Home

ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନାକଲେ ହାଇକୋର୍ଟ

କୋଲକାତା,୧୫ା୬(ପି.ଟି.): ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆନ୍ଦୋଳନ ଉପରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବା ଲାଗି କାଲକାଟା ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। କାର୍ଯ୍ୟରେ ଯୋଗଦେବା ଏବଂ ରୋଗୀମାନଙ୍କୁ ଯଥାରୀତି ସେବା ଯୋଗାଇଦେବା ଲାଗି ଆନ୍ଦୋଳନରତ ଡାକ୍ତରମାନଙ୍କୁ ରାଜ୍ୟ…

ଗୁରୁଦ୍ୱାରା ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା:ହତ୍ୟା ମାମଲା ରୁଜୁ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଖାରବେଳନଗର ଥାନା ନିକଟ ଗୁରୁଦ୍ୱାରା ପରିସରରୁ ଗୁରୁବାର ସୁବାସ ନାୟକ ନାମକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ଉଦ୍ଧାର ସମୟରେ ତାଙ୍କ ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିଲା, ଯାହାକୁ ନେଇ ସୁବାସଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ…

ଟ୍ୟୁମର ରୋଗରେ ପୀଡ଼ିତ ସୁଶାନ୍ତ: ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି

ଟାଙ୍ଗୀ(ଖୋର୍ଦ୍ଧା),୧୫ା୬(ଡି.ଏନ୍‌.ଏ.): ଟାଙ୍ଗୀ ପଞ୍ଚାୟତ ପଥରବନ୍ଧ ଗ୍ରାମର ଜଣେ ଗରିବ ଯୁବକ ସୁଶାନ୍ତ ପଟ୍ଟନାୟକ(୪୦) ଟ୍ୟୁମର ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଛନ୍ତି। ସେ ଜଣେ ଦିନମଜୁରିଆ ହୋଇଥିବାରୁ ଘୋର ଆର୍ଥତ୍କ ସଙ୍କଟ ଯୋଗୁ ଉପଯୁକ୍ତ ଚିକିତ୍ସା କରିପାରୁନାହାନ୍ତି। ସୁଶାନ୍ତଙ୍କ ୩ ଝିଅ…

ବୋଲଗଡ଼ ରଜ ପଡ଼ିଆରେ ମା’ ରାମଚଣ୍ଡୀ ବିଜେ

ବୋଲଗଡ଼,୧୫ା୬(ଡି.ଏନ୍‌.ଏ.): ପହିଲି ରଜ ଅବସରରେ ଶୁକ୍ରବାର ବୋଲଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ରଜଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଅନୁସାରେ ବୋଲଗଡ଼ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀ ରଜ ଉତ୍ସବ ପାଳନ କରିବା ପାଇଁ ରଜଯାତ୍ରା…

ହଟିଲା ସାମୁଦ୍ରିକ ମାଛଧରା କଟକଣା : ସମୁଦ୍ର ଅଭିମୁଖେ ବାହାରିଲେ ମତ୍ସ୍ୟଜୀବୀ

ପାରାଦୀପ,୧୫ା୬(ସ୍ବ.ପ୍ର.): ଦୀର୍ଘ ୨ ମାସର ନିରବତା ପରେ ରାଜ୍ୟର ଅନ୍ୟତମ ବୃହତ ମତ୍ସ୍ୟଶିଳ୍ପ ପାରାଦୀପ ମାଛଧରା ବନ୍ଦର ଚଳଚଞ୍ଚଳ ହୋଇପଡିଛି। ଶୁକ୍ରବାର ମଧ୍ୟରାତ୍ରୀରୁ ପ୍ରାୟ ୭୦୦ ମାଛଧରା ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗାରେ ମତ୍ସ୍ୟଜୀବୀମାନେ ସମୁଦ୍ର ଅଭିମୁଖେ ଯାଇଛନ୍ତି। ଏଥିସହ ମତ୍ସ୍ୟଶିଳ୍ପ…

ଶୋଭାଯାତ୍ରାରେ ସୀମିତ ଲୋକକଳା ଉତ୍ସବ

ଜଗତ୍‌ସିଂହପୁର ଅଫିସ,୧୫ା୬: ଲୋକ କଳା ଓ ଲୋକ ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜୁନ ୧୪ରେ ଲୋକକଳା ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଚଳିତବର୍ଷ ପ୍ରଥମ କରି ଜିଲାସ୍ତରୀୟ ଲୋକ କଳା…

ଗ୍ୟାସ୍‌ ଲିକ୍‌ ହୋଇ ହୋଟେଲରେ ଅଗ୍ନିକାଣ୍ଡ

ରଣପୁର,୧୫।୬(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଏକ ହୋଟେଲରେ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ହୋଟେଲର ୩୦ ହଜାରରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପିତ୍ତି ନଷ୍ଟ ହୋଇଛି ।…

ନାଲ୍‌କୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ

ଭୁବନେଶ୍ୱର,୧୫-୬: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କେ) ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ ଲାଭ କରିଛି। ପ୍ରମୁଖ ଇକ୍ୱିଟି ଇନଭେଷ୍ଟମେଣ୍ଟ ପତ୍ରିକା ଦଲାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ନାଲ୍‌କୋକୁ ୨୦୧୮ ବର୍ଷ ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ୫…

ଅନ୍ୟ ଜାତିରେ ବାହା ହୋଇଥିବାରୁ ଝିଅକୁ ନେଇଗଲେ ବାପଘର ଲୋକେ

ନୟାଗଡ଼ ଅଫିସ,୧୫ା୬: ଅନ୍ୟ ଜାତିରେ ବିବାହ କରିଥିବାରୁ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ତାଙ୍କ ବାପଘର ଲୋକେ ଆସି ନେଇଯାଇଛନ୍ତି। ଏ ନେଇ ସ୍ବାମୀ ଜଣକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ସେହିଭଳି ତାଙ୍କ ସ୍ତ୍ରୀ ୪ ମାସର ଗର୍ଭବତୀ…

ରଜମଉଜ ମହୋତ୍ସବ ଉଦ୍‌ଘାଟିତ:‘ସବୁଜ ସହର ଗଢ଼ିବାକୁ ସଂକଳ୍ପ ନିଅ’

ଢେଙ୍କାନାଳ ଅଫିସ, ୧୫।୬ଅଶୀ ଦଶକରେ ଢେଙ୍କାନାଳ ସହର ସବୁଜିମାରେ ପରିପୂର୍ଣ୍ଣ ହୋଇ ରହିଥିଲା। ରଜ ମହୋତ୍ସବରେ ପିଲାମାନେ ଗଛରେ ଦୋଳି ବାନ୍ଧି ଖେଳୁଥିଲେ। ସେଦିନର ସବୁଜ ପରିବେଶ ଆଉ ନାହିଁ। ଏ ଦିଗରେ ଚିନ୍ତା କରିବାର ବେଳଆସିଛି। ସମସ୍ତେ ମିଳିମିଶି ଉଦ୍ୟମ…

ଘର ଘର ବୁଲି ସଂଗ୍ରହ ହେବ ବର୍ଜ୍ୟବସ୍ତୁ : କୃଷିବିଜ୍ଞାନ କେନ୍ଦ୍ରରେ ପ୍ରକ୍ରିୟାକରଣ

ଭଦ୍ରକ ଅଫିସ, ୧୫।୬ – ଆଉ ଡଷ୍ଟବିନ୍‌ରେ କେହି ଅଳିଆ ପକାଇବେ ନାହିଁ। ଘର ଘର ବୁଲି ପୌରପାଳିକାର ସଫେଇ କର୍ମଚାରୀ ବର୍ଜ୍ୟବସ୍ତୁ ସଂଗ୍ରହ କରିବେ। ପ୍ରତି ଘର ନିକଟରେ ହ୍ବିସିଲ ମାରି ସେମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେଇ ଦୁଇଟି…

ଜରୁରୀ ସେବାରେ ଏନ୍‌ଜେନର ମନମାନି:ସନ୍ଦେହରେ ପ୍ରଶାସନର ନୀରବତା

ତାଳଚେର, ୧୫ା୬(ମନୋଜ ନନ୍ଦ)କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି କରି ତାଳଚେର ବିଦ୍ୟୁତ୍‌ ସବ୍‌ଡିଭିଜନ ଚାଇଁପାଳ ଅଧୀନରେ କାର୍ଯ୍ୟ କରୁଥିବା ଏନ୍‌ଜେନର ୩୯୩ କର୍ମଚାରୀ ଏପ୍ରିଲ ୨୨ରୁ ଆନ୍ଦୋଳନରେ ବସିଛନ୍ତି। ଫଳରେ ରକ୍ଷଣାବେକ୍ଷଣଠାରୁ ମରାମତି ଯାଏ କୌଣସି କାର୍ଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri