Home

କ୍ୟାବିନେଟ ବୈଠକରେ ଯୋଗଦେଲେନି ସିଦ୍ଧୁ

ଅମୃତସର, ୬।୬: ଭାଜପା ଛାଡି କଂଗ୍ରେସ ଯୋଗ ଦେବା ପରେ ନବଜୋତ ସିଂ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ପଞ୍ଜାବ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ସିଦ୍ଧୁ ଖୋଲାଖୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କୁ ସମାଲୋଚନା କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ଡକାଇଥିବା…

ରାସ୍ତା କାମ ନିମ୍ନ ମାନର ଯୋଗୁ ସରକାରୀ ଯନ୍ତ୍ରୀଙ୍କୁ ଉଠ୍‌ବସ କରାଇଲେ ପାଟଣାଗଡ଼ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୬।୬: ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ ସରକାରୀ ଯନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ ଉଠ୍‌ବସ୍‌ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି। ବେଲପଡ଼ା-ମଣ୍ଡଳ ରାସ୍ତା କାମ ନିମ୍ନମାନର ହୋଇଥିବାରୁ…

ଯେଉଁଠି ମୃତ ବ୍ୟକ୍ତିଙ୍କୁ ପୋଡ଼ାଯାଏ ନାହିଁ କି, ପୋତା ଯାଏ ନାହିଁ

ଆଫ୍ରିକାର ମସାଈ ଜନଜାତି ନିଜ ପରମ୍ପରା ପାଇଁ ବେଶ୍‌ ଚର୍ଚ୍ଚିତ। ହଜାର ହଜାର ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନେ ନିଜକୁ ଆଧୁନିକତାଠାରୁ ସମ୍ପୂର୍ଣ୍ଣ ଦୂରରେ ରଖିଛନ୍ତି। ଏମାନେ ଶକ୍ତିଶାଳୀ ଯୋଦ୍ଧା ଭାବେ ବେଶ୍‌ ପରିଚିତ। ଏହି ଜନଜାତି ତାଞ୍ଜାନିଆ ଏବଂ କେନ୍ୟା…

ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ଲାଗି ଗ୍ରେସ୍‌ଙ୍କ ଅଜବ କାମ: ପୂରା ଶରୀରରେ କଲେ ଟାଟୁ, ଦୁଇଫାଳ କଲେ ଜିଭ

ସୁନ୍ଦର ଦେଖାଯିବା ଲାଗି ମହିଳାମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ଭିନ୍ନ ଭିନ୍ନ ପ୍ରସାଧନ ସାମଗ୍ରୀଠାରୁ ଆରମ୍ଭ କରି ଟାଟୁ କରିବା, ସର୍ଜରି କରିବାକୁ ସେମାନେ ପଛାନ୍ତି ନାହିଁ। କିନ୍ତୁ ସମସ୍ତଙ୍କଠାରୁ ଅଲଗା ଦେଖାଯିବା ଲାଗି ଜଣେ ମହିଳା ଏଭଳି କିଛି…

ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ: ଫଳାଫଳ ଶୂନ ଥିବା ୮୨ ସ୍କୁଲକୁ ନୋଟିସ୍‌, ସ୍ଥିତିକୁ ବ୍ୟକ୍ତିଗତ ଭାବେ ପରଖିବେ

ଭୁବନେଶ୍ୱର,୬।୬(ବ୍ୟୁରୋ): ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ପୂରା ଆକ୍ସନ ମୋଡ୍‌ରେ କାମ କରିବା ଆରମ୍ଭ କରିଦେଲେଣି। ଗୋଟିଏ ପରେ ଗୋଟିଏ ବିଭାଗର ମନ୍ତ୍ରୀ କିଭଳି ସୂଚାରୁରୂପେ କାମ ହୋଇପାରିବ, ସେ ଦିଗରେ ଦୃଷ୍ଟି ରଖୁଛନ୍ତି। ଏହି କ୍ରମରେ ଗଣଶିକ୍ଷା ମନ୍ତ୍ରୀ ଭାବେ…

ପ୍ରଥମଦିନରେ ୫ଟି ରେକର୍ଡ ଭାଙ୍ଗିଲା ସଲମାନଙ୍କ ଫିଲ୍ମ ‘ଭାରତ’

ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଭାରତ’ ଇଦ ଅବସରରେ ରିଲିଜ ହୋଇଯାଇଛି। ପ୍ରଥମଦିନରେ ଫିଲ୍ମ ୪୨.୩୦କୋଟି ଟଙ୍କା ରୋଜଗାର କରି ବକ୍ସଅଫିସ୍‌ ରେକର୍ଡ ଭାଙ୍ଗିଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ ରିମେକ ‘ଭାରତ’ ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା…

ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ : ମେଡିକାଲରେ ପଶି ଭଙ୍ଗାରୁଜା

ହାଟଡିହୀ,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଜଳକଳଙ୍ଗ ଗ୍ରାମର ସନ୍ନ୍ୟାସୀ ମାଝୀଙ୍କ ପୁଅ ରାଜୁ (୪୦) ଅତ୍ୟଧିକ ମଦ୍ୟପାନ କରି ବୁଧବାର ଅପରାହ୍ନରେ ହାଟଡିହୀ ମେଡିକାଲରେ ପଶି ଆଟେଣ୍ଡାଣ୍ଟ୍‌ ପ୍ରଶାନ୍ତ ନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିସହିତ ସେଠାରେ…

ବିଲ ଭିତରକୁ ପଶିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୋଳିମାଟି,୬ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଘଷିପୁରା ଥାନା ଅଧୀନରେ ଥିବା ୨୦ନଂ ଜାତୀୟ ରାଜ କୋଳିମାଟି ଛକ ନିକଟରେ ବୁଧବାର ରାତିରେ ଘଟଗାଁ ପଟରୁ ଆସୁଥିବା ଲୁହା ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଯାଇଛି ା ସୌଭାଗ୍ୟ…

ନେହା ଯେଉଁ ସ୍କୁଲରେ ପଢୁଥିଲେ, ସେହି ସ୍କୁଲ ବାହାରେ ସିଙ୍ଗଡା ବିକୁଥିଲେ ତାଙ୍କ ବାପା: ଏମିତି ହେଲେ ଟପ୍‌ ସିଙ୍ଗର୍‌

ବଲିଉଡର ସୁନ୍ଦରୀ ଗାୟିକା ନେହା କକ୍କରଙ୍କ ଆଜି ଜନ୍ମଦିନ। ୧୯୮୮, ଜୁନ ୬ରେ ଉତ୍ତରାଖଣ୍ଡର ହୃଷିକେଶରେ ଜନ୍ମଗ୍ରହଣ କରିଥିଲେ ନେହା। ମାତ୍ର ୪ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ ସେ। ୨୦୦୬ରେ ଇଣ୍ଡିଆନ୍‌ ଆଇଡଲର ଦ୍ୱିତୀୟ ସିଜିନରେ ଅଡିସନ୍‌…

ସେଲଫି ନେବାକୁ ଆସିଥିବା ଯୁବକଙ୍କୁ ଠେଲିଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ, ୬।୬: ସେଲଫି ନେବାକୁ ଆସିଥିବା ଜଣେ ଯୁବକଙ୍କୁ ଠେଲିଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। କରନଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବାବେଳେ ଜଣେ ଯୁବକ ଖଟ୍ଟରଙ୍କ ପାଖକୁ ସେଲଫି ନେବାକୁ ଆସିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକଙ୍କୁ ଠେଲି…

ପ୍ରଥମଥର ପାଇଁ ଗଦାଫି ଷ୍ଟାଡିୟମରେ ନମାଜ ପଢିପାରିଲେନି ହଫିଜ୍‌ ସୟିଦ୍‌: ଲାଗିଲା କଟକଣା

ଇସଲମାବାଦ୍‌, ୬।୬: ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କୀ ସଂଗଠନ ଜାମାତ୍‌ ଉଦ୍‌ ଦାଓ୍ବା ମୁଖ୍ୟ ସୟିଦ ହଫିଜ୍‌ଙ୍କୁ ଗଦାଫି ଷ୍ଟାଡିୟମରେ ନମାଜ ପଢିବାର ସୁଯୋଗ ମିଳିପାରି ନାହିଁ। ପାକିସ୍ତାନ ସରକାରଙ୍କ ପକ୍ଷରୁ ଏନେଇ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ଇଦ୍‌ରେ ଗଦାଫି…

ଗୋଟିଏ ବିଲେଇଠାରୁ ହାରିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ

ଲଣ୍ଡନ, ୬।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତିନିଦିନିଆ ବ୍ରିଟେନ ଗସ୍ତରେ ଯାଇଛନ୍ତି। ଟମ୍ଫଙ୍କ ଗସ୍ତକୁ ନେଇ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଏୟାରପୋର୍ଟରୁ ପାଛୋଟି ନିଆଯାଇଥିଲା। ଲଣ୍ଡନରେ ଟ୍ରମ୍ଫ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri