Posted inପୁରୀ

୧୩ ମଧ୍ୟରାତ୍ରରୁ ବାଲି ହରଚଣ୍ଡୀ ପୀଠରେ ୧୪୪ ଧାରା

ବ୍ରହ୍ମଗିରି,୧୧।୬(ଡି.ଏନ.ଏ.)- ଦିନ କେଇଟା ପରେ ଓଡ଼ିଶାର ଗଣ ପର୍ବ ରଜ ଉତ୍ସବ। ଏହି ଉତ୍ସବକୁ ନେଇ ପ୍ରତିଟି ଶକ୍ତି ପୀଠ ହୋଇଥାଏ ଚଳଚଞ୍ଚଳ। ଏହି ଶକ୍ତପୀଠଗୁଡ଼ିକ ମଧ୍ୟରୁ ବ୍ରହ୍ମଗିରି ବାଲି ହରଚଣ୍ଡୀ ପୀଠ ଅନ୍ୟତମ। ଉକ୍ତ ପୀଠରେ ୪ ଦିନ ଧରି ରଜ ଉତ୍ସବ ପାଳନ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା ଯୋଗୁ ରଜ ଉତ୍ସବରେ ରୋକ ଲଗାଯାଇଛି। ଗୁରୁବାର ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥୀ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଲକ୍ଷ୍ମୀଧର ପୂଜାରୀ, ନୀଳମଣି ସୁଆର ଓ ସମସ୍ତ ପୂଜକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମା’ଙ୍କ ରଜ ପର୍ବ ଓ ଜନସମାଗମକୁ ଦୃଷ୍ଟିରେ ରଖି ଉକ୍ତ ପୀଠରେ ୧୪୪ ଧାରା ଜାରି କରାଯିବା ସହ କେବଳ ସେବାୟତମାନଙ୍କୁ ନେଇ ରଜ ପର୍ବର ନୀତିକାନ୍ତି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଠାକୁରାଣୀଙ୍କୁ ସାଧାରଣ ଦର୍ଶନ ସହ ଉକ୍ତ ପୀଠରେ ରଜମୌଜ ବା ବଣଭୋଜି ପାଇଁ ସମ୍ପୂର୍ଣ୍ଣ ବାରଣ କରାଯିବ। ଏହି ରଜ ଉତ୍ସବ ପାଳନ ଅବସରରେ ଆସନ୍ତା ୧୩ ତାରିଖ ମଧ୍ୟରାତ୍ରରୁ ୨୦ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି ତହସିଲଦାର ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ମନ୍ତ୍ରୀପଦ ନିମାପଡ଼ା ପାଇଁ ଅଭିଶପ୍ତ

ନିମାପଡ଼ ୧୮ା୪ (ରଞ୍ଜନ କୁମାର ପଟ୍ଟନାୟକ) ମନ୍ତ୍ରୀ ପଦବୀ ନିମାପଡ଼ା ପାଇଁ ଅଭିଶପ୍ତ ସାବ୍ୟସ୍ତ ହୋଇଛି।  ଅତୀତ ପୃଷ୍ଠାକୁ ଓଲଟାଇଲେ ଜଣାପଡ଼େ ନିମାପଡ଼ା ବିଧାନସଭା କ୍ଷେତ୍ରରୁ ୩ଜଣ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ପୁରୀରୁ ଫେରୁଥିବାବେଳେ ରାସ୍ତା ତଳକୁ ଖସିଗଲା ବସ୍‌, ଭିତରେ ଥିଲେ ୫୫ଜଣ ତୀର୍ଥଯାତ୍ରୀ

ପଦ୍ମପୁର,୧୪।୪: ପୁରୀରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଏକ ବସ ଓଲଟି ପଡ଼ିଛି। ସବରେ ପ୍ରାୟ ୫୫ ଜଣ ତୀର୍ଥଯାତ୍ରୀ ଥିଲେ। କିନ୍ତୁ ସେମାନଙ୍କ ଭିତରୁ ୧୫...

ଶ୍ରୀକ୍ଷେତ୍ରରେ ପୂର୍ବରୁ ହେଉଥିଲା ଅଷ୍ଟ ମହାବୀରଙ୍କ ଉପାସନା

ପୁରୀ,୧୪ା୪(ଅଜିତ୍‌ ମହାନ୍ତି):ଶ୍ରୀକ୍ଷେତ୍ରରେ ହନୁମାନ ଉପାସନା ବହୁ ପ୍ରାଚୀନ ପରମ୍ପରା। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ରର ମହାବୀର ଉପାସନା ସହିତ...

ମହାପ୍ରଭୁଙ୍କୁ ଦର୍ଶନ କଲେ ଲେଖାଶ୍ରୀ, କହିଲେ ବିଜେଡି ଜିତିବ ଏତେ ସିଟ୍‌

ପୁରୀ,୧୩।୪: ବାଲେଶ୍ୱର ଲୋକ ସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଳିଛି ଟିକେଟ୍‌। ନିକଟରେ ସେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ। ତେବେ ଟିକେଟ୍‌ ମିଳିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri