ମୁଁ ସର୍ବପ୍ରଥମେ ଜଣେ ଭାରତୀୟ,କେ.ଶିବନ୍ଙ୍କ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ୍
ଚେନ୍ନାଇ,୧୧।୯:ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅଧ୍ୟକ୍ଷ କେ.ଶିବନ୍ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଚନ୍ଦ୍ରଯାନ-୨କୁ ନେଇ ଅଧିକ ଲୋକପ୍ରିୟ ହୋଇଥିବା ଶିବନ୍ଙ୍କ ଏକ ପୁରୁଣା ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି। ଏକ ଆଞ୍ଚଳିକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ…
ଓଡ଼ିଆ ଆଇଏଏସ୍ ଅଫିସର ପି.କେ. ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଭୁବନେଶ୍ୱର, ୧୧।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ବୁଧବାର ଦାୟିତ୍ୱ ନେଇଛନ୍ତି ଓଡ଼ିଆ ଆଇଏଏସ୍ ଅଫିସର ପ୍ରମୋଦ କୁମାର ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପି.କେ. ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍…
ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା
ଇସାଲାମାବାଦ୍,୧୧।୯: ପାକିସ୍ତାନରେ ଏବେ ଆର୍ଥିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଫଳ, ପରିବା, କ୍ଷୀର ମୂଲ୍ୟ ବଢ଼ି ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ସେଠାରେ ପେଟ୍ରୋଲ ଡିଜେଲ୍ଠାରୁ ମହଙ୍ଗା…
ପାକିସ୍ତାନକୁ ମୋଦିଙ୍କ ଚେତାବନୀ: ଆତଙ୍କବାଦୀ ଶରଣକାରୀଙ୍କୁ ବରଦାସ୍ତ କରାଯିବ ନାହିଁ
ମଥୁରା,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଥୁରାରେ ଆୟୋଜିତ ପ୍ଲାଷ୍ଟିକ୍ ମୁକ୍ତ ଭାରତ ମିଶନ କାର୍ଯ୍ୟକ୍ରମରେ ବୁଧବାର ଯୋଗଦେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଆତଙ୍କବାଦୀ ଶରଣକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ମୋଦି କହିଛନ୍ତି। ମୋଦି ପାକିସ୍ତାନର ନାମ ନ ନେଇ ଏଭଳି…
ବାଲିମେଳାରେ ଆତଙ୍କ ସୃଷ୍ଟି କରୁଥିଲା ଭାଲୁ, କାବୁ କଲା ବନବିଭାଗ
କୋରୁକୋଣ୍ଡା, ୧୧।୯(ଡି.ଏନ୍.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଗତ କିଛି ଦିନ ହେବ ଭାଲୁ ଆତଙ୍କ ସୃଷ୍ଟି କରୁଥିଲା। ଚିତ୍ରକୋଣ୍ଡା ଛକ ନିକଟବର୍ତ୍ତୀ ଅଞ୍ଚଳରେ ସନ୍ଧ୍ୟା ହେଲେ ଭାଲୁ ଆସି ବୁଲିବା ସହ ସେଠାରେ ଥିବା ଦୋକାନଗୁଡିକୁ ଭଙ୍ଗାରୁଜା…
୩୦ ବର୍ଷ ପରେ ୪ ବାୟୁସେନା ଯବାନଙ୍କ ହତ୍ୟା ମାମଲାର ଶୁଣାଣି: ମୁଖ୍ୟ ଅଭିଯୁକ୍ତ ୟାସିନ୍ ମାଲିକ୍ଙ୍କୁ ଟାଡା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
