Home

ପରଦାକୁ ଆସୁଛି ‘ସାହୋ’:୮ ମିନିଟ୍‌ର ଆକ୍ସନ୍‌ ଦୃଶ୍ୟ ଶୁଟିଂ ପାଇଁ ଖର୍ଚ୍ଚ ହୋଇଛି ୭୦ କୋଟି ଟଙ୍କା

‘ବାହୁବଳୀ-୨’ ସୁପରହିଟ ହେବାପରେ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମ ’ସାହୋ’ରେ ନଜର ଆସିବେ ପ୍ରଭାସ। ଫିଲ୍ମଟି ଚଳିତବର୍ଷର ସବୁଠାରୁ ବଡ ଫିଲ୍ମ ତାଲିକାରେ ସାମିଲ ହୋଇଛି। ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ୮ ମିନିଟ୍‌ର ଆକ୍ସନ୍‌ ଦୃଶ୍ୟ ଶୁଟିଂ ପାଇଁ ୭୦…

କାଟ୍ରିନା କୈଫ୍‌ ୩୬ ବର୍ଷରେ ପାଦ ଦେଲେ

ମୁମ୍ବାଇ,୧୬।୭: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ମଙ୍ଗଳବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୩ ଜୁଲାଇ ୧୬ରେ ହଂକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କାଟ୍ରିନା ଟ୍ୟୁରକ୍ୟୁଟେ ଥିଲା। ତେବେ ୨୦୦୩ରେ ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ବୁମ୍‌ରେ…

ଜିଏସ୍‌ଟି ଯୋଗୁ ୫ ଲକ୍ଷ କୋଟିରୁ ଅଧିକ ରାଜକୋଷରେ ଜମା ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୭: ଜିଏସ୍‌ଟି ଯୋଗୁ କେନ୍ଦ୍ରୀୟ ରାଜକୋଷରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ,୨୦୧୮-୧୯ରେ ରାଜକୋଷରେ ୫ ଲକ୍ଷ…

ଜୈଶ୍‌ ଆତଙ୍କବାଦୀ ବଶିର୍‌ ଗିରଫ

ନୂଆଦିଲ୍ଲୀ, ୧୬।୭: ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ବଡ଼ ସଫଳତା ମିଳିଛି। ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ବଶିର୍‌ ଅହମ୍ମଦ ମୌଲବୀଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ଦଳ ଗିରଫ କରିଛି। ବଶିର୍‌ଙ୍କୁ ଜମ୍ମୁ-କଶ୍ମୀରର ଶ୍ରୀନଗରଠାରୁ ଗିରଫ କରାଯାଇଛି। ତାଙ୍କ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର…

୭ବର୍ଷରେ ୭ଥର ଗର୍ଭବତୀ: ଲିଙ୍ଗ ପରୀକ୍ଷଣରେ କନ୍ୟା ଭ୍ରୂଣ ଯୋଗୁ ବାରମ୍ବାର କରୁଥିଲେ ଗର୍ଭପାତ, ଏଥର ମିଳିଲା ଆଶ୍ୱସ୍ତି

ହାଇଦ୍ରାବାଦ, ୧୬।୭: କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଶରେ ସେମିତି କିଛି ପ୍ରଭାବ ପକାଉଥିବା ପରିଲକ୍ଷିତ ହେଉ ନାହିଁ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ୭ବର୍ଷରେ ୭ଥର ଜଣେ ମହିଳା ଗର୍ଭବତୀ ହୋଇଥିଲେ…

ଆଫଗାନିସ୍ତାନରେ ବନ୍ଦ ହେଲା ରେଡିଓ ଷ୍ଟେଶନ

କାବୁଲ,୧୬।୭: ପୂର୍ବ ଆଫଗାନିସ୍ତାନର ଘଜନି ସହରରେ ଥିବା ସାମା ରେଡିଓ ଷ୍ଟେଶନ ଏବେ ବନ୍ଦ ହୋଇଯାଇଥିବା ସୂଚନା ଦେଇଛନ୍ତି ଷ୍ଟେଶନର ନିର୍ଦ୍ଦେଶକ ରମେଜ ଆଜମି। ସେ କହିଛନ୍ତି ତାଲିବାନ ପକ୍ଷରୁ ବାରମ୍ବାର ତାଙ୍କୁ ଫୋନ୍‌ ଓ ଚିଠି ମାଧ୍ୟମରେ ଧମକ ମିଳିବାରୁ…

ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ନିହତ ହୋଇଛନ୍ତି ୯୬୩ ଆତଙ୍କବାଦୀ: ଶାହ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ୯୬୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୪୧୩ ଯବାନ ଶହୀଦ୍‌ ହୋଇଛନ୍ତି। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଲୋକ ସଭାରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଆତଙ୍କବାଦ ଉପରେ…

ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ତାଙ୍କ ଆଗାମୀ ଫିଲ୍ମ ଦବଙ୍ଗ ୩ରେ ସେ ମହେଶ ମଞ୍ଜେରକରଙ୍କ ଝିଅ ସାଇଙ୍କ ସହ ରୋମାନ୍ସ କରିବାର ନଜର ଆସିବେ। ଫିଲ୍ମରେ ସଲ୍ଲୁଙ୍କ ପ୍ରେମିକା ହେବେ…

ବନ୍ୟାଞ୍ଚଳ ଗସ୍ତ କରିବାକୁ କଂଗ୍ରେସ କର୍ମୀଙ୍କୁ କହିଲେ ରାହୁଲ

ନୂଆଦିଲ୍ଲୀ,୧୬।୭: ଦେଶର ବିଭିନ୍ନ ଭାଗରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଥିବା ବେଳେ ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୫୯ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ବନ୍ୟାରେ ଅତ୍ୟଧିକ ପ୍ରଭାବିତ ହୋଇଥିବା ଆସାମ, ବିହାର, ତ୍ରିପୁରା, ମିଜୋରାମ ଓ ଉତ୍ତର ପ୍ରଦେଶରେ ରିଲିଫ୍‌…

ଗୋଟିଏ ବାଲ୍ଟି ପାଣି ପାଇଁ ଗଲା ଜୀବନ

ଶ୍ରୀକାକୁଲମ, ୧୬।୭: ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ଆସିବାରେ ବିଳମ୍ବ ଯୋଗୁ ପାଣିର ଘୋର ଅଭାବ ଦେଖାଦେଇଛି। ପାଣିପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ପାଣି ପାଇଁ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ବାଲ୍ଟି ପାଣି ପାଇଁ…

ମୁମ୍ବାଇରେ ଭୁଷୁଡିଲା ୪ ମହଲା କୋଠା

ମୁମ୍ବାଇ,୧୬।୭: ମୁମ୍ବାଇ ଡୋଙ୍ଗ୍ରିର ତାନ୍ଦେଲ ଷ୍ଟ୍ରିଟରେ ଥିବା ୪ ମହାଲା ବିଶିଷ୍ଟ କେଶରବାଇ ବିଲଡିଂ ଭୁଷୁଡି ପଡିଥିବା ସୂଚନା ମିଳିଛି। ଏହାର ପାଖାପାଖି ଅଧା ଅଂଶ ଭାଙ୍ଗି ପଡିଥିବା ବେଳେ ୪୦ରୁ ୫୦ ବ୍ୟକ୍ତି ଏହା ତଳେ ଚାପି ହୋଇଯାଇଥିବା ଅନୁମାନ…

ଆଲ୍ଲାଙ୍କ ଯୋଗୁ ଆମେ ବିଶ୍ୱ ଚାମ୍ପିୟନ୍‌ ହେଲୁ:ମୋର୍ଗାନ

ଲର୍ଡସ, ୧୬।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର ପାଇଁ ଟାଇଟଲ ବିଜୟୀ ହୋଇଛି। ବିଶ୍ୱବିଜେତା ହେବା ପରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri