ଜଙ୍ଗଲରୁ ୧୧ କୁଇଣ୍ଟାଲ ପୋଚ ଧରି ନଷ୍ଟ କଲା ପୋଲିସ
ଲଇକେରା, ୨୮।୪ (ଡି.ଏନ.ଏ.)- କରୋନାର ଭୟାବହତା ନେଇ ସାରା ଦେଶ ଲକ ଡାଉନ ହୋଇଥିବା ବେଳେ ପ୍ରାୟତଃ ଦୋକାନ ବଜାର ଏବେ ବି ବନ୍ଦ ରହିଛି । ତେବେ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ଦେଶୀ ମଦ ପ୍ରସ୍ତୁତ…
ଲଇକେରାରେ ଆରମ୍ଭ ହେଲା ସ୍ବାବ୍ ନମୁନା ସଂଗ୍ରହ
ଲଇକେରା, ୨୮।୪ (ଡି.ଏନ.ଏ.): ଝାରସୁଗୁଡା ଜିଲା ଲଇକେରା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସୋମବାର ସ୍ବାବ୍ ସଂଗ୍ରହ କେନ୍ଦ୍ର ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ଲଇକେରା, କୋଲାବିରା ଓ କିର୍ମିରା ଆଦି ୩ଟି ବ୍ଲକରୁ ୧୦ ଜଣଙ୍କ ସ୍ବାବ୍ ସଂଗ୍ରହ କରାଯାଇ…
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୪୩୫
ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସ୍ଥିତି ବେଳକୁ ବେଳ ଉଦ୍ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୯,୪୩୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ…
ଭୋକିଲା ପେଟରେ ପୂଜାର୍ଚ୍ଚନା କରିବା କାଠିକର ପାଠ ହେବ
ସମ୍ବଲପୁର, ୨୮।୪ (ବ୍ୟୁରୋ)- କରୋନା ଭୂତାଣୁକୁ ନେଇ କଟକଣା ଯୋଗୁ ସମ୍ବଲପୁରର ଇଷ୍ଟଦେବୀ ସମଲେଇଙ୍କ ଦର୍ଶନ ମାର୍ଚ୍ଚ ୧୯ ତାରିଖରୁ ବନ୍ଦ ରହିଛି। ହେଲେ ଦେବୀଙ୍କ ପୂଜାର୍ଚ୍ଚନା ରୀତିନୀତି ଓ ପରମ୍ପରାରେ କରାଯାଉଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ପୂଜା ଲାଗି…
ଓଡ଼ିଶା ଫେରୁଥିବା ଶ୍ରମିକଙ୍କୁ ମିଳିବ ରାଶନ: ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୮।୪(ବ୍ୟୁରୋ): କରୋନା ଲକ୍ଡାଉନ ଯୋଗୁ ରାଜ୍ୟ ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା…
ଚିକିତ୍ସା ଲାଗି ରୁନି ଗଲେ କଟକ ଏସ୍ସିବି ମେଡିକାଲ
ବରଗଡ଼ ଅଫିସ୍,୨୮।୪: ନିଆଁରେ ପୋଡ଼ିହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଳ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦)ଙ୍କୁ ମଙ୍ଗଳବାର ପୂର୍ବାହ୍ନରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଳକୁ ଅଧିକ…
୨୫ ଲକ୍ଷ ଟଙ୍କା ଲୋଭରେ ୨୫ ହଜାର ଗଲା
ଲାଞ୍ଜିଗଡ,୨୮।୪(ଡି.ଏନ୍.ଏ)-କଳାହାଣ୍ଡି ଜିଲା ଲାଞ୍ଜିଗଡ ଡମ୍ବବିଶିପଡାର ଜଣେ ବ୍ୟକ୍ତି ଅନ୍ ଲାଇନ୍ ଠକେଇର ଶିକାର ହୋଇଛନ୍ତି। ସେ ହେଲେ ଗଜେନ୍ଦ୍ର ପରାଭୋଇ। ଦିନ ମଜୁରିଆ ଭାବେ କାମ କରି ସେ ପରିବୁର ଚଳାନ୍ତି। ତେବେ ଗତ ୨୪ତାରିଖ ନ୍ୟାଶନାଲ ଲଟେରୀ ନାମକ ଏକ…
ଖରାପ ଟେଷ୍ଟ କିଟ୍ ଅର୍ଡର ରଦ୍ଦ କଲା ଭାରତ
ନୂଆଦିଲ୍ଲୀ,୨୮।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ଦେଶରେ ବ୍ୟାପକ ଟେଷ୍ଟ୍ କରାଇବା ପାଇଁ ଚାଇନାରୁ ୫ ଲକ୍ଷ ର଼୍ୟାପିଡ୍ ଆଣ୍ଟିବଡ଼ି ଟେଷ୍ଟ୍ କିଟ୍ ଅଣାଯିବା ଲାଗି ଅର୍ଡର ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଟେଷ୍ଟ୍ କିଟ୍ ତ୍ରୁଟିଯୁକ୍ତ…
କରୋନା ମୁକାବିଲା: ଆନ୍ଧ୍ରପ୍ରଦେଶ-ତାମିଲନାଡୁ ସୀମାରେ ପାଚେରୀ
ହାଇଦ୍ରାବାଦ୍,୨୮।୪: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ସୀମାରେ ରାସ୍ତା ଉପରେ ପାଚେରୀ ନିର୍ମାଣ…
ବରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ଅଭିଯୁକ୍ତ ଗିରଫ
ରତ୍ନଗିରି, ୨୮।୪(ଡି.ଏନ୍.ଏ): କରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ। ତେଣୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା କିମ୍ବା ଗାଳିଗୁଳଜ କରିବା ଏକ ଅପରାଧ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ମାତ୍ର…
ନାବାଳିକାଙ୍କୁ ଆମ୍ବ ଦେବାକୁ କହି ଘରୁ ଡାକିନେଇ ବଳାତ୍କାର: ଅଭିଯୁକ୍ତ କୋର୍ଟଚାଲାଣ
ବୈପାରିଗୁଡ଼ା, ୨୭।୪(ଡି.ଏନ୍.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଘଟଣାରେ କୋରାପୁଟ ଜିଲା ବୈପାରିଗୁଡା ପୋଲିସ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ଉମୁରିଆଗୁଡା ଗ୍ରାମର ଘେନୁ ପରଜା (୨୩)। ପ୍ରକାଶ ଯେ, ଗତ…
ଗରିବ ଦେଶରେ ୧୦୦ କୋଟିଙ୍କୁ କରୋନା ସଂକ୍ରମଣ ଆଶଙ୍କା,ମୃତକଙ୍କ ସଂଖ୍ୟା ଛୁଇଁବ ୩୦ ଲକ୍ଷ: ତାଲିକାରେ ପାକିସ୍ତାନ-ବାଂଲାଦେଶ-ମ୍ୟାନ୍ମାର୍
ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍ ଡାଉନ୍ ଜାରି ହୋଇଛି। ତେବେ କରୋନା ମହାମାରୀ ଯୋଗୁ ପୃଥିବୀର ଗରିବ ଦେଶ ଅଧିକ ପ୍ରଭାବିତ ହେବେ। ଏସବୁ ଦେଶରେ…
Archives


