ଲକ୍ଡାଉନ୍ ଦୁଃଖ: ବିପଦରେ ୩୦୦ ପେଟ୍ ଶପ୍ରେ ଥିବା ଜୀବଜନ୍ତୁ
ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା କଟକଣାରେ ସମସ୍ତ ଜୀବଜଗତ ପ୍ରଭାବିତ। ଏଭଳିସ୍ଥିତିରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ତେବେ ବୁଲା ଜୀବଜନ୍ତୁ, ଗୃହପାଳିତ ପଶୁ ଏବଂ ପୋଷା ଜୀବଜନ୍ତୁଙ୍କ ସୁରକ୍ଷା ମଧ୍ୟ ଆବଶ୍ୟକ ହୋଇପଡ଼ିଛି। ସରକାର…
ନିଜାମୁଦ୍ଦିନ କରୋନା ହଟ୍ସ୍ପଟ : ଓଡ଼ିଶାରୁ ୧୫ ଯୋଗଦେଇଥିବା ଚର୍ଚ୍ଚା
ଭୁବନେଶ୍ୱର,୧।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍ଠାରେ ହୋଇଥିବା ମୁସଲମାନ୍ଙ୍କ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ ଯୋଗଦେଇଥିତ୍ବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତପକ୍ଷେ ଓଡ଼ିଶାରୁ କେତେଜଣ ଯାଇଥିଲେ ତାହା ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ। ଏନେଇ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା…
ଦାଦନଙ୍କ ଗଣପଳାୟନକୁ ରୋକ
ନୂଆଦିଲ୍ଲୀ,୧ା୪: କୋଭିଡ୍-୧୯ ଲକ୍ଡାଉନ ଯୋଗୁ ଲକ୍ଷାଧିକ ଦାଦନ ଶ୍ରମିକ ଜୀବିକା ହରାଇ ନାନା ଦୁର୍ଦ୍ଦଶା ଭୋଗିଛନ୍ତି। ଲକ୍ଷ ଲକ୍ଷ ଶ୍ରମିକ ଦିଲ୍ଲୀ ଛାଡ଼ିବା ପାଇଁ ବାହାରିଥିବାବେଳେ ଏହା ଗୁରୁତର ସଙ୍କଟ ସୃଷ୍ଟି କରିଛି। କେବଳ ଦିଲ୍ଲୀ ନୁହେଁ ବିଭିନ୍ନ ରାଜ୍ୟରେ ମଧ୍ୟ…
ରାଶନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ସହାୟତା
ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ଭାଇରସ୍କୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ସମୟରେ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକ ପରିମାଣରେ ପହଞ୍ଚାଯାଇଛି। କଳାବଜାରକାରୀଙ୍କ ଉପରେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ କଡା ନଜର…
ଏପ୍ରିଲରୁ ନୂଆ ନିୟମ, ନୂଆ ସୁବିଧା
ନୂଆଦିଲ୍ଲୀ,୧। ୪: ମାସ ବଦଳିବା ସହ ପହିଲାରୁ କିଛି କିଛି ନୂଆ ନିୟମ ଏବଂ ସୁବିଧା କାର୍ଯ୍ୟକାରୀ ହୋଇଥାଏ। ସେହିଭଳି ଏପ୍ରିଲ ୧ରୁ ନୂଆ ଆର୍ଥତ୍କ ବର୍ଷ ଆରମ୍ଭ ହେଉଛି। ଏମିତି କିଛି ନିୟମ ରହିଛି ଯାହା ପହିଲାରୁ ପରିବର୍ତ୍ତନ ହେବା…
ସ୍ବେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
ଆସିକା,୩୧ା୩ (ଡି.ଏନ୍.ଏ.): ଲକ୍ଡାଉନ୍ ଲାଗି ଆସିକା ଏନ୍ଏସିରେ ନିରାଶ୍ରୟଙ୍କୁ ଦୈନିକ ରନ୍ଧାଖାଦ୍ୟ ଦିଆଯାଉଛି। ମଙ୍ଗଳବାରଠାରୁ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ନିରାଶ୍ରୟଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଜରିଆରେ ଖାଦ୍ୟ ବଣ୍ଟା ଆରମ୍ଭ ହୋଇଛି। ମଙ୍ଗଳବାର ବ୍ଲକର ୨୭ ପଞ୍ଚାୟତରେ ୧୩୩୨ଜଣଙ୍କୁ ରନ୍ଧାଖାଦ୍ୟ…
କଳିଙ୍ଗାରେ ସୀମା ସିଲ୍
ଜି.ଉଦୟଗିରି,୩୧ା୩(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ଗଞ୍ଜାମ ଓ କନ୍ଧମାଳ ଜିଲା ପ୍ରବେଶ ଦ୍ୱାର ଭାବେ ପରିଚିତ କଳିଙ୍ଗା ଚେକ ଗେଟଠାରେ ଜିଲା ସୀମାକୁ ସିଲ କରି ଦେଇଛି। ରାଜ୍ୟ ଓ ଜିଲା ବାହାରୁ ଆସୁଥିବା କାହାକୁ ମଧ୍ୟ ବିନା ଅନୁମତିପତ୍ରରେ ପ୍ରବେଶ କରିବାକୁ ଦିଆଯିବ…
ଅସହାୟଙ୍କୁ ବିଏମ୍ସିର ରାଶନ ବଣ୍ଟନ
ବ୍ରହ୍ମପୁର ଅଫିସ,୩୧ା୩-କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ଜିଲାପ୍ରଶାସନ ପକ୍ଷରୁ ଲକ୍ଡାଉନ୍ ଜାରି ରହିଛି। ଏହାର ପ୍ରଭାବରେ ବ୍ରହ୍ମପୁରରେ ରାଜ୍ୟ ବାହାରୁ ଆସି ଫସି ରହିଥିବା ଏବଂ ସହରରେ ଜୀବନ ଜୀବିକା ପ୍ରଭାବିତ ଯୋଗୁ ଅସହାୟ, ଅନାହାରରେ ଦିନ କାଟୁଥିବା ଲୋକଙ୍କୁ…
ରନ୍ଧାଖାଦ୍ୟ ବାଣ୍ଟିଲା ବିଡେକା
ଭଞ୍ଜନଗର,୩୧।୩(ଡି.ଏନ.ଏ.)-ଭଞ୍ଜନଗର ଜଳସଚେନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ପକ୍ଷରୁ କିଛିଦିନ ହେଲା ସହରରେ ଅସହାୟ ଅବସ୍ଥାରେ ବୁଲୁଥିବା ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ଏନ୍ଏସି କର୍ମଚାରୀ ପରିଚାଳନା କରୁଛନ୍ତି।
ଦୁର୍ଘଟଣାରେ ଡ୍ରାଇଭରଙ୍କ ଜୀବନ ଗଲା
ରୂପ୍ସା, ୩୧।୩(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ସହ କାର୍ର ଧକ୍କା ହେବା ଫଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ…
ନିୟମ ଉଲ୍ଲଂଘନକାରୀଙ୍କୁ କ୍ୱାରାଣ୍ଟାଇନ୍ରେ ରଖିବାକୁ ନିର୍ଦ୍ଦେଶ
ଛତ୍ରପୁର,୩୧ା୩(ଡି.ଏନ.ଏ)-ଲକ୍ଡାଉନ୍କୁ ବେଖାତିର କରି କେତେକ ଯୁବଗୋଷ୍ଠୀ ବାହାରେ ବୁଲିବା ଅଭ୍ୟାସ ଛାଡୁନାହାନ୍ତି। ସମସ୍ତ ପ୍ରଶାସନିକ ଚେଷ୍ଟା ସତ୍ତ୍ୱେ ନ ସୁଧୁରିଲେ ସେମାନଙ୍କୁ ଧରି ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍ରେ ରଖିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। କରୋନା…
କରୋନା ଲକ୍ ଡାଉନ୍ ଉଜାଗର କଲା ଗରିବୀ ଚିତ୍ର: ପ୍ଳାଷ୍ଟିକ୍ ଗୋଟାଇ ପାରୁନାହାନ୍ତି ରାମ, ଖାଇବାକୁ ପାଉନାହାନ୍ତି
ବଲାଙ୍ଗୀର ଅଫିସ, ୩୧ା୩: ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇ ଦେଶର ଭୋକିଲା ଲୋକଙ୍କ କ୍ଷୁଧା ନିବାରଣ କରାଯାଉଥିବା କୁହାଯାଉଥିଲେ ମଧ୍ୟ ମାତ୍ର ୭ ଦିନର ଲକ୍ଡାଉନ୍ ପରେ ବହୁ ଗରିବ ଓ ଅସହାୟଙ୍କ ଅସଲ ଚିତ୍ର ଏବେ ପଦାକୁ ଆସିବାରେ…
Archives


