ମୋଟର ଯାନ ନିୟମ ଅନୁପାଳନ: ସଚେତନତା ପାଇଁ ଛକରେ ଲାଗିବ ପୋଷ୍ଟର, ବ୍ୟାନର
ବାଲେଶ୍ୱର ଅଫିସ, ୬।୯- ବାଲେଶ୍ୱର ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଗୁରୁବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ମୋଟର ଯାନ ନିୟମ ଅନୁପାଳନ ଉପରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା…
ବିପଦରେ ଗୋସମ୍ପଦ
ରୂପ୍ସା, ୬।୯-ବାଲେଶ୍ୱର ଜିଲା ସଦର ବ୍ଲକରେ ଗୋସମ୍ପଦ ଏବେ ବିପଦରେ। ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ ଡାକ୍ତର, ନିରୀକ୍ଷକ ଓ ଆଟେଣ୍ଡାଣ୍ଟ ପଦବୀ ଫାଙ୍କା ପଡ଼ିଛି। ଫଳରେ ପ୍ରାଣୀ ଚିକିତ୍ସା ଓ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।…
ବେଆଇନ ନିର୍ମାଣକୁ ମାଫ୍
ଭୁବନେଶ୍ୱର,୬-୯(ବ୍ୟୁରୋ):ବିନା ଅନୁମୋଦନରେ କିମ୍ବା ଅନୁମୋଦନ ସହ ନିୟମ ଉଲ୍ଲଂଘନ କରି ଘର ନିର୍ମାଣ କରିଥିବା ଲୋକମାନଙ୍କ ପାଇଁ ସର୍ବକ୍ଷମା ଯୋଜନା(ଆମେନିଷ୍ଟ ସ୍କିମ୍) ଜରିମାନା ରାଶିକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି। ଆବାସିକ ଘର ପାଇଁ ଅନୁମୋଦନକୁ ଉଲ୍ଲଂଘନ କରି ଗୃହ ନିର୍ମାଣ…
ନୀଳଗିରିକୁ ଚାଲିବ ପାସେଞ୍ଜର ଟ୍ରେନ୍, ରେଳ ଅଧିକାରୀଙ୍କ ସର୍ଭେ ଆରମ୍ଭ
ସଜନାଗଡ଼, ୬।୯(ଡି.ଏନ.ଏ.)-ନୀଳଗିରିକୁ ପାସେଞ୍ଜର ଟ୍ରେନ୍ ଚଳାଚଳ ଲାଗି ବାରମ୍ବାର ଦାବି ହୋଇଆସୁଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ପ୍ରଚେଷ୍ଟାରେ ନୀଳଗିରିକୁ ପାସେଞ୍ଜର ଟ୍ରେନ୍ ଚାଲିବା ନେଇ ସବୁଜ ସଂକେତ ମିଳିଛି। ଗୁରୁବାର ରେଳ…
ଓଡ଼ିଶା ଅଭିମୁଖେ ଜଗା-କାଳିଆ
ଭୁବନେଶ୍ୱର, ୬-୯(ବ୍ୟୁରୋ): କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଜଣ ଡାକ୍ତର ଗୁରୁବାର ଦିଲ୍ଲୀରେ ପହଞ୍ଚି ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ଡାକ୍ତର ଶିବଶଙ୍କର ବରିହା ଏବଂ ଡାକ୍ତର ବିଭୁ ପ୍ରସାଦ ନାୟକ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଜଗା-କାଳିଆଙ୍କ ଚିକିତ୍ସା…
ସରକାରୀ ସ୍କୁଲ, ଅଙ୍ଗନଓ୍ବାଡି ଗୃହ ମରାମତି କରିବ ପଞ୍ଚାୟତ
ଭୁବନେଶ୍ୱର,୬-୯(ବ୍ୟୁରୋ):ଗ୍ରାମାଞ୍ଚଳରେ ଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ଅଙ୍ଗନଓ୍ବାଡି ଗୃହ ମରାମତି ଓ ରକ୍ଷଣାବେକ୍ଷଣ କରିବ ଗ୍ରାମପଞ୍ଚାୟତ। ଏ ନେଇ ଏକ ନିର୍ଦ୍ଦେଶନାମା ପ୍ରତ୍ୟେକ ଜିଲାପାଳଙ୍କୁ ଦିଆଯାଇଛି। ଚତୁର୍ଦ୍ଦଶ ଏବଂ ଚତୁର୍ଥ ଅର୍ଥ କମିଶନରେ ଯୋଗାଇ ଦିଆଯାଇଥିବା ଅର୍ଥରେ…
