Posted inଜାତୀୟ

୩୭୦ ଉଚ୍ଛେଦ ବିରୋଧରେ ଆବେଦନର ଶୁଣାଣି:କଶ୍ମୀରରେ ସ୍ବାଭାବିକ ଅବସ୍ଥା ଫେରାଇଆଣିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୭-୯(ପି.ଟି.):କଶ୍ମୀର ଉପତ୍ୟକାରେ ଯଥାଶୀଘ୍ର ସମ୍ଭବ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉ ବୋଲି ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ତେବେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଚୟନାତ୍ମକ ଆଧାରରେ ହେବା ଆବଶ୍ୟକ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଅଦାଲତଙ୍କୁ ଅବଗତ କରାଇଥିଲେ। ତେବେ ଏହା ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ଏସ୍‌.ଏ. ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଣୁଗୋପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ତତ୍‌ପରବର୍ତ୍ତୀ କଟକଣା ବିରୋଧରେ ସୁପ୍ରିମକୋର୍ଟରେ ଦାଏର ଏକାଧିକ ଆବେଦନର ଶୁଣାଣି ସୋମବାର ଅନୁଷ୍ଠିତ ହୋଇଥିଲା। ଉପତ୍ୟକାରେ ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ ରହିଥିବା ସମ୍ପର୍କରେ ଖଣ୍ଡପୀଠ କହିଥିଲେ, ଏହି ମାମଲା ଜମ୍ମୁ-କଶ୍ମୀର ହାଇକୋର୍ଟରେ ବିଚାର କରାଯାଇପାରିବ। ସ୍ଥାନୀୟ ସମସ୍ୟାକୁ ସୁପ୍ରିମକୋର୍ଟଙ୍କ ଅପେକ୍ଷା ହାଇକୋର୍ଟ ଭଲ ଭାବେ ଜାଣନ୍ତି ବୋଲି ଖଣ୍ଡପୀଠ କହିଥିଲେ। ରାଜ୍ୟରେ ମୋବାଇଲ, ଇଣ୍ଟରନେଟ ସେବା ଓ ସାଧାରଣ ପରିବହନ ବ୍ୟବସ୍ଥା କାମ କରୁ ନ ଥିବାରୁ ହାଇକୋର୍ଟରେ ପହଞ୍ଚତ୍ବା କଷ୍ଟ ହୋଇପଡୁଛି ବୋଲି ଆବେଦନକାରୀ ‘କଶ୍ମୀର ଟାଇମ୍ସ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ଅନୁରାଧା ଭାସିନ୍‌ଙ୍କ ଓକିଲ ବ୍ରିନ୍ଦା ଗ୍ରୋଭର ଅଦାଲତଙ୍କୁ କହିଥିଲେ।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହିତ ଖବରଦାତାମାନଙ୍କ ଉପରେ ଲଗାଯାଇଥିବା କଟକଣା ଉଠାଇଦେବାକୁ ଭାସିନ୍‌ କୋର୍ଟଙ୍କୁ ଅନୁରୋଧ କରିଥିଲେ। ପରିବହନ ସେବା ବନ୍ଦ ଯୋଗୁ ଲୋକେ ଚିକିତ୍ସା ସୁବିଧା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ଅନ୍ୟ କେତେଜଣ ପିଟିଶନରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ସତ୍ୟ ନୁହେଁ ବୋଲି ବେଣୁଗୋପାଳ ଖଣ୍ଡପୀଠଙ୍କୁ ଜଣାଇଥିଲେ। ରାଜ୍ୟରେ ଖବରକାଗଜ ପ୍ରକାଶ ପାଉଛି ଓ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ବୋଲି ସେ କହିଥିଲେ। ଶ୍ରୀନଗରରେ ମିଡିଆ ସେଣ୍ଟର ସ୍ଥାପନ ହୋଇଛି ଯେଉଁଠି ସକାଳ ୮ରୁ ରାତି ୧୧ ପର୍ଯ୍ୟନ୍ତ ଇଣ୍ଟରନେଟ ଓ ଟେଲିଫୋନ ସେବା ଉପଲବ୍ଧ ହେଉଛି। ଖବରଦାତାମାନଙ୍କୁ କାର୍ଯ୍ୟ କରିବା ପାଇଁ ଯାତାୟାତ ଓ ଯାନ ପାସ୍‌ ଯୋଗାଇ ଦିଆଯାଇଛି। ଅଗଷ୍ଟ ୫ ତାରିଖ ପରେ ରାଜ୍ୟରେ ଗୋଟିଏ ହେଲେ ଗୁଳି ଫୁଟିନାହିଁ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ।
ପୂର୍ବରୁ ଜମ୍ମୁ-କଶ୍ମୀର ପ୍ରଶାସନ ତିନିଆଡୁ ଆକ୍ରମଣର ସମ୍ମୁଖୀନ ହେଉଥିଲେ। ତାହା ହେଲା ବିଚ୍ଛିନ୍ନତାବାଦୀ, ସୀମାପାର ଆତଙ୍କବାଦୀ ଏବଂ ବିଦେଶରୁ ଆର୍ଥିକ ସହାୟତା ପାଉଥିବା ସ୍ଥାନୀୟ ଆତଙ୍କବାଦୀ। ୧୯୯୦ରୁ ୨୦୧୯ ଅଗଷ୍ଟ ୫ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୭୧,୦୩୮ ଆତଙ୍କବାଦୀ ହିଂସାରେ ୪୧,୮୬୬ ବ୍ୟକ୍ତି ପ୍ରାଣ ହରାଇଥିଲେ। ୫୨୯୨ ଜଣ ଯବାନ ମଧ୍ୟ ଶହୀଦ ହୋଇଥିଲେ ବୋଲି ବେଣୁଗୋପାଳ ସୂଚନା ଦେଇଥିଲେ। ଚିକିତ୍ସା ସୁବିଧା ମିଳୁ ନ ଥିବା ଅଭିଯୋଗ ସମ୍ପର୍କରେ ବେଣୁଗୋପାଳ କହିଥିଲେ, ଅଗଷ୍ଟ ୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ରାଜ୍ୟରେ ୧୦ ଲକ୍ଷ ୫୨ ହଜାର ରୋଗୀ ଆଉଟଡୋର ଚିକିତ୍ସା ପାଇଛନ୍ତି। କଶ୍ମୀର ଡିଭିଜନର ୧୦୫ଟି ଥାନା ଅଞ୍ଚଳ ମଧ୍ୟରୁ ୯୩ଟିରୁ କଟକଣା ହଟାଇଦିଆଗଲାଣି। ଜମ୍ମୁ ଓ ଲଦାଖରୁ ଶତ ପ୍ରତିଶତ କଟକଣା ହଟିଥିବା ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଖଣ୍ଡପୀଠ କୌଣସି ନିର୍ଦ୍ଦେଶ ନ ଦେଇ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଚୟନାତ୍ମକ ଆଧାରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri