କରୋନା ପଢ଼ାଇବ ସମାନୁଭୂତିର ଗଣିତ

ନୂଆଦିଲ୍ଲୀ,୨୩ା୪: ଆମେ ସମସ୍ତେ ଏକ। ବର୍ତ୍ତମାନର କୋଭିଡ୍‌-୧୯ ମହାମାରୀ ଏ ବିଷୟକୁ ସିଦ୍ଧ କରିବା ଲାଗି ସଚେତନତା ଜଗାଉଛି। ଏହି ସଙ୍କଟ ଟଳିଯିବା ପରେ ସମାନୁଭୂତି, ଅନୁକମ୍ପା ଓ ଦୟାଭାବ ଆଦି ସକାରାତ୍ମକ ବିଷୟରେ ସ୍କୁଲରେ ଶିକ୍ଷା ଦିଆଯିବା ଉଚିତ। କାରଣ ଏକ ଶାନ୍ତିପୂର୍ଣ୍ଣ ଓ ପୋଷଣୀୟ ବିଶ୍ୱ ସୃଷ୍ଟି କରିବାରେ ଏହି ଗୁଣଗୁଡ଼ିକ ବେଶ୍‌ ସହାୟକ ହେବ। ଲିଙ୍ଗ, ଜାତି, ଧର୍ମ, ସାମାଜିକ-ଅର୍ଥନୈତିକ ସ୍ଥିତିରେ ଯଦିଓ ଭିନ୍ନତା ରହିଛି, ତଥାପି ଜୈବିକ ଓ ସ୍ନାୟବିକ ଦୃଷ୍ଟିକୋଣରେ ସାଦୃଶ ପରିଲକ୍ଷିତ ହୋଇଥାଏ। କୋଭିଡ୍‌-୧୯ ଭୟରେ ଆଜି ବିଶ୍ୱର ୨୦୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ରର ନାଗରିକ ଘରେ ଆବଦ୍ଧ। ଯେତେବେଳେ ବିଶ୍ୱ ସ୍ତରରେ ଦ୍ୱେଷ, ଅସହିଷ୍ଣୁତା, ସ୍ବାର୍ଥବାଦୀ ରାଷ୍ଟ୍ରବାଦ ଏବଂ ‘ଆମ୍ଭଙ୍କୁ’ ଓ ‘ସେମାନଙ୍କୁ’ ଭଳି ନକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବାରେ ଲାଗିଛି, ସେତେବେଳେ ଆମେ ସକାରାତ୍ମକ ବିଷୟରେ ଚିନ୍ତା କରିବା ନିଶ୍ଚିତ ଭାବେ ପ୍ରେରଣାଦାୟକ ହେବ। ପିଲାଙ୍କୁ ଗଣିତ ଓ ବିଜ୍ଞାନ ବୁଝାଇଲା ଭଳି କରୋନା ଏଭଳି ସମାନୁଭୂତି (ଏମ୍ପାଥି)ର ପାଠ ପଢ଼ାଇବାର ସୁଯୋଗ ଆଣିଥିବା ଅନୁଭୂତ ହେଲାଣି।
ମହାମାରୀ କରୋନା ପ୍ରଥମେ ଶିଖାଇଲା ସାମୂହିକ କାର୍ଯ୍ୟ ବଳରେ ଲକ୍ଷ୍ୟ ସିଦ୍ଧି ସମ୍ଭବ। ଏକ ସଙ୍ଗେ ବିଶ୍ୱବ୍ୟାପୀ ଲକ୍‌ଡାଉନ, ଟିକା ତିଆରି ଲାଗି ଦୁର୍ବାର ପ୍ରୟାସ, ଜରୁରିକାଳୀନ ଚିକିତ୍ସା ସେବା ଯୋଗାଇବା, ଖାଦ୍ୟ ଓ ଆଶ୍ରୟସ୍ଥଳ ଭଳି ପରସ୍ପର ସଂଯୋଗ ସୃଷ୍ଟିକାରୀ ପ୍ରଚେଷ୍ଟା ହିଁ ଏହା ସୂଚାଇଛି। ଏହା ମଧ୍ୟ ସାମୂହିକ ଉନ୍ନତି ଲାଗି ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପ୍ରବର୍ତ୍ତାଉଛି। ଏପରି ଚିନ୍ତାଧାରା ସ୍ବଳ୍ପକାଳୀନ ଅସୁବିଧାକୁ ନ ଦେଖି ଦୀର୍ଘମିଆଦୀ ସୁବିଧାକୁ ଅନିଶା କରିଥାଏ।
ବର୍ତ୍ତମାନ ଆମେ ଯେଉଁ ମହାମାରୀର ସମ୍ମୁଖୀନ ହୋଇଛେ, ତାହା ନୂଆ ନୁହେଁ। ୧୯୧୮ରେ ଯେତେବେଳେ ବିଶ୍ୱର ଜନସଂଖ୍ୟା ମାତ୍ର ୧୩୦ କୋଟି ଥିଲା, ସେତେବେଳେ ଦେଖାଦେଇଥିବା ‘ସ୍ପାନିଶ୍‌ ଫ୍ଲୁ’ ୫ କୋଟି ଲୋକଙ୍କ ଜୀବନ ନେଇଥିଲା। ଏବର ବିଶ୍ୱ ଭଳି ସେତେବେଳେ ରାଷ୍ଟ୍ରଗୁଡ଼ିକ ଯୋଡ଼ି ହୋଇ ନ ଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସ୍ବାସ୍ଥ୍ୟ କ୍ଷେତ୍ରରେ ଅନ୍ତର୍ଜାତୀୟ ଅଭିଭାବକତ୍ୱର ଦାୟିତ୍ୱ ନିର୍ବାହ କରୁଥିବାରୁ ପୂର୍ବାପେକ୍ଷା ଆମେ ଅଧିକ ସଚେତନ ହୋଇପାରିଛେ।
କୋଭିଡ୍‌-୧୯ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି ମଧ୍ୟ ଆମ୍ଭମାନଙ୍କୁ ସୁଯୋଗ ଦେଇଛି। ସମାଜର ଗରିବ ତଥା ଅସହାୟ ଲୋକଙ୍କୁ ସାମାଜିକ ନିରାପତ୍ତା ଦେବା ଲାଗି ସବୁ ଦେଶ ତତ୍ପର। ଶାରୀରିକରୁ ମାନସିକ ସ୍ବାସ୍ଥ୍ୟ, ପରିବେଶ ବିଜ୍ଞାନଠାରୁ ଅର୍ଥନୈତିକ ନିରାପତ୍ତା ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଚାଲିଛି ଗଳଦଘର୍ମ ପ୍ରୟାସ। ଅତି ସୂକ୍ଷ୍ମ ଭାବେ ଦେଖିଲେ ଏହା ମଧ୍ୟ ନୂଆ ନୁହେଁ। ୧୯୭୨ରେ ନିରନ୍ତର ବିକାଶ ଆନ୍ଦୋଳନ ବେଳେ ଏସବୁ ଉପରେ ଆଲୋଚନା ଓ ବିଭିନ୍ନ ପ୍ରକାର ସୁପାରିସ ହୋଇଥିଲା। ତଥାପି ଏବର କରୋନା ଭୂତାଣୁ ଆମ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ଦେଇଛି, ଯାହା ପୂର୍ବର କୌଣସି ଘଟଣା ଏଭଳି ଯୋଡ଼ିବାରେ ସକ୍ଷମ ହୋଇ ନ ଥିଲା।
ସମାନୁଭୂତି ପୁଣି ସୃଷ୍ଟି କରିଛି ନୂଆ ଧାରା। ଏହା ବର୍ତ୍ତମାନ ପ୍ରତ୍ୟେକଙ୍କ ଭିତରେ ତରଙ୍ଗାୟିତ ହେବା ଦରକାର। କେବଳ ସଙ୍କଟ ପଡ଼ିଥିବାରୁ ନୁହେଁ, ତାହା ସବୁ ସମୟ ପାଇଁ ପ୍ରାକୃତିକ ପ୍ରବୃତ୍ତି ପାଲଟିଗଲେ ସଭିଙ୍କ ମଙ୍ଗଳ ହେବ। ଇଣ୍ଟନନେଟ୍‌ ଜରିଆରେ ସମାନୁଭୂତି ଓ ଦୟାଭାବକୁ ଆମେ ସମସ୍ତେ ଅନୁଭବ କରିସାରିଲେଣି। ସେଥିପାଇଁ ଏହି ସମୟରେ ପରସ୍ପରକୁ ସାହାଯ୍ୟ କରିବାକୁ ସବୁ ଆଗେଇ ଆସୁଛନ୍ତି। କାରଣ ସମଷ୍ଟିଗତ ପ୍ରଚେଷ୍ଟା ସାମାଜିକ ସମ୍ବନ୍ଧ ଓ ଶାନ୍ତି ପ୍ରତିଷ୍ଠା କରିଥାଏ। ସ୍ନାୟୁ ବିଜ୍ଞାନର ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି ଯେ ଦୟା, ଅନୁକମ୍ପା ଓ କରୁଣା ପ୍ରତ୍ୟେକଙ୍କ ମନରେ ଜଗାଇବା ଲାଗି ଏବେ ପ୍ରଶିକ୍ଷଣର ଆବଶ୍ୟକତା ରହିଛି, ଯେମିତି ଗଣିତ, ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ଦକ୍ଷତା ଅର୍ଜନ ଲାଗି ପ୍ରାଥମିକ ଅବସ୍ଥାରୁ ପିଲାଟିକୁ ଶିଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭୁଲିଯାଇ ଜାହାଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri