Posted inଜାତୀୟ

୩୭୦ ଉଚ୍ଛେଦ ବିରୋଧରେ ଆବେଦନର ଶୁଣାଣି:କଶ୍ମୀରରେ ସ୍ବାଭାବିକ ଅବସ୍ଥା ଫେରାଇଆଣିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୭-୯(ପି.ଟି.):କଶ୍ମୀର ଉପତ୍ୟକାରେ ଯଥାଶୀଘ୍ର ସମ୍ଭବ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉ ବୋଲି ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ତେବେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଚୟନାତ୍ମକ ଆଧାରରେ ହେବା ଆବଶ୍ୟକ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଅଦାଲତଙ୍କୁ ଅବଗତ କରାଇଥିଲେ। ତେବେ ଏହା ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ଏସ୍‌.ଏ. ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଣୁଗୋପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ତତ୍‌ପରବର୍ତ୍ତୀ କଟକଣା ବିରୋଧରେ ସୁପ୍ରିମକୋର୍ଟରେ ଦାଏର ଏକାଧିକ ଆବେଦନର ଶୁଣାଣି ସୋମବାର ଅନୁଷ୍ଠିତ ହୋଇଥିଲା। ଉପତ୍ୟକାରେ ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ ରହିଥିବା ସମ୍ପର୍କରେ ଖଣ୍ଡପୀଠ କହିଥିଲେ, ଏହି ମାମଲା ଜମ୍ମୁ-କଶ୍ମୀର ହାଇକୋର୍ଟରେ ବିଚାର କରାଯାଇପାରିବ। ସ୍ଥାନୀୟ ସମସ୍ୟାକୁ ସୁପ୍ରିମକୋର୍ଟଙ୍କ ଅପେକ୍ଷା ହାଇକୋର୍ଟ ଭଲ ଭାବେ ଜାଣନ୍ତି ବୋଲି ଖଣ୍ଡପୀଠ କହିଥିଲେ। ରାଜ୍ୟରେ ମୋବାଇଲ, ଇଣ୍ଟରନେଟ ସେବା ଓ ସାଧାରଣ ପରିବହନ ବ୍ୟବସ୍ଥା କାମ କରୁ ନ ଥିବାରୁ ହାଇକୋର୍ଟରେ ପହଞ୍ଚତ୍ବା କଷ୍ଟ ହୋଇପଡୁଛି ବୋଲି ଆବେଦନକାରୀ ‘କଶ୍ମୀର ଟାଇମ୍ସ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ଅନୁରାଧା ଭାସିନ୍‌ଙ୍କ ଓକିଲ ବ୍ରିନ୍ଦା ଗ୍ରୋଭର ଅଦାଲତଙ୍କୁ କହିଥିଲେ।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହିତ ଖବରଦାତାମାନଙ୍କ ଉପରେ ଲଗାଯାଇଥିବା କଟକଣା ଉଠାଇଦେବାକୁ ଭାସିନ୍‌ କୋର୍ଟଙ୍କୁ ଅନୁରୋଧ କରିଥିଲେ। ପରିବହନ ସେବା ବନ୍ଦ ଯୋଗୁ ଲୋକେ ଚିକିତ୍ସା ସୁବିଧା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ଅନ୍ୟ କେତେଜଣ ପିଟିଶନରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ସତ୍ୟ ନୁହେଁ ବୋଲି ବେଣୁଗୋପାଳ ଖଣ୍ଡପୀଠଙ୍କୁ ଜଣାଇଥିଲେ। ରାଜ୍ୟରେ ଖବରକାଗଜ ପ୍ରକାଶ ପାଉଛି ଓ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ବୋଲି ସେ କହିଥିଲେ। ଶ୍ରୀନଗରରେ ମିଡିଆ ସେଣ୍ଟର ସ୍ଥାପନ ହୋଇଛି ଯେଉଁଠି ସକାଳ ୮ରୁ ରାତି ୧୧ ପର୍ଯ୍ୟନ୍ତ ଇଣ୍ଟରନେଟ ଓ ଟେଲିଫୋନ ସେବା ଉପଲବ୍ଧ ହେଉଛି। ଖବରଦାତାମାନଙ୍କୁ କାର୍ଯ୍ୟ କରିବା ପାଇଁ ଯାତାୟାତ ଓ ଯାନ ପାସ୍‌ ଯୋଗାଇ ଦିଆଯାଇଛି। ଅଗଷ୍ଟ ୫ ତାରିଖ ପରେ ରାଜ୍ୟରେ ଗୋଟିଏ ହେଲେ ଗୁଳି ଫୁଟିନାହିଁ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ।
ପୂର୍ବରୁ ଜମ୍ମୁ-କଶ୍ମୀର ପ୍ରଶାସନ ତିନିଆଡୁ ଆକ୍ରମଣର ସମ୍ମୁଖୀନ ହେଉଥିଲେ। ତାହା ହେଲା ବିଚ୍ଛିନ୍ନତାବାଦୀ, ସୀମାପାର ଆତଙ୍କବାଦୀ ଏବଂ ବିଦେଶରୁ ଆର୍ଥିକ ସହାୟତା ପାଉଥିବା ସ୍ଥାନୀୟ ଆତଙ୍କବାଦୀ। ୧୯୯୦ରୁ ୨୦୧୯ ଅଗଷ୍ଟ ୫ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୭୧,୦୩୮ ଆତଙ୍କବାଦୀ ହିଂସାରେ ୪୧,୮୬୬ ବ୍ୟକ୍ତି ପ୍ରାଣ ହରାଇଥିଲେ। ୫୨୯୨ ଜଣ ଯବାନ ମଧ୍ୟ ଶହୀଦ ହୋଇଥିଲେ ବୋଲି ବେଣୁଗୋପାଳ ସୂଚନା ଦେଇଥିଲେ। ଚିକିତ୍ସା ସୁବିଧା ମିଳୁ ନ ଥିବା ଅଭିଯୋଗ ସମ୍ପର୍କରେ ବେଣୁଗୋପାଳ କହିଥିଲେ, ଅଗଷ୍ଟ ୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ରାଜ୍ୟରେ ୧୦ ଲକ୍ଷ ୫୨ ହଜାର ରୋଗୀ ଆଉଟଡୋର ଚିକିତ୍ସା ପାଇଛନ୍ତି। କଶ୍ମୀର ଡିଭିଜନର ୧୦୫ଟି ଥାନା ଅଞ୍ଚଳ ମଧ୍ୟରୁ ୯୩ଟିରୁ କଟକଣା ହଟାଇଦିଆଗଲାଣି। ଜମ୍ମୁ ଓ ଲଦାଖରୁ ଶତ ପ୍ରତିଶତ କଟକଣା ହଟିଥିବା ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଖଣ୍ଡପୀଠ କୌଣସି ନିର୍ଦ୍ଦେଶ ନ ଦେଇ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଚୟନାତ୍ମକ ଆଧାରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri