ଅଢ଼େଇ ବର୍ଷ ପରେ ବି ନିୟମ ମାନିଲେନି ସ୍କୁଲ କର୍ତ୍ତୃପକ୍ଷ

କଟକ ରୋଡ,୯ା୯(ଡି.ଏନ୍‌.ଏ.) : ଜନସାଧାରଣଙ୍କ ସୁରକ୍ଷା ପାଇଁ ପରିବହନ ବିଭାଗ ଓ କମିଶନରେଟ ପୋଲିସ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିଛି। ଏ ନେଇ ଦୈନନ୍ଦିନ ନିୟମ ଉଲ୍ଲଂଘନ କରୁଥିବା ଗାଡି ମାଲିକଙ୍କୁ ଜରିମାନା କରାଯାଉଛି। କିନ୍ତୁ ଦୀର୍ଘ ଅଢେଇ ବର୍ଷ ପୂର୍ବେ ସ୍କୁଲ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ଓ ପରିବହନ ବିଭାଗ ଅଧିକାରୀ କରିଥିବା ନିୟମ ଏଯାବତ କାର୍ଯ୍ୟକାରୀ ହୋଇ ନାହିଁ।
ସୂଚନା ଅନୁଯାୟୀ, ସ୍କୁଲ ବସରେ ଯାଉଥିବା ଛାତ୍ରୀଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ଠିକ୍‌ ଭାବେ ରହିଛି କି ନାହିଁ ସେ ନେଇ ସୁପ୍ରିମକୋର୍ଟ ୨୦୧୬ମସିହାରେ ବ୍ୟବସ୍ଥାର ତଦାରଖ ସହ କେତେକ ନିୟମ ପାଳନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ୨୦୧୬ ଡିସେମ୍ବର ୭ରେ ତତ୍‌କାଳୀନ ଖୋର୍ଦ୍ଧା ଜିଲାପାଳ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ(୧) ପ୍ରଦୀପ ମହାନ୍ତି, ତତ୍‌କାଳୀନ ଟ୍ରାଫିକ ଏସପି ଯତୀନ ପଣ୍ଡା, ଜିଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀଙ୍କ ସହ ମୋଟର ଭେଇକିଲ ଇନ୍ସପେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରୀଛାତ୍ରଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲା ପ୍ରଶାସନ ବିଭିନ୍ନ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡିଥିଲେ। ରାଜଧାନୀ ଓ ଏହାର ଉପକଣ୍ଠରେ ଥିବା ୧୩୦ରୁ ଊର୍ଦ୍ଧ୍ୱ ସ୍କୁଲ କର୍ତ୍ତୃପକ୍ଷ ଉକ୍ତ ବୈଠକରେ ଯୋଗଦେଇଥିଲେ। ବିଦ୍ୟାଳୟକୁ ଆସୁଥିବା ପିଲାମାନେ ସ୍କୁଲ ଟ୍ରାନ୍ସପୋର୍ଟ ପଲିସି କ୍ଷେତ୍ରରେ କିଭଳି ସହଜ ଓ ବିପଦମୁକ୍ତ ଭାବେ ଯାତାୟାତ କରିବେ ସେନେଇ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବିଦ୍ୟାଳୟରେ ଏକ ସ୍କୁଲ ଲେଭଲ ଟ୍ରାନ୍ସପୋର୍ଟ କମିଟି ଗଠନ କରାଯିବ। ଉକ୍ତ କମିଟିରେ ସ୍କୁଲ କର୍ତ୍ତୃପକ୍ଷ ମୁଖ୍ୟ ରହିବା ସହ ପ୍ୟାରେଣ୍ଟ-ଟିଚର ଆସୋସିଏଶନର ଜଣେ ସଦସ୍ୟ ଓ ସ୍ଥାନୀୟ ଥାନାର ଏସଆଇ, ର଼୍ୟାଙ୍କରୁ ଊର୍ଦ୍ଧ୍ୱ ଅଧିକାରୀ, ଏମଭିଆଇ ଏବଂ ଶିକ୍ଷା ବିଭାଗର ଅଧିକାରୀ ଏହି କମିଟିରେ ରହିବେ। ପ୍ରତ୍ୟେକ ମାସରେ ଉକ୍ତ କମିଟି ସ୍କୁଲର ନିଜସ୍ବ ବସ କିମ୍ବା ଠିକା ମାଧ୍ୟମରେ ନେଇଥିବା ବସର କାଗଜପତ୍ର ଓ ଏହାର ଆନୁଷଙ୍ଗିକ ବ୍ୟବସ୍ଥା ଯାଞ୍ଚ କରିବା ସହ ସ୍କୁଲ ବସରେ ଯାଉଥିବା ଛାତ୍ରୀଛାତ୍ରଙ୍କ ପ୍ରତି ବସ କର୍ମଚାରୀ କିମ୍ବା ଆଟେଣ୍ଡାଣ୍ଟ କିଭଳି ବ୍ୟବହାର କରୁଛନ୍ତି ସେନେଇ କମିଟି ମତାମତ ଲୋଡ଼ିବ। ପରେ ଉକ୍ତ ମତାମତ ଜିଲାସ୍ତରୀୟ ପରିବହନ କମିଟିକୁ ଅବଗତ କରାଯିବ। ଏହି କମିଟିରେ ଜିଲାପାଳ ଅଧ୍ୟକ୍ଷ ରହିବା ସହ ଆଞ୍ଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର ଡିସିପି, ଜିଲା ଶିକ୍ଷା ଅଧିକାରୀ ଓ ଏମ୍‌ଭିଆଇ ସଦସ୍ୟ ରହିବେ। ସ୍କୁଲ ଲେଭଲ ଟ୍ରାନ୍ସପୋର୍ଟ କମିଟି ପକ୍ଷରୁ ଦିଆଯାଉଥିବା ରିପୋର୍ଟ ପ୍ରତି ୩ ମାସରେ ଜିଲାସ୍ତରୀୟ ପରିବହନ କମିଟି ପକ୍ଷରୁ ତର୍ଜମା କରାଯିବ। ଆବଶ୍ୟକ ପଡିଲେ ଅଚାନକ ଭାବେ ସ୍କୁଲ ପରିସର କିମ୍ବା ରାସ୍ତାରେ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ବସକୁ ଅଟକାଇ ଜିଲାସ୍ତରୀୟ କମିଟିରେ ଥିବା ଅଧିକାରୀମାନେ ଯାଞ୍ଚ କରିବେ ବୋଲି ତତ୍‌କାଳୀନ ଜିଲାପାଳ ସାହୁ ସମସ୍ତ ସ୍କୁଲର କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ତୁରନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବୈଠକରେ ଯୋଗଦେଇଥିବା ସ୍କୁଲ କର୍ତ୍ତୃପକ୍ଷ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ କଲେ କି ନାହିଁ ସେ ନେଇ ପ୍ରଶାସନ କିମ୍ବା ପରିବହନ ବିଭାଗ ଯାଞ୍ଚ କଲେ ନାହିଁ। ଫଳରେ ଦୀର୍ଘ ଅଢେଇ ବର୍ଷ ପରେ ଅଦ୍ୟାବଧି ୧୨୮ସ୍କୁଲ ଏହି କମିଟି ଗଠନ କରିପାରି ନ ଥିବା ଆଞ୍ଚଳିକ ପରିବହନ ଅଧିକାରୀ ମହାନ୍ତି କହିଛନ୍ତି। ବାସ୍ତବ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ନେଇ ବୈଠକରେ ଉପସ୍ଥିତ ଥିବା ଜିଲା ପ୍ରଶାସନ, କମିଶନରେଟ ପୋଲିସ, ପରିବହନ ଓ ଶିକ୍ଷା ବିଭାଗ କେତେ ଯତ୍ନବାନ ଏହି ଘଟଣା ସ୍ପଷ୍ଟ କରିଛି। ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ ମହାନ୍ତି କୁହନ୍ତି, କେବଳ ୨ଟି ଘରୋଇ ସ୍କୁଲ ଲେଭଲ ଟ୍ରାନ୍ସପୋର୍ଟ କମିଟି ଗଠନ କରିଛନ୍ତି। ଅନ୍ୟ ସ୍କୁଲଗୁଡିକ ଗଠନ କରି ନ ଥିବା ଜଣାପଡିଛି। ବିଭିନ୍ନ କାର୍ଯ୍ୟବ୍ୟସ୍ତତା ଯୋଗୁ ସେଥିପ୍ରତି ଦୃଷ୍ଟି ଦିଆଯାଇନାହିଁ। ସ୍କୁଲ କର୍ତ୍ତୃପକ୍ଷ କମିଟି ଗଠନ କରି ନ ଥିବା ବାବଦରେ ଜଣାପଡିବା ପରେ ଗୁରୁବାର ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ଶତପଥୀ କୁହନ୍ତି, ଏତେ ସଂଖ୍ୟକ ସ୍କୁଲରେ ଟ୍ରାନ୍ସପୋର୍ଟ କମିଟି ଗଠନ ହୋଇ ନ ଥିବା ବାବଦରେ ମୋ ନିକଟରେ ସୂଚନା ନାହିଁ। ଖୁବଶୀଘ୍ର ସମସ୍ତ ପୁଣି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକ ବୈଠକ ମାଧ୍ୟମରେ ତୁରନ୍ତ ନିୟମ ପାଳନ ପାଇଁ କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri