ଗୋଦାବରୀ ନଦୀରେ ଲଞ୍ଚ ବୁଡି ଘଟଣା:ନିଖୋଜଙ୍କୁ ଖୋଜୁଛି ବାୟୁସେନା, ନୌସେନା
ମାଲକାନଗିରି,୧୭-୯(ଡି.ଏନ୍.ଏ.):ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ପୂର୍ବ ଗୋଦାବରୀ ନଦୀରେ ରବିବାର ଲଞ୍ଚ ବୁଡି ୫୦ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତଦେହ ଊଦ୍ଧାର କରାଯାଇଥିଲା। ସୋମବାର ଅନ୍ୟ ନିଖୋଜମାନଙ୍କୁ ଖୋଜିବା ଲାଗି ବାୟୁସେନା ଓ ନୌସେନାର…
କନ୍ଦଳକୁ ନେଇ ଚର୍ଚ୍ଚାରେ କଂଗ୍ରେସ
ଭୁବନେଶ୍ୱର,୧୭-୯(ବ୍ୟୁରୋ): କିଛିଦିନ ହେବା ନିଷ୍କ୍ରିୟ ହୋଇପଡିଥିବା କଂଗ୍ରେସ ପୁଣିଥରେ ଦଳୀୟ କନ୍ଦଳକୁ ନେଇ ଚର୍ଚ୍ଚାକୁ ଆସିଯାଇଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ରଖିବା ଯୋଗୁ ରବିବାର ଇତିଶ ପ୍ରଧାନଙ୍କୁ ଏନ୍ଏସୟୁଆଇ ଓଡିଶା ଇନ୍ଚାର୍ଜ ମୋଥା ରୋହିତ…
ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍ର ୩ ୟୁନିଟ୍ ବନ୍ଦ
ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍)ର ୩ ଗୋଟି ୟୁନିଟ୍ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଗାମୀ ଦିନରେ ଆହୁରି…
୨୦ ଯାଏ ହାଲୁକା ବର୍ଷା
ଭୁବନେଶ୍ୱର,୧୭-୯(ବ୍ୟୁରୋ):ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଏଥିଯୋଗୁ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ହାଲକା ବର୍ଷା ରହିବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।…
ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ
ଫୁଲବାଣୀ ଅଫିସ, ୧୭-୯:ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ରେଡ ଫ୍ଲାଗ ତାଲିକାଭୁକ୍ତ ଏହି ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଦୌରାଜଜ୍ ତଥା ପୋକ୍ସୋ କୋର୍ଟ ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ ୧୦ ବର୍ଷ…
ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ
ପୁରୀ ଅଫିସ/ନିମାପଡ଼ା, (ଡି.ଏନ.ଏ)୧୭-୯:ନିମାପଡ଼ା ଜଳସମ୍ପଦ ବିଭାଗର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ତାଙ୍କ ସରକାରୀ କାର୍ଯ୍ୟାଳୟ, ବାସଭବନ ସମେତ ଏକକାଳୀନ ୭ଟି…
ଆଧାର ଲିଙ୍କ୍ ସତ୍ତ୍ୱେ ମିଳୁନି ଗ୍ୟାସ୍ ସବ୍ସିଡି
ଭୁବନେଶ୍ୱର,୧୭-୯(ବ୍ୟୁରୋ):୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର ଆସିବା ପରେ ପ୍ରତ୍ୟେକ ଘରେ ଗ୍ୟାସ୍ ସଂଯୋଗ କରାଇବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା। ସବୁଘରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇବା ଲକ୍ଷ୍ୟ ରଖି କେନ୍ଦ୍ର ସରକାର ୨୦୧୬ ମେ ୧ରେ ପ୍ରଧାନମନ୍ତ୍ରୀ ଉଜ୍ୱଳା…
ଆଜାଦଙ୍କୁ କଶ୍ମୀର ଯିବାକୁ ଅନୁମତି
ନୂଆଦିଲ୍ଲୀ,୧୭-୯(ପି.ଟି.):ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ଯିବା ଲାଗି ସୁପ୍ରିମକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ତେବେ ସେ କୌଣସି ରାଜନୈତିକ ସଭା କରିପାରିବେ ନାହିଁ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି। ଆଜାଦଙ୍କୁ ଶ୍ରୀନଗର,…
୩୭୦ ଉଚ୍ଛେଦ ବିରୋଧରେ ଆବେଦନର ଶୁଣାଣି:କଶ୍ମୀରରେ ସ୍ବାଭାବିକ ଅବସ୍ଥା ଫେରାଇଆଣିବାକୁ ପରାମର୍ଶ
ନୂଆଦିଲ୍ଲୀ,୧୭-୯(ପି.ଟି.):କଶ୍ମୀର ଉପତ୍ୟକାରେ ଯଥାଶୀଘ୍ର ସମ୍ଭବ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉ ବୋଲି ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ତେବେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଚୟନାତ୍ମକ…
ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ:ଗୋଟିଏ ଦିନରେ ୧୪୧ ମଦ୍ୟପ ଗାଡ଼ିଚାଳକ ଗିରଫ
କଟକ ଅଫିସ, ୧୭-୯:ରାଜ୍ୟରେ ମଦ୍ୟପ ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛି ପୋଲିସ। ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ଗିରଫ କରିବାକୁ ଡିଜିପି ବିଜୟ କୁମାର ଶର୍ମା କଡା ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ରବିବାର…
୨୬ ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ:ତୁରନ୍ତ କ୍ୱାର୍ଟର୍ସ ଛାଡ଼, ନଚେତ୍ ବିଦ୍ୟୁତ୍, ପାଣି ବନ୍ଦ
ଭୁବନେଶ୍ୱର,୧୭-୯(ବ୍ୟୁରୋ):ସରକାରୀ କ୍ୱାର୍ଟର୍ସଗୁଡିକୁ ତୁରନ୍ତ ଛାଡିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ୨୬ ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହିତ ପାଣି ଓ ବିଦ୍ୟୁତ୍ ଯୋଗାଉଥିବା ବିଭାଗଗୁଡିକୁ ମଧ୍ୟ ନୋଟିସ ଜାରି କରାଯାଇଛି। ଯେଉଁ ପୂର୍ବତନ ବିଧାୟକମାନେ…
ଏନ୍ଏଫ୍ଏସ୍ଏରୁ ବାଦ୍ ପଡ଼ିପାରନ୍ତି ୧୯ ଲକ୍ଷ:ଆଧାର ଛଡ଼ାଇନେବ ରାଶନ, ଚିନ୍ତାରେ ହିତାଧିକାରୀ
ଭୁବନେଶ୍ୱର,୧୭-୯(ବ୍ୟୁରୋ):ଭୋକ ଉପାସରେ କେହି ରହିବେ ନାହିଁ। ଦେଶର ସମସ୍ତ ଗରିବ ଲୋକଙ୍କୁ ଦିନକୁ ଦୁଇମୁଠା ପେଟ ଭରି ଖାଇବାକୁ ମିଳିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ)। ଓଡ଼ିଶା ସରକାର ମଧ୍ୟ ରାଜ୍ୟ…