ସ୍ମିଥ୍ଙ୍କ ଦ୍ୱିଶତକ
ମାଞ୍ଚେଷ୍ଟର, ୬ା୯ (ଏଏଫ୍ପି)-ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଇଂଲଣ୍ଡ ବିପକ୍ଷ ଚଳିତ ଆଶେସ ସିରିଜରେ ତାଙ୍କ ପ୍ରଭାବୀ ବ୍ୟାଟିଂ ଜାରି ରଖିଛନ୍ତି। ଓଲ୍ଡ ଟ୍ରାଫୋର୍ଡଠାରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ସ୍ମିଥଙ୍କ ଦ୍ୱିଶତକ ସହାୟତାରେ…
ନାଡାଲ ସେମିଫାଇନାଲରେ
ନ୍ୟୁୟର୍କ, ୬|୯ (ଏଏଫ୍ପି)-ରାଫାଲ ନାଡାଲ ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ ୨୦ତମ ସିଡ୍ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କ ବିପକ୍ଷରେ ୬-୪, ୭-୫, ୬-୨ ସେଟ୍ରେ ବିଜୟ ହାସଲ କରିଛନ୍ତି। ଏଠାରେ ୩ ଥର…
ଜେଟ୍ଲୀଙ୍କ ଶ୍ରଦ୍ଧାଞ୍ଜଳି ସଭା:ଦକ୍ଷତା କଥା ବଖାଣିଲେ ନେତୃବୃନ୍ଦ
ଭୁବନେଶ୍ୱର,୬-୯(ବ୍ୟୁରୋ):ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ଅରୁଣ ଜେଟ୍ଲୀଙ୍କ ସ୍ମରଣରେ ଗୁରୁବାର ସ୍ଥାନୀୟ ଏକ ଘରୋଇ ହୋଟେଲରେ ସାର୍ବଜନୀନ ଏବଂ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି ା ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…
ଦୁଲୀପ୍ ଟ୍ରଫି ଫାଇନାଲ: ଈଶ୍ୱରନଙ୍କ ଶତକ: ଦୃଢ଼ସ୍ଥିତିରେ ଇଣ୍ଡିଆ ରେଡ୍
ବେଙ୍ଗାଲୁରୁ, ୬।୯ (ପି.ଟି.)- ଓପନର୍ ଅଭିମନ୍ୟୁ ଈଶ୍ୱରନଙ୍କ ଅପରାଜିତ ଶତକୀୟ ଇନିଂସ ବଳରେ ଇଣ୍ଡିଆ ଗ୍ରୀନ୍ ବିପକ୍ଷରେ ଚାଲିଥିବା ଦୁଲୀପ୍ ଟ୍ରଫି ଫାଇନାଲରେ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ରେଡ୍ ଦୃଢ଼ସ୍ଥିତିରେ ରହିଛି। ସ୍ଥାନୀୟ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି…
ଜନ୍ମଦିନରେ ଖୁସି ଖବର: ବାପା ହେବେ କ୍ରିକେଟର୍ ପ୍ରଜ୍ଞାନ ଓଝା
ମୁମ୍ବାଇ, ୬।୯- ଓଡ଼ିଆ କ୍ରିକେଟର୍ ପ୍ରଜ୍ଞାନ ଓଝା ଗୁରୁବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ଓଝା ଏକ ଖୁସି ଖବର ଶେୟାର କରିଛନ୍ତି। ଚଳିତ ମାସରେ ତାଙ୍କ ସ୍ତ୍ରୀ କର୍ବି କୈଳାଶ ପ୍ରଥମ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଏଥିଲାଗି…
୧୦ ଜିଲାକୁ ବୁଡ଼ାଇବ ବର୍ଷା
ଭୁବନେଶ୍ୱର,୬-୯(ବ୍ୟୁରୋ):ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହୁଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୪ଟି ଜିଲା ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁରରେ ଭୟଙ୍କର ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳରୁ…
Archives


