Home

ଲକ୍‌ଡାଉନ୍‌ରେ ନିର୍ମାଣ ଶ୍ରମିକ କ୍ଷତିଗ୍ରସ୍ତ: ସରକାରୀ ସହାୟତା ପ୍ରଦାନ

ଚୌଦ୍ୱାର,୧୦ା୪(ଡି.ଏନ୍‌.ଏ.): କରୋନା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଆର୍ଥିକସ୍ତରରେ କ୍ଷତିଗ୍ରସ୍ତ ନିର୍ମାଣ ଶ୍ରମିକମାନଙ୍କୁ ପ୍ରତ୍ୟେକ ୧୫୦୦ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅନୁଯାୟୀ, କଟକ ଜିଲା କୋଠାବାଡ଼ି ନିର୍ମାଣ ଶ୍ରମିକମାନଙ୍କୁ ଚୌଦ୍ୱାରରେ ଅନୁଦାନ ଦେବା କାର୍ଯ୍ୟର…

ଡେଲି ମାର୍କେଟରେ ସାମାଜିକ ଦୂରତ୍ୱକୁ ମାନୁ ନାହାନ୍ତି ଅମାନିଆ: ପୋଲିସ ପ୍ରଶାସନ ଉପସ୍ଥିତ ରହିବାକୁ ସାଧାରଣରେ ଦାବି

ବିଜେପୁର,୧୦।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୁଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ କଟକଣାକୁ ୩୦ଯାଏ ବଢ଼ାଇ ଦେଇଛନ୍ତି। ସାମାଜିକ ଦୂରତ୍ୱ ଓ ମୁହଁରେ ମାକ୍ସ ଲଗାଇବାକୁ ସଚେତନତା ସୃଷ୍ଟି କରାଯାଉଛି। ହେଲେ ବରଗଡ଼ ଜିଲା…

ଚାଇନା କୁବେରଙ୍କ ସମ୍ପତ୍ତି ବୃଦ୍ଧି

ନୂଆଦିଲ୍ଲୀ,୧୦।୪: ଆମେରିକାଠାରୁ ଆଫ୍‌ଗାନିସ୍ଥାନ, ଭାରତରୁ ଭିଏତନାମ ଯାଏ କାହାରିକୁ ଛାଡ଼ ଦେଉନି କରୋନା। କୋଭିଡ୍‌-୧୯ ପଞ୍ଝାରୁ ବର୍ତ୍ତୁନାହାନ୍ତି ଧନୀ କି ଗରିବ। ବିଶ୍ୱ ମହାମାରୀ ପାଲଟିଥିବା ଏହି ଭାଇରସ୍‌ କାରଣରୁ ଦୋହଲି ଯାଇଛି ଆର୍ଥିକ ବ୍ୟବସ୍ଥା। ଭୟଙ୍କର କ୍ଷତିର ସମ୍ମୁଖୀନ ହେଉଛନ୍ତି…

ୱାଧାୱନ ପରିବାରଙ୍କୁ ଲକ୍‌ଡାଉନ୍‌ ଉଲ୍ଲଂଘନ କରିବାରେ ସହାୟତା କରିଥିବା ଆଇପିଏସ୍‌ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟି

ମୁମ୍ବାଇ,୧୦।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ ଏହି ନିୟମକୁ କେତେକ ଲୋକ ଉଲ୍ଲଂଘନ କରୁଥିବା ବେଳେ ସେମାନଙ୍କୁ କେତେକ…

ଶେରଗଡ଼ରେ ବିଶୋଧନ ପ୍ରକ୍ରିୟା ଆରମ୍ଭ

ଶେରଗଡ଼,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ ଶୁକ୍ରବାରଠାରୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ. ଦୟାସିନ୍ଧୁ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ଶେରଗଡ଼ ମେଡିକଲ,ଏଟିଏମ୍‌ କାଉଣ୍ଟର, ବଜାରରେ ଥିବା ମୁଖ୍ୟ…

ସାବୁନ୍‌ରେ ଧୋଇ ଶୁଖାଇବା ପରେ ବ୍ୟବହାର ହେଉଛି ନୋଟ୍‌

ନୂଆଦିଲ୍ଲୀ,୧୦।୪: କରୋନା କବଳରେ ଏବେ ସାରା ଦୁନିଆ। ଏହି ଭାଇରସ୍‌ ସମ୍ପର୍କରେ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ନୋଟ୍‌ ମାଧ୍ୟମରେ ଭୂତାଣୁ ସଂକ୍ରମିତ ହେବା ଆଶଙ୍କା ରହିଥିବା ମଧ୍ୟ କୁହାଯାଉଛି। ତେଣୁ ଲୋକେ…

ମାଛ ମାର୍କେଟରେ ଲୋକେ ରଖୁନାହାନ୍ତି ସାମାଜିକ ଦୂରତ୍ୱ

କଣ୍ଟାପଡ଼ା,୧୦ା୪(ଡି.ଏନ୍‌.ଏ.): ମହାମାରୀ କରୋନା ଭୂତାଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଏକମାତ୍ର ବିକଳ୍ପ। ଏଥିପାଇଁ ସରକାର ସାରାଦେଶରେ ଲକ୍‌ଡାଉନ୍‌ କରି ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ବାରମ୍ବାର ସଚେତନ କରିଆସୁଛନ୍ତି।…

ଗଞ୍ଜାମ ଶିତଳାପଲିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ: ୨୦୦ ଶଯ୍ୟା,୧୫ ଆଇସିୟୁ ବେଡ୍‌

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡିକାଲ, ହସ୍ପିଟାଲକୁ ଟାଟା ଗ୍ରୁପ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ କରାଯାଇଛି। ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏଠାରେ ୨୦୦ ଶଯ୍ୟା ରହିଥିବା ବେଳେ ୧୫ଟି ଆଇସିୟୁ…

ଘରେ ପହଞ୍ଚୁଛି ଆଲ୍‌କୋହଲ

ଦୁବାଇ,୧୦।୪: କରୋନା ସଂକ୍ରମଣ ଭୟରେ ରାସ୍ତାଘାଟ ଶୂନ୍‌ଶାନ୍‌, ସବୁକିଛି ଠପ୍‌। ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଥିବାରୁ ଅନ୍ୟ ଦେଶଗୁଡ଼ିକ ଭଳି ବିପୁଳ ରାଜସ୍ବ ହରାଇବାରେ ଲାଗିଛି ଉପସାଗରୀୟ ଦ୍ୱୀପପୁଞ୍ଜ ସଂଯୁକ୍ତ ଆରବ ଏମିରେଟସ୍ସ (ୟୁଏଇ)। ଏହି କ୍ଷତିର ଭରଣା ଏବେ ଅସମ୍ଭବ…

ରାଇସ୍‌ ମିଲ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ

ଧରାକୋଟ,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ରାଇସ୍‌ମିଲ୍‌ ମାଲିକ ସଂଘ ପକ୍ଷରୁ କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଧରାକୋଟ ବିଡିଓ ବିବୁଧ ଗଡ଼ନାୟକଙ୍କୁ ୧…

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ନିଯୁକ୍ତି ହ୍ରାସ

ନୂଆଦିଲ୍ଲୀ,୧୦।୪: ମହାମାରୀ କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱରେ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ଏହାଦ୍ୱାରା ପ୍ରାୟ ୮୧ପ୍ରତିଶତ ନିଯୁକ୍ତି ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏବେ ସବୁଠୁ ଅଧିକ ନିଯୁକ୍ତି ହ୍ରାସ ପାଇଛି ବୋଲି ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପ୍ରକାଶ କରିଛି।…

ମାସ୍କ ନାହିଁ ତ ଗ୍ରୋସରୀ ନାହିଁ

ରାଇକିଆ,୧୦।୪(ଡି.ଏନ୍‌.ଏ.): ମାସ୍କ ବ୍ୟବହାରକୁ କଡ଼ାକଡ଼ି ଲାଗୁ କରାଯିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ମାସ୍କକୁ ନେଇ ସଚେତନତା କରାଯାଉଛି। ମାସ୍କ ମଧ୍ୟ ବଣ୍ଟାଯାଉଛି । ଏ କ୍ଷେତ୍ରରେ କନ୍ଧମାଳ ଜିଲା ରାଇକିଆ ବଣିକ ସଂଘ ଏକ ଅଭିନବ ପଦକ୍ଷେପ ନେଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri