ଦୁର୍ଦ୍ଦିନରେ କରତକଳ ଶ୍ରମିକ
ବାଲେଶ୍ୱର ଅଫିସ, ୭।୧୨- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର ଏବେ ଜୀବନଜୀବିକା ସଂକଟରେ। ଜିଲାରେ କରତକଳ ବନ୍ଦ ହେବା ପରଠାରୁ ସେମାନେ କାମଧନ୍ଦା ହରାଇ…
‘ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦିଅ’
ବାଲେଶ୍ୱର ଅଫିସ, ୭।୧୨-ବାଲେଶ୍ୱରସ୍ଥିତ ସଦ୍ଭାବନା ସଭାଗୃହରେ ଚଳିତ ରବି ୨୦୧୯-୨୦ ବର୍ଷ ପାଇଁ ଜିଲା କୃଷି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରି ଆସନ୍ତା ରବି ଋତୁ ପାଇଁ ବିଭିନ୍ନ ଫସଲ…
ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନ ବିଶୃଙ୍ଖଳା ଘଟଣା ୬ ଶିକ୍ଷକ ନିଲମ୍ବିତ:ପ୍ରତିବାଦରେ ଶିକ୍ଷକଙ୍କ ମେଳି
ଭୋଗରାଇ, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା ଓ ବ୍ଲକ ପରିସରରେ ୧୨ନଂ. ଓ ୧୪ନଂ. ବୁଥ୍ର ଭୋଟ୍ ବାକ୍ସ ଖୋଲାଥିବା ଓ ଭଙ୍ଗାଯାଇଥିବା ଅଭିଯୋଗ ହୋଇଥିଲା। ଉପନିର୍ବାଚନରେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ୬ଜଣ ଶିକ୍ଷକଙ୍କୁ…
ଫେସବୁକ୍ରେ ବକ୍ସରଙ୍କୁ ପ୍ରେମ ନିବେଦନ କରିଥିଲେ ଶିଖର ଧାଓ୍ବନ
ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି, ତାଙ୍କ ପ୍ରେମ କାହାଣୀକୁ ନେଇ ସେତିକି ଚର୍ଚ୍ଚାରେ ଥାଆନ୍ତି। ଧାଓ୍ବନଙ୍କ ବିବାହ ୨୦୧୨ ଅକ୍ଟୋବର ୩୦ରେ ଅଷ୍ଟ୍ରେଲିଆର ବକ୍ସର ଆୟେଶା ମୁଖାର୍ଜୀଙ୍କ…
ଡାଇବେଟିସ୍ ରୋଗୀଙ୍କ ପାଇଁ ଉପକାରୀ କଳାଜିରା
କଳାଜିରା ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। କଳାଜିରାରେ ଥିବା ଭିଟାମିନ, ଆମିନୋ ଏସିଡ, ଆଇରନ, ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଏଲ୍କୋଲାଇଡସ ଓ ଭେଲାଟାଇଲ ଭଳି ଅନେକ ପୋଷକ ତତ୍ତ୍ୱ ସ୍ବାସ୍ଥ୍ୟ ସହିତ ତ୍ୱଚା ସମ୍ପନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି…
ଅଦିନିଆ ରଥଯାତ୍ରା: ନିକୁଞ୍ଜ ଟ୍ରଷ୍ଟ ବିରୋଧରେ ଏତଲା
ପୁରୀ ଅଫିସ, ୬ା୧୨: ଅଦିନରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଭିନ୍ନ ସମୟରେ ନଜରକୁ ଆସୁଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଘୋର ଅପମାନ। ତେଣୁ ଏହାକୁ ନେଇ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିବାଦ ସୃଷ୍ଟି…
ପିସିସି ସଭାପତି ରହିବେ ନିରଞ୍ଜନ: ରୁଦ୍ର ରାଜୁ
ପୁରୀ ଅଫିସ, ୬ା୧୨: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦବୀକୁ ନେଇ କଂଗ୍ରେସ ଦଳରେ ଯେଉଁ କନ୍ଦଳ ଚାଲିଛି ସେଥିରେ ନୂଆ ଟୁଇଷ୍ଟ ଆଣିଛନ୍ତି ଏଆଇସିସି ସମ୍ପାଦକ ରୁଦ୍ର ରାଜୁ। ଶୁକ୍ରବାର ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଦଳର ସାଙ୍ଗଠନିକ…
ଭାରତ ବିପକ୍ଷରେ ଏକାଧିକ ଦିବାରାତ୍ର ଟେଷ୍ଟ ଚାହେଁ ଅଷ୍ଟ୍ରେଲିଆ
ମେଲବୋର୍ନ,୬ା୧୨ (ପି.ଟି.)-୨୦୨୧ରେ ଭାରତର ଡାଉନ୍ ଅଣ୍ଡର ଟୁର୍ ବେଳେ ଭାରତ ବିପକ୍ଷରେ ଏକାଧିକ ଦିବାରାତ୍ର ଟେଷ୍ଟ ଟୁର୍ ଖେଳିବା ଲାଗି ଅଷ୍ଟ୍ରେଲିଆ ଆଗ୍ରହ ପ୍ରକାଶ କରିଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅନୁରୋଧ…
ନେରୋକାର ପ୍ରଥମ ବିଜୟ
ଇମ୍ଫାଲ, ୬ା୧୨ (ପି.ଟି.)-ଚଳିତ ବର୍ଷର ଆଇ-ଲିଗ୍ରେ ନେରୋକା ଏଫ୍ସି ଏହାର ପ୍ରଥମ ବିଜୟ ହାସଲ କରିଛି। ଖୁମାନ ଲାମ୍ପାକଠାରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ ୧-୦ଗୋଲରେ ଆଇଜଲ ଏଫ୍ସିକୁ ହରାଇ ଦେଇଛି। ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ଗୋଲ୍ଟିକୁ ଓସ୍ମାନେ ଦିଓ୍ବାରା ୨୮ତମ…
ଏମିତି ପରିବାରଙ୍କୁ ସହଯୋଗ ଦରକାର: ପୀଡିତାଙ୍କ ପିତା
ହାଇଦ୍ରାବାଦ,୬।୧୨: ଦେଶର ସବୁଠାରୁ ଚର୍ଚ୍ଚିତ ଖବର ହାଇଦ୍ରାବାଦ ଏନ୍କାଉଣ୍ଟରକୁ ନେଇ ଏବେବି ଆଲୋଚନା ଜାରି ରହିଛି। ପୋଲିସର କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ମିଳୁଛି। ଏତିକି ବେଳେ ପୀଡିତାଙ୍କ ପିତା କହିଛନ୍ତି ନ୍ୟାୟ ମିଳିଲା, ମୋତେ କିନ୍ତୁ ମୋ ଝିଅ ଆଉ…
ଲଞ୍ଚ ହେଲା ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍ କାର୍
ଓ୍ବାଶିଂଟନ: ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍ କାର୍ ବୁଧବାର ପ୍ରଥମ କରି ମିଆମିରେ ଏକ ଇଭେଣ୍ଟରେ ଲଞ୍ଚ ହୋଇଛି। ଏହାକୁ ପାୟନିୟର ପର୍ସନାଲ ଏୟାର ଲ୍ୟାଣ୍ଡିଂ ଭେଇକିଲ (Personal Air Landing Vehicle, PAL-V) ନାମ ଦିଆଯାଇଛି। ଏହାର ଦାମ୍…
ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ
ନୂଆଦିଲ୍ଲୀ,୬।୧୨: ମୋଦି ସରକାରଙ୍କ ସମୟରେ ବିବାଦରେ ଥିବା ଆତ୍ମ ଘୋଷିତ ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ କରାଯାଇଛି। ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଏ ନେଇ ସୂଚନା ଦେଇଛନ୍ତି। ଏହାସହ ସେ ନୂଆ ପାସପୋର୍ଟ ପାଇଁ ଯେଉଁ ଆବେଦନ…
Archives


