Home

ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଲେଖିକା ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୭୬ ବର୍ଷ ହୋଇଥିଲା। ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଭିଣୋଇଙ୍କ ମୃତ୍ୟୁରେ ସେ ଗଭୀର ଶୋକ…

ଦୁର୍ଗାଙ୍କ ମନ୍ତ୍ର ଟୁଇଟ୍‌ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩୧।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୁର୍ଗାଙ୍କର ଏକ ମନ୍ତ୍ର ଟୁଇଟ୍‌ କରିବା ପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ପ୍ରିୟଙ୍କାଙ୍କ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ସୋମବାର ରାତିରେ ଦୁର୍ଗା ସ୍ତୁତିର ଏକ ମନ୍ତ୍ର ଟୁଇଟ୍‌ କରାଯାଇଛି। ପ୍ରିୟଙ୍କା ନିଜେ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ପୋଲିସ କମିଶନର ଏବଂ ୩୨ ଇନସ୍ପେକ୍ଟରଙ୍କ ବଦଳି

ନୂଆଦିଲ୍ଲୀ, ୩୧।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ବଦଳି କରାଯାଇଛି। ଏହା ସହିତ ୨ ଜଣ ଅତିରିକ୍ତ କମିଶନର ଏବଂ ୩୨ ଜଣ ଇନସ୍ପେକ୍ଟରଙ୍କ ବଦଳି କରାଯାଇଛି। ନିୟମ ଅନୁସାରେ ଏଭଳି କରାଯାଇଥିବା ପ୍ରଶାସନ ପକ୍ଷରୁ…

ମନ୍ଦିର ସମ୍ମୁଖରେ ରହିଛି ମଶାଲ ଧରିଥିବା ମୂଷା…

ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ନୂଆବର୍ଷ ପାଳିତ ହୋଇଥାଏ। ଚଳିତ ୨୦୨୦ ବର୍ଷ ପାଳନ ପାଇଁ ଜାପାନରେ ଏକ ମନ୍ଦିର ସମ୍ମୁଖରେ ହାତରେ ମଶାଲ ଧରିଥିବା ମୂଷାର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଜାପାନରେ ଲୋକଙ୍କ ବିଶ୍ୱାସ ମୂଷା ହେଉଛି…

ପୃଥିବୀର ଉଚ୍ଚତମ ବ୍ରିଜ୍‌ ଟାଓ୍ବାର: ଉଚ୍ଚତା ୧୧୦ ମହଲା କୋଠା ସଦୃଶ

ବେଜିଂ, ୩୧।୧୨: ଚାଇନାର ଦକ୍ଷିଣ-ପଶ୍ଚିମ ଗିୟାଝୋଇ ପ୍ରାନ୍ତରେ ଥିବା ପିଙ୍ଗ୍‌ଟାଙ୍ଗ୍‌ ବ୍ରିଜ୍‌ ଟାଓ୍ବାରକୁ ମଙ୍ଗଳବାର ଲୋକାର୍ପିତ କରାଯାଇଛି। ଦୁଇ ପାହାଡ଼ ମଧ୍ୟରେ ଥିବା ଏହି ୨୧୩୫ ମିଟର ଲମ୍ବ ବ୍ରିଜ୍‌ କାଓଡୁ ନଦୀର ୩୩୨ ମିଟର ଉପରେ ନିର୍ମିତ ହୋଇଛି। ଏହାର…

ରାଜ୍ୟରେ ଅସହ୍ୟ ଶୀତ, ଅନୁଗୋଳ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ମଙ୍ଗଳବାର ରାଜ୍ୟର ୧୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ଅନୁଗୋଳ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି।…

ନାଗାଲାଣ୍ଡରେ ଆଫ୍‌ସ୍ପା ସମୟସୀମା ୬ ମାସ ବଢ଼ିଲା

ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍‌ଏସ୍‌): ନାଗାଲାଣ୍ଡରେ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ, ୧୯୫୮ (ଆଫ୍‌ସ୍ପା) କାର୍ଯ୍ୟକାଳକୁ ଆଉ ୬ ମାସ ବଢ଼ାଇଦିଆଯାଇଛି। ସୋମବାର କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ସମଗ୍ର ନାଗାଲାଣ୍ଡରେ ଅସ୍ଥିର ଅବସ୍ଥା ଲାଗିରହିଥିବାରୁ ଆଫ୍‌ସ୍ପା ଆଇନର ବ୍ୟବହାର କରିବାକୁ ପଡ଼ୁଛି…

ସିଏଏ ବିରୋଧରେ ନୂଆବର୍ଷରେ ଅନଶନ କରିବ କଂଗ୍ରେସ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ), ଆର୍ଥତ୍କ ମାନ୍ଦାବସ୍ଥା ଓ ବେରୋଜଗାରୀ ବିରୋଧରେ କଂଗ୍ରେସର ଦିଲ୍ଲୀ ସଂଗଠନ ନୂଆବର୍ଷରେ ୧୨ ଘଣ୍ଟିଆ ଅନଶନରେ ବସିବାକୁ ଘୋଷଣା କରିଛି। କନ୍ନଟ ପ୍ଲେସ୍‌ରେ ମଙ୍ଗଳବାର ସନ୍ଧ୍ୟା ୬ଟାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ଅନଶନ…

ନାଗାଲାଣ୍ଡ ବିଧାନସଭା ବାଚସ୍ପତିଙ୍କ ଦେହାନ୍ତ

କୋହିମା,୩୧ା୧୨(ପି.ଟି.): ନାଗାଲାଣ୍ଡ ବିଧାନସଭାର ବାଚସ୍ପତି ଭିଖୋ ହୋସୁଙ୍କ ସୋମବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଫୁସ୍‌ଫୁସଜନିତ କର୍କଟ ରୋଗରେ ପୀଡ଼ିତ ଥିଲେ। ନ୍ୟାଶନାଲିଷ୍ଟ…

ଉମେଶ ସିହ୍ନା ହେଲେ ନିର୍ବାଚନ ଉପ କମିଶନର

ନୂଆଦିଲ୍ଲୀ,୩୧ା୧୨(ପି.ଟି.):ବରିଷ୍ଠ ଆଇଏଏସ୍‌ ଅଫିସର ଉମେଶ ସିହ୍ନାଙ୍କୁ ନିର୍ବାଚନ ଉପ କମିଶନର ଭାବେ ନିଯୁକ୍ତି ମିଳିଛି। ମଙ୍ଗଳବାର ସେ ଅବସର ନେବାକୁ ଥିବାବେଳେ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ତାଙ୍କର ପୁନଃ ନିଯୁକ୍ତିକୁ ଅନୁମୋଦନ କରିଛି। ୧୯୮୬ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର…

ଜମ୍ମୁ-କଶ୍ମୀରରେ ନିଯୁକ୍ତି ଲାଗି ସର୍ବଭାରତୀୟ ସ୍ତରରୁ ଦରଖାସ୍ତ ଆହ୍ବାନ

ଜମ୍ମୁ,୩୧ା୧୨(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସେଠାରେ ନିଯୁକ୍ତି ଲାଗି ପ୍ରଥମ ଥର ପାଇଁ ସର୍ବଭାରତୀୟ ସ୍ତରରୁ ପ୍ରାର୍ଥୀମାନଙ୍କୁ ସୁଯୋଗ ଦିଆଯାଇଛି। ଜମ୍ମୁ-କଶ୍ମୀର ହାଇକୋର୍ଟରେ ଖାଲିଥିବା ୩୩ ପଦବୀ ଲାଗି ସାରା ଦେଶରୁ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆହ୍ବାନ…

ଟେକ୍ସାସ ଚର୍ଚ୍ଚରେ ଗୁଳିକାଣ୍ଡ: ୨ ନିହତ

ହ୍ୟୁଷ୍ଟନ,୩୧ା୧୨(ପି.ଟି.): ଟେକ୍ସାସ୍‌ର ଏକ ଚର୍ଚ୍ଚରେ ରବିବାର ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଯବାନଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି। ହ୍ବାଇଟ୍‌ ସେଟଲମେଣ୍ଟରେ ଥିବା ଫ୍ରିଓ୍ବେ ଚର୍ଚ୍ଚରେ ଲୋକମାନେ ପ୍ରାର୍ଥନା କରୁଥିବାବେଳେ ବନ୍ଧୁକଧାରୀ ଗୁଳି ଚଳାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?