Home

ଭିଜିଲାନ୍ସ ଜାଲରେ କପ୍ତିପଦା ଫରେଷ୍ଟର

କପ୍ତିପଦା,୬ା୨(ଡି.ଏନ୍‌.ଏ)- ଏକ ପୁରୁଣା ମାମଲାରେ ଦୋଷୀଙ୍କୁ ଗିରଫ ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମୟୂରଭଞ୍ଜ ଜିଲା କପ୍ତିପଦା ଫରେଷ୍ଟର ଶୋଭାକର ସିଂ ଗୁରୁବାର ଅପରାହ୍ନରେ ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଛନ୍ତି।…

ବେତନଟୀ ଥାନା ଏସ୍‌ଆଇ ନିଲମ୍ବିତ

ବେତନଟୀ,୬ା୨ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା ସବ୍‌ ଇନ୍ସପେକ୍ଟର(ଏସଆଇ) ସଚ୍ଚିଦାନନ୍ଦ କିଷାନଙ୍କୁ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ମଙ୍ଗଳବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ସମ୍ପର୍କିତ ଏସପିଙ୍କ ଅର୍ଡର (ନଂ.୨୪୪/୫ା୨ା୨୦୨୦) କପି ବେତନଟୀ ଥାନା ଆଇଆଇସି ଅଶୋକ ନାୟକ…

ରଣ୍‌ଜୀ ମୁକାବିଲା: ଅଙ୍କିତଙ୍କ ଦ୍ୱିଶତକ: ମହାରାଷ୍ଟ୍ର ଅଗ୍ରଣୀ

କଟକ ଅଫିସ,୬ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଖେଳ ଗୁରୁବାର ଶେଷ ହୋଇଛି। ମହାରାଷ୍ଟ୍ର ପ୍ରଥମ ଇନିଂସ ୫୪୩/୫ରେ ଘୋଷଣା କରିବା ସହ ଅଗ୍ରଣୀ ହାସଲ କରିଛି। ଅଧିନାୟକ…

ଆଇପିଏଲରୁ ବାଦ୍‌ ପଡ଼ିଲେ ଆର୍ଚର

ଲଣ୍ଡନ,୬।୨(ପି.ଟି.)- ଇଂଲଣ୍ଡ ଦଳର ଅଗ୍ରଣୀ ପେସର ଜୋଫ୍ରା ଆର୍ଚର ଗୁରୁବାର ଆଇପିଏଲର ୧୩ତମ ସଂସ୍କରଣରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ କହୁଣିରେ ଆଘାତ ଲାଗିଛି। ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଆର୍ଚର ୩ ମାସ ପାଇଁ ପଡ଼ିଆଠୁ ଦୂରେଇ ରହିବେ…

ଏପ୍ରିଲ୍‌ରେ ୫୧ରୁ ଅଧିକ ରାଜ୍ୟ ସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ,୬।୨: ଆସନ୍ତା ୨୦୨୦ ଏପ୍ରିଲ୍‌ରେ ରାଜ୍ୟ ସଭାରେ ୫୧ରୁ ଅଧିକ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେମାନଙ୍କ ମଧ୍ୟରେ ରାଜ୍ୟ ସଭା ଉପାଧ୍ୟକ୍ଷ ସାଭା ହରିବଂଶ, ଏନ୍‌ସିପି ନେତା ଶରଦ ପାଓ୍ବାର ଏବଂ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଥାଓ୍ବଲେ…

ବ୍ୟାଟେରି ଚୋରି ରାକେଟ ସକ୍ରିୟ

ବନ୍ତ,୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଏବେ ବ୍ୟାଟେରି ଚୋରି ରାକେଟ ସକ୍ରିୟ ହୋଇଛନ୍ତି। ବିଭିନ୍ନ ସ୍ଥାନରୁ ବ୍ୟାଟେରି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ସଖିପାଟଣା ଛକ ନିକଟରେ ଗୋଟିଏ ମିନି ଟ୍ରକ୍‌, ବନ୍ତ ବଜାର ଓ ପଧାନପଡ଼ା…

