ବାଘଙ୍କୁ ଦିଆଯାଉଛି ଗଛ ଚଢ଼ା ଟ୍ରେନିଂ
ଲଣ୍ଡନ, ୧୫।୩: ଇଂଲଣ୍ଡର ଜେଡ୍ଏସ୍ଏଲ୍ ହ୍ବିପ୍ସ୍ନାଡେ ଚିଡ଼ିଆଘରରେ ଥିବା ସାଇବେରିଆ ବାଘଙ୍କୁ ଗଛ ଚଢ଼ା ଟ୍ରେନିଂ ଦିଆଯାଉଛି। ଏହା ସହିତ ଶିକାର କିପରି କରିବାକୁ ହୋଇଥାଏ ସେନେଇ ଆବଶ୍ୟକ ଟ୍ରେନିଂ ବି ଦିଆଯାଉଛି। ଚିଡ଼ିଆଘରେ ରହି ରହି ବାଘ ବୋଟସ୍ମେନ୍ ଏବଂ…
ଆହୁରି ବିଗିଡ଼ିବ ରାଜ୍ୟ ଅଭିବୃଦ୍ଧି
ଭୁବନେଶ୍ୱର,୧୫।୩ (ବ୍ୟୁରୋ): ରାଜ୍ୟର ଆର୍ଥିକ ଅବସ୍ଥା ସରକାରଙ୍କ ଚିନ୍ତା ବଢ଼ାଇଦେଇଥିବାବେଳେ କର୍ମଚାରୀଙ୍କ ଦରମା, ପେନ୍ସନ ଏବଂ ଯୋଜନା ଖର୍ଚ୍ଚ ରାଜକୋଷ ଉପରେ ଅତିରିକ୍ତ ବୋଝ ପାଲଟିଛି। ରାଜସ୍ବ ଆଦାୟ ମଧ୍ୟ ଆଖିଦୃଶିଆ ହେଉନାହିଁ। ରାଜସ୍ବ ଅଭିବୃଦ୍ଧି ୨୮% ଅଧିକ ହେଉଥିବା କୁହାଯାଉଥିଲେ…
ଆଲିଆଙ୍କୁ ପୂରିଲା ୨୭: ଗତବର୍ଷ ରୋଜଗାର କରିଛନ୍ତି ୫୯.୨୧ କୋଟି
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ଚୁଲ୍ବୁଲୀ ଅନିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ରେ ଫିଲ୍ମ ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟରରେ ସେ ବଲଉଡ୍ରେ ଡେବ୍ୟୁ କରିଥିଲେ। ପୂର୍ବରୁ…
ଆଫଗାନ୍ ସେନା ଉପରେ ତାଲିବାନ ଆକ୍ରମଣ
ନୂଆଦିଲ୍ଲୀ, ୧୫।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦ ରାଜ୍ୟରେ ଏହି ଆକ୍ରମଣ ହୋଇଛି। ଗତ ମାସରେ ଆଫଗାନିସ୍ତାନରେ ହିଂସାକାଣ୍ଡ ରୋକିବା ଲାଗି ତାଲିବାନ…
ଶୀଘ୍ର ଆସ୍ଥାଭୋଟ ପାଇଁ ଦାବି
ଭୋପାଳ,୧୫ା୩(ପି.ଟି.): ମଧ୍ୟପ୍ରଦେଶ ଭାଜପାର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟପାଳ ଲାଲ୍ଜୀ ଟଣ୍ଡନଙ୍କୁ ସାକ୍ଷାତ କରି ବିଧାନସଭାରେ ତୁରନ୍ତ ଆସ୍ଥା ଭୋଟ କରାଇବା ପାଇଁ ଦାବି କରିଛନ୍ତି। ୨୨ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶର କମଲନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇଛି। ତେଣୁ…
ଆମେରିକା ସୈନ୍ୟ ଥିବା ଇରାକ ଘାଟି ଉପରେ ରକେଟ ମାଡ଼
ବାଗଦାଦ,୧୫ା୩(ଏଏଫ୍ପି): ଆମେରିକା ଓ ୟୁରୋପୀୟ ସୈନ୍ୟ ରହୁଥିବା ଇରାକର ଏକ ଘାଟି ଉପରେ ସାନି ରକେଟ ମାଡ଼ ହୋଇଛି। ବାଗଦାଦ୍ର ଉତ୍ତର ପାର୍ଶ୍ୱରେ ଥିବା ଏହି ଘାଟି ଉପରେ ଦିନବେଳା ଆକ୍ରମଣ କରାଯାଇଛି। ଗତ ଅକ୍ଟୋବରଠାରୁ ଆମେରିକା ସୈନ୍ୟ ରହୁଥିବା ଇରାକର…
ବୋଲେରୋ ଉପରେ ଚଢ଼ିଗଲା ଟ୍ରକ୍: ୧୧ ମୃତ
ଜୟପୁର, ୧୫।୩: ରାଜସ୍ଥାନର ଜୟପୁରଠାରେ ଏକ ବୋଲେରୋ ଉପରେ ଟ୍ରକ୍ ଚଢ଼ିଯିବାରୁ ୧୧ ଜଣ ପ୍ରାଣ ହରାଇବା ସହ ୩ ଗୁରୁତର ହୋଇଛନ୍ତି। ଯୋଧପୁର ଜିଲା ଅନ୍ତର୍ଗତ ବାଲୋତ୍ରା-ଫାଲୋଡ଼ି ରାଜପଥ ଉପରେ ଶନିବାର ଏହି ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ…
କରୋନା ସନ୍ଦିଗ୍ଧଙ୍କୁ ଦେଖିବାକୁ ମନା କରିଥିବା ମେଡିକାଲ ଅଫିସର ନିଲମ୍ବିତ
ଜମ୍ମୁ,୧୫ା୩(ପି.ଟି.): ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲାରେ କ୍ୱାରାଣ୍ଟାଇନ୍ରେ ଥିବା ଜଣେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିବା ଲାଗି ମନା କରିଦେଇଥିବା ମେଡିକାଲ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଞ୍ଚ୍ର ଡେପୁଟି କମିଶନର ରାହୁଲ ଯାଦବ ଡାକ୍ତର ସଲିମ ଭଟ୍ଟିଙ୍କୁ ତୁରନ୍ତ…
କରୋନା ଭୂତାଣୁ ନମୁନା ଚିହ୍ନଟରେ ଭାରତ ପଞ୍ଚମ ରାଷ୍ଟ୍ର
ନୂଆଦିଲ୍ଲୀ,୧୫ା୩ : ମାନବ ଶରୀର ବାହାରେ କରୋନା ଭୂତାଣୁକୁ ସଫଳତାର ସହ ଚିହ୍ନଟ କରି ଅଲଗା କରିବାରେ ଭାରତ ପଞ୍ଚମ ରାଷ୍ଟ୍ର ବୋଲି କୁହାଯାଉଛି। ପୂର୍ବରୁ ଚାଇନା, ଜାପାନ, ଥାଇଲାଣ୍ଡ ଓ ଆମେରିକା ଏଭଳି ସଫଳ ପଦକ୍ଷେପ ନେଇଛନ୍ତି। ଅର୍ଥାତ୍ ଏହି…
ପଦ୍ମ ପୁରସ୍କାର ଉତ୍ସବ ସ୍ଥଗିତ
ନୂଆଦିଲ୍ଲୀ,୧୫ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବକୁ ସ୍ଥଗିତ ରଖାଯାଇଛି। ଏହି ଉତ୍ସବ ମାର୍ଚ୍ଚ ୨୬ ଓ ଏପ୍ରିଲ ୩ରେ ଅନୁଷ୍ଠିତ ହେବାର ଥିଲା। ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ…
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨
ନୂଆଦିଲ୍ଲୀ,୧୫ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶନିବାର ୧୦୨କୁ ବୃଦ୍ଧି ପାଇଥିବା ଜଣାପଡିଛି। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୭ ଜଣ ସୁସ୍ଥ ହେବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୫ ଜଣ ଥିବାବେଳେ ଦିଲ୍ଲୀ…
ମାର୍ଗଦର୍ଶିକା ଶେୟାର କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ହୋମ୍ କ୍ୱାରାଣ୍ଟାଇନ (ଘରେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା) ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଟୁଇଟରରେ ଶେୟାର କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ପଢ଼ିବା ପାଇଁ…
Archives


