ଅଶୋକ ଦିଓ୍ବାନ ଏବେ ସୁସ୍ଥ, ଆମେରିକାରୁ ଫେରିବେ

ନୂଆଦିଲ୍ଲୀ,୬।୫(ପି.ଟି.): ବିଶ୍ୱକପ୍‌ ବିଜେତା ପୂର୍ବତନ ହକି ଗୋଲକିପର ଅଶୋକ ଦିଓ୍ବାନ ଏବେ ସୁସ୍ଥ ଅଛନ୍ତି। ସେ ଏବେ ଆମେରିକାରୁ ସ୍ବଦେଶ ଫେରିବେ। କରୋନା ଭାଇରସ ମହାମାରୀ କାରଣରୁ ସେ ଆମେରିକାରେ ଫସି ରହିଥିଲେ ଓ ସ୍ବାସ୍ଥ୍ୟାବସ୍ଥାରେ ଅବନତୀ ହେବା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫଳରେ ଗତମାସ ଆମେରିକାରୁ ଭାରତ ଫେରିବା ପାଇଁ ସେ ସାହାଯ୍ୟ ମାଗିଥିଲେ। ଭ୍ରମଣଜନିତ କଟକଣା ଯୋଗୁ ସେ ଆମେରିକାରେ ରହିଯାଇଥିଲେ। ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଓ ଖୁବ୍‌ଶୀଘ୍ର ଭାରତ ଫେରିବେ ବୋଲି ଦିଓ୍ବାନ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ)କୁ ସୂଚନା ଦେଇଛନ୍ତି।
୬୫ ବର୍ଷୀୟ ଦିଓ୍ବାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେ ଆମେରିକାରେ ଫସି ରହିଥିବା ବେଳେ ଆଇଓଏ ଅଧ୍ୟକ୍ଷ ନରିନ୍ଦର ବାତ୍ରାଙ୍କୁ ସହାଯ୍ୟ ପାଇଁ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ଅନୁରୋଧ ଜଣାଇଥିଲେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତାଙ୍କ ସମସ୍ୟା ଓ ଅନୁରୋଧ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟକୁ ଅବଗତ କରାଇଥିଲେ। ଭଗବାନଙ୍କ ଦୟାରୁ ଏବେ ମୋର ସ୍ବାସ୍ଥ୍ୟ ଭଲ ଅଛି। ସ୍ବଦେଶ ଫେରିବା ପାଇଁ ଭାରତୀୟ ଦୂତାବାସ ସହ ପଞ୍ଜୀକରଣ କରାଇଛି। ଦୂତାବାସ ତରଫରୁ ମଧ୍ୟ ସକାରାତ୍କମ ଖବର ପାଇଛି ବୋଲି ଦିଓ୍ବାନ ବାତ୍ରାଙ୍କୁ ଜଣାଇଛନ୍ତି।
୧୯୭୫ ବିଶ୍ୱକପ୍‌ ବିଜେତା ଦିଓ୍ବାନ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଆମେରିକାରେ ଭାରତୀୟ ରାଜଦୂତ ତରନଜିତ ସିଂ ସାନ୍ଧୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମୟୋଚିତ ସାହାଯ୍ୟ ପାଇଁ ଭାରତୀୟ ଗଣମାଧ୍ୟମ ସହ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଥାଉ କି, ଦିଓ୍ବାନ ୧୯୭୬ ଅଲିମ୍ପିକ୍ସ ଦଳରେ ମଧ୍ୟ ସାମିଲ ହୋଇଥିଲେ। ସେ ଗତ ଡିସେମ୍ବରରେ ନିଜ ପୁଅଙ୍କୁ ଦେଖିବା ଓ ତାଙ୍କ ସହ ସମୟ ବିତାଇବା ପାଇଁ ଆମେରିକାର ସାକ୍ରାମେଣ୍ଟୋ ଯାତ୍ର କରିଥିଲେ। ସେ ଏପ୍ରିଲ ୨୦ ତାରିଖରେ ଭାରତ ଫେରିବା କାର୍ଯ୍ୟକ୍ରମ ଥିଲେ ମଧ୍ୟ କରୋନା ଭାଇରସ ପାଇଁ ଯାତ୍ର ଜନିତ କଟକଣା ଯୋଗୁ ଭାରତ ଫେରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri