Home

ନାବାଳକ ପୁଅ ନେଲେ ବାପାଙ୍କ ଜୀବନ

ଦେବଗଡ଼,୧୫।୪ (ଡି.ଏନ.ଏ.)-ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଝରାକଣ୍ଢଳ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ନାବାଳକ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଛି। ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି । ୨ ନାବାଳକ ପୁଅଙ୍କୁ…

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ

ଭଦ୍ରକ ଅଫିସ, ୧୫ା୪: ଭଦ୍ରକ ଜିଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ପୁରୁଣାବଜାର ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳରୁ କଟକଣା ବୁଧବାର ହଟାଇ ଦିଆଯାଇଥିଲେ ମଧ୍ୟ ଲକ୍‌ଡାଉନ ଜାରି…

ଟ୍ୟୁସନ ଫି ଦାନ କଲେ ଛାତ୍ରୀଛାତ୍ର

ଦେବଗଡ଼,୧୫।୪ (ଡି.ଏନ.ଏ.)-ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାର ବ୍ୟବସାୟୀ ଓ ଜଣେ ଠିକାଦାର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ କରିଛନ୍ତି। ବିବେକାନନ୍ଦ ସାହୁ ୧୦ହଜାର ୫୫ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରିଥିବା…

ମୟୂରଭଞ୍ଜରେ କୋଭିଡ଼ ହସ୍ପିିଟାଲ

ବାରିପଦା ଅଫିସ, ୧୫ା୪: କରୋନା ଆକ୍ରାନ୍ତଙ୍କ ପାଇଁ ମୟୂରଭଞ୍ଜ ଜିଲାରେ କୋଭିଡ଼ -୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ବାରିପଦାଠାରୁ ୭ କି.ମି ଦୂର ବାଙ୍କିଶୋଳଠାରେ ଥିବା ଆଦାନୀ କିସ୍‌ ଆବସିକ ବିଦ୍ୟାଳୟ କ୍ୟାମ୍ପସରେ ଏହା ବୁଧବାର କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ…

ଟଙ୍କା ଉଠାଣ ପାଇଁ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ

ଦେବଗଡ଼,୧୫।୪(ଡି.ଏନ.ଏ.)-ବୁଧବାର ଦେବଗଡ଼ ସହରରେ ଥିବା ବିଭିନ୍ନ ବ୍ୟାଙ୍କରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାର ଜନଧନ ଜମା ଖାତାରେ ୫ଶହ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ସେହି ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ପରିସରରୁ ରାସ୍ତା ପର୍ଯ୍ୟନ୍ତ ଲମ୍ବା…

୭ ରକ୍ତ ନମୁନା ନେଗେଟିଭ

ପାଟଣା, ୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରିଥିବା ୨ ବିଦେଶ ଫେରନ୍ତାଙ୍କୁ ମିଶାଇ ମୋଟ ୩୩୮ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଶେଷ ହୋଇଛି। ସମସ୍ତେ ସୁସ୍ଥ ଥିବା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁପ୍ରକାଶ ଶତପଥୀ ପ୍ରକାଶ କରିଛନ୍ତି।…

ଲକଡାଉନ୍‌ ବେଳେ ମଦ ଦୋକାନ ସିଲ୍‌ ଭଙ୍ଗାଗଲା

ଯୋଡ଼ା,୧୫।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହରର ବାଂଶପାଣି ରୋଡ୍‌ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ସିଲ୍‌ ଭଙ୍ଗାଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀ ଏକୁଟିଆ ଆସି ଏହି ଦୋକାନରେ ପୂର୍ବରୁ ଥିବା ସିଲକୁ ଭାଙ୍ଗି ପୁଣି ସିଲ୍‌ କରୁଥିବା…

ପୋଲିସ ପରିଚୟ ଦେଇ ଲୋକଙ୍କୁ ପିଟିଲେ: ୩ ଗିରଫ, କାର୍‌ ଜବତ

ରୂପ୍‌ସା, ୧୫।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ୍‌ ଘୋଷଣା କରିଛନ୍ତି। ଅସହାୟ, ନିରାଶ୍ରୟମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣ ହେଉଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ରାତିଦିନ…

ସୋନପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୧୫।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ କରୋନା ପ୍ରତିରୋଧ ପାଇଁ ପ୍ରଥମ ପର୍ଯ୍ୟାୟରେ ସୋନପୁର ସରକାରୀ ଆଇଟିଆଇକୁ ଅସ୍ଥାୟୀଭାବେ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ବୁଧବାରଠାରୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି। ଅପରାହ୍ନରେ ଜିଲାପାଳ ମୋନିଷା ବାନାର୍ଜୀ ସାମାଜିକ ଦୂରତ୍ୱ ଅବଲମ୍ବନ କରି…

ବିଧାୟକ ପ୍ରାର୍ଥୀ ସମର ପ୍ରଧାନଙ୍କ ପରଲୋକ

ରେଢାଖୋଲ,୧୫।୪(ଡି.ଏନ.ଏ.): ୨୦୧୯ ସାଧାରଣ ନିର୍ବାଚନରେ ରେଢାଖୋଲ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଭାଜପା ଯୁବନେତା ତଥା ଆଇନଜୀବୀ ସମର କୁମାର ପ୍ରଧାନ(୪୪) ଆଉ ନାହାନ୍ତି। ମଙ୍ଗଳବାର ରାତି ୨ଟାରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ…

ଆର୍ଥିକ ସହୟତା ଦାବି କଲା ଡ୍ରାଇଭର ସଂଘ

ଲୋଇସିଂହା,୧୫।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଶାଖା ଡ୍ରାଇଭର ସଂଘ କର୍ମକର୍ତ୍ତାମାନେ ବୁଧବାର ସଭାପତି କାନ୍ତ ମହାକୁର, ସମ୍ପାଦକ କୈଳାସ ସାହୁଙ୍କ ନେତୃତ୍ୱରେ ଲୋଇସିଂହା ତହସିଲଦାର ଓ ବିଡିଓଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଜଣାଇଥିଲେ। ଲକଡାଉନ ଯୋଗୁ ସେମାନଙ୍କ ପେସା ବନ୍ଦ…

ଲକ୍‌ଡାଉନ ଉଲଂଘନ, ୫୧ ଗାଡି ଜବତ

ବୌଦ୍ଧ, ୧୫ା୪(ସ୍ବ.ପ୍ର): ଲକଡାଉନ ନିୟମ ଅମାନିଆ ବାଇକ ଚାଳକଙ୍କୁ ସାବାଡ କରିବାକୁ ବୌଦ୍ଧ ପୋଲିସ ପକ୍ଷରୁ ଉଦ୍ୟମ ହୋଇଛି। ବୁଧବାର ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଗାଡିମୋଟର ଯାଞ୍ଚ କରାଯିବା ସହିତ ୫୧ ଗୋଟି ବାଇକ୍‌ ଜବତ କରାଯାଇଛି। ଜବତ ଗାଡିଗୁଡିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri