ବିଜ୍ଞାନର ଉନ୍ନତିରେ ଜର୍ମାନୀ ବୈଜ୍ଞାନିକଙ୍କ ଭୂମିକା

ମଧ୍ୟଯୁଗୀୟ ୟୁରୋପରେ ନିରୀକ୍ଷଣ, ପରୀକ୍ଷଣ ଓ ଗହନ ଗଣିତର ପରମ୍ପରା ନଥିଲା। ପଠନ ଓ ଅନୁଶୀଳନ ବୈଜ୍ଞାନିକ ଗତିବିଧିର ମାନଦଣ୍ଡ ଥିଲା। ପଣ୍ଡିତମାନେ ମୁଖ୍ୟତଃ ଦାର୍ଶନିକ ପୁସ୍ତକ ବା ଧର୍ମଗ୍ରନ୍ଥ ପଢ଼ାପଢ଼ି ଓ ତର୍ଜମା କରୁଥିଲେ ଏବଂ ବିଜ୍ଞାନର ଯାତ୍ରା ଏଇ ମାଧ୍ୟମ ଦେଇ ଯାହାକିଛି ଚାଲୁଥିଲା। ଆରିଷ୍ଟଟଲ୍‌ଙ୍କ ଲେଖା ଓ କଥା ତଥା ଖ୍ରୀଷ୍ଟିଆନ୍‌ମାନଙ୍କ ଧର୍ମଗ୍ରନ୍ଥ ବାଇବେଲ୍‌କୁ ଆଧାର କରି ବୈଜ୍ଞାନିକ ଗତିବିଧି ଚାଲୁଥିଲା।
ପଞ୍ଚଦଶ ଶତାବ୍ଦୀ ବେଳକୁ ବିଜ୍ଞାନର ଅବଧାରଣା ପ୍ରାୟତଃ ଏହିପରି ଥିଲା। ଜ୍ୟୋତିର୍ବିଜ୍ଞାନ, ବିଜ୍ଞାନର ସର୍ବପ୍ରାଚୀନ ଓ ସର୍ବଜନାଦୃତ ବିଷୟ ଧିଲା କହିଲେ ଅତ୍ୟୁକ୍ତି ହେବନାହିଁ। ସୌର ପରିବାର ଜ୍ୟୋତିର୍ବିଜ୍ଞାନର ଏକ ମୌଳିକ ଓ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ପୃଥିବୀକୁ ବ୍ରହ୍ମାଣ୍ଡର କେନ୍ଦ୍ର ଭାବେ ଗ୍ରହଣ କରି ଗଣନା ଓ ତାତ୍ତ୍ୱିକ ତର୍ଜମା ସର୍ବମାନ୍ୟ ଥିଲା। ସମ୍ପ୍ରତି ଇଜିପ୍ଟର ଏଲ୍‌ ମାନସେ(ଟଲେମାଇସ୍‌ ହରମିଅସ୍‌) ତତ୍କାଳୀନ ରୋମାନ ସାମ୍ରାଜ୍ୟର ଗୋଟିଏ ସହର ଥିଲା ଓ ଏଇଠାରେ ଜନ୍ମଗ୍ରହଣ କରିଥିବା କ୍ଲାଉଡିଅସ୍‌ ଟଲେମୀ ଭୂ-କୈନ୍ଦ୍ରିକ ବ୍ରହ୍ମାଣ୍ଡ ସିଦ୍ଧାନ୍ତକୁ ତାତ୍ତ୍ୱିକ ରୂପ ଦେଇଥିଲେ ଓ ଏହା ବହୁ ଶତାବ୍ଦୀ ଧରି ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ବାଇଜାଣ୍ଟାଇନ୍‌, ୟୁରୋପୀୟ ଓ ମୁସଲମାନ ଜ୍ୟୋତିର୍ବିଜ୍ଞାନର ଆଧାରଶିଳା ଥିଲା।
ଜର୍ମାନୀ ପ୍ରଥମେ ଏଇ ପ୍ରାଚୀନ ପ୍ରମାଦକୁ ସଠିକ୍‌ ସ୍ବରୂପ ପ୍ରଦାନ କଲା, ଯେତେବେଳେ ଜର୍ମାନ ଗବେଷକ ନିକୋଲାସ୍‌ କୋପରନିକସ୍‌ (୧୪୭୩-୧୫୪୩) ସ୍ପଷ୍ଟଭାବେ କହିଲେ, ‘ସୌରଜଗତର କେନ୍ଦ୍ରରେ ସୂର୍ଯ୍ୟ ରହିଛି ଓ ପୃଥିବୀ ପ୍ରଭୃତି ଗ୍ରହମାନେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଛନ୍ତି। ଏଇ ସୌରକୈନ୍ଦ୍ରିକ ସିଦ୍ଧାନ୍ତ ଆଧୁନିକ ଜ୍ୟୋତିର୍ବିଜ୍ଞାନର ମୂଳଦୁଆ ପକାଇଛି। ଜ୍ୟୋତିର୍ବିଜ୍ଞାନରେ ବିପ୍ଳବ ସମ୍ଭବ ହୋଇଛି ଏଇ ତତ୍ତ୍ୱ ପାଇଁ। ସୌରକୈନ୍ଦ୍ରିକ ସିଦ୍ଧାନ୍ତର ମହତ୍ତ୍ୱପୂର୍ଣ୍ଣ ଗାଣିତିକ ତତ୍ତ୍ୱ ପ୍ରଦାନ କରିଛନ୍ତି ଆଉ ଜଣେ ଜର୍ମାନ ବୈଜ୍ଞାନିକ ଜୋହାନ୍ସ କେପଲର୍‌ (୧୫୭୧-୧୬୩୦), ଯିଏ ଗ୍ରହମାନଙ୍କ ଗତି ନିରୂପଣ ପାଇଁ ତିନୋଟି ନିୟମ ନିଗମନ କରିଛନ୍ତି। ଗ୍ରହୀୟ ଗତିର ସଠିକ୍‌ ଆକଳନ ଜ୍ୟୋତିର୍ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଓ ପରବର୍ତ୍ତୀ ସମୟରେ ଫିରିଙ୍ଗୀ ବୈଜ୍ଞାନିକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ଙ୍କୁ ମାଧ୍ୟାକର୍ଷଣ ନିୟମ ନିଗମନ କରିବା ପାଇଁ ପ୍ରେରିତ କରିଛି।
ଏଇ ସମୟରେ ମାର୍ଟିନ୍‌ ଲୁଥର ଖ୍ରୀଷ୍ଟିଆନ୍‌ ଚର୍ଚ୍ଚରେ ସଂସ୍କାର ପାଇଁ ଯେଉଁ ଲଢ଼େଇ ଲଢ଼ିଥିଲେ, ତାହା ପ୍ରାୟ ୩୦ ବର୍ଷ ଧରି ଚାଲିଲା ଓ ଜର୍ମାନ ବିଜ୍ଞାନରେ ଶହେବର୍ଷ ପର୍ଯ୍ୟନ୍ତ ଯଥା ସ୍ଥିତି ଲାଗିରହିଲା। ତତ୍କାଳୀନ ସାମାଜିକ ଓ ସାଂସ୍କୃତିକ ଚାପ ଦୂର ହେବାବେଳକୁ ବାୟୁମଣ୍ଡଳର ଚାପ ଆବିଷ୍କାର କରି ଆଧୁନିକ ବିଜ୍ଞାନର ଏକ ମହତ୍ତ୍ୱପୂର୍ଣ୍ଣ ମାଇଲ୍‌ ଖୁଣ୍ଟି ସ୍ଥାପନ କଲେ ଜର୍ମାନ ବୈଜ୍ଞାନିକ ଅଟୋ ଭନ୍‌ ଗୁଏରିକେ (୧୬୦୨-୧୬୮୬)। ବ୍ରାଉନ୍‌ସ୍ବେଗ୍‌ ସହରର ତତ୍କାଳୀନ ମେୟର ଓ କୁଶଳୀ ଗବେଷକ ଗୁଏରିକେ ପରୀକ୍ଷଣ ମାଧ୍ୟମରେ ପ୍ରଦର୍ଶନ କଲେ ବାୟୁଚାପର ତୀବ୍ରତା। ସେ ଗୋଟିଏ ପୋଲା ଗୋଲକକୁ ଭାକୁମ୍‌ ଚାମ୍ବର ଭାବେ ରୂପାୟିତ କରି ଦେଖାଇଲେ ଏହାର ଅପରିମିତ ବଳ ଓ କିପରି ଛଅଟି ଘୋଡ଼ାର ବଳଠାରୁ ମଧ୍ୟ ଏଇ ପୋଲା ଗୋଲକରୂପୀ ଭାକୁମ୍‌ ଚାମ୍ବରର ବାୟୁଚାପ ଅଧିକ। ବାୟୁଚାପର ଆବିଷ୍କାର ଓ ତାତ୍ତ୍ୱିକ ଅବଧାରଣା ଆଧୁନିକ ବିଜ୍ଞାନର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ବିଦ୍ୟୁତ୍‌ର ତାତ୍ତ୍ୱିକ ଅବଧାରଣାକୁ ବୁଝିବା ପାଇଁ ଗୋଟିଙ୍ଗେନ୍‌ର ଜର୍ମାନ ପ୍ରାଧ୍ୟାପକ ଜର୍ଜ ଖ୍ରୀଷ୍ଟୋଫ୍‌ର ଲିଷ୍ଟେନ୍‌ବର୍ଗ (୧୭୪୨-୧୭୯୯)ଙ୍କ ଗଛର ଶାଖା ପରି ବୈଦ୍ୟୁତିକ ବିସର୍ଜନ (ଡିସ୍‌ଚାର୍ଜ) ପ୍ରକ୍ରିୟାକୁ ଗବେଷଣାଗାରରେ ଆବିଷ୍କାର କରିବା ଓ ଜର୍ଜ ସାଇମନ୍‌ ଓମ୍‌ (୧୭୮୯-୧୮୫୪)ଙ୍କ ବିଦ୍ୟୁତ୍‌ ସୁପରିବାହୀରେ ବୈଦ୍ୟୁତିକ ବିଭବ ଓ ବିଦ୍ୟୁତ୍‌ ସ୍ରୋତ ମଧ୍ୟରେ ସରଳରୈଖିକ ସମ୍ପର୍କ ଅନାବରଣ ପୂର୍ବକ ବୈଦ୍ୟୁତିକ ପ୍ରତିରୋଧର ଗାଣିତିକ ସ୍ବରୂପ ଆବିଷ୍କାର କରିବା ଐତିହାସିକ ଗୁରୁତ୍ୱ ବହନ କରେ। ଆମେ ଏବେ ବି ବୈଦ୍ୟୁତିକ ପ୍ରତିରୋଧର ଏକକକୁ ଓମ୍‌ କହୁ। ଜର୍ମାନ୍‌ ଇଞ୍ଜିନିୟର୍‌ ଗୋଟ୍‌ହିଲଫ ହାଗେନ୍‌ (୧୭୯୭-୧୮୬୯) ନଳୀ ଦେଇ ଗତି କଲାବେଳେ ତରଳ ପଦାର୍ଥର ଚାପ ଅନ୍ତର ଓ ତରଳର ଗତି ମଧ୍ୟରେ ସରଳରୈଖିକ ସମ୍ପର୍କ ପ୍ରଦର୍ଶନ କରିଥିଲେ ଓ ତରଳ ପଦାର୍ଥରେ ପ୍ରତିରୋଧର ଗାଣିତିକ ସ୍ବରୂପ ଜଣାପଡ଼ିଥିଲା
ଜର୍ମାନ୍‌ ଗବେଷକ ଗୁସ୍ତାଭ ରବର୍ଟ କିରକଫ୍‌ (୧୮୨୪-୧୮୮୭) ପାରମ୍ପରିକ ବୈଦ୍ୟୁତିକ ବିଜ୍ଞାନର ବିକାଶ ପାଇଁ ଯେଉଁ ‘ଲୁପ୍‌ ନିୟମ’ ଆବିଷ୍କାର କରିଥିଲେ, ତାହା ‘କିରକଫ୍‌ ଲୁପ୍‌ ନିୟମ’ ଭାବେ ପ୍ରସିଦ୍ଧ। ଶୃଙ୍ଖଳା ଓ ସମାନ୍ତରାଳ ବୈଦ୍ୟୁତିକ ପରିପଥରେ ବିଦ୍ୟୁତ୍‌ ପ୍ରବାହ ବୁଝିବା ପାଇଁ ଏଇ ନିୟମ ବ୍ୟବହୃତ ହୁଏ। ଉକ୍ତ ବସ୍ତୁରୁ ନିର୍ଗତ ଦୃଶ୍ୟମାନ ଓ ଅଦୃଶ୍ୟ ବିକିରଣର ପରିମାଣ ବସ୍ତୁର ତାପମାତ୍ରା ଉପରେ ନିର୍ଭରଶୀଳ ବୋଲି କିରକଫ୍‌ ପ୍ରମାଣିତ କରିଥିଲେ, ଯାହା କ୍ୱାଣ୍ଟାମ୍‌ ବିଜ୍ଞାନର ଆଧାରଶିଳା ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
ଜର୍ମାନ୍‌ ବୈଜ୍ଞାନିକ ଯୋଶେଫ୍‌ ରିଟର ଭନ୍‌ ଫ୍ରାଉନହୋଫର (୧୭୮୭-୧୮୨୬) ଉଚ୍ଚ ପ୍ରତିସରଣ କ୍ଷମତାଯୁକ୍ତ ଲେନ୍ସ ଆବିଷ୍କାର କରି ମହାଜାଗତିକ ପିଣ୍ଡ ନିରୀକ୍ଷଣ ପାଇଁ ବ୍ୟବହୃତ ଦୂରବୀକ୍ଷଣ ଯନ୍ତ୍ରର ବିକାଶରେ ସହାୟତା କରିଥିଲେ। ଲେନ୍ସ ପରିସ୍କରଣ, ଆକ୍ରୋମାଟିକ ଦୂରବୀକ୍ଷଣ ଯନ୍ତ୍ର ନିର୍ମାଣ, ଉଚ୍ଚମାନର ଲେନ୍ସ ନିର୍ମାଣ ପାଇଁ ଫ୍ରାଉନହୋଫର ସର୍ବଦା ମନେରହିବେ। ବିଛୁରଣ କାଚ ବା ଡିଫ୍ରାକ୍ସନ ଗ୍ରେଟିଂ ଓ ସ୍ପେକ୍ଟ୍ରୋସ୍କୋପ୍‌ ଉଦ୍ଭାବନ କରିଥିଲେ ଫ୍ରାଉନ୍‌ହୋଫର। ସୂର୍ଯ୍ୟ ଓ ପୃଥିବୀର ବାୟୁମଣ୍ଡଳ ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲା ସୌରବର୍ଣ୍ଣାଳୀରେ ଅବଶୋଷଣ ରେଖାମାନଙ୍କ ଆବିଷ୍କାର, ଯାହା ଫାଉନ୍‌ହୋଫରଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା ଓ ଫ୍ରାଉନ୍‌ହୋଫର ରେଖା ଭାବରେ ବିଖ୍ୟାତ। ଜର୍ମାନ୍‌ ବୈଜ୍ଞାନିକ ହେରମାନ୍‌ ଭନ୍‌ ହେଲମୋଲ୍‌ଜ (୧୮୨୧-୧୮୯୪) ଜଳଗତି ବିଜ୍ଞାନ, ତାପଗତି ବିଜ୍ଞାନ, ଆଲୋକ ବିଜ୍ଞାନକୁ ନୂଆ ଦିଗ ଓ ଦିଗନ୍ତ ପର୍ଯ୍ୟନ୍ତ ପ୍ରଦାନ କରିଥିଲେ ନିଜ ତାତ୍ତ୍ୱିକ ନିଷ୍କର୍ଷଗୁଡ଼ିକ ମାଧ୍ୟମରେ। ଆର୍‌.