରୋଡ,୯ା୯(ଡି.ଏନ୍‌.ଏ.) : ଜନସାଧାରଣଙ୍କ ସୁରକ୍ଷା ପାଇଁ ପରିବହନ ବିଭାଗ ଓ କମିଶନରେଟ ପୋଲିସ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିଛି। ଏ ନେଇ ଦୈନନ୍ଦିନ ନିୟମ ଉଲ୍ଲଂଘନ କରୁଥିବା ଗାଡି ମାଲିକଙ୍କୁ ଜରିମାନା କରାଯାଉଛି। କିନ୍ତୁ ଦୀର୍ଘ ଅଢେଇ ବର୍ଷ ପୂର୍ବେ ସ୍କୁଲ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ଓ ପରିବହନ ବିଭାଗ ଅଧିକାରୀ କରିଥିବା ନିୟମ ଏଯାବତ କାର୍ଯ୍ୟକାରୀ ହୋଇ ନାହିଁ।
ସୂଚନା ଅନୁଯାୟୀ, ସ୍କୁଲ ବସରେ ଯାଉଥିବା ଛାତ୍ରୀଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ଠିକ୍‌ ଭାବେ ରହିଛି କି ନାହିଁ ସେ ନେଇ ସୁପ୍ରିମକୋର୍ଟ ୨୦୧୬ମସିହାରେ ବ୍ୟବସ୍ଥାର ତଦାରଖ ସହ କେତେକ ନିୟମ ପାଳନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ୨୦୧୬ ଡିସେମ୍ବର ୭ରେ ତତ୍‌କାଳୀନ ଖୋର୍ଦ୍ଧା ଜିଲାପାଳ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ(୧) ପ୍ରଦୀପ ମହାନ୍ତି, ତତ୍‌କାଳୀନ ଟ୍ରାଫିକ ଏସପି ଯତୀନ ପଣ୍ଡା, ଜିଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀଙ୍କ ସହ ମୋଟର ଭେଇକିଲ ଇନ୍ସପେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରୀଛାତ୍ରଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲା ପ୍ରଶାସନ ବିଭିନ୍ନ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡିଥିଲେ। ରାଜଧାନୀ ଓ ଏହାର ଉପକଣ୍ଠରେ ଥିବା ୧୩୦ରୁ ଊର୍ଦ୍ଧ୍ୱ ସ୍କୁଲ କର୍ତ୍ତୃପକ୍ଷ ଉକ୍ତ ବୈଠକରେ ଯୋଗଦେଇଥିଲେ। ବିଦ୍ୟାଳୟକୁ ଆସୁଥିବା ପିଲାମାନେ ସ୍କୁଲ ଟ୍ରାନ୍ସପୋର୍ଟ ପଲିସି କ୍ଷେତ୍ରରେ କିଭଳି ସହଜ ଓ ବିପଦମୁକ୍ତ ଭାବେ ଯାତାୟାତ କରିବେ ସେନେଇ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବିଦ୍ୟାଳୟରେ ଏକ ସ୍କୁଲ ଲେଭଲ ଟ୍ରାନ୍ସପୋର୍ଟ କମିଟି ଗଠନ କରାଯିବ। ଉକ୍ତ କମିଟିରେ ସ୍କୁଲ କର୍ତ୍ତୃପକ୍ଷ ମୁଖ୍ୟ ରହିବା ସହ ପ୍ୟାରେଣ୍ଟ-ଟିଚର ଆସୋସିଏଶନର ଜଣେ ସଦସ୍ୟ ଓ ସ୍ଥାନୀୟ ଥାନାର ଏସଆଇ, ର଼୍ୟାଙ୍କରୁ ଊର୍ଦ୍ଧ୍ୱ ଅଧିକାରୀ, ଏମଭିଆଇ ଏବଂ ଶିକ୍ଷା ବିଭାଗର ଅଧିକାରୀ ଏହି କମିଟିରେ ରହିବେ। ପ୍ରତ୍ୟେକ ମାସରେ ଉକ୍ତ କମିଟି ସ୍କୁଲର ନିଜସ୍ବ ବସ କିମ୍ବା ଠିକା ମାଧ୍ୟମରେ ନେଇଥିବା ବସର କାଗଜପତ୍ର ଓ ଏହାର ଆନୁଷଙ୍ଗିକ ବ୍ୟବସ୍ଥା ଯାଞ୍ଚ କରିବା ସହ ସ୍କୁଲ ବସରେ ଯାଉଥିବା ଛାତ୍ରୀଛାତ୍ରଙ୍କ ପ୍ରତି ବସ କର୍ମଚାରୀ କିମ୍ବା ଆଟେଣ୍ଡାଣ୍ଟ କିଭଳି ବ୍ୟବହାର କରୁଛନ୍ତି ସେନେଇ କମିଟି ମତାମତ ଲୋଡ଼ିବ। ପରେ ଉକ୍ତ ମତାମତ ଜିଲାସ୍ତରୀୟ ପରିବହନ କମିଟିକୁ ଅବଗତ କରାଯିବ। ଏହି କମିଟିରେ ଜିଲାପାଳ ଅଧ୍ୟକ୍ଷ ରହିବା ସହ ଆଞ୍ଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର ଡିସିପି, ଜିଲା ଶିକ୍ଷା ଅଧିକାରୀ ଓ ଏମ୍‌ଭିଆଇ ସଦସ୍ୟ ରହିବେ। ସ୍କୁଲ ଲେଭଲ ଟ୍ରାନ୍ସପୋର୍ଟ କମିଟି ପକ୍ଷରୁ ଦିଆଯାଉଥିବା ରିପୋର୍ଟ ପ୍ରତି ୩ ମାସରେ ଜିଲାସ୍ତରୀୟ ପରିବହନ କମିଟି ପକ୍ଷରୁ ତର୍ଜମା କରାଯିବ। ଆବଶ୍ୟକ ପଡିଲେ ଅଚାନକ ଭାବେ ସ୍କୁଲ ପରିସର କିମ୍ବା ରାସ୍ତାରେ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ବସକୁ ଅଟକାଇ ଜିଲାସ୍ତରୀୟ କମିଟିରେ ଥିବା ଅଧିକାରୀମାନେ ଯାଞ୍ଚ କରିବେ ବୋଲି ତତ୍‌କାଳୀନ ଜିଲାପାଳ ସାହୁ ସମସ୍ତ ସ୍କୁଲର କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ତୁରନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବୈଠକରେ ଯୋଗଦେଇଥିବା ସ୍କୁଲ କର୍ତ୍ତୃପକ୍ଷ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ କଲେ କି ନାହିଁ ସେ ନେଇ ପ୍ରଶାସନ କିମ୍ବା ପରିବହନ ବିଭାଗ ଯାଞ୍ଚ କଲେ ନାହିଁ। ଫଳରେ ଦୀର୍ଘ ଅଢେଇ ବର୍ଷ ପରେ ଅଦ୍ୟାବଧି ୧୨୮ସ୍କୁଲ ଏହି କମିଟି ଗଠନ କରିପାରି ନ ଥିବା ଆଞ୍ଚଳିକ ପରିବହନ ଅଧିକାରୀ ମହାନ୍ତି କହିଛନ୍ତି। ବାସ୍ତବ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ନେଇ ବୈଠକରେ ଉପସ୍ଥିତ ଥିବା ଜିଲା ପ୍ରଶାସନ, କମିଶନରେଟ ପୋଲିସ, ପରିବହନ ଓ ଶିକ୍ଷା ବିଭାଗ କେତେ ଯତ୍ନବାନ ଏହି ଘଟଣା ସ୍ପଷ୍ଟ କରିଛି। ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ ମହାନ୍ତି କୁହନ୍ତି, କେବଳ ୨ଟି ଘରୋଇ ସ୍କୁଲ ଲେଭଲ ଟ୍ରାନ୍ସପୋର୍ଟ କମିଟି ଗଠନ କରିଛନ୍ତି। ଅନ୍ୟ ସ୍କୁଲଗୁଡିକ ଗଠନ କରି ନ ଥିବା ଜଣାପଡିଛି। ବିଭିନ୍ନ କାର୍ଯ୍ୟବ୍ୟସ୍ତତା ଯୋଗୁ ସେଥିପ୍ରତି ଦୃଷ୍ଟି ଦିଆଯାଇନାହିଁ। ସ୍କୁଲ କର୍ତ୍ତୃପକ୍ଷ କମିଟି ଗଠନ କରି ନ ଥିବା ବାବଦରେ ଜଣାପଡିବା ପରେ ଗୁରୁବାର ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ଶତପଥୀ କୁହନ୍ତି, ଏତେ ସଂଖ୍ୟକ ସ୍କୁଲରେ ଟ୍ରାନ୍ସପୋର୍ଟ କମିଟି ଗଠନ ହୋଇ ନ ଥିବା ବାବଦରେ ମୋ ନିକଟରେ ସୂଚନା ନାହିଁ। ଖୁବଶୀଘ୍ର ସମସ୍ତ ପୁଣି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକ ବୈଠକ ମାଧ୍ୟମରେ ତୁରନ୍ତ ନିୟମ ପାଳନ ପାଇଁ କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?