ଘରେ ପଶି ହତ୍ୟା କରିବୁ, ବୋମା ପକାଇ କାର୍‌ ଉଡ଼ାଇ ଦେବୁ, ପୁଣି ସଲମାନଙ୍କୁ ମିଳିଲା ଏମିତି ଧମକ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର୍‌ ସଲମାନ ଖାନଙ୍କୁ ପୁଣି ଥରେ ଧମକ ମିଳିଛି। ମୁମ୍ବାଇର ଓ୍ବର୍ଲି ଟ୍ରାଫିକ ବିଭାଗର ହ୍ବାଟ୍ସଆପ୍‌ ନମ୍ବରକୁ ଏକ ଧମକ ପଠାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଅଭିନେତାଙ୍କ ଘରେ ପ୍ରବେଶ କରି ତାଙ୍କୁ ହତ୍ୟା କରାଯିବ। କେବଳ ଏତିକି ନୁହେଁ, ସଲମାନ ଖାନଙ୍କ କାର୍‌କୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ଦିଆଯାଇଛି। ଓ୍ବର୍ଲି ଥାନାରେ ଫୋନ୍‌ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଅଭିନେତାଙ୍କୁ ହତ୍ୟା ଧମକ ମିଳିବା ପରେ ପୋଲିସ ସତର୍କ ହୋଇଯାଇଛି। ଅଧିକାରୀମାନେ ବର୍ତ୍ତମାନ ଧମକର ଉତ୍ସ ଏବଂ ସତ୍ୟତା ଯାଞ୍ଚ କରୁଛନ୍ତି। ତଥାପି ଏହି ଧମକ ଲରେନ୍ସ ବିଷ୍ଣୋୟୀଙ୍କଠାରୁ ଆସିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆପଣଙ୍କୁ କହି ରଖୁଛୁ ଯେ ଏହା ପ୍ରଥମ ଥର ନୁହେଁ ଯେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି, ଅଭିନେତା ପୂର୍ବରୁ ମଧ୍ୟ ଅନେକ ଥର ସମାନ ଧମକ ପାଇସାରିଛନ୍ତି। ପ୍ରକୃତରେ, ଗତ କିଛି ବର୍ଷ ମଧ୍ୟରେ, ବଲିଉଡ ଅଭିନେତାଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଅନେକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଧମକ ମିଳିଛି। ବିଷ୍ଣୋଇ ସମ୍ପ୍ରଦାୟ ପାଇଁ କୃଷ୍ଣସାର ମୃଗ ଧାର୍ମିକ ଗୁରୁତ୍ୱ ବହନ କରୁଥିବାରୁ, ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ସମ୍ପୃକ୍ତିକୁ ନେଇ ଏହି ଗ୍ୟାଙ୍ଗ ତାଙ୍କୁ ଟାର୍ଗେଟ କରୁଥିବା ଜଣାପଡ଼ିଛି।

ଗତ ବର୍ଷ ଏପ୍ରିଲରେ ଦୁଇଜଣ ବ୍ୟକ୍ତି ସକାଳେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିଲେ।
୨୦୨୪ରେ ସଲ୍ଲୁଙ୍କୁ ବିଷ୍ଣୋୟୀ ଗ୍ୟାଙ୍ଗ ପକ୍ଷରୁ ଏକ ନୂତନ ଧମକ ମିଳିଥିଲା, ଯେଉଁଥିରେ ସେ ମନ୍ଦିରକୁ ଯାଇ କଥିତ କୃଷ୍ଣସାର ମୃଗ ହତ୍ୟା ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗନ୍ତୁ କିମ୍ବା ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଥିଲା। ଅକ୍ଟୋବର ୩୦ରେ ଅଭିନେତାଙ୍କୁ ପୁଣି ଜଣେ ଅଜଣା ବ୍ୟକ୍ତି ଧମକ ଦେଇଥିଲେ ଏବଂ ୨ କୋଟି ଟଙ୍କା ମୁକ୍ତ ଦାବି କରିଥିଲେ।
୨୦୨୪ରେ ଦୁଇ ଅଜଣା ବ୍ୟକ୍ତି ଜାଲ ପରିଚୟ ବ୍ୟବହାର କରି ଖାନଙ୍କ ପାନଭେଲ ଫାର୍ମହାଉସରେ ଜୋରଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ୨୦୨୩ରେ, ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କ ଦ୍ୱାରା ପଠାଯାଇଥିବା ଏକ ଧମକପୂର୍ଣ୍ଣ ଇମେଲ ମିଳିଥିଲା।
୨୦୨୨ରେ ଅଭିନେତା ତାଙ୍କ ଘର ପାଖରେ ଥିବା ଏକ ବେଞ୍ଚରୁ ଏକ ଧମକପୂର୍ଣ୍ଣ ଚିଠି ପାଇଥିଲେ। ଏପରି ଲଗାତର ହତ୍ୟା ଧମକ ଯୋଗୁ, ସଲମାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ‘Y+’ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି।
ଅଭିନେତାଙ୍କ ଘର ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି ଏବଂ ତାଙ୍କ ଘରର ବାଲକୋନିରେ ବୁଲେଟପ୍ରୁଫ୍‌ କାଚ ମଧ୍ୟ ଲଗାଯାଇଛି।

ଏହି ସମୟରେ ସଲମାନ ତାଙ୍କ ଫିଲ୍ମ ‘ସିକନ୍ଦର’ର ପ୍ରମୋଶନ ସମୟରେ ଏହି ହତ୍ୟା ଧମକ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି । ତାଙ୍କ ଫିଲ୍ମ ‘ସିକନ୍ଦର’ର ପ୍ରମୋଶନ ସମୟରେ ତାଙ୍କୁ ମିଳୁଥିବା ନିରନ୍ତର ହତ୍ୟା ଧମକ ଉପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ, ‘ଭଗବାନ, ଆଲ୍ଲା ସବୁକିଛି ଉପରେ। ମୋର ଯେଉଁ ଜୀବନକାଳ ଅଛି ତାହା ଲେଖାଯାଇଛି। ଏତିକି। କେତେବେଳେ ଏତେ ଲୋକଙ୍କୁ ସାଙ୍ଗରେ ନେବାକୁ ପଡ଼ିଥାଏ, ତାହା ହିଁ ସମସ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri