Posted inଜାତୀୟ

କରୋନାକୁ ନେଇ ଅନ୍ଧବିଶ୍ୱାସ: ଭୂତାଣୁ ହଟାଇବା ପାଇଁ ମହିଳାଙ୍କ ପୂଜାର୍ଚ୍ଚନା

ପାଟନା,୩।୬: ସମଗ୍ର ବିଶ୍ୱ କରୋନା ସହ ଲଢୁଛି। ୧୦୦ରୁ ଅଧିକ ଦେଶ ଏହି ମହାମାରୀ ପାଇଁ ଟୀକା ଖୋଜିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କରୋନାକୁ ନେଇ କେତେକ ଅନ୍ଧବିଶ୍ୱାସ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି। ବିହାରର ରୋହତସ ଜିଲାର ନୋଖା ଗାଁରେ ଏହାର ଏକ ନମୁନା ଦେଖିବାକୁ ମିଳିଛି। ଏଠାରେ କିଛି ମହିଳା କରୋନାକୁ ହଟାଇବା ପାଇଁ ‘କରୋନା ମା’କୁ ପୂଜା କରିବା ଆରମ୍ଭ କରଛନ୍ତି। ଏମାନଙ୍କ ବିଶ୍ୱାସ ଯେ, ପୂଜା କରିବା ଦ୍ୱାରା ‘କରୋନା ମାଆ’ ଘରକୁ ପଳେଇବେ। ଫଳରେ ଦେଶରୁ ଏହି ଭୂତାଣୁ ଦୂର ହୋଇଯିବ। ପୂଜା କରୁଥିବା ଏହି ମହିଳାମାନେ କହିଥିଲେ ଯେ, ମୋବାଇଲରେ ଏକ ଭିଡିଓ ଆସିଛି ଯେଉଁଥିରେ ‘କରୋନା ମା’ଙ୍କୁ ପୂଜା କରିବା କଥା କୁହାଯାଇଛି। ଏହି ଭିଡିଓ ସମଗ୍ର ଅଞ୍ଚଳରେ ଭାଇରାଲ ହେବା ପରେ ମହିଳାମାନେ ପୂଜା ଆରମ୍ଭ କରିଥିଲେ। ଧୂପ ବାଡ଼ି, ଫଳ ଓ ଫୁଲ ଧରି ମହିଳାମାନେ ପୂଜା କରିଥିଲେ। ଚିନ୍ତାର ବିଷୟ ହେଉଛି ଏହି ପୂଜା କଲାବେଳେ ମହିଳାମାନଙ୍କ ମଧ୍ୟରେ ସାମାଜିକ ଦୂରତା ଏବଂ ମାସ୍କ ଦେଖାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ଫାଷ୍ଟ ଯାତ୍ରୀବାହୀ ବିମାନର ଫାଟିଲା ଓ୍ବିଣ୍ଡସିଲ୍ଡ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀରୁ ଗୌହାଟୀ ଯାଉଥିବା ଗୋ-ଫାଷ୍ଟ ଯାତ୍ରୀବାହୀ ବିମାନରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ମଝି ଆକାଶରେ ଯାତ୍ରୀବାହୀ ବିମାନର ୱିଣ୍ଡସିଲ୍ଡ ଫାଟିଯାଇଛି। ଜୋର୍‌ ପବନ...

ନିମନ୍ତ୍ରଣ ପତ୍ରରେ ରହିବ ବର-କନ୍ୟାଙ୍କ ଜନ୍ମ ତାରିଖ…

ଜୟପୁର,୧୦।୪: ଏଣିକି ବିବାହରେ ନିମନ୍ତ୍ରଣ ପତ୍ରରେ ବର-କନ୍ୟାଙ୍କ ଜନ୍ମ ତାରିଖ ଉଲ୍ଲେଖ କରାଯିବ। ରାଜ୍ୟରେ ବାଳବିବାହ ରୋକିବା ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏଭଳି କଡ଼ା...

ମୋ ନାଁରେ କୌଣସି ଘର ନାହିଁ, କିନ୍ତୁ ଲକ୍ଷ ଲକ୍ଷ ମହିଳାଙ୍କୁ ଘରର ମାଲିକାଣୀ କରିଛି: ମୋଦି

ଅହମ୍ମଦାବାଦ୍‌,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ବୁଧବାର ଭଦୋଦରାଠାରେ ସେ ଏକ ରୋଡ ଶୋ’ କରିଥିଲେ। ରୋଡ ଶୋ’ ପରେ...

ପୂର୍ବତନ ଫୁଟବଲରଙ୍କ ମରଶରୀରକୁ ନେବାକୁ ୨ ପତ୍ନୀଙ୍କ ମଧ୍ୟରେ ଲାଗିଲା ଝଗଡ଼ା

ନୂଆଦିଲ୍ଲୀ,୨।୫: ଭାରତର ପୂର୍ବତନ ଫୁଟବଲର ପି. କନ୍ନନଙ୍କ ମୃତ୍ୟୁ ପରେ ମୃତ ଶରୀରକୁ ନେବାକୁ ତାଙ୍କ ପୂର୍ବତନ ପତ୍ନୀ ଓ ଏବେକାର ପତ୍ନୀଙ୍କ ମଧ୍ୟରେ ବିବାଦ...

ରାହୁଲଙ୍କୁ ଘୋଷଣା କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ମଣିକମ ଟାଗୋର…

ନୂଆଦିଲ୍ଲୀ,୨୫।୫ : ଆସନ୍ତା ଲୋକସଭା ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କୁ ଏକଜୁଟ କରିବା ସଂଗ୍ରାମ ମଧ୍ୟରେ କଂଗ୍ରେସ ଏମପି ମଣିକମ ଟାଗୋର ଦଳକୁ...

ସହରୀ ଆଭିଜାତ୍ୟ ବର୍ଗଙ୍କର ଚିନ୍ତାଧାରା ସମଗ୍ର ସମାଜ ଉପରେ ଲଦିବା ଉଚିତ ନୁହେଁ: ସମଲିଙ୍ଗୀ ବିବାହ ନେଇ କହିଲେ ସରକାର…

ନୂଆଦିଲ୍ଲୀ,୧୭।୪ : ସମଲିଙ୍ଗୀ ବିବାହ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ କରିଛନ୍ତି। ଏହି ଆବେଦନରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବା ପାଇଁ...

ମିଜୋରାମରୁ ମେଇତି ଲୋକଙ୍କୁ ଏୟାରଲିପ୍ଟ କରିବାକୁ ପ୍ରସ୍ତୁତି, ବଢାଗଲା ସୁରକ୍ଷା

ଆଇଜଲ,୨୩।୭: ମଣିପୁରର ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଉପୁଜିଥିବା ହିଂସା ମଧ୍ୟରେ ମିଜୋରାମରେ ଥିବା ମେଇତି ସମ୍ପ୍ରଦାୟ ଲୋକଙ୍କୁ ଏୟାରଲିପ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ...

ଭାଜପାକୁ ମିଳିଲା ବଡ଼ ବିଜୟ

ଗାନ୍ଧୀନଗର,୫।୧୦: ଗୁଜରାଟର ଗାନ୍ଧିନଗର ନଗର ନିଗମ ନିର୍ବାଚନରେ ସମସ୍ତ ୪୪ ଟି ଆସନ ପାଇଁ ଗଣନା ଶେଷ ହୋଇଛି। ଭାଜପା ୪୪ଟି ଆସନ ମଧ୍ୟରୁ ୪୦ଟି...

Advertisement
Archives

Model This Week