Home

ଇସ୍‌…କି…ସ୍ମାର୍ଟ ସିଟି

ଭୁବନେଶ୍ୱର, ୫|୯ (ବ୍ୟୁରୋ) – ଶନିବାର ସ୍ବାୟତ୍ତଶାସନ ଦିବସ ପାଳନ କରିଛି ବିଏମ୍‌ସି। ଭୁବନେଶ୍ୱରକୁ ସ୍ବଚ୍ଛ, ସୁନ୍ଦର ଓ ସବୁଜିମାଭରା ସହର କରିବା ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଇଛନ୍ତି। ହେଲେ ବାସ୍ତବତା କ’ଣ ସହରର ରାସ୍ତାପାର୍ଶ୍ୱରୁ ବାରିହୋଇପଡୁଛି। କେଉଁଠି ରାସ୍ତା ମଝିରେ…

ପାକିସ୍ତାନୀ ପୋଲିସ ଅଫିସର ହେଲେ ପ୍ରଥମ ହିନ୍ଦୁ ଯୁବତୀ

ଇସଲାମାବାଦ: ଜଣେ ହିନ୍ଦୁ ଯୁବତୀ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ପୋଲିସ ଅଫିସର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ପ୍ରାଦେଶିକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁଷ୍ପା କୋହଲି ନାମ୍ନୀ ଏହି ଯୁବତୀଙ୍କୁ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର(ଏଏସ୍‌ଆଇ) ପଦବୀରେ ନିଯୁକ୍ତି…

ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ

ସିଙ୍ଗାପୁର: ବଲିଉଡ ସୁପରଷ୍ଟାର ତଥା ସ୍ବର୍ଗୀୟା ଅଭିନେତ୍ରୀ ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ବୁଧବାର ସ୍ଥାନୀୟ ମାଡାମ ଟୁସାଡ୍ସରେ ଅନାବରଣ ହୋଇଛି। ଏଥିପାଇଁ ଆୟୋଜିତ ଏକ ଉତ୍ସବରେ ଯୋଗଦେଇଥିଲେ ଅଭିନେତ୍ରୀଙ୍କ ସ୍ବାମୀ ବୋନି କପୁର ଏବଂ ତାଙ୍କର ଦୁଇ କନ୍ୟା ଜାହ୍ନବୀ ଓ…

ନୂ୍ୟନତମ ବାସଯୋଗ୍ୟ ସହର ତାଲିକା: ୫ମ ସ୍ଥାନରେ କରାଚୀ

କରାଚୀ: ବିଶ୍ୱର ନୂ୍ୟନତମ ବାସଯୋଗ୍ୟ ସହର ତାଲିକାରେ କରାଚୀ ରହିଛି। ବିଶ୍ୱ ବାସଯୋଗ୍ୟ ସୂଚକାଙ୍କ-୨୦୧୯ ବୁଧବାର ପ୍ରକାଶ ପାଇଥିବାବେଳେ ଇକନମିଷ୍ଟ ଗ୍ରୁପ୍‌ର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଡିଭିଜନ୍‌ର ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ (ଇଆଇୟୁ)ର ରିପୋର୍ଟରୁ ଏହି ସୂଚନା ମିଳିଛି। ଚଳିତ ବର୍ଷ…

ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ନିଆଁ

ନୂଆଦିଲ୍ଲୀ, ୫ା୯(ପି.ଟି.): ଦରଭଙ୍ଗା-ନୂଆଦିଲ୍ଲୀ ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ମୁତାବକ ରାତି ୧୦ଟାରେ ପ୍ରଥମେ ଗୋଟିଏ ସ୍ଲିପର କୋଚରେ ନିଆଁ ଲାଗିଥିଲା। ଦମକଳ ବାହିନୀର କର୍ମଚାରୀ ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ସହଯୋଗ…

୧୪ରୁ ଭାଜପା ପାଳିବ ସେବା ସପ୍ତାହ

ଭୁବନେଶ୍ୱର,୫।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରିବ ଭାଜପା। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଛି। ତେଣୁ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ…

୬ ଆଇଏସ୍‌ ଆତଙ୍କବାଦୀ ନିହତ

କରାଚୀ, ୫ା୯(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ଅନ୍ତର୍ଗତ କ୍ୱେଟ୍ଟାରେ ବୁଧବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମହିଳାଙ୍କ ସମେତ ୬ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରେଶନରେ ଜଣେ କର୍ମଚାରୀ ପ୍ରାଣ ହରାଇଥିବାବେଳେ ୮ ସୁରକ୍ଷାକର୍ମୀ ଆହତ ହୋଇଥିବା ଆଇଜିପି ମହସିନ୍‌ ହାସନ୍‌ ବଟ୍ଟ…

ମଧ୍ୟପ୍ରଦେଶ କଂଗ୍ରେସରେ ମତଭେଦ

ଗ୍ବାଲିୟର,୫ା୯: ମଧ୍ୟପ୍ରଦେଶ କଂଗ୍ରେସରେ ମତଭେଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଳନାଥ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ଆବଶ୍ୟକ ବୋଲି ଦଳର ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର କହିଛନ୍ତି। ଏଥିସହିତ ସରକାରରେ କେହି ଯେପରି ହସ୍ତକ୍ଷେପ ନ କରନ୍ତି ତାହା ନିଶ୍ଚିତ…

ଗିରଫ ଲଶ୍କର ଆତଙ୍କବାଦୀ ମାନିଲେ: ପାକ୍‌ ସହାୟତାରେ ଅନୁପ୍ରବେଶ କରିଥିଲେ

ଶ୍ରୀନଗର,୫ା୯: ଗତ ମାସରେ ଜମ୍ମୁ-କଶ୍ମୀର ସୀମାନ୍ତରୁ ଗିରଫ ହୋଇଥିବା ଲଶ୍କର-ଇ-ତୋଇବାର ଦୁଇଜଣ ଆତଙ୍କବାଦୀ ପାକିସ୍ତାନ ସରକାରଙ୍କ ସହାୟତାରେ ଅନୁପ୍ରବେଶ କରିଥିଲେ ବୋଲି ସ୍ବୀକାର କରିଛନ୍ତି। ଜମ୍ମୁ-କଶ୍ମୀରରେ ଆକ୍ରମଣ କରିବା ଲାଗି ସେମାନଙ୍କୁ ପଠାଯାଇଥିଲା ବୋଲି ବୁଧବାର ଖବରଦାତା ସମ୍ମିଳନୀରେ ଜଣେ ବରିଷ୍ଠ…

କଶ୍ମୀର ନିଷ୍ପତ୍ତି ସମ୍ପର୍କରେ ପୁଟିନଙ୍କୁ ଜଣାଇଲେ ମୋଦି: ମିଥ୍ୟା ପ୍ରସାର କରୁଛି ପାକ୍‌

ଭ୍ଲାଡିଭୋଷ୍ଟକ୍‌,୫ା୯: ଜମ୍ମୁ-କଶ୍ମୀର ମାମଲାରେ ହସ୍ତକ୍ଷେପ କରିବା ପାଇଁ ପାକିସ୍ତାନର ଅନୁରୋଧକୁ ରୁଷିଆ ପ୍ରତ୍ୟାଖ୍ୟାନ କରିଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଇସ୍‌ଲାମାବାଦ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରୁଥିବା…

ବାଟ ହୁଡୁଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା

ଚନ୍ଦ୍ରଗିରି,୫ା୯(ଡି.ଏନ.ଏ.)-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସେଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ୟତମ। ହେଲେ ବିଭିନ୍ନ ସ୍ଥାନରେ ରାସ୍ତା କାମ ହାତକୁ ନେଇଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ…

ବିଏସ୍‌ଏନ୍‌ଏଲ୍‌ର ଖର୍ଚ୍ଚକାଟ ଯୋଜନା; ୮୦ ହଜାର କର୍ମଚାରୀଙ୍କୁ ଦିଆଯିବ ଭିଆର୍‌ଏସ୍‌

ନୂଆଦିଲ୍ଲୀ,୫ା୯: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ)ନିଜର ଜମି ଭଡା ଦେଇ ଅର୍ଥ ଆୟ ବଢ଼ାଇବାକୁ ପ୍ରୟାସ କରୁଛି। ଅପରପକ୍ଷରେ ଖର୍ଚ୍ଚ କାଟ ଜରିଆରେ କ୍ଷତିକୁ ଯଥାସମ୍ଭବ କମାଇବା ଲାଗି ଏହା କର୍ମଚାରୀ ସଂଖ୍ୟା ହ୍ରାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri