Posted inଖେଳ

ଶାମିଙ୍କୁ ଆଶ୍ୱସ୍ତି:ଏବେ ଗିରଫ ହେବେନି

କୋଲକାତା,୧୦।୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମିଙ୍କୁ କୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶାମିଙ୍କ ସ୍ତ୍ରୀ ହାସିନ ଜହାନଙ୍କ ଦ୍ୱାରା ଦାୟର କରାଯାଇଥିବା ଘରୋଇ ହିଂସା ମାମଲାରେ ପଶ୍ଚିମବଙ୍ଗର ଅଲୀପୁଲର କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଥିଲେ। ଏବେ ତାହା ଉପରେ ରୋକ ଲଗାଇଛନ୍ତି କୋର୍ଟ। ଶାମି ଓ ତାଙ୍କ ଭାଇ ହାସିଦ ଅହମ୍ମଦଙ୍କୁ ୧୫ ଦିନ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଶେଷ କରି ଶାମି ଏବେ ଆମେରିକାରେ ଅଛନ୍ତି। ସେ ନିଜ ଓକିଲଙ୍କ ପରାମର୍ଶ ନେଉଛନ୍ତି। ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବେ ବୋଲି ଜଣାପଡିଛି। ଏହି ମାମଲାରେ ଶାମିଙ୍କ ସପକ୍ଷରେ ମତ ଦେଇଛି ବିସିସିଆଇ। ଚାର୍ଜଶିଟ୍‌ ନ ଦେଖିବା ପର୍ଯ୍ୟନ୍ତ ଶାମିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ବିସିସିଆଇ କହିଛି। ସୂଚନାଯୋଗ୍ୟ, ଶାମିଙ୍କ ବିରୋଧରେ ଘରୋଇ ହିଂସାର ମାମଲା ଦାୟର ହୋଇଛି। ୨୦୧୮ରେ ଶାମିଙ୍କ ଉପରେ ତାଙ୍କ ସ୍ତ୍ରୀ ହାସିନ ମାରପିଟ, ବଳାତ୍କାର, ହତ୍ୟାର ପ୍ରୟାସ ଏବଂ ଘରୋଇ ହିଂସା ଆଦି ଅନେକ ଗୁରୁତର ଅଭିଯୋଗ ଲଗାଇଥିଲେ। ଏହାସହ ତାଙ୍କର ଅନେକ ଯୁବତୀଙ୍କ ସହ ସମ୍ପର୍କ ରହିଛି ବୋଲି କହିଥିଲେ। ଏ ନେଇ ହାସିନ ଶାମିଙ୍କ ବିରୋଧରେ ମକଦ୍ଦମା ମଧ୍ୟ ଦାୟର କରିଛନ୍ତି। ଶାମିଙ୍କର ତଲାକ ମାମଲା ମଧ୍ୟ କୋର୍ଟରେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କରୋନା ଭଳି ହେବ ଲକ୍‌ଡାଉନ! ଇବୋଲା ଭୂତାଣୁକୁ ନେଇ ଭାରତରେ ହାଇଆଲର୍ଟ: ଜାଣନ୍ତୁ ସରକାରଙ୍କ ଗାଇଡଲାଇନ

ନୂଆଦିଲ୍ଲୀ, ୨୬।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକରେ ଇବୋଲା ନିବାରଣ, ନିରୀକ୍ଷଣ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମୀକ୍ଷା କରାଯାଇଛି। କେନ୍ଦ୍ର…

ନୀତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୬।୫: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ  ପରେ ଦେବାଶିଷ ସାମନ୍ତରାୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ଦେବାଶିଷ ସାମନ୍ତରାୟ ଭାଜପାରେ ଯୋଗଦାନ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

ଜିଲାପାଳଙ୍କୁ ବାସି ଜଳଖିଆ ଦେଇ ଫସିଲେ ହୋଟେଲ ମାଲିକ, ପ୍ରଶାସନର ଏକ ଟିମ ହୋଟେଲରେ ପହଞ୍ଚି…

ନବରଙ୍ଗପୁର,୨୬।୫(ସଦାଶିବ ପ୍ରହରାଜ):, ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣିବେଳେ ଜିଲାପାଳ ମହେଶ୍ବର ସ୍ବାଇଁଙ୍କୁ ବାସି ଏବଂ ନିମ୍ନମାନର ଜଳଖିଆ ପ୍ରଦାନ ଘଟଣାକୁ…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଜଣାପଡିଗଲା: ଦେବାଶିଷଙ୍କ ପରେ ଏହି ଏମ୍‌ପି ଛାଡିବେ ବିଜେଡି! କହୁ କହୁ ସତ କହିଦେଲେ ଭାଜପା ନେତା

ଭୁବନେଶ୍ୱର,୨୬।୫: ଭାଙ୍ଗୁଛି ବିଜେଡି। ଦେବାଶିଷଙ୍କ ପରେ ବିଜେଡି ଛାଡି ପାରନ୍ତି ଆଉ କିଛି ଏମ୍‌ପି। ଏନେଇ ଭାଜପା ନେତା ଦାବି କରିଛନ୍ତି। ବିଶେଷ କରି ଉପକୂଳ ଓଡ଼ିଶାର…

ମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬।୫: କନ୍ଦମାଳ ଜିଲା ଖଜୁରିନାଳ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଯୁବକଙ୍କ…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri