ଭାରତୀୟ ହକି ଦଳର ବିଜୟଧାରା ଜାରି
ଆଣ୍ଟରେପ (ବେଲଜିୟମ),୩୦।୯(ପି.ଟି.)- ବେଲଜିୟମ ଗସ୍ତରେ ଯାଇଥିବା ଭାରତୀୟ ପୁରୁଷ ହକି ଦଳ ଦମ୍ଦାର ପ୍ରଦର୍ଶନ କରି ବିଜୟଧାରା ଅବ୍ୟାହତ ରଖିଛି। ରବିବାର ଅନୁଷ୍ଠିତ ତୃତୀୟ ମ୍ୟାଚ୍ରେ ଭାରତ ୫-୧ ଗୋଲରେ ସ୍ପେନ୍କୁ ହରାଇଛି। ଏଥିସହ ସ୍ପେନ୍ ବିପକ୍ଷରେ ଭାରତ କ୍ରମାଗତ ଦ୍ୱିତୀୟ…
ଦୁର୍ଗା ମୂର୍ତ୍ତି ଗଢ଼ା ପାଲଟିଛି ପେସା, ନିଶା
ରାଜନଗର,୩୦ା୯(ଡି.ଏନ୍.ଏ.): ଆଉ ମାତ୍ର କିଛିଦିନ ପରେ ପାର୍ବଣ। ଏଥିଲାଗି ଏବେଠୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପୁରପଲ୍ଲି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ମା’ଦୁର୍ଗାଙ୍କ ଆଗମନ ପାଇଁ ଭକ୍ତମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ବିଭିନ୍ନ ପୂଜା ମଣ୍ଡପରେ ଶିଳ୍ପୀମାନେ ମା’ଙ୍କ…
ନୟାଗଡ଼ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ
ନୟାଗଡ଼ ଅଫିସ,୩୦ା୯: ଗୋଟିଏ ଦିନରେ ନୟାଗଡ଼ରେ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ନୟାଗଡ଼ ବ୍ଲକ ଲାଉସେଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୧୪), ଲାଠିପଡ଼ା ଗ୍ରାମର ନିର୍ମଳା ନାହାକ (୩୦) ଓ ସୁମନ୍ତ ନାହାକ (୨୫)। କୃଷ୍ଣଚନ୍ଦ୍ରଙ୍କ…
ଗୋରୁ ବୋଝେଇ ଗାଡ଼ି ଜବତ, ୨ ଅଟକ
ରଣପୁର, ୩୦ା୯ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ରବିବାର ଏକ ଗୋରୁ ବୋଝେଇ ଗାଡି ଜବତ କରିଛି। ରାତି ପ୍ରାୟ ୧୦ଟାରେ ଓଡି୨୫ଏଫ-୩୪୯୫ ନମ୍ବର ବିଶିଷ୍ଟ ଆଇଚର କଣ୍ଟେନର ଗାଡିକୁ ପୋଲିସ ଥାନା ଆଗରେ ଅଟକାଇ ତଲାସୀ ନେଇଥିଲା।…
ଦଲାଲ୍ଙ୍କ କବ୍ଜାରେ ଜିଲା ମୁଖ୍ୟ ଚିକିତ୍ସାଳୟ : ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ
ନୟାଗଡ଼ ଅଫିସ,୩୦ା୯: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଶନିବାର ରାତିରେ ଜଣେ ମହିଳା ପିଲା ଚୋରି କରି ନେଉଥିବା ବେଳେ ଲୋକମାନେ ହୋହଲ୍ଲା କରିବାରୁ ସେ ପଳାଇ ଯାଇଥିଲେ। ସେହିଭଳି ରବିବାର…
ମହିଳା ହକି: ଭାରତ- ବ୍ରିଟେନ ମ୍ୟାଚ୍ ଡ୍ର
ମାର୍ଲୋ (ଇଂଲଣ୍ଡ), ୩୦।୯ (ପି.ଟି.)- ୟୁକେ ଗସ୍ତରେ ଯାଇଥିବା ଭାରତୀୟ ମହିଳ ହକି ଦଳ ତା’ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ଗ୍ରେଟ ବ୍ରିଟେନ୍ ବିପକ୍ଷରେ ମ୍ୟାଚ୍ ଡ୍ର ରଖିଛି। ରବିବାର ଏଠାରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ୧-୧…
ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍: କୋଲମେନଙ୍କ ଚମକ
ଦୋହା,୩୦।୯ (ଏଏଫ୍ପି)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ର ୧୭ତମ ସଂସ୍କରଣରେ ଆମେରିକା ତାରକା ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲମେନ ଅତି ସୁନ୍ଦର ଢଙ୍ଗରେ ୧୦୦ମିଟର ଦୌଡରେ ଟାଇଟଲ ହାସଲ କରିଛନ୍ତି। ସ୍ଥାନୀୟ ଖଲିଫା ଇଣ୍ଟର ନ୍ୟାଶନାଲ ଷ୍ଟାଡିୟମରେ ସେ ଏହି ରେସ୍ର…
ହାର୍ଟ ଆଟାକ୍ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଚାମୁଚେ…
ବ୍ୟସ୍ତ ବହୁଳ ଜୀବନରେ ଏବେ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଦେଖାଯାଉଛି। ତେବେ ଏହାକୁ ସହଜରେ ଦୂରେଇ ହେବ। ଆୟୁର୍ବେଦରେ ଉଲ୍ଲେଖ ରହିଛି ପ୍ରତିଦିନ ସକାଳେ ଚାମୁଚେ ଦହି ଖାଇଲେ ଉଚ୍ଚ ରକ୍ତଚାପ ସ୍ବାଭାବିକ ହୋଇଥାଏ। ଦହିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ୍…
ପାକିସ୍ତାନ ମିଡିଆରେ ଭାରତୀୟ କଣ୍ଟେଣ୍ଟ୍ ପ୍ରସାରଣ ଉପରେ ଲାଗିଲା କଟକଣା
ଇସଲାମାବାଦ୍,୨୯।୯:ପାକିସ୍ତାନ ମିଡିଆରେ ସବୁ ପ୍ରକାର ଭାରତୀୟ କଣ୍ଟେଣ୍ଟ୍ ପ୍ରସାରଣ ଉପରେ ରୋକ ଲଗାଯାଇଛି। ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡିଆ ନିୟାମକ ଅଧିକରଣ(ପିଇଏମ୍ଆର୍ଏ) ନୋଟିସ ଜାରି କରି ଏହି ଘୋଷଣା କରିଛି। ସବୁ ଭାରତୀୟ ଟିଭି ଚ୍ୟାନେଲ୍ ପ୍ରସାରଣ ଉପରେ କଟକଣା ଲାଗିଛି। ଏଥିରେ…
ହାମିଲ୍ଟନ ଜିତିଲେ ରୁଷିଆନ ଗ୍ରାଁ ପ୍ରି
ସୋଚି, ୨୯।୯-ମର୍ସିଡିଜ୍ ଡ୍ରାଇଭର ବ୍ରିଟେନର ଲୁଇସ ହାମିଲ୍ଟନ ରବିବାର ଅନୁଷ୍ଠିତ ରୁଷିଆନ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍ ମୋଟର ରେସିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ରୁଷିଆରେ ଏହା ହାମିଲ୍ଟନଙ୍କ ୪ର୍ଥ ଏବଂ ଓଭରଅଲ୍ ୮୨ତମ ଗ୍ରାଁ ପ୍ରି ବିଜୟ। ୨…
ଚାଇନା ପାରା ବ୍ୟାଡ୍ମିଣ୍ଟନ: ସିଙ୍ଗଲ୍ସ, ଡବଲ୍ସରେ ପ୍ରମୋଦ ଚାମ୍ପିୟନ
ଭୁବନେଶ୍ୱର, ୨୯।୯(କ୍ରୀଡ଼ା ପ୍ରତିନିଧି)-ଚାଇନାର ୟୁହାଙ୍ଗ ହାଙ୍ଗ୍ଝୋଉଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ଚାମ୍ପିୟନ ହୋଇଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୯-୨୧, ୨୧-୧୩, ୨୧-୧୪…
ରାଇଜିନ୍ ଟେକ୍ ସଫ୍ଟୱେୟାର କମ୍ପାନୀରୁ ୮ ଲକ୍ଷ ଠକେଇ: ନୀଳଗିରିରେ ପହଞ୍ଚିଲେ କମ୍ପାନୀ ଅଧିକାରୀ
ସଜନାଗଡ଼, ୨୯।୯(ଡି.ଏନ.ଏ.)-ନୀଳଗିରି ବ୍ଲକ ଅଞ୍ଚଳର ୫ଜଣ ଯୁବକ ଦିଲ୍ଲୀର ଏକ ସଫ୍ଟୱେୟାର କମ୍ପାନୀରୁ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡପ କରି ପଳାଇ ଆସିଥିବା ଶୁଣିବାକୁ ମିଳିଛି। କମ୍ପାନୀ ପକ୍ଷରୁ ଅଧିକାରୀମାନେ ରବିବାର ନୀଳଗିରି ଆସି ବରହମପୁର ପୋଲିସ ସହାୟତାରେ ମାଟିଆଳି ଗ୍ରାମକୁ…
Archives


