Home

ତାପମାତ୍ରା ବଢ଼ିଲେ କ’ଣ କମିଯିବ କରୋନା? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହା ଏମିତି ଏକ ମହାମାରୀ ଏହାର କୌଣସି ଟୀକା ବା ଔଷଧୀୟ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ। ଏପରିସ୍ଥଳେ ସୋସିଆଲ ମିଡିଆ ସହିତ କିଛି ସ୍ଥାନରେ ଚର୍ଚ୍ଚା ହେଉଛି କି…

ମିଶନ ଏୟାରଲିଫ୍ଟ: ଇରାନରୁ ସ୍ବଦେଶ ଫେରିଲେ ଭାରତୀୟ; ଏବେ ବି ରହିଛନ୍ତି ୬ ହଜାର

ନୂଆଦିଲ୍ଲୀ,୧୫।୩: ଇରାନରେ ଥିବା ୨୩୪ ଭାରତୀୟ ସ୍ବଦେଶ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୧୩୧ ଜଣ ଛାତ୍ର ଥିବାବେଳେ ୧୦୩ଜଣ ତୀର୍ଥଯାତ୍ରୀ ରହିଛନ୍ତି। ଏବେ ମଧ୍ୟ ଇରାନରେ ୬ ହଜାରରୁ ଅଧିକ ଭାରତୀୟ ରହିଛନ୍ତି। ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ଉଦ୍ୟମ…

କରୋନାକୁ ନେଇ କୋକୁଆ ଭୟ: ପର୍ଯ୍ୟଟନସ୍ଥଳୀ, ପାର୍କ ଖାଁ ଖାଁ;ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଘାତକ କରୋନା ଭୂତାଣୁ ସଂକ୍ରମଣରେ ଭାରତର ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ଆହୁରି ବଢ଼ିଯାଇଛି। ଓଡ଼ିଶାରେ ଏଯାଏ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ନ ଥିଲେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି…

ସୋମବାର ଶକ୍ତି ପରୀକ୍ଷା ଦେବେ କମଲନାଥ: ଅଧାରାତିରେ ନିର୍ଦ୍ଦେଶ ଜାରି କଲେ ରାଜ୍ୟପାଳ

ଭୋପାଳ,୧୫।୩: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର କମଲନାଥଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜ୍ୟପାଳ…

କରୋନାଠାରୁ ସୁରକ୍ଷା ଚିନ୍ତା: ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଟୁଇଟ୍‌,ଓଡ଼ିଆରେ ନାହିଁ ସଚେତନତା

ଭୁବନେଶ୍ୱର,୧୫।୩(ବ୍ୟୁରୋ): ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ମିଳିତ ଭାବେ ମୁକାବିଲା କରିବାକୁ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ବିପତ୍ତି ବୋଲି ଘୋଷଣା କରିଛନ୍ତି। ଏ…

ବାଘଙ୍କୁ ଦିଆଯାଉଛି ଗଛ ଚଢ଼ା ଟ୍ରେନିଂ

ଲଣ୍ଡନ, ୧୫।୩: ଇଂଲଣ୍ଡର ଜେଡ୍‌ଏସ୍‌ଏଲ୍‌ ହ୍ବିପ୍ସ୍‌ନାଡେ ଚିଡ଼ିଆଘରରେ ଥିବା ସାଇବେରିଆ ବାଘଙ୍କୁ ଗଛ ଚଢ଼ା ଟ୍ରେନିଂ ଦିଆଯାଉଛି। ଏହା ସହିତ ଶିକାର କିପରି କରିବାକୁ ହୋଇଥାଏ ସେନେଇ ଆବଶ୍ୟକ ଟ୍ରେନିଂ ବି ଦିଆଯାଉଛି। ଚିଡ଼ିଆଘରେ ରହି ରହି ବାଘ ବୋଟସ୍‌ମେନ୍‌ ଏବଂ…

ଆହୁରି ବିଗିଡ଼ିବ ରାଜ୍ୟ ଅଭିବୃଦ୍ଧି

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ରାଜ୍ୟର ଆର୍ଥିକ ଅବସ୍ଥା ସରକାରଙ୍କ ଚିନ୍ତା ବଢ଼ାଇଦେଇଥିବାବେଳେ କର୍ମଚାରୀଙ୍କ ଦରମା, ପେନ୍‌ସନ ଏବଂ ଯୋଜନା ଖର୍ଚ୍ଚ ରାଜକୋଷ ଉପରେ ଅତିରିକ୍ତ ବୋଝ ପାଲଟିଛି। ରାଜସ୍ବ ଆଦାୟ ମଧ୍ୟ ଆଖିଦୃଶିଆ ହେଉନାହିଁ। ରାଜସ୍ବ ଅଭିବୃଦ୍ଧି ୨୮% ଅଧିକ ହେଉଥିବା କୁହାଯାଉଥିଲେ…

ଆଲିଆଙ୍କୁ ପୂରିଲା ୨୭: ଗତବର୍ଷ ରୋଜଗାର କରିଛନ୍ତି ୫୯.୨୧ କୋଟି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଚୁଲ୍‌ବୁଲୀ ଅନିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ରେ ଫିଲ୍ମ ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟରରେ ସେ ବଲଉଡ୍‌ରେ ଡେବ୍ୟୁ କରିଥିଲେ। ପୂର୍ବରୁ…

ଆଫଗାନ୍‌ ସେନା ଉପରେ ତାଲିବାନ ଆକ୍ରମଣ

ନୂଆଦିଲ୍ଲୀ, ୧୫।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍‌ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦ ରାଜ୍ୟରେ ଏହି ଆକ୍ରମଣ ହୋଇଛି। ଗତ ମାସରେ ଆଫଗାନିସ୍ତାନରେ ହିଂସାକାଣ୍ଡ ରୋକିବା ଲାଗି ତାଲିବାନ…

ଶୀଘ୍ର ଆସ୍ଥାଭୋଟ ପାଇଁ ଦାବି

ଭୋପାଳ,୧୫ା୩(ପି.ଟି.): ମଧ୍ୟପ୍ରଦେଶ ଭାଜପାର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କୁ ସାକ୍ଷାତ କରି ବିଧାନସଭାରେ ତୁରନ୍ତ ଆସ୍ଥା ଭୋଟ କରାଇବା ପାଇଁ ଦାବି କରିଛନ୍ତି। ୨୨ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶର କମଲନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇଛି। ତେଣୁ…

ଆମେରିକା ସୈନ୍ୟ ଥିବା ଇରାକ ଘାଟି ଉପରେ ରକେଟ ମାଡ଼

ବାଗଦାଦ,୧୫ା୩(ଏଏଫ୍‌ପି): ଆମେରିକା ଓ ୟୁରୋପୀୟ ସୈନ୍ୟ ରହୁଥିବା ଇରାକର ଏକ ଘାଟି ଉପରେ ସାନି ରକେଟ ମାଡ଼ ହୋଇଛି। ବାଗଦାଦ୍‌ର ଉତ୍ତର ପାର୍ଶ୍ୱରେ ଥିବା ଏହି ଘାଟି ଉପରେ ଦିନବେଳା ଆକ୍ରମଣ କରାଯାଇଛି। ଗତ ଅକ୍ଟୋବରଠାରୁ ଆମେରିକା ସୈନ୍ୟ ରହୁଥିବା ଇରାକର…

ବୋଲେରୋ ଉପରେ ଚଢ଼ିଗଲା ଟ୍ରକ୍‌: ୧୧ ମୃତ

ଜୟପୁର, ୧୫।୩: ରାଜସ୍ଥାନର ଜୟପୁରଠାରେ ଏକ ବୋଲେରୋ ଉପରେ ଟ୍ରକ୍‌ ଚଢ଼ିଯିବାରୁ ୧୧ ଜଣ ପ୍ରାଣ ହରାଇବା ସହ ୩ ଗୁରୁତର ହୋଇଛନ୍ତି। ଯୋଧପୁର ଜିଲା ଅନ୍ତର୍ଗତ ବାଲୋତ୍ରା-ଫାଲୋଡ଼ି ରାଜପଥ ଉପରେ ଶନିବାର ଏହି ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri