Home

୨ଲକ୍ଷ ରାପିଡ୍‌ ଟେଷ୍ଟିଂ ପାଇଁ ଚାଲିଛି କିଟ୍‌ ସଂଗ୍ରହ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ପାଇଁ ୨ଟି ପ୍ରମୁଖ ଅସ୍ତ୍ର ରହିଛି। ଗୋଟିଏ ହେଉଛି ସତର୍କତା ଏବଂ ଅନ୍ୟଟି ହେଉଛି ନମୁନା ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା। ଏହି ୨ଟିକୁ ଯଦି ଆମେ ସତର୍କତାର ସହ ପାଳନ କରିବା ତେବେ…

ଜେଲରୁ ମୁକୁଳିଲେ ୨୯୬୩ କଏଦୀ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ଜେଲ୍‌ ବିଭାଗକୁ ଘାରିଛି କରୋନା ଭୟ। ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାମାଜିକ ଦୂରତ୍ୱ ରକ୍ଷା ଓ ସଂକ୍ରମଣ ଏଡ଼ାଇବା ପାଇଁ ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ୨୯୬୩ ଜଣ କଏଦୀଙ୍କୁ ଛାଡ଼ି ଦିଆଯାଇଛି। ମାର୍ଚ୍ଚ ୨୦ରୁ…

କରୋନା ମୁକାବିଲା: ଆଜି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ନବୀନ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): କରୋନା ମୁକାବିଲା ନେଇ ଆଗକୁ କିପରି ରଣନୀତି କରାଯିବ, ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା ହେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ…

ବାଇଗଣରେ ପୋକ ଥାଉ, ଭୂତାଣୁ ନ ଥାଉ: ବାଗ୍‌ଚୀ

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ପ୍ରତିଦିନ ସୂଚନା ପ୍ରଦାନ କରୁଛନ୍ତି। ଶୁକ୍ରବାର ମଧ୍ୟ ଜନସାଧାରଣଙ୍କୁ ଦୁଇଟି ପରାମର୍ଶ ଦେଇଛନ୍ତି। ଗୋଟିଏ ଉଦାହରଣରେ ସେ ବାଇଗଣର କଥା…

ଲକ୍‌ଡାଉନ ବେଳେ ବି ଚାଲିଛି ମଦ କାରବାର

ଲୋଇସିଂହା, ୧୦।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହା, ଅଗଲାପାଲି ଓ ଗୋପାଳପୁର ଗାଁରେ ଅବକାରୀ ବିଭାଗ ଚଢାଉ କରି ୯୦ ଲିଟର ରନ୍ଧାମଦ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜୀବ…

ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ରୋଜଗାର ଦେଉଛି ମାସ୍କ

ଦେବଗଡ,୧୦ା୪(ଡି.ଏନ.ଏ): ଦେବଗଡ଼ ଜିଲା ବାରକୋଟ ବ୍ଲକ ଅଧୀନ କଣ୍ଢଳ ଓ ବଳମ ପଞ୍ଚାୟତର ମା’ ମହାଲକ୍ଷ୍ମୀ, ମା’ ଶୁଭଲକ୍ଷ୍ମୀ, ମା’ ତାରିଣୀ ସ୍ବୟଂ ସହାୟିକା ଗୋଷ୍ଠି ଓ ମହିଳା କିକାଶ ସମିତି ପକ୍ଷରୁ ଶୁକ୍ରବାର କଣ୍ଢଳ ପଞ୍ଚାୟତ ଅଧୀନ ବାଘମୁଣ୍ଡା ଓ…

ଲକ୍‌ ଡାଉନକୁ ଚୋରା ମଦ ବ୍ୟବସାୟୀଙ୍କ ଭୟ ନାହିଁ

ଦେବଗଡ,୧୦ା୪(ଡି.ଏନ.ଏ):କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ ଡାଉନ୍‌ ସତ୍ତ୍ୱେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ଜାରି ରହିଛି। ଶୁକ୍ରବାର ତେଲିମୁଣ୍ଡା ନିକଟସ୍ଥ ଏକ ବନ୍ଧ ହୁଡାରୁ ମଦ ପ୍ରସ୍ତୁତ ପାଇଁ ୬ଟି…

ପ୍ରଶାସନର ରନ୍ଧାଖାଦ୍ୟ ଲୋକଙ୍କୁ ଭରସା

ଦେବଗଡ,୧୦ା୪(ଡି.ଏନ.ଏ.):ଦେବଗଡ଼ ଜିଲାର ୩ଟି ବ୍ଲକର ୫୮ଟି ପଞ୍ଚାୟତରେ ୨୨୦୯ ଏବଂ ପୌରାଞ୍ଚଳର ୩୦୦ଜଣ ଅସହାୟ, ନିରାଶ୍ରୟ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଇଛି। ଶୁକ୍ରବାର ବାରକୋଟ ବ୍ଲକର ୨୩ଟି ପଞ୍ଚାୟତରେ ୮୭୦ଜଣ ବୟସ୍କ ଏବଂ ୧୩୨ଜଣ ଶିଶୁଙ୍କୁ…

କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ୧କୋଟି ଟଙ୍କା ସହ ଜଣକୁ ଚାକିରି

ପୁଣେ,୧୦।୪: ପୁଣେ ମ୍ୟୁନିସିପାଲ କର୍ପୋରେଶନର କୌଣସି କର୍ମଚାରୀଙ୍କ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ଜଣକୁ ଚାକିରି ମିଳିବ। ଶୁକ୍ରବାର ପୁଣେର ମେୟର ମୁରଲିଧର ମୋହର ଏହା ଘୋଷଣା…

କରୋନା ମୁକାବିଲା ପାଇଁ ଶିକ୍ଷୟତ୍ରୀ, ଶିକ୍ଷକଙ୍କୁ ତାଲିମ

ସମ୍ବଲପୁର,୧୦।୪(ବ୍ୟୁରୋ): ସମ୍ବଲପୁରର ବିଭିନ୍ନ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯିବ । ଏ ନେଇ ଶୁକ୍ରବାର ସହରର ୧୫ଟି ସ୍କୁଲରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୭୫୦ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ…

ସାନିଟାଇଜର ତିଆରି କଲା ପ୍ରଶାସନ

ସମ୍ବଲପୁର,୧୦ା୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ଦିଗରେ ଉଦ୍ୟମ କରୁଛନ୍ତି । ତଥାପି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନା ଭୂତାଣୁରୁ ସୁରକ୍ଷା ପାଇବା ପାଇଁ ସାନିଟାଇଜରର ଆବଶ୍ୟକତା ରହିଛି । ତେଣୁ…

ସାହାଯ୍ୟ ମାଗିଲେ ଗୁପ୍‌ଚୁପ୍‌, ଆଖୁରସ ବ୍ୟବସାୟୀ

ସମ୍ବଲପୁର,୧୦।୪(ବ୍ୟୁରୋ) ବର୍ତ୍ତମାନ କରୋନା କଟକଣା ଓ ଲକ୍‌ ଡାଉନ ଯୋଗୁ ସମ୍ବଲପୁରରେ ଗୁପ୍‌ଚୁପ୍‌ ଓ ଆଖୁ ରସ ବିକ୍ରି ବନ୍ଦ ରହିଛି। ଏହାଦ୍ୱାରା ଆଖୁରସ ଓ ଗୁପଚୁପ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବାର ଦୋକାନୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?