ରେଳଡବାରେ ହେବ ୩.୨ ଲକ୍ଷ ଆଇସୋଲେଶନ ବେଡ୍
ନୂଆଦିଲ୍ଲୀ,୧ା୪: କରୋନା ରୋଗୀମାନଙ୍କୁ ଆଇସୋଲେଶନରେ ରଖିବା ଲାଗି ରେଲଓ୍ବେ ପକ୍ଷରୁ ୨୦ ହଜାର କୋଚ୍କୁ ଆଇସୋଲେଶନ ଓ୍ବାର୍ଡରେ ପରିଣତ କରାଯାଉଛି। ଏହାଦ୍ୱାରା ୩.୨ ଲକ୍ଷ ବେଡ୍ ଯୋଗାଇ ଦିଆଯାଇପାରିବ। ୧୬ଟି ଜୋନ୍ ମଧ୍ୟରୁ ସିକନ୍ଦରାବାଦରେ ଥିବା ଦକ୍ଷିଣ କେନ୍ଦ୍ରୀୟ ରେଲଓ୍ବେ ମୁଖ୍ୟାଳୟ…
ଅକାରଣରେ ବାହାରକୁ ବାହାରିଲେ ଭୋଗିବେ ଦଣ୍ଡ
ଭୁବନେଶ୍ୱର, ୧ା୪ (ବ୍ୟୁରୋ): ଘର ଦୂଆରେ ପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ତା ସତ୍ତ୍ୱେ ମଧ୍ୟ ଭୁବନେଶ୍ୱର ସହରର କେତେକ ଜନସାଧାରଣଙ୍କ ବେପରୁଆ କାର୍ଯ୍ୟକଳାପ ସାମ୍ନାକୁ ଆସୁଛି। ହାଟ ବଜାରରେ ଗହଳି ନ କରିବା ସହ ସାମାଜିକ…
ଦିନରେ ତତେଇବ, ସନ୍ଧ୍ୟାରେ ଭିଜେଇବ
ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ତାତି ବଢ଼ିଚାଲିଛି। କେତେକ ସ୍ଥାନରେ ପାରଦ ୩୯ ଡିଗ୍ରୀ ଉପରେ ଓ ଆଉ କେତେକ ସ୍ଥାନରେ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଛି। ଦିନରେ ତାତି ବଢ଼ିବ। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ଯାଏ ଗ୍ରୀଷ୍ମର ପ୍ରକୋପ ରହିବ। ପଶ୍ଚିମ…
କଳା ତାଲିକାଭୁକ୍ତ ହେବେ ୩୦୦ ବିଦେଶୀ
ନୂଆଦିଲ୍ଲୀ,୧ା୪(ପି.ଟି.): ମାଲେସିଆ, ଥାଇଲାଣ୍ଡ ସମେତ ୧୬ଟି ଦେଶରୁ ପର୍ଯ୍ୟଟନ ଭିଜାରେ ଆସି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ପାଖାପାଖି ୩୦୦ ବିଦେଶୀଙ୍କୁ କଳାତାଲିକାଭୁକ୍ତ କରିପାରେ ଭାରତ। ଏମାନେ ଦେଶରେ କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ବାହକ ସାଜିଛନ୍ତି। ମାର୍ଚ୍ଚ ୧୩ରୁ ୧୫ ମଧ୍ୟରେ…
କରୋନା ମାଡ଼: ଏମ୍ଏସ୍ଏମ୍ଇ ପ୍ରଭାବିତ
ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ମୁକାବିଲା ସମସ୍ତଙ୍କ ପ୍ରାଥମିକତା ହୋଇଛି। ସାରା ବିଶ୍ୱରେ ଏହି ସ୍ବାସ୍ଥ୍ୟଗତ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଅର୍ଥନୀତିକୁ ବହୁଳ ଭାବେ ପ୍ରଭାବିତ କରିଛି। ବିଶେଷ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷାଧିକ ରୋଜଗାର ସୁଯୋଗ ଦେଉଥିବା…
ମୁଖ୍ୟମନ୍ତ୍ରୀଙ୍କ କରୋନା ମୁକାବିଲା ପାଣ୍ଠିକୁ ସହାୟତା ରାଶିର ସୁଅ
ଭୁବନେଶ୍ୱର,୧।୪(ବ୍ୟୁରୋ) କରୋନା ଭୂତାଣୁର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଏହି ପାଣ୍ଠିକୁ ମଙ୍ଗଳବାର କଟକସ୍ଥିତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପକ୍ଷରୁ ୨ କୋଟି ୩ ଲକ୍ଷ ୨୭ ହଜାର ୮୫୧ ଟଙ୍କାର ସହାୟତା ରାଶି…
କୋଭିଡ୍-୧୯ରୁ ମୁକ୍ତି ମିଳିବାକୁ ବର୍ଷେ ଲାଗିବ
ବେଙ୍ଗାଲୁରୁ,୧ା୪ (ଆଇଏଏନ୍ଏସ୍): ମହାମାରୀ କରୋନାରୁ ମୁକ୍ତି ମିଳିବା ପାଇଁ ୬ ମାସରୁ ବର୍ଷେ ଲାଗିଯିବ ବୋଲି ୮୪% ଭାରତୀୟ ମନେକରନ୍ତି। ଏକ ନୂଆ ସର୍ବେକ୍ଷଣରୁ ଏହି ବିଷୟ ଜଣାପଡ଼ିଛି। କୋଭିଡ୍-୧୯ ସମ୍ପର୍କରେ ସଚେତନ ଥିବା ୯୪% ଉତ୍ତରଦାତାଙ୍କ ମଧ୍ୟରୁ ୭୫% ଏହି…
ମେ’ ଶେଷ ସପ୍ତାହରେ ଜେଇଇ ମେନ୍
ଭୁବନେଶ୍ୱର,୧।୪(ବ୍ୟୁରୋ): ଆସନ୍ତା ଏପ୍ରିଲ ୫,୭ ଓ ୧୧ରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍କୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ମେ’ ଶେଷ ସପ୍ତାହରେ ଜେଇଇ ମେନ୍ ଅନୁଷ୍ଠିତ ହେବ। ଆଗାମୀ କିଛି ସପ୍ତାହ ମଧ୍ୟରେ ସ୍ଥିତିର ଆକଳନ କରି ପରୀକ୍ଷାର…
ସବୁ ଜିଲାରେ କୋଭିଡ୍-୧୯ ହସ୍ପିଟାଲ
ଭୁବନେଶ୍ୱର,୧।୪(ବ୍ୟୁରୋ)/ ଝାରସୁଗୁଡ଼ା ଅଫିସ୍: ରାଜ୍ୟର ସବୁ ଜିଲାରେ କୋଭିଡ୍-୧୯ ହସ୍ପିଟାଲ ସ୍ଥାପନ ହେବ। ଏଥିପାଇଁ ବିଭିନ୍ନ ଘରୋଇ ହସ୍ପିଟାଲ ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ ଏହା କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ଧର୍ମସଭାରେ ଯୋଗଦେଇଥିବା ୧୦ ମୃତ
ନୂଆଦିଲ୍ଲୀ,୧ା୪(ପି.ଟି.): ଦିଲ୍ଲୀର ନିଜାମୁଦ୍ଦିନ ଓ୍ବେଷ୍ଟରେ ଥିବା ତବଲିଘି ଜମାତ୍ ମୁଖ୍ୟାଳୟ କରୋନା ସଂକ୍ରମଣର ହଟ୍ସ୍ପଟ ପାଲଟିଥିବାବେଳେ ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଲକ୍ଡାଉନ ଘୋଷଣା ହେବା ପୂର୍ବରୁ ସେଠାରେ ଅନୁଷ୍ଠିତ ଧର୍ମସଭାରେ ଦେଶବିଦେଶରୁ ୨୦୦୦ରୁ ଊର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ।…
ଲକ୍ଡାଉନ୍ ଦୁଃଖ: ବିପଦରେ ୩୦୦ ପେଟ୍ ଶପ୍ରେ ଥିବା ଜୀବଜନ୍ତୁ
ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା କଟକଣାରେ ସମସ୍ତ ଜୀବଜଗତ ପ୍ରଭାବିତ। ଏଭଳିସ୍ଥିତିରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ତେବେ ବୁଲା ଜୀବଜନ୍ତୁ, ଗୃହପାଳିତ ପଶୁ ଏବଂ ପୋଷା ଜୀବଜନ୍ତୁଙ୍କ ସୁରକ୍ଷା ମଧ୍ୟ ଆବଶ୍ୟକ ହୋଇପଡ଼ିଛି। ସରକାର…
ନିଜାମୁଦ୍ଦିନ କରୋନା ହଟ୍ସ୍ପଟ : ଓଡ଼ିଶାରୁ ୧୫ ଯୋଗଦେଇଥିବା ଚର୍ଚ୍ଚା
ଭୁବନେଶ୍ୱର,୧।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍ଠାରେ ହୋଇଥିବା ମୁସଲମାନ୍ଙ୍କ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ ଯୋଗଦେଇଥିତ୍ବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତପକ୍ଷେ ଓଡ଼ିଶାରୁ କେତେଜଣ ଯାଇଥିଲେ ତାହା ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ। ଏନେଇ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା…
Archives


