ବିଦେଶରେ ସିଏଏକୁ ବିରୋଧ: ୟୁରୋପୀୟ ସଂଘର ୧୫୦ ସଦସ୍ୟ ଏକଜୁଟ; ବୁଧବାର ଆଲୋଚନା ଗୁରୁବାର ଭୋଟିଂ
ନୂଆଦିଲ୍ଲୀ/ବ୍ରସେଲ୍ସ୍,୨୮।୧: ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିଦେଶରେ ମଧ୍ୟ ବିରୋଧ କରାଯାଉଛି। ଏନେଇ ୪୫ଟି ଦେଶରେ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକାର ୩୦ରୁ ଅଧିକ ସହରରେ ବିକ୍ଷୋଭ କରାଯାଉଛି। ୟୁରୋପୀୟ ସଂଘର ୧୫୦ ସଦସ୍ୟ ସିଏଏ…
ପ୍ରାକୃତିକ ଚିକିତ୍ସାରେ ଭଲ ହେବେ କରୋନା ଭୂତାଣୁ ସଂକ୍ରମିତ: ଦାବିକଲେ ତାମିଲନାଡୁ ଡାକ୍ତର
ଚେନ୍ନାଇ,୨୮।୧: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭୁତାଣୁ ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କଲାଣି। ଚାଇନାରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହି…
କରୋନା ଭାଇରସ୍ ପାଇଁ ଚାଇନା ଯାତ୍ରୀଙ୍କ ଭିଜା ଉପରେ କଟକଣା ଲଗାଇଲା ଶ୍ରୀଲଙ୍କା
କଲମ୍ବୋ,୨୮।୧: ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଦେଶର ପ୍ରଥମ କରୋନା ଭାଇରସ୍ ଚିହ୍ନଟ ହେବାର ଗୋଟିଏ ଦିନ ପରେ ଶ୍ରୀଲଙ୍କା ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ଶ୍ରୀଲଙ୍କାକୁ ଆଗମନ କରୁଥିବା ଚାଇନା ଯାତ୍ରୀଙ୍କର ଭିଜା ନୀତି ଉପରେ ବର୍ତ୍ତମାନ କଟକଣା ଲଗାଯାଇଥିବା ଜଣାପଡ଼ିଛି।…
ହୋମଗାର୍ଡଙ୍କ ଉପରେ ଚଢେଇ ଦେଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର
ଚିତ୍ରକୋଣ୍ଡା,୨୮।୧(ଡି.ଏନ.ଏ.): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଅଞ୍ଚଳରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୋମବାର ରାତିରେ ଚିତ୍ରକୋଣ୍ଡା ପୋଲିସ ପାଟ୍ରୋଲିଂ ପାଇଁ ଗୁଣ୍ଠାଓ୍ବାଡା ଯାଇଥିଲା। ହଂସଗୁଡା ଆଡକୁ ଆସୁଥିବା…
କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ
ବଲାଙ୍ଗୀର ଅଫିସ,୨୪ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ମଙ୍ଗଳବାର ଜିଲା ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି। ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଭାବେ…
ଜଣାପଡ଼ିବ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ: ମିଳିଲା ୩୮୦୦ ବର୍ଷ ତଳର ଅନ୍ତିମ ସଂସ୍କାର ଗୁପ୍ତ ଗୃହ
ନୂଆଦିଲ୍ଲୀ, ୨୮।୧: ଏବେ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ ଏବେ ଜଣାପଡ଼ିବ ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ବାଗପତ୍ ଅଞ୍ଚଳରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କରାଯାଉଥିବା ଖନନ ସମୟରେ ଏକ ଅନ୍ତିମ ସଂସ୍କାର ଗୁପ୍ତ ଗୃହର ସନ୍ଧାନ ମିଳିଛି। କାର୍ବନ ଡାଟିଂରୁ ଏହା ୩୮୦୦…
ମୁଲତବି ରହିଲା ମୁଜାଫରପୁର ସେଲ୍ଟର ହୋମ୍ ମାମଲାର ଶୁଣାଣି
ନୂଆଦିଲ୍ଲୀ,୨୮।୧: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ବହୁ ଚର୍ଚ୍ଚିତ ମୁଜାଫରପୁର ସେଲ୍ଟର ହୋମ୍ ମାମଲାର ଶୁଣାଣିକୁ ମୁଲତବି ରଖିଛନ୍ତି। ଏହି ମାମଲାର ବିଚାରପତି ଛୁଟିରେ ଥିବାରୁ ୨୮ ଜାନୁୟାରୀରେ ହେବାକୁ ଥିବା ଶୁଣାଣିକୁ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମୁଜାଫରପୁର ସେଲ୍ଟର ହୋମ୍…
ଶରଜିଲଙ୍କ ସାନ ଭାଇ ସମେତ ଅନ୍ୟ ୨ଗିରଫ
ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍ୟୁ)ର ଛାତ୍ର ଶରଜିଲ ଇମାମ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ଉସୁକାଇବା ଭାଷଣ ଦେଇ ଏବେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଦେଶ ବିରୋଧୀ ବିୟାନ ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ…
କୁସୁନପୁର ଜଙ୍ଗଲକୁ ଗଲା ନରହନ୍ତା ହାତୀ
ଯାଜପୁର ଅଫିସ୍,୨୮।୧: ଦୀର୍ଘ ୧୦ଦିନ ହେବ ଯାଜପୁର ଜିଲାର ଦାନଗଦି, କୋରେଇ, ରସୁଲପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ ପରେ ମଙ୍ଗଳବାର କୁସୁନପୁର ଜଙ୍ଗଲକୁ ପଠାଯାଇଛି। କଡା ସୁରକ୍ଷା ମଧ୍ୟରେ ହାତୀର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ସ୍ଥାନାନ୍ତର…
ଟିମ୍ ଇଣ୍ଡିଆ ବସ୍ରେ ଧୋନୀଙ୍କ ସିଟ୍ ୬ ମାସ ଧରି ପଡ଼ିଛି ଖାଲି: ୟୁଜବେନ୍ଦ୍ର ଚହଲଙ୍କ ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୨୮।୧: ଟିମ୍ ଇଣ୍ଡିଆରେ ଗତ ୬ ମାସ ଧରି ମହେନ୍ଦ୍ର ସିଂ ଧୋନୀ ସାମିଲ୍ ନାହାଁନ୍ତି। ତେବେ ଟିମ୍ ଇଣ୍ଡିଆ ବ୍ୟବହାର କରୁଥିବା ବିସିସିଆଇର ବସ୍ରେ ଧୋନୀଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ ଖାଲି ପଡ଼ିଥିବା ନେଇ ସ୍ପିନର ୟୁଜବେନ୍ଦ୍ର ଚହଲ ସୂଚନା…
ନିଜେ ତଳେ ବସି କାଳ ଭୈରବଙ୍କୁ ଚେୟାରରେ ବସାଇଲେ ନବ ନିର୍ବାଚିତ ସରପଞ୍ଚ
ଜୟପୁର,୨୮।୧: ରାଜସ୍ତାନର ଜଣେ ନବ ନିର୍ବାଚିତ ସରପଞ୍ଚ ନିଜେ ତଳେ ବସି କାଳଭୈରବଙ୍କୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଚେୟାରରେ ବସାଇଛନ୍ତି। ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ସିରୋହି ଜିଲାର ରେବଦରରେ ନବ ନିର୍ବାଚିତ ସରପଞ୍ଚ…
ଚାଇନାରେ କରୋନା ଭୂତାଣୁ ନେଲାଣି ୧୦୬ ଜୀବନ
ବେଜିଂ,୨୮।୧: ଚାଇନାରେ ବଢି ଚାଲିଛି କରୋନା ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏବେସୁଦ୍ଧା ସେଠାରେ ଏହି ଭୂତାଣୁ ସଂକ୍ରମଣରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୧୩୦୦ ନୂଆ ସଂକ୍ରମିତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏହାକୁ ନେଇ…
Archives


