Home

୩ ଦିନରେ ୨ ଗୁଣା ହେଲା ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଗଲାଣି ୪,୦୭୬ଙ୍କ ଜୀବନ

ଓ୍ବାଶିଂଟନ,୧।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୪,୦୭୬ ଛୁଇଁଛି। ଗୋଟିଏ ଦିନରେ ଏଠାରେ ୮୬୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଗତ ୩ ଦିନ ମଧ୍ୟରେ ଏଠାରେ ମୃତକଙ୍କ…

୧୬ ବର୍ଷରେ ପାଦ ଦେଲା ଜି-ମେଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଜି-ମେଲ୍‌କୁ ବୁଧବାର ୧୬ ବର୍ଷରେ ପାଦ ଦେଇଛି। ୨୦୦୪ ଏପ୍ରିଲ୍‌ ୧ରେ ଏହାର ଶୁଭାରମ୍ଭ ହୋଇଥିଲା। ଏହା ଆମେରିକାର କମ୍ପ୍ୟୁଟର ଇଞ୍ଜିନିୟର ପାଉଲ୍‌ ଟି ବୁଚେଟ୍‌ଙ୍କ ଦ୍ୱାରା ତିଆରି ହୋଇଥିଲା। ପ୍ରଥମେ ଜି-ମେଲ୍‌ ପ୍ରତି ବ୍ୟବହାରକାରୀଙ୍କୁ ଏକ ଗିଗାବାଇଟ୍‌ ସ୍ପେସ୍‌…

ଭାରତର ୨୯ ରାଜ୍ୟରେ ୧,୬୫୭ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟାବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ପ୍ରତିିଦିନ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶର ୨୯ଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୬୫୭ରେ ପହଞ୍ଚିଛି। ଗୋଟିଏ ଦିନରେ ମଙ୍ଗଳବାର ସଂକ୍ରମିତଙ୍କ ସଂଖ୍ୟା ୨୭୨ ବଢ଼ିଛି।…

ଖୋର୍ଦ୍ଧା ଜିଲାର ୩ ପ୍ରବେଶ ପଥ ସିଲ୍‌

ଖୋର୍ଦ୍ଧା ଅଫିସ,୧ା୪: ଲକଡାଉନକୁ ଅଧିକ କଡ଼ାକଡି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମଙ୍ଗଳବାର ଠାରୁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲା ସୀମାକୁ ସିଲ କରାଯାଇଛି। ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଜିଲା ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ…

ବିକ୍ରି ହେଉନି କ୍ଷୀର, ଛେନା: ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦୁଗ୍ଧଚାଷୀ

ପୁରୀ ଅଫିସ,୧ା୪: କରୋନା ପାଇଁ ୨୧ଦିନିଆ ଲକ୍‌ଡାଉନ ହୋଇଛି ଦେଶ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ଆଉ ସବୁକିଛି ବନ୍ଦ ହୋଇଯାଇଛି। କେବଳ ଘର ଭିତରେ ରହିବାକୁ ସଚେତନ କରାଯାଉଛି। ସମସ୍ତେ ଏକପ୍ରକାର ଘର ଭିତରେ ବନ୍ଦୀ ଜୀବନ କଟାଉଛନ୍ତି।…

ୟୁକ୍ରେନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରୀଛାତ୍ର

କଟକ ଅଫିସ,୧ା୪: ୟୁକ୍ରେନରେ ଶତାଧିକ ଓଡ଼ିଆ ଡାକ୍ତରୀ ଛାତ୍ରୀଛାତ୍ର ଫସି ରହିଛନ୍ତି। ଲକଡାଉନ୍‌ ଘୋଷଣା ବଳବତ୍ତର ଥିବାରୁ ସେଠାରେ ଜୀବନଯାପନ ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସେମାନେ ଘରକୁ ଫେରିବା ସମ୍ଭବପର ହୋଇପାରୁ ନ ଥିବା ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ…

ଧରିତ୍ରୀ ପ୍ରଭାବ; ୟୁନିଟ-୪ ହାଟ : ହଟିଲା ମାଛ, ପରିବା ଦୋକାନ 

ଭୁବନେଶ୍ୱର, ୧ା୪ (ବ୍ୟୁରୋ) : ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତା ପାର୍ଶ୍ୱକୁ ଉଠାଇ ଦିଆଯାଇଛି। ଏହି ମର୍ମରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ…

ୟୁରୋପ, ଆମେରିକାରେ ବିସ୍ଫୋରକ ସ୍ଥିତି

ଓ୍ବାଶିଂଟନ/ ରୋମ୍‌,୧ା୪: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅଦ୍ୟାବଧି ମୋଟ ୩୯,୫୭୫ ଜଣ ଏହି ରୋଗରେ ପଡ଼ି ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୮୧୦,୧୨୫ରେ ପହଞ୍ଚିଛି। ତେବେ ବିଶ୍ୱରେ କରୋନା ସଂକ୍ରମିତଙ୍କ…

ରେଳଡବାରେ ହେବ ୩.୨ ଲକ୍ଷ ଆଇସୋଲେଶନ ବେଡ୍‌

ନୂଆଦିଲ୍ଲୀ,୧ା୪: କରୋନା ରୋଗୀମାନଙ୍କୁ ଆଇସୋଲେଶନରେ ରଖିବା ଲାଗି ରେଲଓ୍ବେ ପକ୍ଷରୁ ୨୦ ହଜାର କୋଚ୍‌କୁ ଆଇସୋଲେଶନ ଓ୍ବାର୍ଡରେ ପରିଣତ କରାଯାଉଛି। ଏହାଦ୍ୱାରା ୩.୨ ଲକ୍ଷ ବେଡ୍‌ ଯୋଗାଇ ଦିଆଯାଇପାରିବ। ୧୬ଟି ଜୋନ୍‌ ମଧ୍ୟରୁ ସିକନ୍ଦରାବାଦରେ ଥିବା ଦକ୍ଷିଣ କେନ୍ଦ୍ରୀୟ ରେଲଓ୍ବେ ମୁଖ୍ୟାଳୟ…

ଅକାରଣରେ ବାହାରକୁ ବାହାରିଲେ ଭୋଗିବେ ଦଣ୍ଡ

ଭୁବନେଶ୍ୱର, ୧ା୪ (ବ୍ୟୁରୋ): ଘର ଦୂଆରେ ପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ତା ସତ୍ତ୍ୱେ ମଧ୍ୟ ଭୁବନେଶ୍ୱର ସହରର କେତେକ ଜନସାଧାରଣଙ୍କ ବେପରୁଆ କାର୍ଯ୍ୟକଳାପ ସାମ୍ନାକୁ ଆସୁଛି। ହାଟ ବଜାରରେ ଗହଳି ନ କରିବା ସହ ସାମାଜିକ…

ଦିନରେ ତତେଇବ, ସନ୍ଧ୍ୟାରେ ଭିଜେଇବ

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ତାତି ବଢ଼ିଚାଲିଛି। କେତେକ ସ୍ଥାନରେ ପାରଦ ୩୯ ଡିଗ୍ରୀ ଉପରେ ଓ ଆଉ କେତେକ ସ୍ଥାନରେ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଛି। ଦିନରେ ତାତି ବଢ଼ିବ। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ଯାଏ ଗ୍ରୀଷ୍ମର ପ୍ରକୋପ ରହିବ। ପଶ୍ଚିମ…

କଳା ତାଲିକାଭୁକ୍ତ ହେବେ ୩୦୦ ବିଦେଶୀ

ନୂଆଦିଲ୍ଲୀ,୧ା୪(ପି.ଟି.): ମାଲେସିଆ, ଥାଇଲାଣ୍ଡ ସମେତ ୧୬ଟି ଦେଶରୁ ପର୍ଯ୍ୟଟନ ଭିଜାରେ ଆସି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ପାଖାପାଖି ୩୦୦ ବିଦେଶୀଙ୍କୁ କଳାତାଲିକାଭୁକ୍ତ କରିପାରେ ଭାରତ। ଏମାନେ ଦେଶରେ କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ବାହକ ସାଜିଛନ୍ତି। ମାର୍ଚ୍ଚ ୧୩ରୁ ୧୫ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri