Home

ଭିକ ମାଗୁଥିବା ଝିଅ ପ୍ରେମରେ ପଡିଲେ ଖାଦ୍ୟ ବାଣ୍ଟୁଥିବା ଯୁବକ

କରୋନା ଯୋଗୁ ଏବେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି କାରଣରୁ ଅନେକ ବିବାହ କାର୍ଯ୍ୟ ସ୍ଥଗିତ କରିବାକୁ ପଡିଛି। ଅନ୍ୟପକ୍ଷରେ, କାନପୁରର ବାସିନ୍ଦା ଅନିଲ ଏବଂ ନୀଲମଙ୍କ କରୋନା ବେଳେ ସାତ ଜନ୍ମ ପାଇଁ ଏକାଠି ହୋଇପାରିଛନ୍ତି। ବର୍ତ୍ତମାନ କାନପୁରରେ…

ରେଡିମେଡ୍‌ ପୋଷାକ ଟ୍ରାଏଲ୍‌ କରିପାରିବେନି ଗ୍ରାହକ: ପୋଷାକକୁ କରାଯିବ କ୍ୱାରାଣ୍ଟାଇନ

ଇନ୍ଦୋର,୨୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଆର୍ଥିକ ସ୍ଥିତିରେ ସୁଧାର ଅଣାଯିବା ଲାଗି ଧୀରେଧୀରେ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଖୋଲିବା ଉପରେ ସସର୍ତ୍ତ କୋହଳ ବ୍ୟବସ୍ଥା ଲାଗୁ କରାଯାଇଛି। ମଧ୍ୟପ୍ରଦେଶ ଇନ୍ଦୋରରେ ରେଡିମେଡ୍‌ ପୋଷାକ ବିକ୍ରେତାମାନେ…

ଲାଞ୍ଚ ନେବା ମାମଲା: ଜେଲ୍‌ଗଲେ ବନରକ୍ଷୀ, ରାତ୍ରି ଜଗୁଆଳ

ବ୍ରହ୍ମପୁର ଅଫିସ,୨୮ା୫: ଗଞ୍ଜାମ ଜିଲା ସୋରଡ଼ା ବନାଞ୍ଚଳ ଅଧୀନ ପିପଳପଙ୍କା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଏକ ମାମଲା ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ି ଗିରଫ ହୋଇଥିଲେ। ଏଥିରେ ସମ୍ପୃକ୍ତ ଥିବା ରାତ୍ରି…

ସାରା ବିଶ୍ୱ ପାଇଁ ଉଦାହରଣ ସାଜିଛି ଓଡ଼ିଶା, ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଥିବାରୁ ମୁଁ ଋଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିକା ଦିନରେ କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି। କୋଭିଡରେ ରାଜ୍ୟରେ ମୃତ୍ୟୁହାର ସବୁଠାରୁ କମ୍‌। କରୋନାରେ ପୀଡ଼ିତ ଅଧାରୁ ଅଧିକ ଲୋକ ସୁସ୍ଥ…

ପ୍ରବାସୀ ଶ୍ରମିକଙ୍କ ଦୁଃଖ ଭାଜପାକୁ ଛାଡ଼ି ଅନ୍ୟମାନେ ଅନୁଭବ କରିପାରୁଛନ୍ତି: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୮।୫: କରୋନା ମହାମାରୀ ସଙ୍କଟ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାଜପାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରବାସୀଙ୍କ ଦୁଃଖ ସମସ୍ତେ ଅନୁଭବ କରିପାରୁଛନ୍ତି। ତେବେ…

ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ: ଡାକ୍ତରଖାନାରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୨୮ା୫: ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଗୁରୁବାର ଚିକିତ୍ସା ଅବହେଳା ଯୋଗୁ ଜଣେ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୋଗ ଅନୁସାରେ ଲଖନପୁର ବ୍ଲକ…

କୋଭିଡ ସଂଗ୍ରାମରେ ପ୍ରତିଟି ଜୀବନର ସୁରକ୍ଷା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ମାସ ଧରି ସାରା ଦୁନିଆ ଏକ କଠିନ ପରିସ୍ଥିତିର ସାମ୍ନା କରୁଛି। ବଡ଼ ବଡ଼ ଧନୀ ଦେଶ,…

ସ୍ବର୍ଗଠାରୁ କମ୍‌ ନୁହେଁ ବିଗ୍‌ ବି’ଙ୍କ ବଙ୍ଗଳା ‘ଜଲ୍‌ସା’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ ‘ସାତ୍‌ ହିନ୍ଦୁସ୍ତାନୀ’ଠାରୁ ଆଜିପର୍ଯ୍ୟନ୍ତ ଅମିତାଭ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିସାରିଛନ୍ତି। ତାଙ୍କର ଅନେକ…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୮୮୭କୁ ବୃଦ୍ଧି

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଯାଜପୁରରୁ ସର୍ବାଧିକ ୨୫ଜଣ ଅଛନ୍ତି। ସେହିଭଳି ଗଞ୍ଜାମର ୧୯, କଟକର ୯, ପୁରୀର ୮, ନୟାଗଡ଼-କେନ୍ଦ୍ରାପଡ଼ାର ୩, କନ୍ଧମାଳ-ବଲାଙ୍ଗୀରର ୨, କେନ୍ଦୁଝର-ବୌଦ୍ଧ-ସମ୍ବଲପୁର-ଖୋର୍ଦ୍ଧାର ଜଣେ ଲେଖାଏ ଅଛନ୍ତି।…

୨୭ ଦିନରେ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଲା ଚାଇନା

ବେଜିଂ,୨୮।୫: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପକ୍ଷରୁ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ୨୭ ଦିନରେ ମାପ କରାଯାଇଛି। ତେବେ ଏହା ନେପାଳ ଦ୍ୱାରା ହୋଇଥିବା ମାପ ଠାରୁ ୩.୭ ମିଟର କମ୍‌…

ସ୍ଥାୟୀ ନିଯୁକ୍ତି ଦାବିରେ ଅସ୍ଥାୟୀ ସ୍ବାସ୍ଥ୍ୟକର୍ମୀଙ୍କ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ,୨୮ା୫: ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀମାନେ ସ୍ଥାୟୀ ମାନ୍ୟତା ଦାବିରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଡିଏମ୍‌ଓଙ୍କୁ ୪ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଏହି ଦାବିପତ୍ର ମାଧ୍ୟମରେ କହିଛନ୍ତି ଯେ, ଗତ ଜୁନ୍‌ ୨୦୧୩ରେ ପଦବୀ ଘୋଷଣା…

ଭାଜପା ପ୍ରବକ୍ତା ସମ୍ବିତ ପାତ୍ରଙ୍କଠାରେ କରୋନା ଲକ୍ଷଣ: ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୫: ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କଠାରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସମ୍ବିତଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ସମ୍ବିତ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri