ଭଦ୍ରକରେ ଜନତା କର୍ଫ୍ୟୁକୁ ପାଳନ କରିଛନ୍ତି ଜନସାଧାରଣ: ରାସ୍ତାଘାଟ ଶୂନ୍ଶାନ
ଭଦ୍ରକ ଅଫିସ,୨୨।୩: ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସତର୍କ, ସ୍ବଚ୍ଛତା ଓ ସାମାଜିକ ଦୂରତା ନିହାତି ଜରୁରୀ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନ ବାହାରିବା ପାଇଁ…
ମୋଦିଙ୍କ ନିବେଦନ ସହର ଛାଡି ଗାଁକୁ ଯାଆନ୍ତୁ ନାହିଁ
ନୂଆଦିଲ୍ଲୀ,୨୨।୩: କରୋନା ଭାଇରସର ଭୟାବହତାକୁ ଦେଖି ଦେଶର ଅଧିକାଂଶ ସହରକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ଲୋକଙ୍କ ପେଟପାଟଣା ଉପରେ ଏହାର ପ୍ରଭାବ ପଡିଛି। ଏହାକୁ ଦେଖି ସହରରେ ରହି କାମ କରୁଥିବା ଅଧିକାଂଶ ଲୋକେ ଏବେ ଗାଁ ମୁହାଁ ହୋଇଛନ୍ତି।…
ଜନତା କର୍ଫ୍ୟୁକୁ ସମର୍ଥନ : ପାଟଣାରେ ଦୋକାନ ବଜାର ବନ୍ଦ
ପାଟଣା,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସମସ୍ତ ଦୋକାନ ବଜାର ଜନତା କର୍ଫ୍ୟୁକୁ ସମର୍ଥନ କରି ରବିବାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏଥିସହ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ମୁଖ୍ୟ ବଜାର ଓ ସାହାରପଡ଼ା ବ୍ଲକ ମୁଖ୍ୟାଳୟସ୍ଥିତ ବଜାରରେ…
କରୋନା ନେଲା ଆଉ ଏକ ମୁଣ୍ଡ
ମୁମ୍ବାଇ,୨୨।୩: କରୋନା ଭାଇରସ ଏବେ ଆଉ ଏକ ମୁଣ୍ଡ ନେଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ରବିବାର ସକାଳେ ସେଠାରେ ୬୩ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ନେଇ ଏବେ ଦେଶରେ…
ଜନତା କର୍ଫ୍ୟୁ ପ୍ରଭାବ: ଦେବଗଡ଼ ଜନଶୂନ୍ୟ
ଦେବଗଡ଼,୨୨।୩(ଡି.ଏନ୍.ଏ.): ବିଶ୍ୱ ବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ବାନ ପରେ ରବିବାର ଦେବଗଡ଼ ଜିଲାରେ ଏହାର ପ୍ରଭାବ ପ୍ରତିଫଳିତ ହୋଇଛି। ସକାଳୁ ଦେବଗଡ଼ ଜିଲା ମହକୁମା ସମେତ ବିଭିନ୍ନ ଗ୍ରାମରେ ଜନସାଧାରଣ ସ୍ବତଃପ୍ରବୃତ୍ତ ଭାବେ…
ରୋମରେ ଥିବା ୨୬୩ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ସ୍ବତନ୍ତ୍ର ବିମାନ
ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଚାଇନାର ମୃତ୍ୟୁହାରକୁ ଟପି ଗଲାଣି ଇଟାଲିର କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର। ଏବେ ଇଟାଲିରେ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ବେଳକୁ ବେଳ ସଂକ୍ରମିତଙ୍କ…
ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍ ରିଡ୍ଲେଙ୍କ ଗଣଅଣ୍ଡାଦାନ: ୭ ବର୍ଷ ପରେ ଦିନରେ ଅଣ୍ଡାଦାନ ପ୍ରକ୍ରିୟା
ଗଞ୍ଜାମ,୨୨।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍ ରିଡ୍ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରିରହିଛି l ଦୀର୍ଘ ୭ ବର୍ଷ ପରେ ଚଳିତ ବର୍ଷ ଏହି ଅଲିଭ୍ ରିଡ୍ଲେ କଇଁଛମାନେ ଦିନବେଳା (ଦିନରେ ) ଗଣ ଅଣ୍ଡାଦାନ କରିଥିବା…
ପୁରୁଷୋତ୍ତମପୁରରେ ଜନତା କର୍ଫ୍ୟୁ: ରାସ୍ତାଘାଟ ଶୂନ୍ଶାନ୍
ପୁରୁଷୋତ୍ତମପୁର,୨୨ା୩(ଡି.ଏନ୍.ଏ.): କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇ ଜନତା କର୍ଫ୍ୟୁ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ନେଇ ରବିବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଜନସାଧାରଣ ସମ୍ପୂର୍ଣ୍ଣ ସମର୍ଥନ ଦେଇ ପ୍ରଶାସନକୁ ସହଯୋଗ କରିଛନ୍ତି। ଫଳରେ…
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୨୪
ନୂଆଦିଲ୍ଲୀ,୨୨।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା କବଳକୁ ନେଇ ସାରିଲାଣି। ସବୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସମୟ କ୍ରମେ ବଢିବାରେ ଲାଗିଛି। ରବିବାର ସକାଳ ସୁଦ୍ଧା ଆମ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା…
ମୁଁ ଘରେ ରହି କାମ କରୁଛି ଆପଣମାନେ ବି ‘ଜନତା କର୍ଫ୍ୟୁ’କୁ ସହଯୋଗ କରନ୍ତୁ: ରାଜନାଥ
ନୂଆଦିଲ୍ଲୀ,୨୨।୩: ସାରା ଦେଶରେ ରବିବାର ପାଳନ କରାଯାଇଛି ‘ଜନତା କର୍ଫ୍ୟୁ’। କରୋନା ଭାଇରସର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ‘ଜନତା କର୍ଫ୍ୟୁ’ ପାଳନ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କୁ କହିଛନ୍ତି ମୁଁ ଘରେ ବସି କାମ…
୨୦ରୁ ଊର୍ଦ୍ଧ୍ୱ ଦେଶରେ ଲକ୍ଡାଉନ୍: ୧୨୦କୋଟି ଲୋକ ଘରେ ବନ୍ଦ
ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଚାଇନା, ଇଟାଲି, ସ୍ପେନ୍, ଫ୍ରାନ୍ସ୍, ଆୟର୍ଲାଣ୍ଡ୍, ଡେନମାର୍କ, ଏଲ୍-ସାଲଭେଡର, ଜର୍ମାନୀ, ବ୍ରିଟେନ୍, ବେଲଜିଅମ୍, ଆର୍ଜେଣ୍ଟିନା, ଭାଟିକାନ୍ ସିଟି, ନରଓ୍ବେ, ଇରାନ, ଦକ୍ଷିଣକୋରିଆ, ହଂକଂ,…
୬ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ଭିଲଓ୍ବାଡ଼ାରେ କର୍ଫ୍ୟୁ
ଆଜମେର/ଜୟପୁର,୨୨।୩: ରାଜସ୍ଥାନର ଭିଲଓ୍ବାଡ଼ାରେ ୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସେଠାରେ ଶୁକ୍ରବାର ସନ୍ଧ୍ୟାରୁ କର୍ଫ୍ୟୁ ଜାରି ହୋଇଛି। ପ୍ରଶାସନିକ ଅଧିକାରୀମାନେ ସର୍ବସାଧାରଣ ସ୍ଥାନକୁ ଯାଇ ଲୋକମାନଙ୍କୁ ସେଠାରୁ ହଟାଇବା ସହ ବିଭିନ୍ନ ଜିଲାରୁ…
Archives