ମାଛ ବୋଝେଇ ଟ୍ରକକୁ ପିଟିଲା ପିକ୍‌ଅପ୍‌:ମାଛ ବୋହିନେଲେ ଲୋକେ

ସୋର, ୬ା୨(ଡି.ଏନ.ଏ)-ଗୁରୁବାର ଭୋର ସମୟରେ ସୋର ଥାନା ୧୬ ନଂ. ଜାତୀୟ ରାଜପଥ ତଳନଗର ବ୍ରିଜ୍‌ ନିକଟରେ ରାଜପଥ ପାର୍ଶ୍ୱରେ ଏକ ମାଛ ବୋଝେଇ ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ଏକ ଲଙ୍କା ବୋଝେଇ ପିକ୍‌ଅପ୍‌ ପଛରୁ ପିଟି ହୋଇଯାଇଥିଲା। ଫଳରେ…

ମୋଦିଙ୍କ ଗସ୍ତ ପୂର୍ବରୁ କୋକ୍ରାଝରରେ ଲୋକେ ଜାଳୁଛନ୍ତି ଦୀପ

କୋକ୍ରାଝର,୬।୨: ବୋଡୋ ସମସ୍ୟାର ବୁଝାମଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତ କରୁଛନ୍ତି। ଏନେଇ କୋକ୍ରାଝରରେ ଲୋକେ ବୁଝାମଣା ସଫଳ ହୋଇଥିବାରୁ ଖୁସିରେ ଦୀପ ଜାଳୁଛନ୍ତି। ମୋଦି ଫେବୃୟାରୀ ୭ରେ ଆସାମ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୋଦି କୋକ୍ରାଝରରେ…

ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଛି ଭାରତ: ୟୁନେସ୍କୋ

ଜାତିସଂଘ,୬।୨: ଭାରତ ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବାରେ ସଫଳତା ହାସଲ କରିପାରିଛି। ଏହି କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗୁଆ ରହିଛି ବୋଲି ୟୁନେସ୍କୋ ମହାନିର୍ଦ୍ଦେଶକ ଔଡ୍ରେ ଅଜୋଲେ କହିଛନ୍ତି। ଭାରତର ଲକ୍ଷ୍ୟ ଏବଂ ଚିନ୍ତାଧାରା ୟୁନେସ୍କୋକୁ ବେଶ୍‌ ପ୍ରଭାବିତ…

ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା:ଗିରଫ ସଂଖ୍ୟା ୪ ଛୁଇଁଲା

ଭଣ୍ଡାରିପୋଖରୀ, ୬।୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ଗତ ସୋମବାର ମଞ୍ଜୁରିରୋଡ୍‌ ଆର୍‌ଆଇ ଅଫିସ୍‌ରେ ପଶି ବାଲିମାଫିଆ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଆଉ ଜଣେ ଅଭିଯୁକ୍ତଙ୍କୁ…

କେରଳରୁ ଫେରନ୍ତା ୪ ଜଣଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷା

ଫୁଲବାଣୀ ଅଫିସ, ୬ା୨- କରୋନା ଭୟ ଏବେ ସବୁଠି ଘାରିଛି । ଚାଇନାରୁ ଫେରିଥିବା ଜଣେ ଡାକ୍ତରୀ ଛାତ୍ରଙ୍କୁ ନେଇ କନ୍ଧମାଳ ଜିଲା ଫୁଲବାଣୀରେ କରୋନା ଭୂତାଣୁକୁ ନେଇ ଭୟ ସୃଷ୍ଟି ହୋଇଥିଲା । ତାଙ୍କ ନମୂନା ପରୀକ୍ଷା ପରେ ସେ…

୮ ଘଣ୍ଟା ମୃତଦେହ ପକାଇ ରଖିଲେ ପରିବାର: ଶୁଭେନ୍ଦୁ ହତ୍ୟାକାରୀଙ୍କ ଗିରଫ ପ୍ରତିଶ୍ରୁତି ମିଳିଲା

ରାଇକିଆ,୬ା୨(ଡ଼ି.ଏନ.ଏ)-ଗତ ଜାନୁୟାରୀ ୧୫ରୁ ନିଖୋଜ ଥିବା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଠାବ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଓ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଛାଡ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri