IT ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ, ଜାଣନ୍ତୁ କେମିତି: ମନ୍ତ୍ରୀ ଦେଲେ ସୂଚନା
ଭୁବନେଶ୍ୱର,୨୫।୨: ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆୟକର ଫାଇଲ କରିଥିଲେ ବି କଟିବନି ରାଶନ କାର୍ଡ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ଏନେଇ ରାଜ୍ୟ ସରକାର ଫିଜିକାଲ ଭେରିଫିକେସନ କରିବେ। ଅଧିକାରୀ…
‘ଲ୍ୟାଣ୍ଡ ଫର ଜବ’ମାମଲାରେ ଲାଲୁଙ୍କ ଫ୍ୟାମିଲିକୁ ଲାଗିଲା ଝଟକା, ଜାରି ହେଲା ସମନ
ପାଟନା,୨୫।୨: ‘ଲ୍ୟାଣ୍ଡ ଫର ଜବ’ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ଏହି ମାମଲାରେ ଦାଖଲ ହୋଇଥିବା ଚୂଡ଼ାନ୍ତ ଚାର୍ଜସିଟ ଉପରେ ନଜର ରଖି, ରାଉଜ ଆଭେନ୍ୟୁ କୋର୍ଟ ଲାଲୁ ଯାଦବ ଏବଂ ତାଙ୍କ…
Champions Trophyରେ ଆତଙ୍କବାଦୀ ଭୟ, ପାକିସ୍ତାନରେ ୧୨ ହଜାର ପୋଲିସକର୍ମୀଙ୍କ ସୁରକ୍ଷା ଭାଙ୍ଗି ପଡ଼ିଆରେ ପଶିଗଲେ ଆତଙ୍କବାଦୀ!
ଇସଲାମାବାଦ,୨୫।୨: ପାକିସ୍ତାନ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲ ଅନୁଯାୟୀ ଆୟୋଜିତ ହେଉଛି। ସୁରକ୍ଷା କାରଣରୁ ଭାରତୀୟ ଦଳ ଦୁବାଇରେ ଏହାର ମ୍ୟାଚ ଖେଳୁଛି। ୨୪ ଫେବୃଆରୀରେ, ନ୍ୟୁଜିଲାଣ୍ଡ ଦଳ ବାଂଲାଦେଶକୁ ୫ ୱିକେଟରେ…
ବିଡିଓଙ୍କ ଅଫିସ ଆଗରେ ଧାରଣାରେ ବସିଲେ ସାମାଜିକ କର୍ମୀ
ସାବରଙ୍ଗ,୨୫।୨(କାଳିପଦ ରାୟ): ଭଦ୍ରକ ଜିଳା ବାସୁଦେବପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସକାଳେ ସାମାଜିକ କର୍ମୀ ବୈଲୋଚନ ଜେନା ଧାରଣାରେ ବସିଛନ୍ତି। ସୋମବାର କିଛିକାମ ବିଷୟରେ ଆଲୋଚନା କରିବା ପାଇଁ ଜେନା ବିଡ଼ିଓଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବିଡ଼ିଓ ତନ୍ମିତା…
ଚୋରା କୋଇଲା ବୋଝେଇ ପିକଅପ୍ ଜବତ
ସାବରଙ୍ଗ,୨୫।୨(କାଳିପଦ ରାୟ):ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପୋଲିସ ଏକ ଚୋରା କୋଇଲା ବୋଝେଇ ପିକଅପ୍କୁ ଜବତ କରିଛି। ଗାଡିଟି ସେରପୁର ଆଡୁ ଆସୁଥିବାବେଳେ ଥାନା ଏଏସଆଇ ରବୀନ୍ଦ୍ର ସିଂ, କନକ ହାଁସଦା, କମଳା ପତି, ହାବିଲଦାର ସୁଶାନ୍ତ ମହାପାତ୍ର, ବିନୋଦ…
କେଉଁ ଦେଶରେ ସବୁଠୁ ଅଧିକ ଗାଈ ଅଛନ୍ତି; ପ୍ରଥମ ୩ ସ୍ଥାନରେ ଅଛନ୍ତି ଏହି ଦେଶ
ବିଶ୍ୱର ସବୁଠାରୁ ଅଧିକ ଗାଈ ଭାରତରେ ଦେଖାଯାଆନ୍ତି। କେବଳ ଏତିକି ନୁହେଁ, ଭାରତରେ ସର୍ବାଧିକ କ୍ଷୀର ଉତ୍ପାଦନ ହୁଏ। ଭାରତରୁ ଅନ୍ୟ ଦେଶକୁ ମଧ୍ୟ କ୍ଷୀର ରପ୍ତାନି କରାଯାଏ। ସୂଚନା ଅନୁଯାୟୀ, ଭାରତରେ ପ୍ରାୟ ୩୦୭.୫ ନିୟୁତ ଗାଈ ଅଛନ୍ତି। ବିଶ୍ୱର…
ଟ୍ରମ୍ପଙ୍କୁ ସିଧା ବାର୍ତ୍ତା ଦେଲା ଫ୍ରାନ୍ସ, ଶାନ୍ତି ପ୍ରତିଷ୍ଠା ହେଉ, ହେଲେ ୟୁକ୍ରେନର ପରାଜୟ ଗ୍ରହଣୀୟ ନୁହେଁ…
ଓ୍ବାଶିଂଟନ,୨୫।୨: ସୋମବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ବୈଠକରେ ସେ କହିଥିଲେ ଯେ ୟୁକ୍ରେନରେ ଯେକୌଣସି ଶାନ୍ତି ଚୁକ୍ତିନାମାରେ ସୁରକ୍ଷା ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ ହେବା ଉଚିତ ଏବଂ ଚେତାବନୀ ଦେଇଥିଲେ ଯେ ଶାନ୍ତିର…
ମଥାରେ ତିଳକ, ମୁଣ୍ଡରେ ଓଢଣୀ; ଭକ୍ତିରେ ଲୀନ ହେଲେ କ୍ୟାଟ୍ରିନା
ଦୁବାଇ,୨୫।୨: ସାରା ଦେଶରୁ ଲୋକମାନେ ମହାକୁମ୍ଭରେ ବୁଡ଼ ପକାଉଛନ୍ତି। ବଲିଉଡ ଷ୍ଟାରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ନିକଟରେ ଷ୍ଟାର କ୍ୟାଟ୍ରିନା କୈଫ ତାଙ୍କ ଶାଶୁ ବୀଣା କୌଶଳଙ୍କ ସହ ମହାକୁମ୍ଭରେ ପହଞ୍ଚିଥିଲେ। ଏଠାରେ କ୍ୟାଟ୍ରିନା ଭକ୍ତିରେ ଲୀନ ହୋଇଥିବାର ଦେଖାଯାଇଥିଲା।…
ପ୍ରେମିକାଙ୍କ ସହ ୬ ଜଣଙ୍କୁ ବୀଭତ୍ସ ହତ୍ୟା କଲେ ପ୍ରେମିକ
ଥିରୁଭାନନ୍ତପୁରମ୍,୨୫ା୨: କେରଳର ଥିରୁଭାନନ୍ତପୁରମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ପ୍ରେମିକା ସହ ନିଜ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି ଯୁବକ। ହାତୁଡ଼ିରେ ପିଟି ଚାପଡ଼ରେ ହାଣି ମାରିଦେଇଛନ୍ତି ୨୩ ବର୍ଷୀୟ ଯୁବକ। ନିଜ ମା’, ଜେଜେ ମା’, ନାବାଳକ ଭାଇ,…
Champions Trophy Points Table: ପାକିସ୍ତାନ-ବାଂଲାଦେଶ ବିଦା: ଜାଣନ୍ତୁ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ୍ ରେସ୍ରେ କିଏ ଆଗରେ
ଦୁବାଇ,୨୫।୨: ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ବାଂଲାଦେଶକୁ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଏବେ ଟୁର୍ନାମେଣ୍ଟରେ ବାଂଲାଦେଶର ଯାତ୍ରା ଶେଷ ହୋଇଯାଇଛି। ସେହିପରି ବାଂଲାଦେଶର ପରାଜୟ…
ନାମ ବଦଳିଲା, ପୂରଣ ହେଲାନି ପଦବୀ
ଭବାନୀପାଟଣା,୨୫।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରୁ ନାମ ପରିବର୍ତ୍ତନ ହୋଇ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ହେଲା। ତଥାପି ପୂରଣ ହେଲାନି ପଦବୀ। ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏବେ ଅନେକ ପଦବୀ ଖାଲିପଡିଛି। ଯାହାକୁ ନେଇ ଜିଲାର ଶିକ୍ଷାବିତ୍, ବୁଦ୍ଧିଜୀବୀଙ୍କ…
Odisha 10th Exam: ପରୀକ୍ଷା ଦେଇ ଫେରିବା ପରେ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ
ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଦଶମ ଶ୍ରେଣୀର ଛାତ୍ରୀ ଜଣକ ସୋମବାର ସକାଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ।…
Archives


