Home

ମଧୁସୂଦନ ନଗର, ଝାରପଡ଼ା ଆବଦ୍ଧ ଅଞ୍ଚଳ ଘୋଷଣା ନେଇ ଚାଲିଛି ଆଲୋଚନା

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଭୁବନେଶ୍ୱରର ୟୁନିଟ୍‌-୪ ଅନ୍ତର୍ଗତ ମଧୂସୂଦନ ନଗର ଓ ଝାରପଡ଼ା ଅଞ୍ଚଳରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସମ୍ପୃକ୍ତ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯିବ କି ନାହିଁ ସେନେଇ ଆଲୋଚନା ଚାଲିଥିବା ବିଏମ୍‌ସି ପକ୍ଷରୁ…

ମନ ଶାନ୍ତ ରଖିଲେ ସଂଗ୍ରାମକୁ ଜୟ କରିହେବ: ବାଗ୍‌ଚୀ

ଭୁବନେଶ୍ୱର,୯ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇ ସାରା ଦେଶ ଏବେ ଲକ୍‌ଡାଉନରେ ରହିଛି। ୨୧ ଦିନିଆ ତାଲାବନ୍ଦ ଗତ ୨୪ ତାରିଖ ମଧ୍ୟରାତ୍ରିରୁ ଜାରି ରହିଛି। ଆଉ ଓଡ଼ିଶାରେ ମଧ୍ୟ କରୋନାକୁ ହରାଇବା…

ଆଇଟିଆଇ ପ୍ରଶାସନକୁ ଦେବ ମାସ୍କ

ବ୍ରହ୍ମପୁର ଅଫିସ,୮ା୪-କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆଂଶିକ ଶଟ୍‌ଡାଉନ୍‌ ଜାରି ରହିଛି। ଘରୁ ବାହାରିବା ବେଳେ ମାସ୍କ ବ୍ୟବହାରକୁ ମଧ୍ୟ ପ୍ରଶାସନ ବାଧ୍ୟତାମୂଳକ କରିଛି। ଅନ୍ୟପକ୍ଷରେ ବଜାରରେ ମାସ୍କର ଅଭାବ ଦେଖାଦେଉଛି। ଏହାକୁ ପୂରଣ କରିବାକୁ ନେଇ ବ୍ରହ୍ମପୁର…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପରିବାରର ୪ ସଦସ୍ୟ

ବ୍ରହ୍ମପୁର ଅଫିସ,୮ା୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଫେରନ୍ତାଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ବୁଧବାର…

ଇଣ୍ଡୋ-ପାକ୍‌ ସିରିଜ ପାଇଁ ପ୍ରସ୍ତାବ ଦେଲେ ଅଖତର

ନୂଆଦିଲ୍ଲୀ, ୮ା୪ (ପି.ଟି.): ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ଶୋଏବ ଅଖତର ଭାରତ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିରୁ ଉପାର୍ଜିତ ଅର୍ଥ ଦୁଇ ପଡୋଶୀ ଦେଶରେ କୋଭିଡ୍‌-୧୯…

ସାଇ ପ୍ରଣିଥ ଦେଲେ ୪ଲକ୍ଷ

ନୂଆଦିଲ୍ଲୀ,୮ା୪ (ପି.ଟି.): କୋଭିଢ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣିଥ୍‌ ବୁଧବାର ୪ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ସମଗ୍ର ବିଶ୍ୱରେ ୮୦,୦୦୦ରୁ ଅଧିକ…

କରୋନାରେ ପୂର୍ବତନ ୟୁରୋପିଆନ ଚାମ୍ପିୟନଙ୍କ ମୃତ୍ୟୁ

ମିଲାନ, ୮ା୪ (ଏଏଫ୍‌ପି): କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଇଟାଲୀର ପୂର୍ବତନ ୟୁରୋପିଆନ ଇନ୍‌ଡୋର ଚାମ୍ପିୟନ ଡୋନାଟୋ ସାବିଏଙ୍କ ମୃତ୍ୟୁ ଘଟିଛି। ଇଟାଲିଆନ ଆଥଲେଟକ୍ସ ଫେଡେରେଶନ (ଫିଡାଲ୍‌) ତରଫରୁ ବୁଧବାର ସୂଚନା ଦିଆଯାଇଛି। ଡୋନାଟୋଙ୍କୁ ୫୬ ବର୍ଷ ହୋଇଥିଲା। ୧୯୮୪ରେ ଗୋଥେନ୍‌ବର୍ଗଠାରେ…

ଗରିବ ଲୋକଙ୍କୁ ରୋଷେଇ ସାମଗ୍ରୀ, ମାସ୍କ ବଣ୍ଟନ

ବଲାଙ୍ଗୀର ଅଫିସ, ୮ା୪: କରୋନା ଲକଡାଉନ୍‌ ସମୟରେ ଦିନମଜୁରିଆମାନେ ଅଡୁଆରେ ପଡିଛନ୍ତ। ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଚିହ୍ନଟ ହୋଇଛନ୍ତି ସେମାନେ ପିଡିଏସ୍‌ ଚାଉଳ, ଭତ୍ତା ଟଙ୍କା ପାଉଛନ୍ତି। ମାତ୍ର ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ସାମାଜିକ ସୁରକ୍ଷା…

ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ଲୋଇସିଂହା, ୮।୪(ଡି.ଏନ.ଏ.): ବଲାଙ୍ଗୀର ସଦର ବ୍ଲକ ସକମା ପଞ୍ଚାୟତ ପକ୍ଷରୁ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ବ୍ୟବସ୍ଥା ଅଦ୍ୟାବଧି ଗ୍ରହଣ କରାଯାଇନାହିଁ। ପଞ୍ଚାୟତ ଅଧୀନ ଫାସଡ ଗ୍ରାମର ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ ଗ୍ରାମର ପ୍ରାୟ ୨ଶହ ଅସହାୟଙ୍କୁ ବୁଧବାରଠାରୁ ରନ୍ଧାଖାଦ୍ୟ ଦେବା ବ୍ୟବସ୍ଥା…

ପ୍ରସ୍ତାବିତ କୋଭିଡ ହସ୍ପିଟାଲ ବୁଲି ଦେଖିଲେ ୫-ଟି ସଚିବ

ଭଦ୍ରକ ଅଫିସ, ୮ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକରେ କରୋନା ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଭାବେ ମୋଟେଲ ଛକସ୍ଥିତ ସାଳନ୍ଦୀ ଘରୋଇ ହସ୍ପିଟାଲକୁ ମନୋନୀତ କରାଯାଇଛି। ଯେଉଁମାନେ ସନ୍ଦିଗ୍ଧ ସେମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଏହି ହସ୍ପିଟାଲରେ…

କରୋନା ମୁକାବିଲା ପାଇଁ ସହାୟତା

ଖୁଣ୍ଟା,୮ା୪(ଡି.ଏନ୍‌.ଏ.): କରୋନାର ମୁକାବିଲା ପାଇଁ ଖୁଣ୍ଟା ଅଞ୍ଚଳର କେତେକ ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଛନ୍ତି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଖୁଣ୍ଟା ଶାଖାରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟରତ ବାନ୍ଧଗଡ଼ା ଗ୍ରାମର ଭାରତୀ ସିଂ ନିଜର ଏକ ମାସର ବେତନ ୬୦୦୦…

୧୨୨ ନମୁନାରୁ ୯୦ ନେଗେଟିଭ୍‌

ବାରିପଦା ଅଫିସ, ୮ା୪: କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜିଲାର ୧୨୨ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୦ଟି ନମୁନା ନେଗେଟିଭ୍‌ ଆସିଥିବା ବେଳେ ବାକିଗୁଡ଼ିକର ରିପୋର୍ଟ ଆସି ନ ଥିବା ଜିଲା ପ୍ରଶାସନ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri