Home

ମାର୍କେଟ୍‌ ବିଲ୍ଡିଂ ଆତଙ୍କ ଘଟଣାରେ ୧୮ ଗିରଫ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ: ସିପି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ସ୍ଥାନୀୟ ୟୁନିଟ-୨ ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ସାମିଲ ଥିବା ବେଳେ ୨୧ଜଣ ଚିହ୍ନଟ ହୋଇଛନ୍ତି। ପୋଲିସ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୨ ନାବାଳକ ଓ ୬ଜଣ ସାବାଳକ।…

ପ୍ରାୟଶ୍ଚିତ୍ତ ପାଇଁ ପୁରୀରେ ବରଗଡ଼ କଂସ

ପୁରୀ ଅଫିସ,୧୧।୧: ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପ୍ରାୟଶ୍ଚିତ୍ତ ପାଇଁ ଶନିବାର ପୁରୀରେ ଆସି ପହଞ୍ଚିଛନ୍ତି। ଭଗବାନ୍‌ କୃଷ୍ଣ ଏବଂ ବଳରାମଙ୍କ ଉଦ୍ଦେଶ୍ୟରେ ଦେଇଥିବା ନିନ୍ଦାସୂଚକ ଶବ୍ଦ…

ତୁଷାରପାତ ଯୋଗୁ ହିମାଚଳ ପ୍ରଦେଶର ୪ ରାଜପଥ ସମେତ ୬୫୦ ରାସ୍ତା ବନ୍ଦ

ଶିମଲା,୧୧।୧:ହିମାଚଳ ପ୍ରଦେଶରେ ଗତ କିଛିଦିନ ହେବ ତୁଷାରପାତ ହେବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ହିମାଚଳ ପ୍ରଦେଶ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଏସ୍‌ଡିଏମ୍‌ଏ)ର ସୂଚନା ଅନୁଯାୟୀ, ଏହି ତୁଷାରପାତ ଫଳରେ ୪ ଜାତୀୟ ରାଜପଥ ସମେତ ପ୍ରାୟ ୬୬୫ ରାସ୍ତା…

ଶୁଟିଂ ସେଟ୍‌ରେ ଆହତ ହେଲେ ସାହିଦ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଫିଲ୍ମ ‘କବିର ସିଂହ’ ଧମାଲ୍‌ କରିବା ପରେ ବଲିଉଡ୍‌ ଅଭିନେତା ସାହିଦ କପୁର ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଜର୍ସି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଶୁଟିଂ ଏବେ ଚଣ୍ଡିଗଡ଼ରେ ଚାଲୁଥିବା ବେଳେ ଏକ…

ସରକାର ଚାହିଁଲେ ପିଓକେ ଭାରତରେ ମିଶିଯିବ: ସେନା ମୁଖ୍ୟ

ନୂଆଦିଲ୍ଲୀ,୧୧।୧: ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ବଣେ ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସରକାର ଯଦି ନିର୍ଦ୍ଦେଶ ଦିଅନ୍ତି ତେବେ ପାକ୍‌ ଅଧିକୃତ କଶ୍ମୀର(ପିଓକେ)କୁ ସେ ଭାରତରେ ମିଶାଇ ଦେବେ। ସେ ଆହୁରି ମଧ୍ୟ କହିଛନ୍ତି ଚିଫ୍‌ ଅଫ୍‌ ଡିଫେନ୍ସ…

ଓମାନର ସୁଲତାନ କାବୁସଙ୍କ ପରଲୋକ: ଶପଥ ନେଲେ ଉତ୍ତରାଧିକାରୀ

ମାସକାଟ,୧୧।୧: ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। କାବୁସ ଆରବର ସର୍ବାଧିକ ସମୟ ସୁଲତାନ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ସେ…

ମନ୍ଦିର ବାହାରେ ଭିକ୍ଷା ମାଗୁଥିଲେ କୋଟିପତିଙ୍କ ପୁଅ : ଘରେ ପହଞ୍ଚାଇଲା ସ୍ବେଚ୍ଛାସେବୀ ସଂଗଠନ

ଅମ୍ବାଲା,୧୧।୧: ଫିଲ୍ମ କାହାଣୀ ପରି ହରିୟାଣାରେ ଏକ ନିଆରା ଘଟଣା ଘଟିଛି। ଏଠାରେ ଅମ୍ବାଲାର ଏକ ମନ୍ଦିର ବାହାରେ ବସି ଭିକ୍ଷା କରୁଥିବା ଜଣେ ବ୍ୟକ୍ତି କୋଟିପତିଙ୍କ ପୁଅ ବୋଲି ଜଣାପଡ଼ିଛି। ଜଣେ କୋଟିପତି ମାନସିକ ଭାରସାମ୍ୟ ହରାଇ ଘରୁ ପଳାଇ…

ହାଇକୋର୍ଟରେ ଖାରଜ ହେଲା ଫକ୍ସ ଷ୍ଟୁଡିୟର ଆବେଦନ: ଓକିଲଙ୍କୁ ଦେବାକୁ ପଡ଼ିବ କ୍ରେଡିଟ୍‌

ନୂଆଦିଲ୍ଲୀ,୧୧।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍‌’ରେ ଏସିଡ୍‌ ଆଟାକ୍‌ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ମାମଲାରେ ହାଇକୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଫକ୍ସ ଷ୍ଟୁଡିଓର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପଟିଆଲା…

ଆଇଇଏସ୍‌ ପରୀକ୍ଷାରେ ଓଡ଼ିଆ ପୁଅ ଅଂଶୁମାନ୍‌ ଟପ୍ପର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଇଣ୍ଡିଆନ୍‌ ଇକୋନୋମିକ୍ସ ସର୍ଭିସ (ଆଇଇଏସ୍‌) ପରୀକ୍ଷାରେ ଜଣେ ଓଡ଼ିଆ ଛାତ୍ର ଟପ୍ପର ହୋଇଛନ୍ତି। ସେ ହେଲେ ଅଂଶୁମାନ୍‌ କାମିଲା। ଆଇଇଏସ୍‌ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ଅଂଶୁମାନ୍‌ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ସେ ପୂର୍ବତନ…

୨୦୧୯ରେ ଭାରତରେ ୪ହଜାର ଶହେ ୯୬ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ: ୯ ହଜାର ୩ ଶହ କୋଟି କ୍ଷତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୧: ଗତ ୨୦୧୯ ବର୍ଷରେ ପୃଥିବୀର ୨୧ଟି ଦେଶରେ ମୋଟ ୧୮ ହଜାର ୨ ଶହ ୨୫ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ସେଥିମଧ୍ୟରୁ ୧୧ ହଜାର ୮ ଶହ ୫୭ ଘଣ୍ଟା ଇଣ୍ଟରନେଟ୍‌ ଉପରେ କଟକଣା ଜାରି ହୋଇଥିଲା।…

ନିଆରା ମନ୍ଦିର: ଶୁଭ କାର୍ଯ୍ୟରେ ଗଣେଶଙ୍କୁ ଚିଠି ଦେଇ ଲୋକେ କରନ୍ତି ନିମନ୍ତ୍ରଣ…

ଯୋଧପୁର: ଭାରତର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରେ ଭିନ୍ନ ଭିନ୍ନ ରୋଚକ ତଥ୍ୟ ଦେଖିବାକୁ ମିଳିଥାଏ। ରାଜସ୍ଥାନ ରନ୍ଥଭୋରରେ ରହିଛି ପ୍ରଭୁ ଶ୍ରୀଗଣେଶଙ୍କ ମନ୍ଦିର। ମନ୍ଦିରରେ ଥିବା ଗଣେଶ ମୂର୍ତ୍ତିଙ୍କର ୩ ଆଖି ରହିଛି। ପ୍ରଭୁଙ୍କ ସହିତ ଆସ୍ଥାନରେ ଶ୍ରୀଗଣେଶଙ୍କ ପତ୍ନୀ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ୭୦ରୁ ୨୦ରେ ପ୍ରାର୍ଥୀ ଦେଇପାରେ କଂଗ୍ରେସ

ନୂଆଦିଲ୍ଲୀ,୧୧।୧: ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେ ସବୁ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଯୋଗାଡରେ ଲାଗି ପଡିଛନ୍ତି। ଦିଲ୍ଲୀ ବିଧାନସଭାର ୭୦ଆସନ ମଧ୍ୟରୁ କଂଗ୍ରେସ ୨୦ରେ ପ୍ରାର୍ଥୀ ଦେବ ବୋଲି କୁହାଯାଉଛି। କଂଗ୍ରେସ ଗୋଟିଏ ପଟେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri