Home

ବିଧାୟକଙ୍କ ଗାଡ଼ି ପୋଡ଼ି ଘଟଣା: ୨ ଅଭିଯୁକ୍ତ କୋର୍ଟ ଚାଲାଣ

ତାଳଚେର,୧୫।୧୨(ନି.ପ୍ର.): ତାଳଚେର ବିଧାୟକଙ୍କ ଗାଡ଼ି ପୋଡି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ରବିବାର ସକାଳେ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଯୁବ ସମାଜସେବୀ ସଂଗଠନର ଦୁଇ ପ୍ରମୁଖ କର୍ମକର୍ତ୍ତା। ଗତ ୮ ତାରିଖରେ ବିଧାୟକଙ୍କ ଭରତପୁରସ୍ଥିତ କ୍ୟାମ୍ପ୍‌ ଅଫିସରେ ବିଳମ୍ବିତ ରାତିରେ…

ନୂଆ ସରକାର ଗଠନ ପରେ ୫ ରାଜ୍ୟରେ ଅଟକି ରହିଛି ୬ ଲକ୍ଷ ୭୦ ହଜାର କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ,୧୫।୧୨: ଭାରତର ୫ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ୬ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଅଟକି ରହିଛି। ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶରେ ଲକ୍ଷେ ୯ ହଜାର କୋଟି, ମହାରାଷ୍ଟ୍ରରେ ୫ ଲକ୍ଷ ୪୬ ହଜାର ୧୨୮…

ନାଗରିକତ୍ୱ ସଂଶୋଧନ ଆଇନରେ ପରିବର୍ତ୍ତନ ଆସିପାରେ: ସଙ୍କେତ ଦେଲେ ଶାହା

ନୂଆଦିଲ୍ଲୀ,୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସମଗ୍ର ଉତ୍ତରପୂର୍ବ ଭାରତରେ ହିଂସା ଉପୁଜିଛି। କେବଳ ସେତିକି ନୁହେଁ ଏହାକୁ ନେଇ ବିଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଗଲାଣି। ତେବେ ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଝାଡ଼ଖଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧନ…

କରୀନାଙ୍କ ଡାଏଟ୍‌ ପ୍ଲାନ୍‌

କରୀନାଙ୍କୁ ସ୍କ୍ରିନ୍‌ରେ ଦେଖିବା କ୍ଷଣି ଫ୍ୟାନଙ୍କ ମନରେ ପ୍ରଶ୍ନ ଉଠେ କ’ଣ ଖାଉଛନ୍ତି? ଏତେ ସୁନ୍ଦର ଆଉ ସ୍ଲିମ୍‌ ରହୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଡାଏଟ୍‌ ପ୍ଲାନ୍‌ ବା ଫିଟ୍‌ନେସ୍‌ର ରାଜ୍‌… – କରୀନା କେଶର ସହିତ ଭିଜା ହୋଇଥିବା କଳା…

ନ୍ୟାୟିକ ବ୍ୟବସ୍ଥାରେ ମଣିଷର ବିଚାର କ୍ଷମତାର ସ୍ଥାନ ନେଇ ପାରିବନି ଏଆଇ: ପ୍ରଧାନ ବିଚାରପତି

ନାଗପୁର,୧୫।୧୨: ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସମ୍ପ୍ରତି ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ)ର ପ୍ରଚଳନ ପାଇଁ ଯୋଜନା ନାହିଁ। ଏହା ଖୁବ୍‌ ଭଲ ପ୍ରଣାଳୀ ତେବେ ଏହା ଦ୍ୱାରା ନ୍ୟାୟିକ ବ୍ୟବସ୍ଥାରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଆଇ କେବେ ମଧ୍ୟ ମଣିଷର ବିଚାର…

ରାମଲୀଳା ମଇଦାନରୁ ପ୍ରଚାର ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୧୫।୧୨: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ। ପାଖାପାଖି ୨ ମାସ ମଧ୍ୟରେ ଏଠାରେ ନିର୍ବାଚନ ଆୟୋଜନ କରାଯିବ। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଫେବୃୟାରୀରେ ଦିଲ୍ଲୀ ବିଧାନସଭାର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି)ର କାର୍ଯ୍ୟକାଳ ସରୁଛି। ତେଣୁ…

ଛାଡ଼ପତ୍ର ମାମଲାର ଆପୋଷ ବୁଝାମଣା ପାଇଁ ଘୋଡ଼ା ଚଢ଼ି ବର ବେଶରେ କୋର୍ଟରେ ପହଞ୍ଚିଲେ ଯୁବକ

ଭୋପାଳ, ୧୫।୧୨: ମଧ୍ୟପ୍ରଦେଶରେ ଏକ ଛାଡ଼ପତ୍ର ମାମଲାରେ ପରିବାର କୋର୍ଟ ଦମ୍ପତିଙ୍କୁ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିଲେ। ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ବୁଝାମଣା ଲାଗି ଡିସେମ୍ବର ୧୪ ଧାର୍ଯ୍ୟ ହୋଇଥିଲା। ସେହି ଦିନ ସ୍ବାମୀ ଘୋଡ଼ା ଚଢ଼ି ବର ବେଶରେ ଦେବାସ…

ରକ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା ଶୁଟର: ନିର୍ଭୟା ଦୋଷୀଙ୍କୁ ନିଜ ହାତରେ ଫାଶୀଦେବାକୁ ମାଗିଲେ ଅନୁମତି

ନୂଆଦିଲ୍ଲୀ,୧୫।୧୨: ଅନ୍ତରାଷ୍ଟ୍ରୀୟ ମହିଳା ଶୁଟର ବର୍ତ୍ତିକା ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ତରେ ଏକ ଚିଠି ଲେଖିଛନ୍ତି। ନିର୍ଭୟା ମାମଲାର ଦୋଷୀଙ୍କୁ ମହିଳାଙ୍କ ହାତରେ ଫାଶୀ ଦେବାକୁ ସେ ଉକ୍ତ ଚିଠିରେ ଅନୁରୋଧ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିର୍ଭୟା…

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଲଣ୍ଡନରେ ବିରୋଧ ପ୍ରଦର୍ଶନ

ଲଣ୍ଡନ,୧୫।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆସାମ, ତ୍ରିପୁରା, ନାଗାଲାଣ୍ଡ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଏହାକୁ ନେଇ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଏହି ନାଗରିକତା ସଂଶୋଧନ ଆଇନକୁ…

ସର୍ଦ୍ଦାର ପଟେଲଙ୍କ ୬୯ତମ ପୁଣ୍ୟତିଥି: ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୫।୧୨: ସ୍ବାଧୀନ ଭାରତ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୯ ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶ ପାଇଁ ସର୍ଦ୍ଦାର ପଟେଲଙ୍କ…

ଆମେରିକା ତାଗିଦ୍‌କୁ ଭୟ ନାହିଁ: ପୁଣି ଆଣବିକ ପରୀକ୍ଷଣ କଲା ଉତ୍ତରକୋରିଆ

ଓ୍ବାଶିଂଟନ, ୧୫।୧୨: ଆମେରିକା ତାଗିଦ୍‌କୁ ଭୟ ନ କରି ଉତ୍ତରକୋରିଆ ପୁଣି ଥରେ ଆଣବିକ ପରୀକ୍ଷଣ କରିଛି। ସୋହେ ସ୍ଥିତି ପରୀକ୍ଷଣ କେନ୍ଦ୍ରରେ ଏହା କରାଯାଇଛି। ଆମେରିକା-ଉତ୍ତରକୋରିଆ ମଧ୍ୟରେ ଆଣବିକ ପରୀକ୍ଷଣ ନେଇ ହୋଇଥିବା ଚୁକ୍ତିର ଏହା ଅବମାନନା ବୋଲି କୁହାଯାଉଛି।…

ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ଉଦ୍‌ଘାଟିତ

କୋଣାର୍କ, ୧୫।୧୨(ଡି.ଏନ.ଏ): କୋଣାର୍କ-ପୁରୀ ବେଳାଭୂମି ରାସ୍ତାର ସାହୁଖଣତା ଠାରେ ଗୁଜରାଟର ରାନ୍‌ ଉତ୍ସବ ଢାଞ୍ଚାରେ ଆୟୋଜିତ ‘ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ’କୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ ଉଡ଼ାଇ ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳରେ ଥିବା ପର୍ଯ୍ୟଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?