ଜି.ବି. କୋଡିଂ, କର୍ଟି ରୂପକ କାନର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଆବିଷ୍କାର ଓ ତାପଗତି ବିଜ୍ଞାନର ନିୟମ ନିଗମନ ପାଇଁ ହେଲ୍‌ମୋଲଜ୍‌ ସର୍ବଦା ମନେରହିବେ। ଜର୍ମାନ୍‌ ବୈଜ୍ଞାନିକ ହାଇନ୍‌ରିଚ୍‌ ହର୍ଚ୍ଚ (୧୮୫୭-୧୮୯୪) ମାକ୍ସୱେଲଙ୍କ ପ୍ରଦତ୍ତ ବିଦ୍ୟୁତ୍‌ ଚୁମ୍ବକୀୟ ତତ୍ତ୍ୱକୁ ଠିକ୍‌ ପ୍ରମାଣିତ କରିଥିଲେ ଗବେଷଣାଗାରରେ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ଠାବ କରି। ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗର ଆବୃତ୍ତି ବା ଫ୍ରିକ୍ୱେନ୍ସି ଆମେ ହର୍ଚ୍ଚ ଏକକରେ ମାପୁଛେ।
ବିଂଶ ଶତାବ୍ଦୀ ପୂର୍ବରୁ ଆଧୁନିକ ବିଜ୍ଞାନକୁ ଆଧାରଶିଳା ପ୍ରଦାନ କରିବା ଓ ନୂଆ ଦିଗ ଓ ଦିଗନ୍ତ ପ୍ରଦାନ କରିବାରେ ଜର୍ମାନ୍‌ ଜାତିର ଅବଦାନ ଅନସ୍ବୀକାର୍ଯ୍ୟ। ବିଂଶ ଶତାବ୍ଦୀ ଓ ପରବର୍ତ୍ତୀ କାଳଖଣ୍ଡରେ ନୋବେଲ୍‌ ପୁରସ୍କାର ମୁଖ୍ୟତଃ ଶ୍ରେଷ୍ଠ ଗବେଷଣାର ମାନଦଣ୍ଡ ଭାବେ ବ୍ୟବହୃତ ହୁଏ। ପଦାର୍ଥ ବିଜ୍ଞାନରେ ପ୍ରଥମ ନୋବେଲ୍‌ ପୁରସ୍କାର ମିଳିଥିଲା ୱିଲେମ୍‌ କନ୍‌ରାଡ଼ ରଣ୍ଟେଜେନ୍‌ଙ୍କୁ। ସେ ରଞ୍ଜନ ରଶ୍ମି ବା ଏକ୍ସରେ ଆବିଷ୍କାର କରି ଆଧୁନିକ ବିଜ୍ଞାନକୁ ଦିବ୍ୟଚକ୍ଷୁ ପ୍ରଦାନ କରିଥିଲେ।
– ପ୍ର. ଡ. ହାର୍ଟମୁର୍ଟ ଜାବେଲ୍‌ (ମୂଳଲେଖା)
ରୁର୍‌ ବିଶ୍ୱବିଦ୍ୟାଳୟ, ବୋଖୁମ୍‌, ଜର୍ମାନୀ
ଅନୁବାଦ-ଦୁର୍ଗାମାଧବ ମିଶ୍ର,
ଆସିଷ୍ଟାଣ୍ଟ ପ୍ରଫେସର, ଆଇଆଇଟି, ଯୋଧପୁର, ରାଜସ୍ଥାନ
ମୋ: ୬୩୭୦୩୩୫୧୫୦


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?