ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କଲେ ରୁପା ଗାଙ୍ଗୁଲି

ମୁମ୍ବାଇ,୨୪।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ନେପୋଟିଜମ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିସହ ତାଙ୍କୁ ନ୍ୟାୟ ଦେବା ପାଇଁ ଏହି ମାମଲାର ଯାଞ୍ଚ କରାଯାଉ ବୋଲି ବିଭିନ୍ନ ମହଲରୁ ସ୍ବର ଉଠିଛି। ଇତିମଧ୍ୟରେ ବିଆର୍‌ ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଚରିତ୍ର ଅଭିନୟ କରିଥିବା ରୁପା ଗାଙ୍ଗଲି ମଧ୍ୟ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି। ରୁପା ଟୁଇଟ କରି #ସବିଆଇ ଫର ସୁଶାନ୍ତ ଲେଖିବା ସହ କେତେକ ପ୍ରଶ୍ନ କରିଛନ୍ତି। ଯେପରି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ବହୁ ତରବରିଆ ଭାବେ ଯାଞ୍ଚ କରାଯାଇଛି କି, ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ କୌଣସି ବିଷ ମିଳିଛି କି, ସିସିଟିଭି ଭିଡିଓକୁ ଫୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଛି କି ବୋଲି ରୁପା ପ୍ରଶ୍ନ କରିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଯେତେବେଳେ ଘରୁ କୌଣସି ସୁଇସାଇଡ ନୋଟ ହିଁ ମିଳି ନ ଥିଲା ତେବେ କେଉଁ ପରିସ୍ଥିତିରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଘୋଷଣା କଲା। ଜଣେ ଭର୍ସାଟାଇଲ୍‌ ଓ ସଫଳ ଅଭିନେତା ଏଭଳି ପଦକ୍ଷେପ କିପରି ନେଇପାରିବ ବୋଲି ରୁପା ପ୍ରଶ୍ନ କରିବା ସହ ଯାଞ୍ଚ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୃତଦେହକୁ ନେଇ ବାହାରିଲା ଶୋଭାଯାତ୍ରା !

କାନପୁର,୧୮।୬: ଉତ୍ତର ପ୍ରଦେଶର କାନପୁରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୃତଦେହର ଏକ ପୁତ୍ତଳିକାକୁ ନେଇ କେତେଜଣ ଲୋକ ଶୋଭାଯାତ୍ରାରେ ସଂସ୍କାର କରିବାକୁ ବାହାରି ଥିବା...

ମହାରାଷ୍ଟ୍ରରେ ମୌସୁମୀ

ମୁମ୍ବାଇ,୧୧।୬: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ମହାରାଷ୍ଟ୍ରରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ମହାରାଷ୍ଟ୍ର ପାଣିପାଗ ବିଭାଗର ବିଶେଷଜ୍ଞ କେଏସ୍‌ ହୋସାଲିକର। ଏଥର ମହାରାଷ୍ଟ୍ରରେ ଭଲ...

ବୋହୂ ମାଛ ତରକାରୀ ପ୍ରସ୍ତୁତ ନ କରିପାରିବାରୁ ଶାଶୁଘର ଲୋକେ ନେଲେ ଏମିତି ନିଷ୍ପତ୍ତି

ପାଟନା,୧୮।୧୧: ବିହାରର ସୁପୌଲରେ ଏକ ଅଭାବନୀୟ ଘଟଣା ଘଟିଛି। ବୋହୂ ମାଛ ପ୍ରସ୍ତୁତ କରି ନ ପାରିବାରୁ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି। ଏହି...

ଏମିତି କଲେ ଦୀପିକା ପାଦୁକୋନ: ଉତ୍ସାହିତ ହୋଇପଡ଼ିଲେ ପ୍ରଶଂସକ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ଦିନ ହେବ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ନିକଟରେ ସେ ଜଣେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ...

ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୯।୪: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ହୋଇଥିବା ରାମାୟଣରେ ସୁଗ୍ରୀବ ଏବଂ ବାଳୀ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ୟାମସୁନ୍ଦର କାଲାଣିଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ...

ମାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌ ହେବ ବନ୍ଦ

ନୂଆଦିଲ୍ଲୀ,୨୯।୧୨: ରାଜଧାନୀ ଦିଲ୍ଲୀର କର୍ନଟ ପ୍ଲେସ୍‌ଠାରେ ଥିବା ମାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌କୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀରେ ଏହି ମ୍ୟୁଜିୟମ୍‌ ପର୍ଯ୍ୟଟକଙ୍କ...

ବିହାରରେ ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଶିବସେନା କହିଲା ବାକି ରାଜ୍ୟ କ’ଣ ପାକିସ୍ତାନରେ

ମୁମ୍ବାଇ,୨୪ ।୧୦: ବିହାର ବିଧାନସଭା ନିର୍ବାଚନ ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା) ଭୋଟରଙ୍କୁ ଆକର୍ଷିତ କରିବାକୁ କହିଛି କରୋନା ଟିକା ଆସିଯିବା ପରେ ସମ୍ପୂର୍ଣ୍ଣ ରାଜ୍ୟରେ...

ଦେଶରେ ବଢ଼ିଛି ଚିତାବାଘ ସଂଖ୍ୟା: ଟୁଇଟ୍‌ କରି ମୋଦି ଦେଲେ ସୂଚନା

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚିତାବାଘଙ୍କ ସଂଖ୍ୟା ବଢ଼ିଛି। ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସରକାରଙ୍କ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ...

Play 250+ Trending Games
Archives

Model This Week

Why Dharitri