ଶ୍ରୀନଗର,୧୧।୯: ବାୟୁସେନା ଯବାନଙ୍କୁ ହତ୍ୟା କରାଯିବା ମାମଲାରେ ଜେକେଏଲଏଫ୍ ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମାଲିକ୍ଙ୍କୁ ହାଜର ହେବାକୁ ଜମ୍ମୁର ଟାଡା କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେ ଅକ୍ଟୋବର ୧ରେ କୋର୍ଟରେ ହାଜର ହେବେ। ୩୦ ବର୍ଷ ପରେ…
କେବିସି-୧୧: କୃଷକଙ୍କ ପୁଅ ହେଲେ ପ୍ରଥମ କୋଟିପତି
ନୂଆଦିଲ୍ଲୀ,୧୧।୯: ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣର ପ୍ରଥମ କୋଟିପତି ହୋଇଛନ୍ତି ଜଣେ କୃଷକଙ୍କ ପୁଅ। ବିହାରର ସରୋଜ ରାଜ୍ କୋଟିପତି ହେବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ‘କୌନ ବନେଗା କରୋଡ଼ପତି’…
ଗାଈ ବାଛୁରୀ ସହିତ ଖେଳିଲେ ମୋଦି: ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ଅନୁଷ୍ଠିତ ହୋଇଥିବା ପଶୁ ଆରୋଗ୍ୟ ମେଳାରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଏକ ଗାଈକୁ ଆଉଁସିବା ସହିତ ନିକଟରେ ଥିବା ବାଛୁରୀ ସହିତ ଖେଳିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ…
ଜରିମାନା ଦେବା ଭୟରେ ପୁଅକୁ କୋଠରୀରେ ବନ୍ଦ ରଖିଲେ ପିତା
ଆଗ୍ରା, ୧୧।୯: ଉତ୍ତର ପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜରିମାନା ଦେବା ଭୟରେ ନାବାଳକ ପୁଅକୁ କୋଠରୀରେ ବନ୍ଦ କରି ରଖିଛନ୍ତି ପିତା। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶବ୍ୟାପୀ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି…
‘ଇନ୍ଶାଅଲ୍ଲାହ’ରେ ସଲମାନ୍ ନୁହେଁ, ଆଲିଆଙ୍କ ବିପକ୍ଷରେ ନଜର ଆସିବେ ହ୍ରିତିକ୍ !
ମୁମ୍ବାଇ: ସଞ୍ଜୟ ଲୀଲା ବନ୍ଶାଲୀଙ୍କ ଫିଲ୍ମ ‘ଇନ୍ଶାଅଲ୍ଲାହ’ରେ ନାୟକ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ। ପ୍ରଥମେ ଏଥିରେ ଆଲିଆ ଭଟ୍ଟଙ୍କ ସହ ସଲମାନ୍ ଖାନ୍ଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଥିଲା। ଏନେଇ ଘୋଷଣା ମଧ୍ୟ ହୋଇଥିଲା। କିନ୍ତୁ ଏବେ ସଲମାନ…
ଟ୍ରକ୍ ଧକ୍କାରେ ବାଇକ୍ଆରୋହୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା
ଆନନ୍ଦପୁର, ୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥର ସାଳପଡ଼ାଠାରେ ଏକ ୧୦ ଚକିଆ ଟ୍ରକ୍ ଧକ୍କାରେ ବୁଧବାର ସକାଳେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଟଣା ନିକଟ ପାଟୁଳି ଗ୍ରାମର ସଦାନନ୍ଦ ମହାନ୍ତ(୫୩)।…
ଅକ୍ଟୋବରରେ ଚାଇନା ସୀମାରେ ଭାରତୀୟ ସେନା ଓ ବାୟୁସେନାର ମିଳିତ ସମରାଭ୍ୟାସ
ନୂଆଦିଲ୍ଲୀ,୧୧।୯: ଚାଇନା ସୀମାରେ ଭାରତ ଅକ୍ଟୋବରରେ ଶକ୍ତି ପ୍ରଦର୍ଶନ କରିବ। ଅରୁଣାଚଳପ୍ରଦେଶରେ ହେବାକୁଥିବା ଏହି ମିଳିତ ସମରାଭ୍ୟାସରେ ଭାରତୀୟ ସେନା ସହିତ ବାୟୁସେନା ସାମିଲ୍ ହେବ। ଏଥିରେ ୧୭ ମାଉଣ୍ଟେନ୍ ଷ୍ଟ୍ରାଇକ୍ କୋର୍ର ୫ ହଜାରରୁ ଅଧିକ ଯବାନ ଯୋଗଦେବେ। ତେଜପୁରସ୍ଥିତ…

